ପଶ୍ଚିମବଙ୍ଗରେ କାଲୀ ମନ୍ଦିରରେ ବିସର୍ଜନ ପ୍ରସ୍ତୁତିର ଭିଡିଓକୁ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ନିର୍ଯାତନା ଦାବି ସହିତ ସେୟାର କରା ଯାଉଛି।

Communal False

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଗୋଟିଏ ମନ୍ଦିରରେ କାଳୀ ମାତାଙ୍କ ମୂର୍ତ୍ତି ନଷ୍ଟ କରା ଯାଉଥିବାର ଦେଖାଯାଇଛି। ଭିଡିଓ ସହିତ ଦାବି କରାଯାଉଛି ଯେ ଏହି ଭିଡିଓ ବାଂଲାଦେଶରୁ ଆସିଛି ଯେଉଁଠାରେ ବାଂଲାଦେଶୀ ମୁସଲମାନମାନେ କାଳୀ ମନ୍ଦିର ଉପରେ ଆକ୍ରମଣ କରିଥିଲେ। ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରସଙ୍ଗରେ ଏହି ଭିଡିଓ ସେୟାର କରାଯାଇଛି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହି ଭିଡିଓ ପଶ୍ଚିମବଙ୍ଗର ଅଟେ ଯେଉଁଠାରେ କାଲୀ ମାତାଙ୍କ ବିସର୍ଜନର ପ୍ରସ୍ତୁତି କରା ଯାଉଛି। ଏହି ଭିଡିଓକୁ ମିଥ୍ୟା ସାମ୍ପ୍ରଦାୟିକ ଘଟଣା ଦାବି ସହିତ ସେୟାର କରା ଯାଉଛି।

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ବାଂଲାଦେଶରେ ଇସଲାମ କଟ୍ଟରପନ୍ଥୀ ମାନଙ୍କ ଦ୍ଵାରା ଆତଙ୍କରାଜ ଜାରି କୁଆଡେ ଗଲେ ଭଦ୍ରକର ତଥାକଥିତ ବରିଷ୍ଠ ନାଗରିକ, ଯେଉଁମାନେ ଭାଇଚାରା କୁ ନେଇ ଉପଦେଶ ଦେଉଥିଲେ

Facebook | Archive

ଆମ ଅନୁସନ୍ଧାନ: 

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ଫଳସ୍ୱରୂପ ଏକ ଫେସବୁକ ପୋଷ୍ଟ ମିଳିଲା ଯାହା ଅନୁଯାୟୀ ଏହି ଭିଡିଓ ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନର ସୁଲତାନପୁର ଅଞ୍ଚଳରୁ ଆସିଛି ଯେଉଁଠାରେ କାଳି ମାତାଙ୍କର ନିରଞ୍ଜନ ୧୨ ବର୍ଷ ପରେ ଆୟୋଜିତ କରା ଯାଇଥିଲା। ଏହି ପେଜ୍ ଅନୁଯାୟୀ, ସୁଲତାନପୁର ଗ୍ରାମ ବାସୀ ଏବଂ ସୁଲତାନପୁର ଲାବ୍ରେରୀ ମିଳିତ ଭାବେ ଆଯୋଜିତ କରିଥିଲେ।

https://www.facebook.com/skp1367/posts/pfbid0Z6QruaKb7hst95pGpcYvNdiLArmjW2JceuSvk4FfWfM9fRivw39J6Mip1aTj4XtCl?ref=embed_post

ଏହି ସୂଚନାକୁ ଧ୍ୟାନରେ ରଖି ଆମେ ଅଧିକ ଅନୁସନ୍ଧାନ କଲୁ ଯାହା ଫଳସ୍ୱରୂପ ଆମକୁ ୨୧ ଅକ୍ଟୋବର ୨୦୨୪ ରେ ପ୍ରକାଶିତ ଦୈନିକ ଷ୍ଟେଟ୍ସମ୍ୟାନ୍ ନ୍ୟୁଜ୍ ର ଏକ ରିପୋର୍ଟ ମିଳିଲା। ରିପୋର୍ଟ ଅନୁଯାୟୀ, ସୁଲତାନପୁରର ଖଣ୍ଡଘୋଷ ବ୍ଲକରେ ଦିବାଲି ସମୟରେ ୧୨ ବର୍ଷ ପରେ କାଳି ମାଁଙ୍କର ମୂର୍ତି ବିସର୍ଜନ ଆୟୋଜନ କରା ଯାଇଥିଲା। ୬୦୦ ବର୍ଷ ପୂର୍ବରୁ ଏହି ଗ୍ରାମରେ କାଳି ପୂଜା ଆରମ୍ଭ ହୋଇଥିଲା। କାଳୀ ମାତାଙ୍କ ପ୍ରତିମା ସହିତ ମନ୍ଦିରରେ ଦୁର୍ଗା ମାତା ଏବଂ ତାଙ୍କର ଚାରି ସନ୍ତାନଙ୍କ ମୂର୍ତ୍ତି ମଧ୍ୟ ରହିଛି। ୧୨ ଫୁଟର କଳା ପ୍ରତିମାକୁ ନିୟମିତ ଭାବରେ ମନ୍ଦିରରେ ପୂଜା କରାଯାଏ ଏବଂ ଚଳିତ ବର୍ଷ ଏହି ପ୍ରତିମାର ବିସର୍ଜନ ବିଷୟରେ ସୂଚନା ସେୟାର କରାଯାଇଥିଲା। 

ନିମ୍ନରେ ଆପଣ ମାନେ ଭାଇରାଲ ଭିଡିଓରୁ ନିଆ ଯାଇଥିବା ଫୋଟୋ ଏବଂ ସୁଲତାନପୁର ର କାଳୀ ମନ୍ଦିରରେ କାଳୀ ମାତାଙ୍କ ପ୍ରତିମା ମଧ୍ୟରେ ତୁଳନା ଦେଖି ପାରିବେ। ଏହି ତୁଳନା ସ୍ପଷ୍ଟ କରୁଛି ଯେ ଉଭୟ ଘଟଣା ସମାନ ଅଟେ। 

ଏହା ପରେ ଆମେ ଖଣ୍ଡଗୋଷ ପୋଲିସ ସହିତ ଯୋଗାଯୋଗ କରିଲୁ। ସେଠାରୁ ଆମକୁ ସୂଚନା ମିଳିଲା ଯେ ଭାଇରାଲ ଭିଡିଓ ପଶ୍ଚିମବଙ୍ଗର ସୁଲତାନପୁର ର ଅଟେ ଏବଂ ଏଥିରେ କୌଣସି ସାମ୍ପ୍ରଦାୟିକ ଦଙ୍ଗା ହେଉନାହିଁ। ପୋଲିସ କହିବ ଅନୁଯାୟୀ, “ଏହା ହେଉଛି କାଳୀ ମନ୍ଦିରର ପରମ୍ପରା ଯାହାକି ଏହି ଗ୍ରାମରେ ବର୍ଷ ବର୍ଷ ଧରି ଚାଲିଆସୁଛି, ଯେଉଁଥିରେ କାଳୀ ମାତାଙ୍କ ପ୍ରତିମା ପ୍ରତି ୧୨ ବର୍ଷରେ ଏଠାରେ ଥିବା କାଳୀ ମନ୍ଦିରରେ ବିସର୍ଜନ କରା ଯାଏ। ଦୀପାବଳି ପୂଜା ସରିବା ପରେ ମନ୍ଦିର ପଣ୍ଡିତମାନେ କାଳୀ ମାତାଙ୍କ ମୂର୍ତ୍ତିର ଛୋଟ ଛୋଟ ଅଂଶ କରି ନିକଟସ୍ଥ ପୋଖରୀରେ ବିସର୍ଜନ କରନ୍ତି। ଏହି ସମଗ୍ର ବିଷୟ ସହିତ ସାମ୍ପ୍ରଦାୟିକତା ଏବଂ ହିଂସାର କୌଣସି ସମ୍ପର୍କ ନାହିଁ।”

ନିମ୍ନରେ ଆପଣ ମାନେ ଖଣ୍ଡଗୋଷ ରେ ଅବସ୍ଥିତ ଏହି କଲି ମନ୍ଦିରକୁ ଦେଖି ପାରିବେ।

ଏହା ପରେ, ଫ୍ୟାକ୍ଟ କ୍ରିଷେଣ୍ଡୋ ବାଂଲାଦେଶ ପ୍ରେସ ସଚିବ ଶାଫିକୁଲ ଇସଲାମଙ୍କ ସହ ଯୋଗାଯୋଗ କରିଲା। ସେ କହିଛନ୍ତି ଯେ ଏହି ଭିଡିଓ ବାଂଲାଦେଶର କାଳୀ ମନ୍ଦିରର ନୁହେଁ କିମ୍ବା ନିକଟରେ ବାଂଲାଦେଶରେ ଏଭଳି ଘଟଣା ଘଟି ନାହିଁ। ଏହି ଭିଡିଓ ବାଂଲାଦେଶର ନୁହେଁ ବରଂ ଭାରତର ଅଟେ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ଭାଇରାଲ ଦାବି ମିଥ୍ୟା ବୋଲି ପ୍ରମାଣିତ ହେଲା। ଏହି ଭାଇରାଲ ଭିଡିଓ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣ ଏବଂ କାଳୀ ମନ୍ଦିରର ମୂର୍ତ୍ତିଗୁଡ଼ିକର କ୍ଷତି ବିଷୟରେ ନୁହେଁ। ଏହା ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନରେ ଅବସ୍ଥିତ ସୁଲତାନପୁର ର କାଳୀ ମନ୍ଦିର ର ଭିଡିଓ, ଯେଉଁଠାରେ ପରମ୍ପରା ହେତୁ କାଳୀ ମାତାଙ୍କ ମୂର୍ତ୍ତିକୁ ୧୨ ବର୍ଷ ପରେ ବିସର୍ଜନ କରା ଯାଏ। ସାମ୍ପ୍ରଦାୟିକତା ସହିତ ଏହି ମାମଲାର କୌଣସି ସମ୍ପର୍କ ନାହିଁ।

Avatar

Title:ପଶ୍ଚିମବଙ୍ଗରେ କାଲୀ ମନ୍ଦିରରେ ବିସର୍ଜନ ପ୍ରସ୍ତୁତିର ଭିଡିଓକୁ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ନିର୍ଯାତନା ଦାବି ସହିତ ସେୟାର କରା ଯାଉଛି।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *