କ’ଣ ଭାଇରାଲ ହେଉଥିବା ଫୋଟୋ ରେଳ ଭର୍ତି ପରୀକ୍ଷାକୁ ନେଇ ହିଂସକ ଆନ୍ଦୋଳନକୁ ଦର୍ଶାଉଛି? କ’ଣ ଏହା ପାଇଁ ନବୀନ ପଟ୍ଟନାୟକ ସରକାର ଦାୟୀ? ଜାଣନ୍ତୁ ସତ୍ୟ।

ଗତ ବର୍ଷ ଡାଃ ଅଶ୍ବିନ ବୈଷ୍ଣବଙ୍କୁ ଭାରତର ରେଳ ମନ୍ତ୍ରୀ ପଦରେ ନିଯୁକ୍ତି କରା ଯାଇଥିଲା। ଡାଃ ବୈଷ୍ଣବ ଓଡ଼ିଶା କ୍ୟାଡରରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ ଏବଂ ବାଲେଶ୍ଵର ଏବଂ କଟକ ଜିଲ୍ଲାର ଜିଲ୍ଲା କଲେକ୍ଟର ଭାବରେ କାର୍ଯ୍ୟ କରିବା ସହିତ ଓଡ଼ିଶାର ଭିନ୍ନ ସ୍ଥାନରେ ବହୁ ପରିଶ୍ରମ କରିଥିଲେ। ୨୦୦୩ ପର୍ଯ୍ୟନ୍ତ ସେ ଓଡ଼ିଶାରେ କାର୍ଯ୍ୟ କରିଥିଲେ। ଏହା ପରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଲ ବିହାରୀ ବାଜପେୟୀଙ୍କ କାର୍ଜ୍ୟାଳୟରେ ଡେପୁଟି ସେକ୍ରେଟାରୀ […]

Continue Reading

ଭାଇରାଲ ଭିଡିଓରେ ହରିୟାଣାରେ, ଜଣେ ବିଜେପି ନେତାଙ୍କ ଭଣଜା ସ୍କୁଲ ଯାଉଥିବା ଝିଅଙ୍କୁ କମେଣ୍ଟ ମାରି ହଇରାଣ କରୁଥିବାରୁ ଝିଅମାନେ ତାକୁ ସ୍କୁଲରେ ତାଲା ପକାଇ ବାଡ଼େଇଥିଲେ?

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର ହେବାରେ ଲାଗିଛି। ଯେଉଁଥିରେ କିଛି ଝିଅ ପୁଅକୁ ଗୋଡ଼ାଇ ଗୋଡ଼ାଇ ପିଟୁଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ହରିୟାଣାର ଜଣେ ବିଜେପି ନେତାଙ୍କ ପୁଅ ସ୍କୁଲ ଜାଉଥିବା ଝିଅଙ୍କୁ ହଇରାଣ କରୁଥିବାରୁ ଝିଅମାନେ ତାକୁ ଗୋଡ଼ାଇ ଗୋଡ଼ାଇ ପାଟୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଉଥିବା ଦାବି ମିଥ୍ୟା ଅଟେ।  Litu Baisakh ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯଇଛି ଯେ, […]

Continue Reading

କ’ଣ ଫୋଟୋରେ ଥିବା ପୁସ୍ତକଟି ହେଉଛି କୁରାନ ଯାହା ସମୁଦ୍ରତଳୁ ମିଳିଥିଲା? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ପୁସ୍ତକର ଫୋଟୋ ଭାଇରାଲ ହେଉଛି। ଏହି ଫୋଟୋ ପୋଷ୍ଟ କରି ଦାବି କରା ଯାଇଛି ଯେ ଏହି ପୁସ୍ତକଟି ହେଉଛି ମୁସଲମାନଙ୍କର ପବିତ୍ର ଗ୍ରନ୍ଥ ଯାହା ଅନେକ ବର୍ଷ ଧରି ସମୁଦ୍ରର ଗଭୀରତାରୁ ମିଳିଛି। ଏହା ଅନେକ ବର୍ଷ ଧରି ପାଣିରେ ରହି ଆସିଛି କିନ୍ତୁ ଅକ୍ଷୁର୍ଣ୍ଣ ରହିଛି।  ଏହି ପୋଷ୍ଟକୁ ଯାଞ୍ଚ କରିବା ପାଇଁ ଆମକୁ ଆମ ୱ୍ହାଟ୍ସ ଅପ୍ ନମ୍ବର ୯୦୪୯୦୫୩୭୭୦ ରେ ଅନୁରୋଧ ଆସିଥିଳୀ।   ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ […]

Continue Reading

ରକେଟ୍ ଲଞ୍ଚ ଭିଡିଓକୁ ଚୀନ୍ ଦ୍ୱାରା ନିର୍ମିତ କୃତ୍ରିମ ସୂର୍ଯ୍ୟ ନିର୍ମିତ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି ।

ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି କରାଯାଉଛି ଯେ, ଚୀନ୍ କୃତ୍ରିମ ସୂର୍ଯ୍ୟ ସୃଷ୍ଟି କରିଛି। ଇଣ୍ଟରନେଟରେ ଭାଇରାଲ ଭିଡିଓରେ  ଆକାଶରେ ଦେଖାଯାଉଥିବା ଉଜ୍ଜ୍ୱଳ ଜିନିଷ ହେଉଛି ଚୀନ୍ ଦ୍ୱାରା ନିର୍ମିତ ସୂର୍ଯ୍ୟ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। ଭାଇରାଲ ହେଉଥିବା ପୋଷ୍ଟରେ ଲେଖାଅଛି, ଚାଇନାରେ ନକଲି ସୂର୍ଯ୍ୟ ଲଞ୍ଜ କଲା। ଏହି ଭିଡିଓ ଆମକୁ ହ୍ୱାଟ୍ସଅପରେ ସେୟାର କରାଯାଇଥିଲା। ଆମ ଅନୁସନ୍ଧାନ ପୂର୍ବରୁ […]

Continue Reading

କ’ଣ ଭାଇରାଲ ଫୋଟୋ ୨୦୨୩ ରେ ଗୋରଖପୁରେ ନିର୍ମାଣ ହେବାକୁ ଯାଉଥିବା ବିଶ୍ଵର ସବୁଠାରୁ ଲମ୍ବା ଏଲପିଜି ପାଇପ୍ ଲାଇନକୁ ଦର୍ଶାଉଛି? ଜାଣନ୍ତୁ ସତ୍ୟ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ଵପ୍ନର ପ୍ରକଳ୍ପ କାଣ୍ଡଲା-ଗୋରଖପୁର ଏଲପିଜି ପାଇପ୍ ଲାଇନର ନିର୍ମାଣର କାର୍ଯ୍ୟକୁ କେନ୍ଦ୍ର ସରକାର ଅନୁମୋଦନ କରିଛି। ପାଇପ୍ ଲାଇନ୍ କାର୍ଯ୍ୟକାରିତାକୁ ଦର୍ଶାଉଥିବା ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କିନ୍ତୁ କ’ଣ ଏହି ଫୋଟୋ କନ୍ଦଳା-ଗୋରଖପୁର ଏଲପିଜି ପାଇପ୍ ଲାଇନର ଦୃଶ୍ୟ ଅଟେ? ଏହି ଫୋଟୋର ଯାଞ୍ଚ କରିବା ପାଇଁ ଆମକୁ ଆମ ୱ୍ହାଟ୍ସ ଅପ୍ ନମ୍ବର (୯୦୪୯୦୫୩୭୭୦) ରେ ଅନୁରୋଧ ଆସିଥିଲା।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ […]

Continue Reading

ପ୍ରଧାନମନ୍ତ୍ରୀ ମୋଦି ହାଇଦ୍ରାବାଦର ଆସାଦୁଦ୍ଦିନ ଓୱାଇସିଙ୍କ ଘର ପାଖରେ ଦେଶର ସବୁଠାରୁ ବଡ଼ ହିନ୍ଦୁ ମନ୍ଦିର ନିର୍ମାଣ କରିଛନ୍ତି ?

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି , ଯେଉଁଥିରେ  ରିପୋର୍ଟରେ ଦର୍ଶାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ହାଇଦ୍ରାବାଦର ଆସାଦୁଦ୍ଦିନ ଓୱାଇସିଙ୍କ ଘର ପାଖରେ  ‘ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି’ ନାମରେ ଜଣାଶୁଣା ସେଣ୍ଟ ରାମାନୁଜା ଚାରିଆଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ଏହି ପୋଷ୍ଟରେ ମୂର୍ତ୍ତିର ବିଶେଷତା ବିଷୟରେ ବିସ୍ତୃତ ବିବରଣୀ ଦିଆଯାଇଛି ଏବଂ ମୂର୍ତ୍ତିର ଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇଛି।  ୟୁପି ନିର୍ବାଚନ ପ୍ରସଙ୍ଗରେ ଏହି ଖବର ସେୟାର କରାଯାଉଛି। […]

Continue Reading

କ’ଣ ସ୍ଵାମୀ ପ୍ରସାଦ ମୌର୍ୟାଙ୍କ ଏହି ଫୋଟୋ ସମ୍ପ୍ରତି ସମୟରେ ବିଜେପି ଦଳ ଛାଡିବା ପର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ଆସନ୍ତା ମାସ ଉତ୍ତରପ୍ରଦେଶ ନିର୍ବାଚନ ହେବାକୁ ଥିବା ସମୟରେ ଏହା ନେଇ ସୋସିଆଲ ମିଡିଆରେ ବିଭିନ୍ନ ଚର୍ଚ୍ଚା ଜୋର ଧରିଛି। ଲୋକମାନେ ସମର୍ଥନ କରୁଥିବା ନିଜ ଦଳ ବିଷୟ ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ କରୁଛନ୍ତି।  କିଛି ଦିନ ପୂର୍ବରୁ ବିଜେପି ନେତା ସ୍ଵାମୀ ପ୍ରସାଦ ମୌର୍ୟା ଦଳ ଛାଡି ସମାଜବାଦି ପାର୍ଟିରେ ନିଜ ଯୋଗଦାନ ଦେଇଛନ୍ତି। ଏହା ନେଇ ବିଜେପି ସମର୍ଥକ ମାନେ ତାଙ୍କ ନିନ୍ଦା କରୁଛନ୍ତି। ସମାନ ବିଷୟ ନେଇ ସୋସିଆଲ ମିଡିଆରେ […]

Continue Reading

ବିହାରରେ ଛୁରୀରେ ଝିଅକୁ ଆଘାତ କରିଥିବା ଘଟଣା ‘ଲଭ ଜିହାଦ’ର ମାମଲା ଅଟେ ?

ରାସ୍ତାର ମଝିରେ ଜଣେ ଝିଅ ଉପରେ ହୋଇଥିବା ଆକ୍ରମଣର ସିସିଟିଭି ଫୁଟେଜ୍ ସୋସିଆଲ ମିଡିଆରେ ସେୟାର କରି ଦାବି କରାଯାଉଛି ଯେ ଅଷ୍ଟମ ଶ୍ରେଣୀର ଛାତ୍ରି ‘ଲଭ ଜିହାଦ୍’କୁ ବିରୋଧ କରିବାରୁ ଜଣେ ମୁସଲମାନ ବାଳକ ତାଙ୍କୁ ଛୁରୀରେ ଆଘାତ ଦେଇ ଆହତ କରିଛି। ଭିଡିଓରେ ଝିଅକୁ ପିଲାଟି ଗୋଡ଼ାଇ ଗୋଡ଼ାଇ ମାରୁଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଉଛି ଯେ, ଭିଡିଓରେ ଝିଅକୁ ମାରୁଥିବା ପିଲା ମୁସ୍ଲିମ ଥିବା ବେଳେ ଝିଅଟି ହିନ୍ଦୁ ଅଟେ। ଆମ ଅନୁସନ୍ଧାନରେ […]

Continue Reading

କ’ଣ କରୋନା ଟୀକା ମଣିଷଙ୍କୁ ନପୁଂଶକ କରି ଥାଏ କିମ୍ବା ଏହା ଦ୍ଵାରା ଜୀବନକୁ ବିପଦ ଆସି ଥାଏ? ଜାଣନ୍ତୁ ସତ୍ୟ।

କୋଭିଡର ପ୍ରଥମ ଲହର ସମୟରେ ଯେତେବେଳେ ଟୀକାର ଉତ୍ପାଦନ କରା ଯାଇଥିଲା, ସେହି ସମୟରୁ ଟୀକା ଗୁଡିକ ବିଷୟରେ ଅନେକ ମିଥ୍ୟା ଦାବି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଥିଲା। ଏହି ଦାବି ଗୁଡିକ ମୁଖ୍ୟ କାରଣ ଥିଲା ଯେଉଁଥିପାଇଁ ଲୋକମାନେ ଟୀକା ନେବାକୁ ଦ୍ଵିଧାରେ ପଡିଥିଲେ। ବର୍ତ୍ତମାନ ଯେହେତୁ ଆମେ କୋଭିଡର ତୃତୀୟ ଲହର ସମ୍ମୁଖୀନ ହେଉଛୁ ଏବଂ ଓମିକ୍ରନ୍ ଭାରିଆଣ୍ଟର ବିପଦ ଆମ ଦ୍ଵାରରେ ଅଛି, କୋଭିଡ ଟୀକା ବିଷୟରେ ସମାନ ମିଥ୍ୟା […]

Continue Reading

କ’ଣ ଆମ୍ବୁଲାନ୍ସରେ ହନୁମାନଙ୍କର ଫୋଟୋ ଥିବାରୁ କେରଲର ଜଣେ ମୁସଲିମ ଦମ୍ପତି ସେଥିରେ ବସିବା ପାଇଁ ଅସ୍ଵୀକାର କରିଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଏକ ଆମ୍ବୁଲାନ୍ସ ଚିଡ଼ା ହୋଇଥିବା ଜଣା ପଡୁଛି। ଏହା ସହିତ ତାହା ଆଖପାଖରେ କିଛି ସ୍ୱାସ୍ଥ୍ୟକର୍ମୀ ମଧ୍ୟ ଅଛନ୍ତି। ଏହି ଫୋଟୋ ସେଯାର କରି ଦାବି କରା ଯାଉଛି ଯେ ଫୋଟୋଟି କେରଳର ଅଟେ ଯେଉଁଠାରେ ଏକ ମୁସଲିମ ଦମ୍ପତି ଆମ୍ବୁଲାନ୍ସରେ ବସିବା ପାଇଁ ଅସ୍ଵୀକାର କରିଥିଲେ କାରଣ ଆମ୍ବୁଲାନ୍ସର କାଚରେ ହନୁମାନଙ୍କର ଷ୍ଟିକର ଲାଗିଥିଲା।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ […]

Continue Reading

ବର୍ତ୍ତମାନ ମୋଦି କାସୀ ବିଶ୍ୱନାଥ ଆସିବେ ବୋଲି ବିଜେପି କର୍ମି ମହିଳାଙ୍କୁ ରାଲିରେ ସ୍ଲୋଗାନ ଦେବା ପାଇଁ ଡାକି ତାଙ୍କୁ 400 ଟଙ୍କା ନ ଦେବାରୁ ସେ କାନ୍ଦୁଥିଲେ ?

2022 ର ଉତ୍ତରପ୍ରଦେଶ ନିର୍ବାଚନର ନେତୃତ୍ୱ ମଧ୍ୟରେ ରାଜନୈତିକ ଦଳ ସୋସିଆଲ ମିଡିଆରେ ନିଜର ଅଭିଯାନ ଆରମ୍ଭ କରିଛନ୍ତି, ଯେଉଁଥିରେ ଅନେକ ଭୁଲ ତଥ୍ୟ ମଧ୍ୟ ଅଲଗା ଅଲଗା ଦାବିରେ ସେୟାର ହେବାରେ ଲାଗିଛି। ସୋସିଆଲ ମିଡିଆରେ ଜଣେ ମହିଳାର କାନ୍ଧୁଥିବାର ଭିଡିଓ ଭାଇରାଲ ହେଉଚି। ଭିଡିଓରେ ମହିଳା ଜଣକ ମୋଦିଙ୍କୁ ଆକ୍ଷେପ କରି କହୁଥିବାର ଦେଖାଯାଉଛନ୍ତି। ଭିଡିଓରେ ମହିଳା ଜଣକ ଦାବି କରିଛନ୍ତି ଯେ  ବର୍ତ୍ତମାନ ମୋଦିଙ୍କ କାଶୀ ବିଶ୍ୱନାଥ  ଗ୍ରସ୍ତ ସମୟରେ ତାଙ୍କୁ ବିଜେପି […]

Continue Reading

ଭାଇରାଲ ହେଇଥିବା ଉଭୟ ଫଟୋ CRPF ଜବାନଙ୍କର ଅଟେ ଯାହା 2011ରୁ 2022 ମଧ୍ୟରେ ପରିବର୍ତ୍ତନ ହୋଇଛି ?

 ନୂଆ ବର୍ଷର ପ୍ରଥମ ଦିନରେ ସୋସିଆଲ ମିଡିଆରେ ଏନେକ ପୋଷ୍ଟ ଅଲଗା ଅଲଗା ଦାବିରେ ଭାଇରାଲ ହେବାରେ ଲାଗିଛି। 1 ଜାନୁଆରୀ 2022 ରୁ ଅନେକ ଭାଇରାଲ୍ ଟ୍ୱିଟ୍ ଦାବି କରିଛି ଯେ ଗତ ଦଶନ୍ଧି ମଧ୍ୟରେ ଭାରତର ସର୍ବବୃହତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ଫୋର୍ସ – CRPF ଏକ ଗିଅର୍ ଅପଗ୍ରେଡ୍ କରିଛି। CRPF ଜବାନ 2011 Vs CRPF ଜବାନ 2022 ମଧ୍ୟରେ  ବୁଦ୍ଧିମାନ ଭାରତ ବାଛନ୍ତୁ। ଭାଇରାଲ ଫଟୋ ଦୁଇଟି CRPF କର୍ମଚାରୀଙ୍କ […]

Continue Reading

କ’ଣ ଏହି ଫୋଟୋ ମଡେଲ୍ ନ୍ୟାକିମ୍ ଗେତ୍ୱେକଙ୍କର ଯିଏ ବିଶ୍ଵର ସବୁଠାରୁ କଳା ମହିଳା ହେତୁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଜିତିଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଫୋଟୋ ଭାଇରାଲ ହେଉଛି। ସେହି ମହିଳାଙ୍କ ବିଷୟରେ ଦାବି କରି କୁହା ଯାଇଛି ଯେ ସେ ହେଉଛନ୍ତି ଜଣେ ୨୭ ବର୍ଷୀୟ ଦକ୍ଷିଣ ସୁଦାନ ଦେଶର ଏକ ମଡେଲ୍ ନ୍ୟାକିମ୍ ଗେତ୍ୱେକ୍ ଯିଏ ନିଜ ଚର୍ମ ରଙ୍ଗ ନେଇ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଜିତିଛନ୍ତି। ନ୍ୟାକିମଙ୍କୁ ଅନ୍ଧକାରର ରାଣୀ ବୋଲି ମଧ୍ୟ ନାମିତ କରା ଯାଇଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | […]

Continue Reading

କ’ଣ ଓଡ଼ିଶା ସରକାର ଦ୍ଵାରା ୭୮.୭୭ ଲକ୍ଷ ଟଙ୍କା ସାହାଯ୍ୟତା ପାଇବା ପରେ ମିଶନାରିସ୍ ଅଫ୍ ଚ୍ୟାରୀଟି ଏହି ପରି କାର୍ଯ୍ୟକ୍ରମ କରୁଛି? ଜାଣନ୍ତୁ ସତ୍ୟ।

ଗତ ମାସ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନେର୍ଜି କେନ୍ଦ୍ର ସରକାର ଉପରେ ଅଭିଯୋଗ ଲଗାଇ ଥିଲେ ଯେ କେନ୍ଦ୍ର ସରକାର ମଦର ଟେରେସାଙ୍କ ସଂସ୍ଥା ମିଶନାରୀସ୍ ଅଫ୍ ଚାରିଟିର ବ୍ଯାଙ୍କ ଖାତା ବନ୍ଦ କରିଛନ୍ତି। ଏହି ଅଭିଯୋଗ ଦେଖି କେନ୍ଦ୍ର ସରକାର ସ୍ପଷ୍ଟ କରିଥିଲା ଯେ ସେ ମିଶନାରୀସ୍ ଅଫ୍ ଚାରିଟିର ବ୍ୟାଙ୍କ ଖାତା ବନ୍ଦ କରି ନାହାନ୍ତି, କେବଳ ବିଦେଶରୁ ଆସୁଥିବା ଏଫସିଆରଏ ପଞ୍ଜୀକରଣର ନବୀକରଣକୁ ଅନୁମତି ଦେଇ ନାହିଁ। ଏହା ନେଇ ମିଶନାରୀସ୍ […]

Continue Reading

କ’ଣ ଭାଇରାଲ ଭିଡିଓରେ ନବୀନ ପଟ୍ଟନାୟକ ରାଜ୍ୟ ବାସୀଙ୍କୁ ଭଲରେ ଖାଇବାକୁ ନା ରହିବାକୁଦେବେନି ବୋଲି କହୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ନବୀନ ପଟ୍ଟନାୟକଙ୍କୁ ନେଇ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ତାଙ୍କୁ କହୁଥିବା ଶୁଣିବାକୁ ମିଳିଛି ଯେ ସେ ରାଜ୍ୟ ବାସୀଙ୍କୁ ଭଲରେ ଖାଇବାକୁ ଏବଂ ରହିବାକୁ ଦେବେନି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏପରି କହୁଥିବା ଏକ ସନ୍ଦେହଜନକ ଘଟଣା ଅଟେ। ଶେଠୀ ପାଇଁ ଆମେ ଅନୁସନ୍ଧାନ କରି ଏହି ଭିଡିଓ ବିଷୟରେ ତଥ୍ୟ ଏକତ୍ର କରିଲୁ।  ଅନୁସନ୍ଧାନ ପରେ ଫ୍ୟାକ୍ଟ କୃସେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ କୁହା ଯାଇଛି […]

Continue Reading

ଟିପ୍ ଟିପ୍ ବର୍ଷା ପାନି ଗୀତରେ ନାଚୁଛନ୍ତି ପାକିସ୍ତାନ ସାଂସଦ ?

ସୋସିାଲ ମିଡିଆରେ ଏକ ଭିଡିଓ ଅଧିକ ମାତ୍ରାରେ ସେୟାର ହେବାରେ ଲାଗିଛି। ପୋଷ୍ଟରେ ଦାବି କରାଯାଇଛି ଯେ,  ପାକିସ୍ତାନର ନ୍ୟାସନାଲ ଆସେମ୍ବଲିର ସଦସ୍ୟ ଆମିର ଲିଆକୁଟ ହୁସେନ୍‌ଙ୍କୁ 2021ର ହିଟ୍‌ ବଲିଉଡ ଗୀତ ଟିପ ଟିପ ବର୍ଷା ପାନିରେ ନାଚୁଥିବାର ଦାବି କରାଯାଉଛି।  ଟ୍ୱିଟର ଏବଂ ଫେସବୁକରେ ହଜାର ହଜାର ୟୁଜର୍ସ ଏହାକୁ ଏହି ଦାବିରେ ଭାଇରାଲ କରୁଛନ୍ତି।  ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  ଓଡ଼ିଆ prameya ନ୍ୟୁଜ ଚ୍ୟାନଲରେ […]

Continue Reading

କ’ଣ ଓଡିଶା ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କୁ ଲଦାଖର ଉପରାଜ୍ୟପାଳ ପଦବୀରେ ନିଯୁକ୍ତି କରା ଯାଇଛି? ଜାଣନ୍ତୁ ସତ୍ୟ।

ଓଡ଼ିଶାରେ ପ୍ରକାଶ ମିଶ୍ରଙ୍କ ନାମ ବହୁତ ପ୍ରସିଦ୍ଧ। ସେ ଜଣେ ଆଇପିଏସ ଅଧିକାରୀ ଥିଲେ ଏବଂ ୨୦୧୨ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ଓଡ଼ିଶାର ଡିଜିପି ପଦବୀରେ ସେବା କରିଥିଲେ। ଏହା ପରେ ସେ ବିଜେପି ଦଳରେ ସାମିଲ ହୋଇଥିଲେ। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ପ୍ରକାଶ ମିଶ୍ରଙ୍କୁ ଲଦାଖର ଉପରାଜ୍ୟପାଳ ପଦବୀରେ ନିଯୁକ୍ତି କରା ଯାଇଛି।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ […]

Continue Reading

କ’ଣ କୋଭିଡ ପଜିଟିଭ୍ ଥିବା ୧୨୫ ଜଣ ଯାତ୍ରୀ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରିଥିଲେ? ଜାଣନ୍ତୁ ସତ୍ୟ।

ନୂଆ ବର୍ଷ ଆରମ୍ଭ ହେଉ ହେଉ ଦେଶରେ କୋଭିଡ ମଧ୍ୟ ବିସ୍ତାର ହେବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଢି ଚାଲିଥିବାରୁ ଏହା ଏକ ଚିନ୍ତାର ବିଷୟ ପାଲଟିଛି। ସରକାର ସମସ୍ତ ବିମାନ ବନ୍ଦରରେ ମଧ୍ୟ କୋଭିଡ ପରୀକ୍ଷା ନିୟମ ଲାଗୁ କରିଛନ୍ତି। ଏହା ମଧ୍ୟରେ ଏକ ଖବର ସାମନାକୁ ଆସିଛି ଯେ ପଞ୍ଜାବରେ ବିଦେଶରୁ ଫେରିଥିବା ୧୨୫ ଯାତ୍ରୀଙ୍କ କୋଭିଡ ପଜିଟିଭ୍ ହେଇଥବା ମିଳିଛି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଖବର […]

Continue Reading

କ’ଣ ସମ୍ବିତ ପାତ୍ର ଟୁଇଟ ମାଧ୍ୟମରେ କହିଛନ୍ତି ଯେ ନରେନ୍ଦ୍ର ମୋଦୀଙ୍କ ପିତା ନିଜ ଶେଷ ସମୟ ପର୍ଯ୍ୟନ୍ତ ଅବିବାହିତ ରହିଥିଲେ? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ତେଲ ଏବଂ ପ୍ରାକୃତିକ ଗ୍ଯାସ ନିଗମ ଲିମିଟେଡ୍ ଅଧ୍ୟକ୍ଷ ସମ୍ବିତ ପାତ୍ରଙ୍କ ଏକ ଟୁଇଟ ଭାଇରାଲ ହେଉଛି। ଦେଖିବାକୁ ଗଲେ ଜଣା ପଡିଛି ଯେ ଏହା ଏକ ପୁରୁଣା ଟୁଇଟର ସ୍କ୍ରିନଶଟ୍ ଅଟେ। ଏହି ଟୁଇଟରେ କୁହା ଯାଇଛି ଯେ “ମୋଦୀଜି ଦେଶ ପାଇଁ ନିଜ ପରିବାରକୁ ଛାଡିଛନ୍ତି ଏବଂ ମୋଦୀଜିଙ୍କ ଦାଦାଜି ଦେଶ ପାଇଁ ନିଜ ଅନ୍ତିମ ଦିନ ପର୍ଯ୍ୟନ୍ତ ଅବିବାହିତ ରହିଥିଲେ।” ଏହା ସହିତ ପୋଷ୍ଟରେ କୁହା ଯାଇଛି ଯେ “ମୁଁ […]

Continue Reading

ମଧ୍ୟପ୍ରଦେଶରେ ମହିଳାମାନଙ୍କ ପାଇଁ ଅଲଗା ମଦ ଦୋକାନ ଖୋଲିବ ସରକାର ?

ସୋସିଆଲ ମିଡିଆରେ ଏକ ଖବର କାଗଜର ପୋଷ୍ଟର ଭାଇରାଲ ହେବାରେ ଲାଗିଛି। ପୋଷ୍ଟରେ ଲେଖାଯାଇଛି ଯେ, ମଧ୍ୟପ୍ରଦେଶରେ ମହିଳାମାନଙ୍କ ପାଇଁ ଅଲଗା ମଦ ଦୋକାନ ଖୋଲିବ ସରକାର। ଭୋପାଲ, ଇନ୍ଦୋର, ଜବଲପୁରରୁ ହବ ଆରମ୍ଭ। ଆଣ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 30 ଡିସେମ୍ବରରେ Mardaraj Debabrata MD Lipu ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ନାରୀ ଶକ୍ତି ର ଉନ୍ନତି […]

Continue Reading

କ’ଣ ବିମାନ ବନ୍ଦରରେ ଜନଗହଳି ମଧ୍ୟରେ ପରିସ୍ରା କରୁଥିବା ବ୍ୟକ୍ତି ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଅଟନ୍ତି? ଜାଣନ୍ତୁ ସତ୍ୟ।

ଗତ ବର୍ଷ ଅକ୍ଟୋବର ମାସରେ ପ୍ରସିଦ୍ଧ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯନ ଖାନ ଡ୍ରଗ୍ସ ମାମଲାରେ ଖୁବ୍ ଚର୍ଚ୍ଚାର ଥିଲେ। ସେ ନିଜ ସାଥି ମାନଙ୍କ ସହିତ ପାର୍ଟି କରୁଥିବା ସମୟରେ ପୋଲିସ ତାଙ୍କୁ ଗିରଫ କରିଥିଲା। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ଯେଉଁଥିରେ ଜଣେ ବ୍ୟକ୍ତି ବିମାନ ବନ୍ଦରରେ ଜଣଗହଳି ମଧ୍ୟରେ ସମସ୍ତଙ୍କ ସାମନାରେ ପରିସ୍ରା କରୁଛନ୍ତି। ଏହି ଭିଡିଓ ସେୟାର କରି କୁହା ଯାଇଛି […]

Continue Reading

କ’ଣ ଭିଡିଓରେ ସତସଙ୍ଗ କରୁଥିବା ମହିଳା ପ୍ରସିଦ୍ଧ ଗାୟକ ମହମ୍ମଦ ରଫିଙ୍କର ନାତୁଣୀ ଅଟନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ସତସଙ୍ଗ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସେୟାର କରି କୁହା ଯାଇଛି ଯେ ଭିଡିଓରେ ସତସଙ୍ଗ କରୁଥିବା ମହିଳା ପ୍ରସିଦ୍ଧ ଗାୟକ ମହମ୍ମଦ ରଫିଙ୍କର ନାତୁଣୀ ଅଟନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋକୁ ଏହି ଦାବି ବିଷୟରେ ଅନୁସନ୍ଧାନ କରିବାର ଅନୁରୋଧ ୱ୍ହାଟ୍ସ ଅପ୍ ଫ୍ୟାକ୍ଟ ଲାଇନ୍ ନମ୍ବର ୯୦୪୯୦୫୩୭୭୦ ରେ ଆସିଥିଲା।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]

Continue Reading

ତିରୁପତି ମନ୍ଦିର ଦାନ ସୁନା ଅଳଙ୍କାର ମନ୍ଦିର ପୂଜକ ବାସଭବନରୁ ଜବତ ହୋଇଥିବା ଭିଡିଓ ?

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ  ଏକ ଟେବୁଲରେ ବହୁ ସଂଖ୍ୟକ ସୁନା ଅଳଙ୍କାର ପଢ଼ିଥିବାର ଦେଖିଯାଉଚି।  ଏଥିରେ ଆପଣ ପୋଲିସ ଏବଂ ଅନ୍ୟ କିଛି ଲୋକଙ୍କୁ ମଧ୍ୟ ଦେଖିପାରିବେ। ଭିଡିଓରେ ଦାବି କରାଯାଉଛି ଯେ, ଏହା ସହିତ ତିରୁପତି ବାଲାଜୀ ମନ୍ଦିରର ଟ୍ରଷ୍ଟି ଜେ ଶେଖର ରେଡ୍ଡିଙ୍କ ଘରୁ ଆୟକର ବିଭାଗ  ଛାପା ମାରି 37 କୋଟି ଟଙ୍କା ଏବଂ 106 କିଲୋଗ୍ରାମ ସୁନା ଜବତ କରିଛି। ଆମ ଅନୁସନ୍ଧାନରେ ଭାଇରାଲ […]

Continue Reading

ପଶ୍ଚିମବଙ୍ଗରେ ଜଣେ ହିନ୍ଦୁ ମହିଳାଙ୍କୁ ଜବରଦସ୍ତ ରୂପାନ୍ତରିତ କରାଯାଉଛି ?

ପଶ୍ଚିମବଙ୍ଗରେ ଜଣେ ହିନ୍ଦୁ ମହିଳାଙ୍କୁ ଜବରଦସ୍ତ ରୂପାନ୍ତରିତ କରାଯିବାର ଏକ ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହୋଇଛି। ଭିଡିଓରେ ମହିଳାକୁ ମୁସ୍ଲିମ ମନ୍ତ୍ର କହୁଥିବାର ଦେଖାଯାଉଛି। ଏବଂ ମହିଳା ସହ ଜବରଦସ୍ତ କରୁଥିବାର ଦେଖାଯାଉଛି।  ଭିଡିଓରେ, ଆମେ ଦେଖୁ ଜଣେ ମହିଳା ବନ୍ଧା ହୋଇ ତା’ପରେ ଇସଲାମୀୟ ରୀତିନୀତି କରୁଛନ୍ତି। ଭିଡିଓର ଶୀର୍ଷରେ ଇଂରାଜୀରେ ଲେଖାଯାଇଥିବା ପାଠ ଅନୁଯାୟୀ ଏହି ମହିଳା ବଙ୍ଗଳାର ଜଣେ ହିନ୍ଦୁ ମହିଳା। ପୋଷ୍ଟ ଯୁକ୍ତି କରେ ଯେ ଏଗୁଡ଼ିକ ହେଉଛି ସେମାନଙ୍କର […]

Continue Reading

ନେପାଳର 2020 ଭିଡିଓକୁ ବୌଦ୍ଧରେ ତୁହାକୁ ତୁହା କୁଆପଥର ବର୍ଷା ଦାବିରେ ଭାଇରାଲ ହେଉଛି।

ବୌଦ୍ଧରେ କୁଆ ପଥର ବର୍ଷା ହୋଇଥିବାର ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ବେଳେ । ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଡୋରଦାର କୁଆ ପଥର ବର୍ଷା ହେଉଥିବାର ଦେଖାଯାଉଛି। ଭିଡିଓରେ ଦାବି କରାଯାଉଛି ଯେ, ବୌଦ୍ଧରେ ତୁହାକୁ ତୁହା କୁଆପଥର ବର୍ଷା । ଦେଖନ୍ତୁ ତାଜା ଭିଡିଓ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ବୋଲି ପ୍ରମାଣିତ ହେଲା। ଭାଇରାଲ ଭିଡିଓ ନେପାଳର ଅଟେ। ଏହି ଭିଡିଓକୁ ଦିୱାକର ବାର୍ଟାଲା ନାମକ […]

Continue Reading

କ’ଣ କଂଗ୍ରେସ ନେତା ଦିଗବିଜୟ ସିଂହ କହିଛନ୍ତି ଯେ ଗାଈ ମାଂସ ଖାଇବା ପାପ ନୁହେଁ? ଜାଣନ୍ତୁ ସତ୍ୟ।

କଂଗ୍ରେସ ନେତା ଦିଗବିଜୟ ସିଂହ ପୁଣି ଥରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଆସିଛନ୍ତି। ଏକ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ କଂଗ୍ରେସ ନେତା ଦିଗବିଜୟ ସିଂହ ଗାଈ ମାଂସ ଖାଇବା ପାପ ନୁହେଁ ବୋଲି କହିଛନ୍ତି।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଦାବିକୁ ପ୍ରସଙ୍ଗ ବାହାରେ ଭାଇରାଲ ହେଉଥିବା ପାଇଲା। ତେବେ ଆସନ୍ତୁ ଜାଣିବା ସତ୍ୟ କଥା ଟି କଣ।  କ’ଣ ଦାବି କରା ଯାଇଛି ଏହି […]

Continue Reading

ଫାରୁକ୍ ଅବଦୁଲ୍ଲାଙ୍କର ଭଜନ ଗାଇବାର 2009 ପୁରୁଣା ଭିଡିଓକୁ ଧାରା 370 ସହିତ ଲିଙ୍କ୍ କରି ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ  ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଏକ ଭଜନ ଗାନ କରୁଥିବା ଦେଖିବାକୁ ମିଳୁଛି। ଜାମ୍ମୁ କାଶ୍ମୀରରୁ ଧାରା 370 ରଦ୍ଦ ହେବା ପରେ ଫାରୁକ୍ ଅବଦୁଲ୍ଲାରେ ଏହି ପରିବର୍ତ୍ତନ ଘଟିଥିବାର ଦାବି ସହିତ ଏକ ଭିଡିଓ ଭାଇରାଲ ହେଉଛି। ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ବାସ୍ତବରେ ଫାରୁକ୍ ଅବଦୁଲ୍ଲାଙ୍କର ଭାଇରାଲ୍ ଭିଡିଓ ବହୁତ ପୁରୁଣା।  ଜାମ୍ମୁ କାଶ୍ମୀରରୁ ଧାରା 370 ରଦ୍ଦ […]

Continue Reading

ବିଜେପି ନେତାଙ୍କ ସମର୍ଥକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷର ଭିଡିଓକୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଉତ୍ତପ୍ତ ପରିବେଶରେ ଉତ୍ତର ପ୍ରଦେଶର ଲୋକମାନେ ବିଜେପି ନେତାଙ୍କ ଗାଡି ଭାଙ୍ଗିଥିବାର ବିରୋଧ ପ୍ରଦର୍ଶନ କରୁଥିବା ଦାବିରେ ଏକ ଭିଡିଓ ସେୟାର କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। ଭିଡିଓରେ ଦେଖାଯାଇଥିବା ସଂଘର୍ଷ ଦୁଇ ବିଜେପି ନେତାଙ୍କ ସମର୍ଥକଙ୍କ ମଧ୍ୟରେ ଚାଲିଛି। ସାଧାରଣ ଲୋକଙ୍କ ଦ୍ୱାରା ସେମାନଙ୍କ ଗାଡି ଉପରେ ଆକ୍ରମଣ କରାଯାଇ ନଥିଲା। Odisha Youth Congress ନାମକ ଏକ ଫେସବୁକ ପେଜରେ ଭାଇରାଲ […]

Continue Reading

କ’ଣ ଶିଶୁ ଅପହରଣର ଏହି ଭିଡିଓ ପ୍ରକୃତର ଘଟଣା ଅଟେ? କ’ଣ ସତ୍ୟତା ଏହି ଭିଡିଓର?

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ଯେଉଛି ଯେଉଁଥିରେ କିଛି ଗ୍ରାମବାସୀ ଏକ ଅଜ୍ଞାନ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରୁଛନ୍ତି। ସେହି ଅଜ୍ଞାନ୍ତ ବ୍ୟକ୍ତିଙ୍କ ହାତରେ ଗୋଟିଏ ସୁଟକେସ୍ ମଧ୍ୟ ଅଛି। ଗ୍ରାମବାସୀ ଅଭିଯୋଗ ଲଗାଉଛନ୍ତି ଯେ ସେହି ସୁଟକେସ୍ ରେ ଏକ ଶିଶୁକୁ ଅପହରଣ କରି ନେଇ ଯାଉଛି। କିଛି ସମୟ ପରେ ଗ୍ରାମବାସୀ ସୁଟକେସ୍ ଖୋଲିଲା ପରେ ତାହା ଭିତରୁ ଏକ ନାବାଳିକ ଝିଅ ମିଳିଲା। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରିଛନ୍ତି ଯେ […]

Continue Reading