ଇଣ୍ଡୋନେସିଆରେ ବ୍ରିଜ ଭୁଶୁଡ଼ିବା ଭିଡିଓକୁ ଆସାମର କହି ଭାଇରାଲ କରା ଯାଉହୋଇଛି ।

ଆସାମରେ ପ୍ରବଳ ବନ୍ୟାରେ 4 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି, ମୌସୁମୀ ପୂର୍ବ ବର୍ଷା ଯୋଗୁଁ ପରିସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ଅଧିକାରୀମାନେ ଚେତାବନୀ ଦେଇଛନ୍ତି। ଏହା ମଧ୍ୟରେ ବର୍ଷା ହେତୁ ଆସାମରେ ଏକ ବ୍ରିଜ ଭୁଶୁଡ଼ି ପଡ଼ିଥିବାର ଭିଡିଓରେ ସୋସିଆଲ ମିଡିଆରେ ଏକ ବ୍ରିଜ ଭୁଶୁଡ଼ିବାର ଏକ ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ରୁପରେ ଭାଇରାଲ ହେଉଛି।  ଭାଇରାଲ ଭିଡିଓ ଆମକୁ ହ୍ୱାଟ୍ସ ଆପରେ ସେୟାର କରାଯାଇ ଲେଖା ଯାଇଛି ଯେ, ଲଗାତାର […]

Continue Reading

ୟାସିନ ମଲିକଙ୍କ ପତ୍ନୀ କାନ୍ଦିବାର ପୁରୁଣା ଭିଡିଓକୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

କିଛି ଦିନ ପୁର୍ବରୁ ଆତଙ୍କବାଦୀ ପାଣ୍ଠିରେ ଦୋଷୀ ସାବ୍ୟସ୍ତ କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଯାହା ପରେ ଅନେକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏହି ସମୟରେ ସୋସିଆଲ ପ୍ଲାଟଫର୍ମରେ ତାଙ୍କ ପତ୍ନୀ ମୁଶଲ ମଲିକଙ୍କ ଏକ ଭିଡିଓ ସେୟାର କରାଯାଉଛି। ଏଥିରେ ଆପଣ ତାଙ୍କ ପତ୍ନୀ କାନ୍ଦୁଥିବା ଦେଖିପାରିବେ। ଭିଡିଓ ସହିତ ଦାବି କରାଯାଇଛି ଯେ,  ତାଙ୍କ ସ୍ୱାମୀ ଆଜିବନ କାରାଦଣ୍ଡ  ପାଇବା ମାତ୍ରେ ସେ କାନ୍ଦିବା […]

Continue Reading

କ’ଣ ଭିଡିଓରେ ଆମେରିକା ରଅସ୍ତ୍ରାପତି ଜୋ ବାଇଡେନ୍ ମୋଦୀଙ୍କୁ ଅପମାନ କରୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଆପଣ ମାନେ ପ୍ରଧାନମନ୍ତ୍ରୀ ମୋଦୀ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଅଷ୍ଟ୍ରେଲିଆର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଏନ୍ଥୋନୀ ଏଲ୍ବନିଜଙ୍କୁ ଦେଖି ପାରିବେ। ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ ଜୋ ବାଇଡେନ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଣଦେଖା କରି ତାଙ୍କ ଅପମାନ କରିଛନ୍ତି।   ଭିଡିଓ ଭାଇରାଲ କରି କୁହା ଯାଇଛି ଯେ, “ଜୋ ବାଇଡେନ୍ ଦ୍ଵାରା ପୁଣି ଘୋର ଅପମାନର ଶିକାର […]

Continue Reading

ଭାଇରାଲ ଭିଡିଓ ଓଡ଼ିଶାରେ ଆସିଥିବା ‘ଆସାନି’ ସାଇକ୍ଲୋନର ଅଟେ? 

ମେ 10 ରେ ଆନ୍ଧ୍ରପ୍ରଦେଶ ଏବଂ ଓଡିଶା ଉପରେ ସାଇକ୍ଲୋନିକ୍ ଝଡ ‘ଆସାନି’ର ପ୍ରଭାବ ପୂର୍ବାନୁମାନ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲେ। କିନ୍ତୁ ସାଇକ୍ଲୋନିକ୍ ଆସାନି ଭୟଙ୍କର ହେବା ବଦଳରେ ଏକ ଅବସାଦରେ ଦୁର୍ବଳ ହୋଇଗଲା।  ସୋସିଆଲ ମିଡିଆରେ ଝଡ଼ର ଏକ ଭିଡିଓ ସେୟାର କରି ଦାବି ହେଉଛି ଯେ, ଏହି ଘୂର୍ଣ୍ଣିବଳୟର ଭୟଙ୍କର ଦୃଶ୍ୟ ହେଉଛି ଓଡିଶା ଗୋପାଳପୁରକୁ ଆସୁଥିବା ଏକ ଘୂର୍ଣ୍ଣିବଳୟର। ଏଥିସହିତ ଅନ୍ୟ କିଛି ଉପଭୋକ୍ତା ଦାବି କରୁଛନ୍ତି ଯେ […]

Continue Reading

କ’ଣ କୃଷ୍ଣ ମନ୍ଦିରର ଗୀତା ଉପଦେଶ ସ୍ଥାନରେ ଜବରଦସ୍ତି ମୁସଲିମ ମାନଙ୍କ ମଜାର ସ୍ଥାପନା କରା ଯାଇଛି? ଜାଣନ୍ତୁ ସତ୍ୟ। 

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଆପଣ ମାନେ ଜଣେ ବ୍ୟକ୍ତିଙ୍କୁ କହୁଥିବା ଶୁଣିବାକୁ ପାଇବେ ଯେ ସେ କୁରୁକ୍ଷେତ୍ରର ଏକ ମନ୍ଦିରରେ ଅଛନ୍ତି ଯେଉଁଠାରେ ଭଗବାନ କୃଷ୍ଣ ଅର୍ଜୁନଙ୍କୁ ଗୀତା ଉପଦେଶ ଦେଇଥିଲେ। ଭିଡିଓରେ ସେହି ବ୍ୟକ୍ତି ମନ୍ଦିରର ବିଭିନ୍ନ ସ୍ଥାନ ଦେଖାଇଛନ୍ତି ଏବଂ ସେଠାରେ ଥିବା ଏକ ମଜାର ପରି ଦେଖା ଯାଉଥିବା ଗଠନକୁ ମଧ୍ୟ ଦେଖାଇଛନ୍ତି। ଭିଡିଓ ମାଧ୍ୟମରେ ସେ ଦାବି କରିଛନ୍ତି ଯେ ମନ୍ଦିର ପରିସରରେ ଏକ ମଜାର […]

Continue Reading

ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ପୁରୁଣା ଭାଷଣକୁ ଜ୍ଞାନବାପୀ ମସଜିଦ ବିବାଦ ପ୍ରସଙ୍ଗରେ ଭାଇରାଲ କରା ଯାଉଛି। 

ବାରତାମାନ ଜ୍ଞାନବାପି ମସଜିଦ ବିବାଦ ବିବାଦ ଉପରେ  ଚର୍ଚ୍ଚା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିଛି ଦିନ ପୂର୍ବରୁ ଉତ୍ତରପ୍ରଦେଶର ଜ୍ଞାନବାପି ମସଜିଦରେ ଶିବଲିଙ୍ଗ ମିଳିଥିବା ଦାବି ପରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଦେଖିବାକୁ ମିଳୁଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଏକ ଭାଷଣର ଭିଡିଓ ଭାଇରାଲ ହେଉଛି। ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ ପ୍ରଧାନମନ୍ତ୍ରୀ ଜ୍ଞାନବାପି ମସଜିଦ ବିବାଦ ନେଇ ଲୋକଙ୍କୁ ସମ୍ବୋଧିତ କରୁଛନ୍ତି।  ଫ୍ୟାକ୍ଟ କୃସେଣ୍ଡୋ […]

Continue Reading

ଜ୍ଞାନବାପି ମସଜିଦ ନାମରେ ଭାଇରାଲ ଶିବଲିଙ୍ଗ ପ୍ରକୃତରେ ଓଡ଼ିଶାର ଭସେଣ୍ଡଶ୍ୱର ମନ୍ଦିରର ଅଟେ। 

ବାରାଣାସୀର କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଥିବା ଜ୍ଞାନବାପି ମସଜିଦ ଏକ ଆଇନଗତ ଲଢେଇରେ ଜଡିତ। ଜ୍ଞାନବାପି ମସଜିଦର ଗଠନର ହିନ୍ଦୁ ଉତ୍ପତ୍ତି ଦାବିର ଯାଞ୍ଚ ପାଇଁ ବାରାଣାସୀ କୋର୍ଟ ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ (ASI) କୁ ନିର୍ଦ୍ଦେଶ ଦେଇଛନ୍ତି। ତିନି ଦିନିଆ ଜ୍ଞାନବାପି ମସଜିଦ ସର୍ଭେ ଶେଷ ହେବା ପରେ ହିନ୍ଦୁ ଦଳର ଜଣେ ଓକିଲ ଦାବି କରିଛନ୍ତି ଯେ ମସଜିଦ କମ୍ପ୍ଲେକ୍ସରେ ଥିବା ଏକ ‘ୱାଜୁଖାନା’ କିମ୍ବା ଜଳଭଣ୍ଡାରରେ ଏକ ଶିବଲିଙ୍ଗ ମିଳିଛି। […]

Continue Reading

ବାରାଣାସୀରେ ଜ୍ଞାନବାପି ମସଜିଦ ବିବାଦ ସହିତ ଜୋଡ଼ି ଉଜୈନର ପୁରୁଣା ଭିଡିଓ ଭାଇରାଲ ହେଉଛି।

ଜ୍ଞାନବାପି ମସଜିଦକୁ ନେଇ ବିବାଦ ମଧ୍ୟରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓ ସହିତ ଦାବି କରାଯାଉଛି ଯେ, ବାରାଣାସୀର ଲୋକମାନେ ଜ୍ଞାନବାପି ମସଜିଦରେ ଶିବଲିଙ୍ଗ ପାଇ ଆନନ୍ଦରେ ପାଳନ କରୁଛନ୍ତି ବୋଲି ଦାବି କରାଯାଉଛି। ଜ୍ଞାନବାପି ମସଜିଦ କମ୍ପ୍ଲେକ୍ସରେ କରାଯାଇଥିବା ସର୍ଭେରେ ହିନ୍ଦୁ ପାର୍ଶ୍ୱ ପକ୍ଷରୁ ଦାବି କରାଯାଇଥିଲା ଯେ ସେଠାରେ ଶିବଲିଙ୍ଗ ମିଳିଥିଲା। ଅନ୍ୟପକ୍ଷରେ ମୁସଲମାନ ଦଳ ଏହାକୁ ରଣା ବୋଲି କହୁଛନ୍ତି। Muna Bhai ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ […]

Continue Reading

ଜାଲୋରୀ ଗେଟ୍ ସଂଘର୍ଷ ସମୟରେ ରାଜସ୍ଥାନ ପୋଲିସକୁ ଲାଗିଥିବା ଆଘାତକୁ ନକଲି ନୁହଁ।

ଜଣେ ପୋଲିସ ଅଧିକାରୀଙ୍କ ମୁଣ୍ଡରେ ରକ୍ତ ଜୁଡୁବୁଡୁ ବନ୍ଧା ହୋଇଥିବା ଏକ ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ପ୍ରସାରିତ ହୋଇଛି। ଯେଉଁଥିରେ ଦାବି କରାଯାଉଛି ଯେ, ପୋଲିସ୍ ରୁମାଲରେ ନାଲି ରଙ୍ଗ ବ୍ୟବହାର କରି ତାଙ୍କ ମୁଣ୍ଡରେ ଆଘାତ ଲାଗିଛି ବୋଲି ଦାବି କରୁଛନ୍ତି।  ଫେସବୁକ ୟୁଜର୍ସମାନେ ଦାବି କରିଛନ୍ତି ଯେ, ପୋଲିସ ମୁଣ୍ଡରେ କିମ୍ବା ହାତରେ କୌଣସି ପ୍ରକାରର ଆଘାତ ଚିହ୍ନ ନାହିଁ। ଇଦ୍ ପୂର୍ବରୁ ଜାଲୋରୀ ଫାଟକରେ ଇସଲାମିକ୍ ପତାକା ଉତ୍ତୋଳନ କରିବା ପରେ […]

Continue Reading

କ’ଣ ଅମୂଲ କମ୍ପାନୀ ମଦର୍ଷ ଡେ ଅବସରରେ ଲୋକଙ୍କୁ ୬୦୦୦ ଟଙ୍କା ଉପହାର ସ୍ୱରୂପ ଦେଉଛି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ୱ୍ହାଟ୍ସ ଅପ୍ ରେ ଏକ ମେସେଜ୍ ଭାଇରାଲ ହେବାରେ ଲାଗିଛି। ଏହି ମେସେଜ୍ ରେ ଏକ ଲିଙ୍କ୍ ଦିଆ ଯାଇଛି। ଦାବି ଅନୁଯାୟୀ ଅମୁଲ କମ୍ପାନୀ ମଦର୍ଷ ଡେ ଅବସରରେ ଲୋକଙ୍କୁ ମାଗଣାରେ ୬୦୦୦ ଟଙ୍କା ଜିତିବାର ସୁଯୋଗ ଦେଉଛି।  ଏହି ବିଷୟର ସତ୍ୟତା ଯାଞ୍ଚ କରିବା ପାଇଁ ଆମକୁ ଆମ ଫ୍ୟାକ୍ଟ ଲାଇନ୍ ନମ୍ବର ୯୦୪୯୦୫୩୭୭୦ ରେ ଅନୁରୋଧ ଆସିଥିଲା।  ଆମ ଅନୁସନ୍ଧାନ:  ଆମେ ପାଠକ ମାନଙ୍କୁ ଜଣାଇ ଦେବାକୁ ଚାହୁଁଛୁ ଯେ ପୂର୍ବରୁ […]

Continue Reading

କ’ଣ ଭିଡିଓରେ ଆଘାତ ହୋଇ ରାସ୍ତାରେ ଚାଲୁ ଥିବା ବ୍ୟକ୍ତି ଶ୍ରୀଲଙ୍କାର ରକ୍ଷାମନ୍ତ୍ରୀ ଅଟନ୍ତି? ଜାଣନ୍ତୁ ସତ୍ୟ।

ଶ୍ରୀଲଙ୍କାରେ ଅର୍ଥନୈତିକ ସଙ୍କଟ ଉତପନ ହେବା ପରେ ଅନେକ ଫୋଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ରାସ୍ତାରେ ଚିରା ପୋଷାକ ପିନ୍ଧି ଅସନ୍ତୁଳିତ ଭାବରେ ଚାଲୁଥିବା ଦେଖିବାକୁ ମିଳିଛି। ଦାବି ଅନୁଯାୟୀ ଏହି ବ୍ୟକ୍ତି ହେଉଛନ୍ତି ଶ୍ରୀଲଙ୍କାର ରକ୍ଷାମନ୍ତ୍ରୀ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ଭିଡିଓରେ ଥିବା […]

Continue Reading

କ’ଣ ଭାଇରାଲ ଭିଡିଓ ଆନ୍ଧ୍ରପ୍ରଦେଶରେ ଅସାନି ବାତ୍ୟାର ପ୍ରଭାବକୁ ଦର୍ଶାଉଛି? ଜାଣନ୍ତୁ ସତ୍ୟ। 

୧୦ ଏବଂ ୧୧ ମଇ ୨୦୨୨ ରେ ଅସାନି ବାତ୍ୟା ଭାରତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ରାଜ୍ୟ ଅଭିମୁଖ ହୋଇଥିଲା। କିନ୍ତୁ ଲ୍ୟାଣ୍ଡଫଲ୍ ହେବା ପୂର୍ବରୁ ଏହି ବାତ୍ୟା ଅସାନି ଦୁର୍ବଳ ପଡି ଯାଇଥିଲା। ଫଳସ୍ୱରୂପ ଭାରତର ପୂର୍ବ ତଟରେ ପ୍ରବଳ ବର୍ଷା ଦେଖିବାକୁ ମିଳିଥିଲା।  ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଅସ୍ଥିର ସମୁଦ୍ରରେ ଏକ ଜାହାଜ ବାତ୍ୟା ସାମନା କରୁଥିବା ଦେଖିବାକୁ ମିଳିଛି। ଭିଡିଓ ସେୟାର କରି […]

Continue Reading

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଜ୍ଵଳା ଯୋଜନାର ଏକ ଭିଡିଓକୁ ଏଡିଟ୍ କରି ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି। 

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ କରି ଦାବି କରା ଯାଉଛି ଯେ ଏଲପିଜି ଗ୍ୟାସର ଦରରେ ବୃଦ୍ଧି ହେଇଥିବାରୁ ଜଣେ ମହିଳା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ଗ୍ୟାସ ନେବା ପାଇଁ ମନା କରି ଦେଇଛନ୍ତି। ଭାଇରାଲ ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ଜଣେ ମହିଳାଙ୍କୁ ଏଲପିଜି ସଂଯୋଗପ୍ରଦାନ କରୁଛନ୍ତି କିନ୍ତୁ ସେହି ମହିଳା ଜଣକ ତାକୁ ନ ନେଇ ଫେରିଯିବାର ଦେଖିବାକୁ ମିଳିଛି।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଭିଡିଓକୁ ଏଡିଟ୍ ହୋଇଥିବା ପାଇଲା।  କ’ଣ […]

Continue Reading

ଶ୍ରୀକାକୁଲାମରେ ଆସାନି ଝଡ଼ରେ ସମୁଦ୍ରରେ ଦେଖା ଯାଇଥିବା ରଥ ସୁନାର ଅଟେ ? 

ସମ୍ପ୍ରତି ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଓଡିଶା, ତାମିଲନାଡୁ, ପୁଡୁଚେରୀ ଏବଂ ଏହାର ଆଖପାଖ ରାଜ୍ୟଗୁଡିକରେ ଏହି ଘୂର୍ଣ୍ଣିବଳୟ “ଆସାନି” କୁ ପ୍ରଭାବିତ କରିଛି। ଏଥି ମଧ୍ୟରେ ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେଉଛି।  ଦାବି ହେଉଛି ଯେ ଆସାନୀ ଝଡ଼ ଯୋଗୁଁ ସମୁଦ୍ରରେ ଏକ ସୁନା ରଥ କେଉଁ ଆଡୁ ଭାସି ଆସିଛି। ଏହାକୁ ନେଇ ସୋସିଆଲ ମିଡିଆରେ ୟୁଜର୍ସଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।  ଏହି ଖବର Focus Plus Odisha, ନ୍ୟୁଜ ଚ୍ୟାନେଲରେ ପୋଷ୍ଟ କରାଯାଇଛି। […]

Continue Reading

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତର ପୁରୁଣା ଭିଡିଓ ମିଥ୍ୟା ଦାବିରେ ଭାଇରାଲ ହେଉଛି ।

କିଛି ଦିନ ପୂର୍ବରୁ ରାଜସ୍ଥାନର ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା ଘଟିଥିଲା। ଯେଉଁଥିପାଇଁ ଅନେକ ଭିଡିଓ ଏବଂ ଫୋଟୋ ଇଣ୍ଟରନେଟରେ ସେୟାର କରାଯାଉଛି। ସୋସିଆଲ ମିଡିଆରେ  ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତର ଏକ ଭିଡିଓ ଭାଇରାଲ ହେଉଛି।  ଭିଡିଆରେ ସେ କହୁଛନ୍ତି ଯେ,  “ହିନ୍ଦୁତ୍ୱର ପରିବେଶ ହୋଇଗଲାଣି, ଆମେ ମଧ୍ୟ ଭୟଭୀତ, ଲୋକ ଭୋଟ୍ ଦେବେ ନାହିଁ , ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ, ଆମକୁ ପ୍ରାଧାନ୍ୟ ବିସ୍ତାର କରିବାକୁ ପଡିବ ଏବଂ ଆମର ଆଦର୍ଶକୁ […]

Continue Reading

ଅସଲି ଫୋଟୋକୁ ଡିଜିଟାଲି ଏଡିଟ୍ କରି ନେହେରୁଙ୍କ ଫୋଟୋ ଯୋଡା ଯାଇଛି। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ଦିନ ପୂର୍ବରୁ ୟୁରୋପ୍ ଗସ୍ତରେ ଯାଇଥିଲେ। ସେଠାରେ ସେ ଅନେକ ରାଜନେତାଙ୍କ ସହ ସାକ୍ଷାତ କରିଥିଲେ ଏବଂ ବିଭିନ୍ନ ବିଷୟରେ ଚର୍ଚ୍ଚା ମଧ୍ୟ କରିଥିଲେ। ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ମୋଦୀ ଏବଂ ଆଇସଲ୍ୟାଣ୍ଡ ପ୍ରଦାନମନ୍ତ୍ରୀଙ୍କ ଏକ ଫୋଟୋ ଭାଇରାଲ ହେଉଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ସେମାନେ ହ୍ୟାଣ୍ଡସ୍ୟାକ୍ କରୁଥିବା ସମୟରେ ଏକ ପୁସ୍ତକରେ ନେହେରୁଙ୍କ ଚିତ୍ର ଅଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଅସଲି ଫୋଟୋକୁ […]

Continue Reading

କ’ଣ ମୁସଲମାନ ମାନେ ରାସ୍ତାରେ ନମାଜ ପଢୁଥିବାର ଏହି ଦୃଶ୍ୟ ଫ୍ରାନ୍ସର ଅଟେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକଙ୍କ ଏକ ବିଶାଳ ସମାବେଶ ରାସ୍ତାରେ ନମାଜ ପଢୁଥିବା ଦେଖିବାକୁ ମିଳିଛି। ଦାବି ଅନୁଯାୟୀ ଏହି ଦୃଶ୍ୟ ଫ୍ରାନ୍ସର ପ୍ୟାରିସ ସହରର ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓ ରୁଷର ମୋସ୍କୋ ସହରର ଅଟେ।  କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ? ଭିଡିଓ ସହିତ କୁହା ଯାଇଛି ଯେ ଅଦୁରଦର୍ଶୀ ଇମିଗ୍ରେସନ ବ୍ୟବସ୍ଥା କାରଣରୁ ବିଶ୍ଵର […]

Continue Reading

ନେପାଳରେ ରାହୁଲ ଗାନ୍ଧୀ ଯୋଗ ଦେଇଥିବା ବିବାହରେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧ୍ୟା, ମଧ୍ୟ ଉପସ୍ଥିତ ଥିଲେ କି?

କିଛି ଦିନ ପୂର୍ବରୁ ରାହୁଲ ଗାନ୍ଧୀ ଏକ ବାହାଘର ପାଇଁ ନେପାଳ ଯାଇଥିଲେ। ବାହାଘର ମଧ୍ୟରେ ସେ ଏକ ପବ୍ କୁ ଯାଇଥିବାର ଭିଡିଓ ଭାଇରାଲ ହେଲାପରେ ତାଙ୍କୁ ନେଇ ଅନେକ ଖବର ପ୍ରକାଶିତ ହୋଇଛି।  ଏଥିମଧ୍ୟରେ ଅନ୍ୟ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଉଛି ଯେ ଏହି ବିବାହରେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧ୍ୟା,ମଧ୍ୟ ଉପସ୍ଥିତ ଥିଲେ। କିନ୍ତୁ ତାଙ୍କୁ କେହି ଧ୍ୟାନ ଦେଉ ନାହାନ୍ତି।  Somanath Panda ନାମକ ଜଣେ […]

Continue Reading

କ’ଣ ଲାଉଡ ସ୍ପିକର ଲଗାଇ ପ୍ୟାରିସର ରାସ୍ତାରେ ମୁସଲମାନ ମାନେ ନମାଜ ପଢୁଥିବା ସମୟରେ ସ୍ଥାନୀୟ ଲୋକ ମାନେ ତାଙ୍କ ବିରୋଧ କରୁଛନ୍ତି? ଜାଣନ୍ତୁ ସତ୍ୟ। 

ମସଜିଦରେ ଲାଉଡ ସ୍ପିକର ବ୍ୟବହାର କରି ନମାଜ ପଢିବା ବିରୁଦ୍ଧରେ ଭାରତରେ ଅନେକ ସ୍ଥାନରେ ବିରୋଧ ହେଇଛି। ମହାରାଷ୍ଟ୍ର ନବନିର୍ମାଣ ସେନା ଦଳ ସଭାପତି ରାଜ ଠାକରେ ନମାଜ ପଢିବା ପାଇଁ ଲାଉଡ ସ୍ପିକର ବ୍ୟବହାର କରୁଥିବାରୁ ସରକାରକୁ ଚେତାବନୀ ମଧ୍ୟ ଦେଇଛନ୍ତି।  ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ କିଛି ମୁସ୍ଲିମ ସମ୍ପ୍ରଦାୟ ଲୋକେ ରାସ୍ତାରେ ନମାଜ ପଡ଼ୁଛନ୍ତି। ସେହି ସମୟରେ ସ୍ଥାନୀୟ ଲୋକ ମାନେ ତାଙ୍କ ବିରୋଧ କରୁଥିବା […]

Continue Reading

ବାଂଲାଦେଶରେ ମୁସଲମାନ ମାନେ ରାସ୍ତାରେ ନମାଜ ପଢୁଥିବାର ଏକ ପୁରୁଣା ଫୋଟୋକୁ ମୁମ୍ବଇର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି। 

ଦେଶରେ ମସ୍ଜିଦରେ ଲାଉଡସ୍ପିକର ଲାଗିଥିବା ବିବାଦ ମଧ୍ୟରେ ମୁସଲମାନ ମାନେ କିଛି ଦିନ ପୂର୍ବରୁ ତାଙ୍କ ପର୍ବ ଇଦ୍ ପାଳନ କରିଥିଲେ। ବର୍ତ୍ତମାନ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ମୁମ୍ବଇରେ ମୁସଲମାନ ମାନେ ରାସ୍ତା ଅବରୋଧ କରି ନମାଜ ପଢୁଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଫୋଟୋ ବାଂଲାଦେଶର ଅଟେ ଏବଂ ଏହାର ମୁମ୍ବଇ କିମ୍ବା ଭାରତର ଅନ୍ୟ କୌଣସି ସହର […]

Continue Reading

କ’ଣ ମସଜିଦ୍ ଖୋଳିବାରୁ ମାଟି ତଳୁ ହିନ୍ଦୁ ଦେବତା ନନ୍ଦୀଙ୍କ ମୁର୍ତ୍ତି ବାହାରିଲା ?

ସୋସିଆଲ ମିଡିଆରେ  ଏକ ଧାର୍ମିକ ସ୍ଥଳ ପାଖରେ ନନ୍ଦିଙ୍କ ମୁର୍ତ୍ତି ମାଟି ତଳେ ବାହାରିଥିବାର ଫୋଟୋ ଭାଇରାଲ ହେଉଛି।  ଭାଇରାଲ ଫୋଟୋ ସହ ଦାବି କରାଯାଇଛି ଯେ, ଏକ ମସଜିଦ୍ ତଳେ ଶିବଙ୍କ ବାହନ ନନ୍ଦିଙ୍କ ମୂର୍ତ୍ତି ମିଳିଛି। ଭାଇରାଲ ଫୋଟୋ କୁ ହିନ୍ଦୁ ମୁସ୍ଲିମ ମଧ୍ୟରେ ବିବାଦ ସୃଷ୍ଟି କରୁଥିବାର ଦେଖାଯାଇଛି। Amiya Nath ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ, ତଳେ ନନ୍ଦୀ ବାବା ଉପରେ […]

Continue Reading

କ’ଣ ଏକ ଏକ ନବ ବିବାହିତ ଦମ୍ପତି ମଞ୍ଚରେ ପରସ୍ପରକୁ ପିଟୁଛନ୍ତି ?

ଏକ ନବ ବିବାହିତ ଦମ୍ପତି ମଞ୍ଚରେ ପରସ୍ପର ସହ ଲଢୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଏକ ବାସ୍ତବ ଜୀବନର ଘଟଣା ଭାବରେ ବ୍ୟାପକ ପ୍ରସାରିତ ହେଉଛି।  ଉପଭୋକ୍ତାମାନେ ଏହି ଭିଡିଓକୁ ଏକ ପ୍ରକୃତ ଘଟଣା ଭାବରେ ସେୟାର କରୁଛନ୍ତି ଯେଉଁଥିରେ ଜଣେ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ଚାପୁଡ଼ା ମାରିଛନ୍ତି, କାରଣ ତାଙ୍କୁ ଦେଇଥିବା ଖାଦ୍ୟ ଖାଇବା ପରିବର୍ତ୍ତେ ଫୋଟୋ କ୍ଲିକ୍ କରିବାରେ ବ୍ୟସ୍ତଥିଲେ। ଉପଭୋକ୍ତାମାନେ ଏହି ଭିଡିଓକୁ ନିମ୍ନରେ ଦେଖାଯାଇଥିବା ପରି ବ୍ୟଙ୍ଗାତ୍ମକ କ୍ୟାପସନ୍ ସହିତ […]

Continue Reading

ଅସଲି ଫୋଟୋକୁ ଡିଜିଟାଲି ଏଡିଟ୍ କରି ନେହେରୁଙ୍କ ଚିତ୍ରକୁ ଯୋଡା ଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନୋଟି ୟୁରୋପ୍ ଦେଶ ଗସ୍ତରେ ଯାଇଛନ୍ତି। ଜର୍ମାନୀ ଏବଂ ଡେନମାର୍କ ପରେ ସେ ୪ ମଇ ରେ ଫ୍ରାନ୍ସରେ ଅବଗତ କରିଛନ୍ତି। ସେଠାରେ ସେ ପାରସ୍ପରିକ ଆଗ୍ରହ, ବିଶ୍ଵ ସ୍ତରୀୟ ବିକାଶ ଉପରେ ଆଲୋଚନା କରିବେ।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ମୋଦୀ ଜର୍ମାନୀର ବର୍ଲିନରେ କୁଳପତି ସ୍କୋଲଜ୍ ସହ ଆଲୋଚନା କରୁଛନ୍ତି। ସମାନ ଫୋଟୋରେ କାନ୍ଥରେ ପଣ୍ଡିତ ନେହେରୁଙ୍କ ଗୋଟିଏ ଚିତ୍ର ଥିବା […]

Continue Reading

ଲାଉଡସ୍ପିକର ବ୍ୟାନ ପରେ ପଶ୍ଚିମବଙ୍ଗର ଏକ ପୁରୁଣା ଭିଡିଓକୁ ମୁମ୍ବଇର ରାସ୍ତାରେ ମୁସଲମାନ ମାନେ ନମାଜ ପଢୁଥିବା ଦାବି ସହିତ ଭାଇରାଲ କରା ଯାଉଛି। 

ନିକଟରେ ମହାରାଷ୍ଟ୍ର ନବନିର୍ମାଣ ସେନା ସଭାପତି ରାଜ ଠାକରେମସଜିଦରେ ସ୍ଥାପିତ ସମସ୍ତ ଲାଉଡସ୍ପିକର ଗୁଡିକ ଉପରେ ପ୍ରତିବନ୍ଧ ଲଗାଇବା ପାଇଁ ଉଦ୍ଧବ ଠାକରେ ସରକାରକୁ ଚେତାବନୀ ଦେଇଥିଲେ।  ଏହା ପରେ ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାର ମଧ୍ୟ ଘୋଷଣା କରିଥିଲେ ଯେ ରାଜ୍ୟର ଧାର୍ମିକ ସ୍ଥାନରେ ଲାଉଡସ୍ପିକର ବ୍ୟବହାର କରିବାର ଅନୁମତି ଦେଇଥିଲେ କିନ୍ତୁ ଏହା ସର୍ତ ରଖିଥିଲେ ଯେ ଲାଉଡସ୍ପିକରର ଧ୍ୱନି ଯେପରି ମସଜିଦ ପରିସର ବାହାରକୁ ନଆସୁ।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ […]

Continue Reading

କ’ଣ ଟ୍ରେନ୍ ସିଟି ଆୱାଜ କାରଣରୁ ନମାଜ ପଢିବାରେ ଅସୁବିଧା ହେଇଥିବାରୁ ପଶ୍ଚିମବଙ୍ଗରେ ମୁସଲମାନ ମାନେ ଷ୍ଟେସନ୍ ରେ ଭଙ୍ଗାରୁଜା କରୁଛନ୍ତି? ଜାଣନ୍ତୁ ସତ୍ୟ। 

ନମାଜ ପଡିବାରେ ଅସୁବିଧା ହୁଏଥିବା କାରଣରୁ ମୁଆସଲମାନ ମାନେ ଅନେକ ସ୍ଥାନରେ ଭଙ୍ଗାରୁଜା କରୁଥିବା ଦାବି ସହିତ ଅନେକ ଭିଡିଓ ବର୍ତ୍ତମାନ ଇଣ୍ଟର୍ନେଟ୍ ରେ ଭାଇରାଲ ହେଉଛି। ଏହି ପ୍ରସଙ୍ଗରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକେ ଏକ ରେଳବାଇ ଷ୍ଟେସନ୍ ରେ ଭଙ୍ଗାରୁଜା କରୁଛନ୍ତି। ଦାବି ଅନୁଯାୟୀ ଟ୍ରେନ୍ ସିଟି କାରଣରୁ ନମାଜ ପଢିବାରେ ବାଧା ହେଇଥିବାରୁ ଲୋକେ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଷ୍ଟେସନ୍ ଧ୍ଵଂସ କରିଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା […]

Continue Reading

ଇଣ୍ଡିଆ ପୋଷ୍ଟ ଦ୍ଵାରା କୌଣସି ସବସିଡି ଜାରି କରା ଯାଇ ନାହିଁ। ଭାଇରାଲ ଲିଙ୍କ୍ ଏକ ସ୍କାମ୍ ଅଟେ। 

ୱ୍ହାଟ୍ସ ଅପ୍ ରେ ଏକ ମେସେଜ୍ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଗୋଟିଏ ଲିଙ୍କ୍ ଦିଆ ଯାଇଛି। ଦାବି କରା ଯାଇଛି ଯେ ଏହି ଲିଙ୍କ୍ ରେ କ୍ଲିକ୍ କରି ଜନସାଧାରଣ ଲୋକେ ଇଣ୍ଡିଆ ପୋଷ୍ଟ ଦ୍ଵାରା ଜାରି କରା ଯାଇଥିବା ସବସିଡିର ଲାଭ ପାଇ ପାରିବେ।  ଭାଇରାଲ ମେସେଜର ସତ୍ୟତା ଜାଣିବା ପାଇଁ ଆମକୁ ଆମ ୱ୍ହାଟ୍ସ ଅପ୍ ଫ୍ୟାକ୍ଟ ଲାଇନ ନମ୍ବର 9049053770 ରେ ଅନୁରୋଧ ଆସିଥିଲା।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ […]

Continue Reading

୫୦୦ ଟଙ୍କିଆ ନୋଟରେ ସବୁଜ ଷ୍ଟ୍ରିପ୍ ର ଅବସ୍ଥାନ ବିଷୟରେ ଦାବି ମିଥ୍ୟା ଏବଂ ବିଭ୍ରାନ୍ତକର ଅଟେ।

୫୦୦ ଟଙ୍କା ନୋଟ ର ନକଲି ହେଇଥିବାର ଏକ ଭିଡିଓ ସମୟ ସମୟ ଧରି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓର ଦାବି ଅନୁଯାୟୀ ଯଦି ୫୦୦ ଟଙ୍କା ନୋଟ୍ ରେ ଥିବା ସବୁଜ ରଙ୍ଗ ଷ୍ଟ୍ରିପ୍ ମହାତମା ଗାନ୍ଧୀଙ୍କ ଫୋଟୋ ନିକଟରେ ଅଛି ଏବଂ ଆରବିଆଇ ରାଜ୍ୟପାଳଙ୍କ ହସ୍ତାକ୍ଷର ଠାରୁ ଦୂରରେ ଥିବ ତେବେ ସେହି ୫୦୦ ଟଙ୍କିଆ ନୋଟ୍ ନକଲି ଅଟେ।  ଏହି ଭିଡିଓର ଯାଞ୍ଚ କରିବା ପାଇଁ ଆମକୁ ଆମ ଫ୍ୟାକ୍ଟ ଲାଇନ୍ […]

Continue Reading

କୋଲ୍ଡ ଡ୍ରୀଙ୍ଗ୍ସରେ ଇବୋଲା ଭୂତାଣୁ ମିଶାଇ ସଂକ୍ରମିତ କରାଯାଉଛି ? ଅଲଗା ଅଲଗା ସମୟର ଫୋଟୋ କୁ ମିଶାଇ ମିଥ୍ୟା ଦାବିରେ ଖବର ଭାଇରାଲ

ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କିଛି ଲୋକଙ୍କ ମୃତ ଶରୀର ପଡ଼ିଥିବାର ଦେଖାଯାଉଛି। ଏହା ଛଡ଼ା ଥଣ୍ଡା ବୋତଲ ଏବଂ ପୁଲିସ ତଦନ୍ତ କରୁଥିବାର ଦେଖାଯାଉଛି। ଭାଇରାଲ ଫୋଟୋ ସହ ଦାବି କରାଯାଉଛି ଯେ, ହାଇଦ୍ରାବାଦରେ ଲୋକମାନେ ମାଜା , ଫାଣ୍ଟା, କୋକାକୋଲା, ଇତ୍ୟାଦି ଥଣ୍ଡା ପାନୀୟ ପୀ ମୃତ୍ୟୁବରଣ କରିଛନ୍ତି। ବାଇଦ୍ରାବାଦ ପୋଲିସ ସୂଚନା ଦେଇଛନ୍ତି ଯେ, ଦୟାକରି ଆଗାମୀ କିଛି ଦିନ ପାଇଁ ମାଜା, ଫାଣ୍ଟା,7ଅପ, କୋକା କୋଲା, […]

Continue Reading

ଜଜ୍ ଦଲବୀର ଭଣ୍ଡାରିଙ୍କୁ ଇଣ୍ଟର୍ନେସନାଲ୍ କୋର୍ଟ ଅଫ୍ ଜଷ୍ଟିସର ମୁଖ୍ୟ ନ୍ୟାୟଧୀଶ ପଦବୀରେ ନିଯୁକ୍ତି କରା ଯାଇ ନାହିଁ।

ନ୍ୟାୟଧୀଶ ଦଲବୀର ଦଲବୀର ଭଣ୍ଡାରିଙ୍କୁ ଇଣ୍ଟର୍ନେସନାଲ୍ କୋର୍ଟ ଅଫ୍ ଜଷ୍ଟିସର ମୁଖ୍ୟ ନ୍ୟାୟଧୀଶ ପଦବୀରେ ନିଯୁକ୍ତି କରା ଯାଇଥିବା ଦାବି ସମୟ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଇ ଆସୁଛି। ବର୍ତ୍ତମାନ ଏକ ପୋଷ୍ଟ ଦେଖିବାକୁ ମିଳିଛି ଯେଉଁଥିରେ ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଜଜ୍ ଦଲବୀର ଭଣ୍ଡାରିଙ୍କ ଇଣ୍ଟର୍ନେସନାଲ୍ କୋର୍ଟ ଅଫ୍ ଜଷ୍ଟିସର ମୁଖ୍ୟ ନ୍ୟାୟଧୀଶ ପଦବୀରେ ଚୟନ ହେବା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଭିନ୍ନ ବିଶ୍ଵ ନେତାଙ୍କ ସହ ଦୃଢ ସମ୍ପର୍କକୁ ପ୍ରଶଂସା କରୁଛନ୍ତି।  […]

Continue Reading

ମୁସ୍ଲିମ ସମୁଦାୟ ଲୋକମାନେ ଟ୍ରେନ ଉପରେ ପଥର ଫିଙ୍ଗୁଛନ୍ତି ?

ରାମ ନବମୀ ଏବଂ ହନୁମାନ ଜୟନ୍ତୀ ଉତ୍ସବରେ ଭାରତର ବିଭିନ୍ନ ସ୍ଥାନରେ ହିଂସା ସୃଷ୍ଟି ହୋଇଥିଲା, ସୋସିଆଲ ମିଡିଆ ବ୍ୟବହାରକାରୀମାନେ ସୋସିଆଲ ମିଡିଆରେ ହିଂସା ର ଅନେକ ଚିତ୍ର ଏବଂ ଭିଡିଓ ସେୟାର କରିଥିଲେ। ଏହି ସମୟରେ, କିଛି ପୁଅ ଟ୍ରେନରେ ପଥର ଫିଙ୍ଗିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।  ଭିଡିଓକୁ ନେଇ ୟୁଜର୍ସମାନେ ଦାବି କରିଛନ୍ତି ଯେ ଏହି ଭିଡିଓରେ ମୁସଲମାନମାନଙ୍କର ଏକ ଗୋଷ୍ଠୀ ଟ୍ରେନରେ ପଥର ଫିଙ୍ଗିଥିବାର ଦେଖାଯାଉଛି।  Nilanchal Pradhan […]

Continue Reading

କ’ଣ ଅଧିକ ଖରା ଏବଂ ଗରମ ହେବା କାରଣରୁ ବାଇକ୍ ରେ ନିଆ ଲାଗିଥିଲା? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ରାସ୍ତାରେ ଥିବା ଗୋଟିଏ ବାଇକ୍ ରେ ହଟାତ ନିଆ ଲାଗି ଯାଇଥିଲା। କିଛି ଲୋକେ ପାଣି ଢାଳି ନିଆକୁ ନିୟନ୍ତ୍ରଣ କରିବା ଉଦ୍ୟମ କରୁଥିବା ସମୟରେ ନିଆ ତେଜୀ ଉଠିଥିଲା। ଏହି ଘଟଣାରେ କିଛି ଲୋକ ଆଘାତ ହୋଇଥିବା ମଧ୍ୟ ଜଣା ପଡିଛି। ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ ଗ୍ରୀଷ୍ମ dfsdfsdf ରେ ଅତ୍ଯାଧିକ ଉତ୍ତାପ କାରଣ ହେତୁ ବାଇକ୍ ରେ […]

Continue Reading

ଅଲଗା ଅଲଗା ସମୟ ଏବଂ ଜାଗାର ଫୋଟୋ ଏବଂ ଭି଼ଡିଓ କୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ଦିଲ୍ଲୀର ଜାହାଙ୍ଗୀରପୁରୀରେ ହୋଇଥିବା ହିଂସାକୁ ଏକ ଭିଡିଓ ଏବଂ ଏକ ଫୋଟୋ ଇଣ୍ଟରନେଟରେ ସେୟାର କରାଯାଉଛି। ଏଥିରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ଜଣେ ପୋଲିସ କର୍ମଚାରୀଙ୍କ ସହ ଅସଦାଚରଣ କରୁଥିବା ଦେଖାଯାଉଛି। ଏହା ସହ ଅନ୍ୟ ଏକ ଫୋଟୋରେ ଜଣେ ବ୍ୟକ୍ତୀ ପୋଲିସ କର୍ମିର ମହଁକୁଧରୀ ଧମକ୍କୀ ଦେଉଥିବାର ଦେଖାଯାଉଛି। ଏହି ଘଟଣା ଜାହାଙ୍ଗୀରପୁରୀର ବୋଲି ଦାବି କରାଯାଉଛି। Debasish Grahacharya ନାମକ ଜଣେ ଫେସବକ ୟୁଜର ଭାଇରାଲ ଭିଡିଓ ଏବଂ ଫୋଟୋ ସେୟର କରିଛନ୍ତି। ପୋଷ୍ଟ […]

Continue Reading

କ’ଣ ଟାଟା କମ୍ପାନୀ ରାଷ୍ଟ୍ରପତି ରାମନାଥ କୋଭିନ୍ଦଙ୍କ ପୁତ୍ରୀକୁ ଚାକିରିରୁ ବଦଳି କରିଛି? ଜାଣନ୍ତୁ ସତ୍ୟ

ଦୁଇଟି ଏୟାର ହଷ୍ଟେସ୍ ଏୟାର ଇଣ୍ଡିଆ ବିମାନ ନିକଟରେ ଛିଡା ହୋଇଥିବା ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫୋଟୋ ସହିତ ଦାବି କରା ଯାଇଛି ଯେ ଟାଟା କମ୍ପାନୀରାଷ୍ଟ୍ରପତି ରାମନାଥ କୋଭିଣ୍ଡଙ୍କ ପୁତ୍ରୀକୁ ନିକଟରେ ଏୟାର ହଷ୍ଟେସ ପଦବୀରୁ ଇଣ୍ଟର୍ନାଲ ଏଫେୟାର୍ସ ପଦବୀରେ ବଦଳି କରିଛି। ସୁରକ୍ଷା କାରଣରୁ ଏହି ପଦକ୍ଷେପ ନିଆ ଯାଇଥିବା ଦାବି କରା ଯାଇଛି।  ଆମକୁ ଏହି ଦାବିର ଫ୍ୟାକ୍ଟ ଚେକ୍ କରିବାର ଅନୁରୋଧ ଆମ ଫ୍ୟାକ୍ଟ ଲାଇନ ନମ୍ବର […]

Continue Reading

ୟୁପିର ପୁରୁଣା ଭିଡିଓ ମଧ୍ୟପ୍ରଦେଶରେ ରାମ ନବମୀ ଶୋଭାଯାତ୍ରାରେ ମହିଳାମାନେ ପଥର ଫିଙ୍ଗିବା ପାଇଁ ଗିରଫ ହୋଇଥିବା ଦାବିରେ ଭାଇରାଲ ହେଉଛି।

ପୋଲିସ  ମହିଳାଙ୍କୁ ଗିରଫ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ସେମାନେ ମଧ୍ୟପ୍ରଦେଶର ଖାର୍ଗୋନ ସ୍ଥିତ ରାମ ନାଭାମି ଶୋଭାଯାତ୍ରାରେ ପଥର ଫିଙ୍ଗିବା ଅଭିଯୋଗରେ ଗିରଫ କରାଯାଉଛି।ଅନେକ ଫେସବୁକ୍ ବ୍ୟବହାରକାରୀ ଏହି ଭିଡିଓ ସେୟାର କରିଛନ୍ତି। ପୋଷ୍ଟରେ ଦର୍ଶାଯାଇଛି ଯେ ରାମ ନବମୀଙ୍କ ଦିନ ପଥର ଫିଙ୍ଗିବା ଘଟଣାରେ ସମ୍ପୃକ୍ତ ଥିବା ଭିଡିଓରେ ଥିବା ମହିଳାମାନଙ୍କୁ ଗିରଫ କରାଯାଉଛି। Debasish Grahacharya ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। […]

Continue Reading

କ’ଣ ପ୍ରସିଦ୍ଧ ରେଷ୍ଟୁରାଣ୍ଟ ବାର୍ବେକ୍ୟୁ ନେସନ୍ ନିଜ ୧୫ ତମ ବାର୍ଷିକୀ ଅବସରରେ ଗ୍ରାହକଙ୍କୁ ମାଗଣା ଉପହାର ଦେଉଛି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ମେସେଜ୍ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ପ୍ରସିଦ୍ଧ ରେଷ୍ଟୁରାଣ୍ଟ ବାର୍ବେକ୍ୟୁ ନେସନ୍ ନିଜ ୧୫ ତମ ବାର୍ଷିକୀରେ ଗ୍ରାହକ ମାନଙ୍କୁ ମାଗଣା ଉପହାର ଦେଉଛି।  ଏହି ମେସେଜର ଫ୍ୟାକ୍ଟ ଚେକ୍ କରିବା ପାଇଁ ଆମକୁ ଆମ ଫ୍ୟାକ୍ଟ ଲାଇନ ୱ୍ହାଟ୍ସ ଅପ୍ ନମ୍ବର ୯୦୪୯୦୫୩୭୭୦ ମାଧ୍ୟମରେ ଆସିଥିଲା।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ମେସେଜ୍ ଏକ ସ୍କ୍ୟାମ୍ ଅଟେ।  […]

Continue Reading

କ’ଣ ରିଲାଏନ୍ସ କମ୍ପାନୀ ମାଲିକ ମୁକେଶ ଅମବାଣୀ ନିଜ ବହୁଙ୍କୁ ସୁନାର କାର ଉପହାରରେ ଦେଇଛନ୍ତି? ଜାଣନ୍ତୁ ସତ୍ୟ। 

ସୋସିଆଲ ମିଡିଆରେ ଏକ ସୁନା ରଙ୍ଗର କାରର ଫୋଟୋ ଭାଇରାଲ ହେଉଛି। ଫୋଟୋ ସେୟାର କରି ଦାବି କରା ଯାଇଛି ଯେ ଏହି ସୁନା କାର ରିଲାଏନ୍ସ ଇଣ୍ଡଷ୍ଟ୍ରି ମାଲିକ ମୁକେଶ ଅମ୍ବାନୀ ନିଜ ବହୁ ପାଇଁ ଏହି କାର ବିଦେଶରୁ ମଗେଇଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି କରା ଯାଇଛି? ୧୩ ଏପ୍ରିଲରେ ଜେନ ସୋସିଆଲ ମିଡିଆ ବ୍ୟବହାରକାରୀ ଏକ ସୁନା ରଙ୍ଗର କାରର ଫୋଟୋ ସେୟାର କରି […]

Continue Reading

କ’ଣ ନ୍ୟୁୟର୍କ ଟାଇମ୍ସ ଦାବି କରିଛି ଯେ ଗୁଜୁରାଟରେ ଆମ୍ ଆଦାମି ପାର୍ଟି ବିଶ୍ଵର ସବୁଠାରୁ ବିଶାଳ ରେଲି ଆୟୋଜିତ କରିଥିଲା? ଜାଣନ୍ତୁ ସତ୍ୟ। 

ପଞ୍ଜାବରେ ନିର୍ବାଚନ ଜିତିବା ପରେ ଆମ୍ ଆଦାମି ପାର୍ଟି ନେତା ଅରବିନ୍ଦ କେଜ୍ରିୱାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ୨ ଏପ୍ରିଲ ୨୦୨୨ ରେ ଅହମଦାବାଦର ନିକୋଲରେ ଏକ ବିଶାଳ ରେଲି କରିଥିଲେ। ଏହି ପ୍ରସଙ୍ଗରେ ନ୍ୟୁୟର୍କ ଟାଇମ୍ସ ଦ୍ଵାରା ପ୍ରକାଶିତ ଏକ ଖବରର ସ୍କ୍ରିନଶଟ୍ ର ପ୍ରତିଛବି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପ୍ରତିଛବିରେ ଏକ ବିଶାଳ ସମାବେଶର ଫୋଟୋ ସହିତ ଖବର ପ୍ରକାଶିତ କରା ଯାଇଛି ଯେ ଆମ୍ ଆଦାମି ପାର୍ଟି […]

Continue Reading

କ’ଣ ଭାଇରାଲ ଭିଡିଓରେ କେରଳ ପୋଲିସ କାଚା ବାଦାମ ଗୀତରେ ନାଚୁଛନ୍ତି? ଜାଣନ୍ତୁ ସତ୍ୟ।

ଏକ ଲୋକପ୍ରିୟ ଗୀତ ‘କାଚା ବାଦାମ’ ରେ ପୋଲିସ ୟୁନିଫର୍ମ ପିନ୍ଧି ପାଞ୍ଚ ଜଣ ନାଚୁଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। କଳିଙ୍ଗ ଟିଭି, ନବଭାରତ ଟାଇମ୍ସ, ନ୍ୟୁଜ ୧୮ ଏବଂ ଫ୍ରି ପ୍ରେସ୍ ଜର୍ନାଲ ପରି ମିଡିଆ ୱେବସାଇଟ ଏହି ଭିଡିଓ ସହିତ ରିପୋର୍ଟ କରିଛି ଯେ ଭିଡିଓରେ ପ୍ରକୃତ ପୋଲିସ ଅଧିକାରୀ ମାନେ ନାଚୁଛନ୍ତି।  ମହକ ଟିଭିର ଫେସବୁକ ପେଜରେ ମଧ୍ୟ ଆମେ ସମାନ ଭିଡିଓ ଅପ୍ଲୋଡ ହେଇଥିବା ପାଇଲୁ। ଏହି ଭିଡିଓରେ […]

Continue Reading

ପେଟ୍ରୋଲର ମୂଲ୍ୟ ବଢ଼ାଇବା ହେଉଛି ମୋଦୀ ଜିଙ୍କର ମାଷ୍ଟରଷ୍ଟ୍ରୋକ-  ସ୍ମୃତି ଇରାନୀ ?

କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଏଥିରେ ସେ କହୁଛନ୍ତି ଯେ ଆମର ପ୍ରଧାନମନ୍ତ୍ରୀ ପେଟ୍ରୋଲର ମୂଲ୍ୟ ବୃଦ୍ଧି କରି ଗରିବ ଲୋକଙ୍କୁ ସମର୍ଥନ କରିଛନ୍ତି ଏବଂ ଧନୀମାନଙ୍କ ବିରୋଧରେ ଏକ ମାଷ୍ଟର ଷ୍ଟ୍ରୋକ ସୃଷ୍ଟି କରିଛନ୍ତି।  ଆମେ ତଥାପି ଗରିବ ଲୋକଙ୍କ ପାଦକୁ ସୁରକ୍ଷିତ ରଖିଛୁ, ଯାହା ଦ୍ୱାରା ସେମାନେ ସେମାନଙ୍କର ଗାଡି ଏବଂ ରିକ୍ସା ଚଳାଇ ପାରିବେ। 12 ଏପ୍ରିଲ୍ ରେ Odisha Youth Congress ଫେସବୁକ ପେଜରେ […]

Continue Reading

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅସଲି ଭିଡିଓରେ ସେ ନିଜକୁ ପଠାଣ ବୋଲି ସମ୍ବୋଧିତ କରି ନାହାନ୍ତି। 

ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ଭିଡିଓ କ୍ଲିପ୍ ଭାଇରାଲ ହେଉଛି। ଏହି କ୍ଲିପ୍ ରେ ଶୁଣିବାକୁ ମିଳିଛି ଯେ ମୋଦୀ ନିଜକୁ ଜଣେ ପଠାଣର ସନ୍ତାନ କହି ସମ୍ବୋଧିତ କରୁଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଅସଲି ଭିଡିଓକୁ ଏଡିଟ୍ କରି ଏକ ଛୋଟ କ୍ଲିପ୍ ଭାଇରାଲ କରା ଯାଇଛି।  Facebook | Archive ସମାନ ଭିଡିଓ ଟୁଇଟରରେ ମଧ୍ୟ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟ ଗୁଡିକରେ ଲେଖା ଯାଇଛି ଯେ […]

Continue Reading

ଭାଇରାଲ ଭିଡିଓ ଭଦ୍ରକ ରାମ ନବମି ଉତ୍ସବର ଅଟେ ?

ସୋସିଆଲ ମିଡିଆରେ ରାମ ନବମି ଉତ୍ସବର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି।  ଏହି ପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସଂଖ୍ୟାଧିକ ଲୋକ କମଳା ପତାକା ଧରି ନାଚୁଥିବାର ଦେଖାଯାଉଛନ୍ତି। ଭାଇରାଲ ଭିଡିଆ ସହିତ ଦାବି କରାଯାଇଛି ଯେ, ଇତିହାସ ରଚିଲା ଭଦ୍ରକ, ସାରା ଭାରତ ଦେଖିଲା ଭଦ୍ରକର ଐତିହାସିକ ଶ୍ରୀରାମ ନବମୀ। 11 ଏପ୍ରଲରେ Manas Kumar Sahu ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। […]

Continue Reading

ଆମେରିକାର ଷ୍ଟେଟ୍ ଅଫ୍ର ରୋଡ୍ ଆଇଲେଣ୍ଡ ବିବେକ ଅଗ୍ନିହୋତ୍ରୀଙ୍କ କାଶ୍ମୀର ଫାଇଲ୍ସ ଦେଖିବା ପରେ କାଶ୍ମୀର ପଣ୍ଡିତଙ୍କ ଜନସଂଘାରକୁ ସ୍ଵୀକୃତି ଦେଇ ନାହିଁ। 

ବିବେକ ଅଗ୍ନିହୋତ୍ରୀଙ୍କ ଦ୍ଵାରା ନିର୍ମିତ ଦି କାଶ୍ମୀର ଫାଇଲ୍ସ ରିଲିଜ୍ ହେବା ପରଠୁ ଦେଶରେ ଏକ ଲହର ସୃଷ୍ଟି କରିଛି। ଏହି ସିନେମା ୧୯୯୦ରେ କାଶ୍ମୀରର ହିନ୍ଦୁ ପଣ୍ଡିତଙ୍କ ଜନସଂହାର ଉପରେ ଆଧାରିତ ଅଟେ।  ଏହା ଜଡିତ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ଆମେରିକାର ଗଣତାନ୍ତ୍ରିକ ରାଜ୍ୟ ରୋଡ୍ ଆଇଲେଣ୍ଡ, କାଶ୍ମୀର ହିନ୍ଦୁ ଜନସଂଘାରକୁ ଆନୁଷ୍ଠାନିକ ଭାବରେ ସ୍ଵୀକୃତି ଦେଇଛି। ୩୨ ବର୍ଷ ପରେ ଏହି ଯନ୍ତ୍ରଣାକୁ […]

Continue Reading

ପପୁଲାର ଫ୍ରଣ୍ଟ (PFI) ସଂସ୍ଥାର ୨୦୨୦ ମସିହାରେ ହେଇଥିବା ସ୍ଥାପନା ଦିବସ ରେଲିର ଭିଡିଓକୁ କେରଲର ମୁସଲିମ ସେନାର ପେରେଡ ଦାବି ସହିତ ଭାଇରାଲ କରା ଯାଉଛି। 

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଲୋକଙ୍କ ବିଶାଳ ସମାବେଶ ପେରେଡ କରୁଥିବା ନଜର ଆସୁଛନ୍ତି। ଦାବି ଅନୁଯାୟୀ ଏହା କେରଲରେ ପିଏଫଆଇ ଦ୍ଵାରା ସୃଷ୍ଟି କରା ଯାଇଥିବା ଇସଲାମିକ ଯୋଦ୍ଧାଙ୍କ ଭିଡିଓ ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ଫେବୃଆଋ ୨୦୨୦ ମସିହାରେ ପିଏଫଆଇଏ ସ୍ଥାପନା ଦିବସ ଅବସରରେ ଆୟୋଜିତ ହେଇଥିବା ଏକ ପେରେଡର ଭିଡିଓ ଅଟେ।  କ’ଣ ଦାବି କରା ଯାଇଛି ପୋଷ୍ଟରେ? ଭିଡିଓ ସହିତ […]

Continue Reading

ପୁରୁଣା ଭିଡିଓକୁ ବର୍ତ୍ତମାନ ପାକିସ୍ତାନ ବିବାଦ ସହ ଜୋଡ଼ି ଭାଇରାଲ କରାଯାଉଛି।

ପାକିସ୍ତାନରେ ରାଜନିତିକ ମାହୋଲ ଗରମ ହୋଇଛି। ଏଥି ମଧ୍ୟରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ ଆସେମ୍ବଲିରେ ଲୋକ ମାର ପିଟି କରୁଥିବାର ଦେଖାଯାଉଛନ୍ତି। ପୋଷ୍ଟ ସହିତ ଦାବି କରାଯାଉଛି ଯେ, ବର୍ତ୍ତମାନ ପାକିସ୍ତାନ ଜାତୀୟ ସଭାରେ ଏକ ବିବାଦ ଦେଖାଦେଇଛି।  ଭାଇରାଲ ଭିଡିଓ ଜଣେ ଫେସବୁକ ୟୁଜର ପୋଷ୍ଟ କରି ଲେଖିଛନ୍ତି ଯେ, , ବର୍ତ୍ତମାନ ପାକିସ୍ତାନ ଜାତୀୟ ସଭାରେ ଏକ ବିବାଦ ଦେଖାଦେଇଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା […]

Continue Reading

କ’ଣ ହିନ୍ଦୁ ନୂତନ ବର୍ଷ ଅବସରରେ ଯୋଗୀ ଆଦିତ୍ୟନାଥ ଲୋକଙ୍କ ଉପରେ ଫୁଲ ବର୍ଷାଇଥିଲେ ?

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି , ଯେଉଁଥିରେ ହେଲିକପ୍ଟରର ଲୋକମାନଙ୍କ ଉପରେ ଫୁଲ ବର୍ଷା କରାଯାଉଛି। ଯେଉଁଥିରେ ଦାବି କରାଯାଉଛି ଯେ, ଉତ୍ତରପ୍ରଦେଶରେ ହିନ୍ଦୁ ନବବର୍ଷ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହେଲିକପ୍ଟରରୁ ଲୋକଙ୍କ ଉପରେ ଫୁଲ ବର୍ଷା କଲେ। Santosh Behera ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଯୋଗୀ ଜି ପାଳିଲେ ହିନ୍ଦୁ ନବବର୍ଷ #Jay_shree_ram । ଆମ ଅନୁସନ୍ଧାନ ପୂର୍ବରୁ […]

Continue Reading

କାଶ୍ମୀର ଫାଇଲ୍ସ ଲେଖା ସହିତ କେଜ୍ରିୱାଲଙ୍କ ଆବାସ ଦ୍ଵାରର ଫୋଟୋକୁ ଏଡିଟ୍ କରା ଯାଇଛି। 

ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦି କାଶ୍ମୀର ଫାଇଲ୍ସ ସିନେମା ପ୍ରସଙ୍ଗରେ ବିଧାନ ସଭାରେ ଏକ ଭାସନ ଦେଇଥିଲେ। ଏହା ନେଇ କିଛି ଲୋକେ କ୍ରୋଧିତ ହୋଇ ଅରବିନ୍ଦ କେଜ୍ରିୱାଲଙ୍କ ଆବାସ ଦ୍ଵାର ଭଙ୍ଗାରୁଜା କରିଥିବା ସମୟରେ ପୋଲିସ ୮ ଜଣଙ୍କୁ ଗିରଫ କରିଛି।  ଏହି ଗଟଣା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦ୍ଵାରର ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ନାଲି ରଙ୍ଗ ପୋଟା ହୋଇଥିବା ବେଳେ ସେଥିରେ ‘ଦି କାଶ୍ମୀର ଫାଇଲ୍ସ’ […]

Continue Reading

ବାଇକ୍ ଚୋରି ମାମଲାରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାଗବତ ମନ ଧରାପଡିଛନ୍ତି କି?

ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କର ଏକ ପୁରୁଣା ଚିତ୍ର ଇଣ୍ଟରନେଟରେ ଭାଇରାଲ ହେଉଛି। ଏଥିରେ ସେ ସାଙ୍ଗମାନଙ୍କ ସହିତ ଭୂମିରେ ବସିଥିବାର ଦେଖାଯାଉଛନ୍ତି।  ଏହା ସହିତ ଦାବି କରାଯାଉଛି ଯେ ଭାଇରାଲ ଫଟୋ ସେତେବେଳର ଯେତେବେଳେ ଏକ ବାଇକ୍ ଚୋରି ମାମଲାରେ ଭାଗବତ ମନ ଧରାଯାଇଥିଲେ।  ଡ଼. ଅଚଞ୍ଛା କୀଳା ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ୧୨ ବର୍ଷ ତଳେ ପଞ୍ଜାବ ପୋଲିସ ୪ ଟି ବାଇକ୍ […]

Continue Reading

କ’ଣ ଭିଡିଓରେ କର୍ଣାଟକର ହିଜାବ ଯୁବତୀ ମୁସକାନ ବିକିନୀ ପିନ୍ଧି ବୁଲୁଥିବା ଅବସ୍ଥାରେ ଦେଖିବାକୁ ମିଲିଛନ୍ତି?  ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଦୁଇଟି ଭିଡିଓ ଭାଇରାଲ ହେଉଛି। ପ୍ରଥମ ଭିଡିଓରେ ହିଜାବ ବିବାଦ ଯୁବତୀ ମୁସକାନଙ୍କୁ ଦେଖିବାକୁ ମିଳିଛି ଏବଂ ଦ୍ଵିତୀୟ ଭିଡିଓରେ ଜଣେ ମହିଳା ବିକିନୀ ପିନ୍ଧିଥିବା ଅବସ୍ଥାରେ ରାଜରାସ୍ତାରେ ନଜର ଆସିଛନ୍ତି। ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ ଦ୍ଵିତୀୟ ଭିଡିଓରେ ବିକିନୀ ପିନ୍ଧିଥିବା ମହିଳା ହେଉଛନ୍ତି କର୍ଣାଟକର ହିଜାବ ଯୁବତୀ ମୁସକାନ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ବିକିନୀ ପିନ୍ଧିଥିବା ମହିଳା ହେଉଛନ୍ତି ବୋଲିୱୁଡ […]

Continue Reading

କ’ଣ ଯୋଗୀ ଆଦିତ୍ୟନାଥ ପଠାନ୍ ସିନେମା ଦେଖିଲା ପରେ ଶାହରୁଖ ଖାନଙ୍କ ବିଷୟରେ ନିଜ ପ୍ରତିକ୍ରିୟା ଦେଉଛନ୍ତି।? ଜାଣନ୍ତୁ ସତ୍ୟ। 

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ସେ ଅଭିନେତା ଶାହରୁଖ ଖାନଙ୍କ ବିଷୟରେ ନିଜ ମନ୍ତବ୍ୟ ଦେଉଛନ୍ତି। ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ ଯୋଗୀ ଆଦିତ୍ୟନାଥ ଶାହରୁଖ ଖାନଙ୍କ ସିନେମା ପଠାନ୍ ଦେଖିଲା ପରେ ପ୍ରତିକ୍ରିୟା ଏବଂ ସନ୍ଦେଶ ଦେଇଛନ୍ତି।  ଭିଡିଓରେ ଯୋଗୀ ଆଦିତ୍ୟନାଥ କହୁଛନ୍ତି, “ଆମ ଦେଶରେ ବାମପନ୍ଥୀ ବିଚାରଧାରା ରଖୁଥିବା କିଛି ଲେଖକ ଏବଂ କଳାକାର ମାନେ ଭାରତ ବିରୋଧୀ […]

Continue Reading

ସ୍ୱିଜରଲ୍ୟାଣ୍ଡର ଫୁଟବଲ ସମର୍ଥକଙ୍କ ଭିଡିଓକୁ କୋଲକତା ନାମରେ ମିଥ୍ୟା ସାମ୍ପ୍ରଦାୟିକ ଦାବି ସହିତ ଭାଇରାଲ ….

ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଆପଣ ରାସ୍ତାରେ ଯାଉଥିବା ଲୋକଙ୍କୁ ବାଡ଼ିରେ ଧକ୍କା ଦେଇଥିବାର ଦେଖିପାରିବେ। ଏହା ସହିତ ଏହି ଭିଡିଓ ପଶ୍ଚିମବଙ୍ଗର କୋଲକାତା ବୋଲି ଦାବି କରାଯାଉଛି। ସେଠାରେ ମୁସଲମାନ ଲୋକମାନେ ରାସ୍ତାରେ ଚାଲୁଥିବା ଯାନର ମୁଣ୍ଡ ଭାଙ୍ଗୁଛନ୍ତି କାରଣ ସେମାନଙ୍କୁ ସେଠାରେ ପ୍ରାର୍ଥନା କରିବାକୁ ପଡିବ। ଭାଇରାଲ  ଭିଡିଓରେ ପୋଷ୍ଟ କରାଯାଇଛି ଯେ, ଏଭଳି ଦୃଶ୍ୟ ପାକିସ୍ତାନରେ ନୁହେଁ ମମତାଜ୍ ବେଗମଙ୍କ ପଶ୍ଚିମବଙ୍ଗର….ଏଠାରେ ୬ ମାସ ପାଇଁ ରାଷ୍ଟ୍ରପତି ଶାସନ ନୁହେଁ […]

Continue Reading

ବାଂଲାଦେଶର ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଫୋଟୋକୁ ଭାରତର ଫୋଟୋ ଦାବି ସହିତ ଭାଇରାଲ କରା ଯାଉଛି। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି କିଛି ପିଲାମାନଙ୍କ ସହିତ ଅଛନ୍ତି। ଫୋଟୋ ସେୟାର କରି ଦାବି କରା ଯାଇଛି ଯେ ଏହି ବ୍ୟକ୍ତିଙ୍କର ଶରୀର ଅକ୍ଷମ ଅଟେ କିନ୍ତୁ ତାଙ୍କର ୭ ଟି ଛୁଆ। ଏହି କାରଣ ହେତୁ ଭାରତ ଗରିବ ଏବଂ ବେରୋଜଗାର ସଂଖ୍ୟା ଅଧିକ।  ଅନୁସନ୍ଧାନ ପରେ ଫ୍ୟାକ୍ଟ କୃସେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଫୋଟୋ ବାଙ୍ଗଲାଦେଶର ଅଟେ।  Facebook | […]

Continue Reading

ସୁଟକେସରେ ଏକ ଝିଅର ଶବକୁ ନେଇ ଯାଉଥିବା ମୁସ୍ଲିମ ଯୁବକ  ଘଟଣା ପ୍ରେମ ଜିହାଦର ନୁହେଁ।

ସୋସିଆଲ ମିଡିଆରେ ଏକ ସୁଟକେସରେ ମୃତ ଦେହ ସହ ଏକ ଝିଅର ଫଟୋ ସେୟାର କରି ଦାବି ହେଉଛି ଯେ ଜଣେ ମୁସଲମାନ ବାଳକ ହିନ୍ଦୁ ଝିଅକୁ ହତ୍ୟା କରିଛି। ଏହା ଲଭ ଜିହାଦର ଘଟଣା ଅଟେ। ସେମାନେ ଏହା ମଧ୍ୟ କହୁଛନ୍ତି ଯେ ଝିଅଟି ହୋଟେଲକୁ ଆସିବା ପୂର୍ବରୁ ଜୀବିତ ଥିଲା। ଭିଡିଓରେ ଲୋକମାନେ ଏହି ପିଲାକୁ ତାଙ୍କ ନାମ ଏବଂ ତାଙ୍କୁ ହତ୍ୟା କରିବାର କାରଣ ପଚାରିଥିବାର ନଜର ଆସିଛନ୍ତି। ଏହି କଥା ଉତ୍ତରାଖଣ୍ଡର […]

Continue Reading

ପୁରୁଣା ଭିଡିଓ କୁ ଦ କାଶ୍ମୀର ଫାଇଲ ଫିଲ୍ମ ପ୍ରଭାବ ଦାବିରେ ଭାଇରାଲ କରାଯାଉଛି।

ଦ କାଶ୍ମୀର ଫାଇଲ ଫିଲ୍ମ କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଆପଣ ଜଣେ ମହିଳାଙ୍କୁ ଟ୍ରେନରେ ଜଣେ ମୁସଲମାନ ପୁରୁଷଙ୍କୁ ପିଟୁଥିବାର ଦେଖିପାରିବେ। ଭିଡିଓରେ ମହିଳା ଜଣକ ତାଙ୍କ ପାଦ ଛୁଇଁବାକୁ କହୁଛନ୍ତି ଏବଂ ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ସେ ଜଣେ ହିନ୍ଦୁ ମହିଳାଙ୍କୁ ସ୍ପର୍ଶ କରନ୍ତି ତେବେ ସେ ତାଙ୍କ ଜୀବନ ନେଇଯିବେ। ଏହା ସହିତ ଫିଲ୍ମ ‘କାଶ୍ମୀର ଫାଇଲ’ର ରିଲିଜ […]

Continue Reading

କ’ଣ ନିକଟରେ ବାଲୋଚ ସ୍ଵାଧୀନତା ସଂଗ୍ରାମୀ ପାକିସ୍ତାନରେ ଏକ ବିସ୍ଫୋରଣ କରିଛନ୍ତି? ଜାଣନ୍ତୁ ସତ୍ୟ। 

ନିକଟରେ ପାକିସ୍ତାନର ଉତ୍ତର ସହର ସିୟାଲକୋଟ୍ ରେ ଅନେକ ବିସ୍ଫୋରଣ ହେଇଥିବା ଖବର ସାମନାକୁ ଆସିଛି। ପାକିସ୍ତାନ ସେନା ଦ୍ଵାରା ନିୟନ୍ତ୍ରିତ ଅଞ୍ଚଳରେ ଥିବା ଏକ ଗୁଳିଗୋଳା ଡିପୋରେ ଏହି ବିସ୍ଫୋରଣ ଘଟିଛି। ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ଭାଇରାଲ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି।  ଏହି ପ୍ରସଙ୍ଗରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ବାଲୋଚ ସ୍ଵାଧୀନତା ସଂଗ୍ରାମୀ ମାନେ ପାକିସ୍ତାନର ସିୟାଲକୋଟ ସହରରେ ବିରାଟ ବିସ୍ଫୋରଣ କରିଛନ୍ତି […]

Continue Reading

ହଙ୍ଗକଙ୍ଗରେ ହେଇଥିବା ଏକ ପୁରୁଣା ଦୁର୍ଘଟଣାର ଭିଡିଓକୁ ନିକଟରେ ଚୀନର ବିମାନ ଦୁର୍ଘଟଣାର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି। 

ନିକଟରେ ଚୀନରେ ଏରୋଲୋଫ୍ଟ ବୋଇଙ୍ଗ ୭୩୭ ବିମାନ ଦୁର୍ଘଟଣା ହୋଇଥିବା ଖବର ସାମନାକୁ ଆସିଛି। ୧୩୨ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବିମାନ ଜରୁରୀକାଳୀନ ଅବତରଣ ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା, ଏହି ଦୁର୍ଘଟଣାରେ ୪୧ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ଦୁର୍ଘଟଣା ଗ୍ରସ୍ତ ବିମାନର ଫୋଟୋ ସହିତ ଦାବି କରା ଯାଇଛି ଯେ ଏହା ଚୀନରେ ହେଇଥିବା ଦୁର୍ଘଟଣାର ଦୃଶ୍ୟ […]

Continue Reading

ଶିଖ୍ ସମୁଦାଯ ଲୋକଙ୍କ ଦ୍ଵାରା ଜଣେ ନାଗା ସାଧୁଙ୍କ ଉପରେ ହେଇଥିବା ଆକ୍ରମଣର ପୁରୁଣା ଭିଡିଓକୁ ନିକଟରେ ଆମ୍ ଆଦମ୍ୟ ପାର୍ଟି ନିର୍ବାଚନ ଜିତିବା ପର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି। 

ପଞ୍ଜାବରେ ଆମ୍ ଆଦମ୍ୟ ପାର୍ଟି ନିର୍ବାଚନ ଜିତିବା ପରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସାମାଜିକ ବିରୋଧୀ କାର୍ଜ୍ଯାକଳାପ ସହ ଦଳରଜଡିତ ହେବା ଅଭିଯୋଗ କରା ଯାଇଛି।  ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମଇଦାରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ନାଗା ସାଧୁଙ୍କୁ କିଛି ଶିଖ୍ ସମୁଦାଯ ଲୋକମାନେ ରାଜରାସ୍ତାରେ ମାରୁଥିବା ଦେଖିବାକୁ ମିଳିଛି। ଭିଡିଓ ସହିତ ଦାବି କରା ଯାଇଛି ଯେ ନୂତନ ସରକାର ଗଠନ ହେବା […]

Continue Reading

କ’ଣ ବିଜେପି ଊତରପ୍ରଦେଶ ନିର୍ବାଚନ ଜିତିବା ପରେ ମୋଦୀଙ୍କ ବିଜୟୀ ହେବା ଖବର ବିଦେଶର ଏକ ବିଲଡିଙ୍ଗରେ ଦର୍ଶାଅ ଯାଇଛି? ଜାଣନ୍ତୁ ସତ୍ୟ। 

ନିକଟରେ ଉତ୍ତରପ୍ରଦେଶ ନିର୍ବାଚନ ଶେଷ ହୋଇ ବିଜେପି ବିଜୟୀ ହେଲା ପରେ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ବିଲଡିଙ୍ଗରେ ଲେଖା ଯାଇଛି ଯେ ଭାରତର ବୃହତ୍ତମ ରାଜ୍ୟରେ ମୋଦୀଙ୍କ ବିଶାଳ ବିଜୟ ଜିତିଛନତି। ଫୋଟୋ ସେୟାର କରି କୁହା ଯାଇଛି ଯେ “ଏ ଫୋଟୋ ଭାରତର ନୁହେଁ। ଜୁମ୍ କରି ଦେଖନ୍ତୁ।” ଫ୍ୟାକ୍ଟ କ୍ରିଷେଣ୍ଡୋ ଅନୁସନ୍ଧାନ ପରେ ଜାବ=ନିବାକୁ ପାଇଲା ଯେ ଏହି ଫୋଟୋର ନିକଟରେ ହୋଇଥିବା ନିର୍ବାଚନ ସହିତ କୌଣସି […]

Continue Reading

ପଞ୍ଜାବ ନିର୍ବାଚନ ଜିତିବା ପରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବନ୍ତ ମାନଙ୍କୁ ମଦ ନିଶା ଅବସ୍ଥାରେ ଦେଖିବାକୁ ମିଳିଥିବା ଦାବି ମିଥ୍ୟା ଅଟେ।

ପଞ୍ଜାବରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଫଳାଫଳରେ ଆମ୍ ଆଦମ୍ୟ ପାର୍ଟି ସର୍ବାଧିକସଂଖ୍ୟକ ସିଟ୍ ପାଇଛି ଯେଉଁଥିପାଇଁ ଭଗବନ୍ତ ସିଂ ମାନ୍ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ପ୍ରତିଦ୍ଵନ୍ଦୀ ଅଟନ୍ତି। ଏହି ପ୍ରସଙ୍ଗରେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ମଦ ନିଶାରେ ଥିବା ଦେଖା ଯାଉଛନ୍ତି। ଭିଡିଓକୁ ଏପରି ସେଯାର କରା ଯାଇଛି ଯେଉଁଥିରେ ପ୍ରତୀତ ହେଉଛି ଯେ ଏହା ସମ୍ପ୍ରତି ସମୟର ଭିଡିଓ ଅଟେ।  ପୋଷ୍ଟରେ କୁହା ଯାଇଛି ଯେ, “ମଦ […]

Continue Reading

ବନାରସରେ ତାଲିମ ପାଇଁ ଇଭିଏମ୍ ମେସିନଗୁଡିକ ନିଆଯାଉଥିବା ଭିଡିଓକୁ ନିର୍ବାଚନ ସମୟରେ ଇଭିଏମ୍ ସ୍କାମ୍ ହେଉଥିବା ଦାବି ସହିତ ଭାଇରାଲ କରା ଯାଉଛି। 

ଉତ୍ତରପ୍ରଦେଶ ନିର୍ବାଚନ ଶେଷ ହୋଇ ଏହାର ପରିଣାମ ମଧ୍ୟ ଆସି ସାରିଛି। ଉତ୍ତରପ୍ରଦେଶରେ ବିଜେପି ନିର୍ବାଚନ ଜିତିବା ପରେ ସପା ନେତା ଅଖିଲେଶ ଯାଦବ ଏବଂ ଅନ୍ୟାନ୍ୟ ନେତା ବିଜେପି ଉପରେ ଇଭିଏମ୍ ସ୍କାମ୍ ଅଭିଯୋଗ ଲଗାଇଛନ୍ତି।  ସୋସିଆଲ ମିଡିଆରେ ଏକ କିଡେଓ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ବାରାଣାଶୀରେ ଇଭିଏମ୍ ବଦଲାଉଥିବାର ଏକ ବଡ ଷଡଯନ୍ତ୍ରର ପରଦା ଫାଶ କରା ଯାଇଛି। ଭାଇରାଲ ଭିଡିଓରେ କିଛି ଲୋକେ ଇଭିଏମ୍ ଟ୍ରକ୍ ଉପରେ […]

Continue Reading

କାଶ୍ମୀର ଫାଇଲ ଫିଲ୍ମ ଦେଖି ଯୋଗୀ ଆଦିତ୍ୟନାଥ କାନ୍ଦୀ ପକାଇଲେ ?

ବିବେକ ଅଗ୍ନିହୋତ୍ରୀଙ୍କ ଚଳଚ୍ଚିତ୍ର “କାଶ୍ମୀର ଫାଇଲ” ଦେଶରେ ବ୍ୟାପକ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ସହିତ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଯୋଗୀ ଆଦିତ୍ୟନାଥ କାନ୍ଦୁଥିବାର ଦେଖାଯାଉଛନ୍ତି। ଭିଡିଓରେ ଦାବି କରାଯାଇଛି ଯେ, କାଶ୍ମୀର ଫାଇଲ ଦେଖି ଯୋଗୀ ଆଦିତ୍ୟ ନାଥ କାନ୍ଦୁଛନ୍ତି।  ସୋସିଆଲ ମିଡିଆରେ ଫିଲ୍ମ ପରେ ଦର୍ଶକଙ୍କ ଭାବପ୍ରବଣତା ପ୍ରଦାନ କରୁଥିବା ଅନେକ ଭିଡିଓ ସାଧାରଣ ହୋଇଗଲା। ଏହାର ପୃଷ୍ଠଭୂମିରେ, ଉତ୍ତରପ୍ରଦେଶର ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ଆଖିରୁ ଲୁହ […]

Continue Reading

ସ୍ୱର୍ଗତ ଦୀପ ସିଦ୍ଧୁଙ୍କ ପାଇଁ ନିଆଯାଇଥିବା ଏହି ସମାବେଶକୁ ବର୍ତ୍ତମାନର ଭୁଲ ଦାବି ସହିତ ଭାଇରାଲ କରାଯାଉଛି।

ପଞ୍ଜାବ ବିଧାନସଭା ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟିର ବିଜୟ ପରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ, ଖାଲିସ୍ତାନ ସମର୍ଥକ ସ୍ଲୋଗାନ ଦେଉଥିବା ବେଳେ ଏକ ଗୋଷ୍ଠୀ ରାଲି କରୁଥିବା ଦେଖିବାକୁ ମିଳିଛି। ଏହି 01 ମିନିଟ୍ 1 ସେକେଣ୍ଡ୍ ଭିଡିଓ ଭାଇରାଲ୍ କରୁଥିବାବେଳେ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ଦାବି କରୁଛନ୍ତି ଯେ ଏହି ଭିଡିଓ ବିଧାନସଭା ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟିର ବିଜୟ ପରେ ହୋଇଛି। ଆମ ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, […]

Continue Reading

ସମ୍ବିତ ପାତ୍ର ଦିନରେ ଯୋଗୀ ରାତିରେ ମୋର୍ଡନ ଡ୍ରେସରେ ବୁଲୁଛନ୍ତି କି?

ସୋସିଆଲ ମିଡିଆରେ ବିଜେପି ପ୍ରବକ୍ତା ସମ୍ୱିତ ପାତ୍ରଙ୍କ ନାମରେ ଏକ ପୋଷ୍ଟର ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପ୍ରଥମ ଫଟୋରେ ସମ୍ୱିତ ପାତ୍ର ଚନ୍ଦନ ଲଗାଇବା ସହ ଗେରୁଆ କପଡ଼ା ପାନ୍ଧୀ ବସିଛନ୍ତି। ତେବେ ଦ୍ୱିତିୟ ଫଟୋରେ ଜଣେ ବ୍ୟକ୍ତି କାରରେ ବସିଥିବାର ଦେଖା ଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ଧର୍ମେନ୍ଦ୍ର ପ୍ରଧାନ ଦିନରେ ସାଧୁ ଏବଂ ରାତିରେ ମୋଡର୍ନ ରୁପରେ ଦେଖାଯାଉଛନ୍ତି।  Baalia BABA ନାମକ ଏକ ଫେସବୁକ ୟୁଜର 13 ଜାନୁଆରିରେ ଭାଇରାଲ […]

Continue Reading

କ’ଣ କାଶ୍ମୀର ଫାଇଲ୍ସ ସିନେମା ଦେଖି ଲାଲ କୃଷ୍ଣ ଆଡଭାନୀ ଭାବୁକ ହୋଇ କାନ୍ଦିଛନ୍ତି? ଜାଣନ୍ତୁ ସତ୍ୟ। 

ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଦେଖିବାକୁ ମିଳିଛି ଯେଉଁଥିରେ ଦାବି କରା ଯାଇଛି ଯେ କାଶ୍ମୀର ଫାଇଲ୍ସ ସିନେମା ଦେଖିବା ପରେ ବିଜେପି ନେତା ଲାଲ କୃଷ୍ଣ ଆଡଭାନୀ କାନ୍ଦୁଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ ଲାଲ କୃଷ୍ଣ ଆଡଭାନୀ କାନ୍ଦୁଥିବା ସମୟରେ କିଛି ଲୋକେ ଆସିକି ତାଙ୍କୁ ସାନ୍ତ୍ଵନା ଦେଉଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି କରା ଯାଇଛି ପୋଷ୍ଟରେ? ୧୩ ମାର୍ଚ୍ଚରେ ବାପି […]

Continue Reading

ଭିଡିଓରେଥିବା ପିଲା ସେହି 11 ବର୍ଷ ପିଲା ଯିଏ ଋଷ-ୟୁକ୍ରେନ ଯୁଦ୍ଧରେ ଏକୁଟିଆ ହଜାର କି.ମି ଏକୁଟିଆ ଯାତ୍ରା କରିଥିଲା ?

ଋଷ-ୟୁକ୍ରେନ ମଧ୍ୟେର ଚାଲିଥିବା ବିବାଦ ମଧ୍ୟରେ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ମିଥ୍ୟା ଦାବିରେ ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ ଏକ ପିଲାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦାବି କରାଯାଇଛି ଯେ, ଏହି ରିପୋର୍ଟଗୁଡିକ ମଧ୍ୟରେ, ୟୁକ୍ରେନ୍ର ଦୁଇ ପିଲାଙ୍କ ଭିଡିଓ ଏବଂ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ପିଲାମାନଙ୍କ ମଧ୍ୟରୁ ଜଣେ 11 ବର୍ଷର, ଯାହାକୁ ୟୁକ୍ରେନରୁ ସ୍ଲୋଭାକିଆକୁ ଯିବାକୁ ପଡିଥିଲା। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେଥିବା […]

Continue Reading

ଚୀନର ଏକ ବୁଲଡୋଜର ପ୍ରଦର୍ଶନ ଭିଡିଓକୁ ଉତ୍ତରପ୍ରଦେଶ ନିର୍ବାଚନରେ ଯୋଗୀ ଆଦିତ୍ୟନାଥଙ୍କ ବିଜୟୀ ହେବା ସହିତ ଯୋଡି ଭାଇରାଲ କରା ଯାଉଛି। 

ଉତ୍ତରପ୍ରଦେଶ ନିର୍ବାଚନର ଫଳାଫଳ ବାହାରିଲା ପରେ ସୋସିଆଲ ମିଡିଆରେ ବୁଲଡୋଜରର ଏକ ଭିଡିଓ ସେୟାର କରା ଯାଉଛି ଯେଉଁଥିରେ ଦାବି କରା ଯାଉଛି ଯେ ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ନିର୍ବାଚନ ଜିତିବା ପରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଭିଡିଓଟି କୁ ଏହି ପରି ସେୟାର କରା ଯାଉଛି ଯେପରି କି ଲୋକେ ବୁଲଡୋଜରରେ ଷ୍ଟନ୍ଟ୍ ଦେଖାଇ ଆଦିତ୍ୟନାଥଙ୍କ ବିଜୟୀ ହେବା ଉତ୍ସବ ପାଳନ କରୁଛନ୍ତି।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଚୀନର […]

Continue Reading

ପାଲେଷ୍ଟାଇନ-ଇଜ୍ରାଏଲ୍ ଯୁଧ୍ୟର ପୁରୁଣା ଭିଡିଓକୁ ରୁଷ-ୟୁକ୍ରେନ୍ ଯୁଧ୍ୟର ଦୃଶହି ଦାବି ସହିତ ଭାଇରାଲ କରା ଯାଉଛି। 

ରୁଷ-ୟୁକ୍ରେନ୍ ମଧ୍ୟରେ ଯୁଧ୍ୟ ଆରମ୍ଭ ହେବା ପରଠାରୁ ସୋସିଆଲ ମିଡିଆରେ ଏହା ନେଇ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ପ୍ରସଙ୍ଗରେ ଏକ ଭିଡିଓ ଦେଖିବାକୁ ମିଳିଛି ଯେଉଥିରେ ରାତ୍ରି ସମୟରେ କିଛି କ୍ଷେପଣାସ୍ତ୍ରରେ ଆକ୍ରମଣ କରା ଯାଉଛି। ଦାବି ଅନୁଯାୟୀ ଏହା ରୁଷ-ୟୁକ୍ରେନ୍ ଯୁଧ୍ୟର ଦୃଶ୍ୟ ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ପାଲେଷ୍ଟାଇନ-ଇଜ୍ରାଏଲ୍ ଯୁଧ୍ୟର ପୁରୁଣା ଭିଡିଓକୁ ରୁଷ-ୟୁକ୍ରେନ୍ ଯୁଧ୍ୟର ଦୃଶ୍ୟ […]

Continue Reading

ପାକିସ୍ତାନୀ ଛାତ୍ରମାନେ ୟୁକ୍ରେନରୁ ରକ୍ଷା ପାଇବା ପାଇଁ ଭାରତୀୟ ପତାକା ବ୍ୟବହାର କରୁଛନ୍ତି ?

ଋଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ପରେ ଅନେକ ଛାତ୍ର ୟୁକ୍ରେନରେ ଫସି ରହିଛନ୍ତି। ୟୁକ୍ରେନରେ ଅଟକି ରହିଥିବା ଭାରତୀୟ ଛାତ୍ରମାନଙ୍କୁ ଥଇଥାନ ପାଇଁ ଭାରତ ସରକାର ଅପରେସନ୍ ଗଙ୍ଗା ଆରମ୍ଭ କରିଛନ୍ତି। ଏଥି ମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ଛାତ୍ରଛାତ୍ରୀମାନେ ଏକ ବସ୍‌ରେ ବସି ଭାରତୀୟ ଜାତୀୟ ପତାକା ଧରିଥିବାର ଦେଖାଯାଉଛନ୍ତି।  ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ ୟୁକ୍ରେନରୁ ଖସିଯିବା ପାଇଁ ପାକିସ୍ତାନୀ ଛାତ୍ରମାନେ ଭାରତୀୟ ପତାକା ଧରିଛନ୍ତି। Sharechat ପୋଷ୍ଟର […]

Continue Reading

ଯୋଗୀ ଆଦିତ୍ୟନାଥ ୟୁପି ନିର୍ବାଚନ ସମୟରେ ଫୋନ୍ ଉଠାଇ ନ ଥିବାରୁ CMO ଅଧିକାରୀଙ୍କୁ ତାଗିଦ କରିଥିଲେ କି?

ଯୋଗୀ ଆଦିତ୍ୟନାଥଙ୍କ ଏକ ଭିଡିଓ ଇଣ୍ଟରନେଟରେ ସେୟାର କରାଯାଉଛି। ଏଥିରେ ତୁମେ ଯୋଗୀ ଆଦିତ୍ୟନାଥଙ୍କୁ ଗାଳିଗୁଲଜ କରୁଥିବାର ଶୁଣି ପାରିବେ। ଭିଡିଓରେ କହୁଛନ୍ତି ଯେ କାହାର ଫୋନ୍ ଉଠାଇବା ଭୁଲ ନୁହେଁ। ଯଦି ଆପଣ ଫୋନ୍ ଉଠାଇ ପାରିବେ ନାହିଁ, ସେମାନେ ଆପଣଙ୍କୁ ପୁନର୍ବାର କଲ୍ କରିବାକୁ କହୁଛନ୍ତି। ଏହା ସହିତ ସେମାନେ ସିଏମଓର ଅଧିକାରୀମାନଙ୍କୁ ଗାଳି ଦେଉଛନ୍ତି ବୋଲି ଦାବି କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  ପର୍ଶୁରାମ […]

Continue Reading

କ’ଣ ରୁଷ ରାଷ୍ଟ୍ରପତି ଭାଲ୍ଡିମିର ପୁଟିନ ଏୟାର ଇଣ୍ଡିଆ ବିମାନରେ ଭାରତୀୟ ଛାତ୍ର ମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି? ଜାଣନ୍ତୁ ସତ୍ୟ।

ୟୁକ୍ରେନରେ ପଢୁଥିବା ଛାତ୍ର ମାନଙ୍କୁ ଫେରାଇ ଆଣିବା ପାଇଁ ଏକ ମିଶନ ପ୍ରାରମ୍ଭ କରିଛି ଯାହାର ନାମ ହେଲା ଅପରେସନ୍ ଗଙ୍ଗା। ଏହି ସମୟରେ ଏୟାର ଇଣ୍ଡିଆରେ ବସିଥିବା ଭାରତୀୟ ଛାତ୍ରମାନଙ୍କ ଏକ ଭିଡିଓ ଇଣ୍ଟର୍ନେଟରେ ଭାଇରାଲ ହେଉଛି। ଏହା ସହିତ ରୁଷର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବିମାନରେ ଭାରତୀୟ ଛାତ୍ର ମାନଙ୍କୁ ଶୁଭେଚ୍ଛା ଜଣାଇବାକୁ ଯାଇଥିଲେ ବୋଲି ଦାବି କରା ଯାଉଛି।  ଭାଇରାଲ ଭିଡିଓରେ ଲେଖା ଯାଇଛି ଯେ, “ରୁଷ ରାଷ୍ଟ୍ରପତି ପୁଟିନ ନିଜେ ଏୟାର […]

Continue Reading

ଆରମା ୩ ଭିଡିଓ ଗେମ୍ କ୍ଲିପ୍ କୁ ରୁଷିଆ-ୟୁକ୍ରେନ୍ ଯୁଧ୍ୟର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି। 

ରୁଷ ୟୁକ୍ରେନ୍ ଉପରେ ଏକ ବୃହତ ସାମରିକ ଆକ୍ରମଣ ଆରମ୍ଭ କରିବା ପରେ ସୋସିଆଲ ମିଡିଆରେ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଦେଖିବାକୁ ମିଳିଛି ଯେଉଥିରେ ଏକ ଯୁଧ୍ୟ ବିମାନ ଆକାଶରେ ଉଡୁଥିବା ସମୟରେ ତାଙ୍କୁ ଧ୍ଵଂସ କରିବା ପ୍ରୟାସ କରା ଯାଉଛି। ଦାବି ଅନୁଯାୟୀ ୟୁକ୍ରେନ୍ ରୁଷର ଯୁଧ୍ୟ ବିମାନ ଉପରେ ଗୁଳିଚାଳନା କରୁଛି।  କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ […]

Continue Reading

ଭାରତର ଛାତ୍ରୀ ବୈଶାଳୀ ୟାଦବ ୟୁକ୍ରେନ୍ ରେ ଫସି ରହି ଥିବା ମିଥ୍ୟା ଦାବି କାରଣରୁ ଉତ୍ତରପ୍ରଦେଶ ପୋଲିସ ଦ୍ଵାରା ଗିରଫ ହୋଇ ନାହାଁନ୍ତି। 

ଭାରତର ଜଣେ ଡାକ୍ତରୀ ଛାତ୍ରୀ ବୈଶାଳୀ ୟାଦବ ଏକ ଭିଡିଓ ପ୍ରସ୍ତୁତ କରି ଯୁକରେନରେ ତାଙ୍କ ପରି ଫସି ରହିଥିବା ଛାତ୍ରମାନଙ୍କୁ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି। ଦାବି ଅନୁଯାୟୀ ବୈଶାଳୀ ୟାଦବ ନିଜକୁ ୟୁକ୍ରେନରେ ରହୁଥିବା ଭାରତୀୟ ଛାତ୍ରୀ ବୋଲି କହି ମୋଦୀ ସରକାରକୁ ଅପମାନ କରୁଥିଲେ। ତାଙ୍କୁ ଉତ୍ତରପ୍ରଦେଶ ପୋଲିସ ଗିରଫ କରିଛି।  ଏହା ପରେ ପୋଲିସ ଦ୍ଵାରା ଘେରି ରହିଥିବା ଜଣେ ମହିଳାଙ୍କ ଫୋଟୋ ସେୟାର କରି ଉପଭୋକ୍ତାମାନେ ଦାବି କରିଛନ୍ତି ଯେ […]

Continue Reading

ୟୁକ୍ରେନ୍ ରାଜଧାନୀ କିଭ୍ ରେ ୨୦୧୪ ମସିହାରେ ହେଇଥିବା ଆନ୍ଦୋଳନକୁ ସମ୍ପ୍ରତି ସମୟରେ ରୁଷ ସହିତ ହେଉଥିବା ଯୁଧ୍ୟର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି। 

ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ଯୁଧ୍ୟ ଚାଲୁଥିବାରୁ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ନିକଟରେ ଆମେ ଏପରି ଅନେକ ପୋଷ୍ଟ ଦେଖିଛୁ ଯେଉଁଥିରେ ପୁରୁଣା ଫୋଟୋ ଗୁଡିକ କୁ ସମ୍ପ୍ରତି ସମୟରେ ରୁଷ-ୟୁକ୍ରେନ୍ ଯୁଧ୍ୟର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଇଥିଲା। ଏହି ପ୍ରସଙ୍ଗରେ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଲୋକଙ୍କ ଏକ ବିଶାଳ ଭିଡ ଦଙ୍ଗା ମଝିରେ ଅଛି ଏବଂ କିଛି ଲୋକେ […]

Continue Reading

ଆନାସ୍ତାସିଆ ଲେନା ସ୍ପଷ୍ଟ କରିଛନ୍ତି ଯେ ୟୁକ୍ରେନ୍ ସେନାରେ ନିଜ ଯୋଗଦାନ ଦେଇ ନାହାନ୍ତି। ଭାଇରାଲ ଭିଡିଓରେ ଥିବା ଫୋଟୋ ଗୁଡିକ ଏୟାରସଫ୍ଟ ନାମକ ଏକ ଖେଳର ଫୋଟୋ ଅଟେ। 

ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କରିଲା ପରେ ସୋସିଆଲ ମିଡିଆରେ ଯୁଧ୍ୟର ଅନେକ ଭିଡିଓ ଏବଂ ପୋଷ୍ଟ ଭାଇରାଲ ହେଉଛି। ଏହି ପ୍ରସଙ୍ଗରେ ଏକ ଫୋଟୋ ସାମନାକୁ ଆସିଛି ଯେଉଁଥିରେ ଜଣେ ମହିଳା ବନ୍ଧୁକ ଧରି ଛିଡା ହୋଇଛନ୍ତି। ଦାବି କରା ଯାଇଛି ଯେ ଏହି ମହିଳା ହେଉଛନ୍ତି ପୂର୍ବତନ ମିସ୍ ୟୁକ୍ରେନ୍ ଆନାସ୍ତାସିଆ ଲେନା ଯେ ରୁଷ ବିରୁଦ୍ଧରେ ସେନାରେ ନିଜ ଯୋଗଦାନ ଦେଇଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ […]

Continue Reading

2014ର ଭିଡିଓକୁ ରୁଷ ଏବଂ ୟୁକ୍ରେନ ମଧ୍ୟରେ ହେଉଥିବା ଯୁଦ୍ଧର ଏହା ଦୃଶ୍ୟ ଦାବିରେ ଭାଇରାଲ।

ସୋସିଆଲ ମିଡିଆରେ ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏକ ଭିଡିଓ ଭାଇରାଲ ଦେଉଥିବାର ଦେଖାଯାଉଛି। ଯେଉଁଥିରେ ଯୁଦ୍ଧର ଗାଡ଼ି ଏବଂ ଅନେକ ଲୋକ ଜଳି ହୋଇ ପଡ଼ିଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ରୁଷ ଏବଂ ୟୁକ୍ରେନ ମଧ୍ୟରେ ହେଉଥିବା ଯୁଦ୍ଧର ଏହା ଦୃଶ୍ୟ ଅଟେ। ଅନୁସନ୍ଧାନରେ ଆମେ ଭାଇରାଲ ଭିଡିଓ ପୁରୁଣା ଏବଂ ମିଥ୍ୟା ବୋଲି ପ୍ରମାଣିତ ହେଲା।  Sharechatରେ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, ଭାଇରାଲ ଭିଡିଓ ରୁଷ ଏବଂ […]

Continue Reading

ରୁଷ ସେନା ର ଘୋଷଣା- ୟୁକ୍ରେନ ରେ ଥିବା ଭାରତୀୟମାନେ ନିଜ ଘର ଓ ଗାଡ଼ିରେ ତୀରଙ୍ଗା ଲଗାନ୍ତୁ, ରୁଷ ସେନା ସେମାନଙ୍କୁ କୌଣସି କ୍ଷତି କରିବ ନାହିଁ ?

 ଋଷର ସେନା ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ବିସ୍ଫୋରଣ ଏବଂ ଆକ୍ରମଣର ଭିଡିଓ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି ଯେ, ଋଷର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ସର୍ଗି ଶୋଏଗୁ ଯୁଦ୍ଧରେ ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କୁ ସେମାନଙ୍କ ଗାଡି, ଘର ଉପରେ ଭାରତୀୟ ଜାତୀୟ ପତାକା ପ୍ରଦର୍ଶନ କରିବାକୁ କହିଛନ୍ତି। ସେମାନଙ୍କୁ ଚିହ୍ନଟ କରିପାରିବ ଏବଂ ସେମାନଙ୍କର ନିରାପଦ ପାସ୍ ନିଶ୍ଚିତ […]

Continue Reading

୨୦୦୬ ମସିହାର ଲେବାନନ୍ ଦେଶର ଏକ ଫୋଟୋକୁ ରୁଷ-ୟୁକ୍ରେନ୍ ଯୁଧ୍ୟ ସମୟର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି। 

ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖି ରୁଷ ଖାର୍କିଭ୍ ରେ ଥିବା ଫ୍ରିଡମ୍ ସ୍କ୍ୱେୟାରର ସରକାରୀ କାର୍ଯ୍ୟଳୟ ଉପରେ ଏୟାର ଷ୍ଟ୍ରାଇକ୍ କରିଛି ଯେଉଁଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ଆହତ ହୋଇଥିବା ସୂଚନା ମିଳିଛି।  ଏହି ଆକ୍ରମଣର ଭିଡିଓ ସାମନାକୁ ଆସିବା ପରେ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଇଛି ଯେ ଏହା ୟୁକ୍ରେନ୍-ରୁଷ ମଧ୍ୟରେ ହେଉଥିବା ଯୁଧ୍ୟର ଦୃଶ୍ୟ ଅଟେ।  କିନ୍ତୁ ଅନୁସନ୍ଧାନ ପରେ […]

Continue Reading

ଆନ୍ଧ୍ରପ୍ରଦେଶ ମଦ ତସ୍କରି ଭିଡିଓକୁ କର୍ଣ୍ଣାଟକରେ ବୁର୍ଖା ବିବାଦ ସହ ଜୋଡ଼ି ଭାଇରାଲ କରାଯାଉଛି।

ଚାଲୁଥିବା ହିଜାବ ବିବାଦକୁ ନେଇ  ସୋସିଆଲ ମିଡିଆରେ ଅନେକ ଖବର ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏକ ପୋଷ୍ଟରେ ଏକ  ଭିଡିଓ ଭାଇରାଲ ହେଉଛି  ଯେଉଁଥିରେ ଜଣେ ପୋଲିସ ଜଣେ ବୁର୍ଖା ପିନ୍ଧିଥିବା ବ୍ୟକ୍ତିଙ୍କୁ ମୁହଁ ଦେଖାଇବାକୁ କହୁଛନ୍ତି।  ଏହା ପରେ ବ୍ୟକ୍ତି ଜଣକ ବୁର୍ଖା ଉଠାଇବା ପରେ ବୁର୍ଖାରେ ଜଣେ ପୁରୁଷଥିବାର ଦେଖାଗଲା। ଏବଂ ବ୍ୟକ୍ତି ଜଣକ ମଦ କାରବାର କରୁଥିଲେ।  ଦାବିରେ ଦର୍ଶାଯାଇଛି ଯେ ଭିଡିଓରେ ଗିରଫ ହୋଇଥିବା ବ୍ୟକ୍ତି ବୁର୍ଖା ଆନ୍ଦୋଳନରେ […]

Continue Reading

2021ର  ଆନିମେଶନ ଭିଡିଓକୁ ୟୁକ୍ରେନ- ଋଷ ଯୁଦ୍ଧ ଦୃଶ୍ୟ ଦାବିରେ ଭାଇରାଲ।

ସୋସିଆଲ ମିଡିଆରେ ଋଷ-ୟୁକ୍ରେନ ଯୁଦ୍ଧର ନାମରେ ଅଲଗା ଅଲଗା ଭିଡିଓ ମିଥ୍ୟା ଦାବିରେ ଭାଇରାଲ ହେବାରେ ଲାଗିଛି। ଏପରି ଏକ ଭିଡିଓ ଭାଇରାଲ ହେଉଛି , ଯେଉଁଥିରେ ଲଗାତାର ଆକ୍ରମଣ ହେଉଥିବାର ଦେଖାଯାଉଛି। ଭିଡିଓରେ ଦାବି କରାଯାଉଛି ଯେ, ଏହି ଭିଡିଓ ଋଷ ୟୁକ୍ରେନ ଉପରେ ଆକ୍ରମଣ କରୁଥିବାର ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଉଥିବା ଦାବି ମିଥ୍ୟା ଅଟେ। Share chatରେ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, ଋଷ-ୟୁକ୍ରେନ ଯୁଦ୍ଧର […]

Continue Reading

2015ର ଏକ ମ୍ୟୁଜିକ୍ ଭିଡିଓ ଛୁଆର ଫଟୋକୁ ବର୍ତ୍ତମାନ ୟୁକ୍ରେନ ଋଷ ଯୁଦ୍ଧ ଦାବିରେ ଭାଇରାଲ ହେଉଛି।

ସୋସଲ ମିଡିଆରେ ୟୁକ୍ରେନ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥି ମଧ୍ୟରେ ଏକ ଛୋଟ ଛୁଆର ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଉଛି ଏହି ଛୁଆ ୟୁକ୍ରେନ ଋଷ ଯୁଦ୍ଧରେ ଏପରି ଅବସ୍ଥା ହୋଇଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। Sharechat ରେ ଭାଇରାଲ ଫଟୋ ପୋଷ୍ଟ କରାଯାଇ ଲେଖା ଯାଇଛି ଯେ, ୟୁକ୍ରେନ ଋଷ ଯୁଦ୍ଧରେ ଛୁଆ। […]

Continue Reading

ପିଲାଟି ସୈନ୍ୟମାନଙ୍କୁ ଡରି ଲୁଚିଥିବା ପୁରୁଣା ଫଟୋକୁ ବର୍ତ୍ତମାନ ୟୁକ୍ରେନ-ଋଷ ଯୁଦ୍ଧ ସହ ଜୋଡ଼ି ଭାଇରାଲ ହେଉଛି।

ସୋସିଆଲ ମିଡିଆକେ ୟୁକ୍ରେନ ଋଷର ବିବାଦକୁ ନେଇ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ଏକ ଛୁଆ ସୈନ୍ୟମାନଙ୍କୁ ଡରି କାନ୍ଥ ପଛରେ ଲୁଚିଛି। ଏହି ଭୟାବହ ଦୃଶ୍ୟକୁ ନେଇ ସୋସିଆଲ ମିଡିଆରେ ଚର୍ଚାର ବିଷୟ ପାଲଟିଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 28 ଫେବୃଆରିରେ  ଜଣେ ସେୟାରଚାଟ୍ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି […]

Continue Reading

9 ବର୍ଷ ପୁରୁଣା ଭିଡିଓକୁ ରୁଷ ୟୁକ୍ରେନ ଯୁଦ୍ଧ ସହ ଜୋଡ଼ି ଭାଇରାଲ କରାଯାଉଛି।

ରୁଷିଆ ୟୁକ୍ରେନ ଉପରେ  ଆକ୍ରମଣ କରିବା ପରେ ଏହି ବିଷୟରେ ଅନେକ ଖବର ଇଣ୍ଟରନେଟରେ ଭାଇରାଲ ହେଉଛି।  ସୋସିଆଲ ପ୍ଲାଟଫର୍ମରେ ଏକ ଭିଡିଓ ସେୟାର କରାଯାଉଛି  ଯେଉଁଥିରେ ଜଣେ ଝିଅକୁ ସୈନିକ ଉପରେ କ୍ରୋଧ ପ୍ରକାଶ କରୁଥିବା ଦେଖିପାରିବେ।  ତାଙ୍କ ସହ ଏହା କୁହାଯାଉଛି ଯେ ଝିଅଟି ୟୁକ୍ରେନ ଏବଂ ସେ ଋଷର ସୈନିକ ଉପରେ ନିଜର କ୍ରୋଧ ପ୍ରକାଶ କରୁଛନ୍ତି। ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ହେଉଥିବା ଭିଡିଓ 9 ବର୍ଷ ପୁରୁଣା […]

Continue Reading

‘ୱାର ଅଫ୍ ଚିମେରା’ ସିନେମାର କ୍ଲିପ୍ କୁ ଯୁଧ୍ୟକୁ ଯିବା ପୂର୍ବରୁ ୟୁକ୍ରେନ୍ ସୈନିକ ମାନଙ୍କ ଦୃଶ୍ୟ ଭାବରେ ସେୟାର କରା ଯାଉଛି।

ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ଯୁଧ୍ୟ ଚାଲଇଥିବାରୁ ସୋସିଆଲ ମିଡିଆରେ ଅନେକ ମିଥ୍ୟା ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଜଣେ ସୈନିକ ଏବଂ ମହିଳାଙ୍କ ଏକ ହୃଦୟ ବିଦାରକ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଭିଡିଓରେ ପ୍ରତୀତ ହେଉଛି ଯେ ଯୁଧ୍ୟରେ ଯିବା ପୂର୍ବରୁ ସେ ସୈନ୍ୟ ଯବାନ ମହିଳାଙ୍କୁ ଆଲିଙ୍ଗନ କରୁଛନ୍ତି। ଦାବି ଅନୁଯାୟୀ ଏହି ଭିଡିଓ ୟୁକ୍ରେନ୍ ଦେଶର ବର୍ତ୍ତମାନର ପରିସ୍ଥିତିର ଅଟେ।  ଅନୁସନ୍ଧାନ ପରେ ଜଣା ପଡିଲା ଯେ […]

Continue Reading

୧୯୯୯ ରେ ଚେଚନିୟାର ଗ୍ରୋଜନି ସହରରେର ଯୁଧ୍ୟ ଦୃଶ୍ୟକୁ ସମ୍ପ୍ରତି ସମୟରେ ରୁଷ-ୟୁକ୍ରେନ୍ ଯୁଧ୍ୟ ଦାବି ସହିତ ଭାଇରାଲ କରା ଯାଉଛି। 

ରୁଷିଆ-ୟୁକ୍ରେନ୍ ଯୁଧ୍ୟ ଚାଲିଥିବାରୁ ସୋସିଆଲ ମିଡିଆରେ ଘଟନା ନେଇ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଛି। ଫ୍ୟାକ୍ଟ କ୍ରିଷେଣ୍ଡୋ ଏହା ମଧ୍ୟରୁ ଅନେକ ପୋଷ୍ଟ ଏବଂ ଭିଡିଓକୁ ମିଥ୍ୟା ବୋଲି ପ୍ରମାଣ କରି ସାରିଛି।  ବର୍ତ୍ତମାନ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ସହରର ଧ୍ଵଂସ ହେଇଥିବା ଦୃଶ୍ୟ ଦେଖା ଯାଉଛି। ଦାବି କରା ଯାଇଛି ଯେ ଏହା ରୁଷ-ୟୁକ୍ରେନ୍ ଯୁଧ୍ୟର ଦୃଶ୍ୟ ଅଟେ।  ତେବେ, ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ […]

Continue Reading

ରୁଷିଆ ପାରାଟ୍ରୁପର୍ସଙ୍କ ପୁରୁଣା ଭିଡିଓକୁ ବର୍ତ୍ତମାନ ରୁଷ-ୟୁକ୍ରେନ୍ ଯୁଧ୍ୟ ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି। 

ରୁଷ ସୈନ୍ୟ ମାନେ ୟୁକ୍ରେନ୍ ରେ ପ୍ରବେହ କରି ଏହାର ରାଜଧାନୀ କିଭ୍ ଅଭିମୁଖ ହେଉଥିବା ବେଳେ ବିସ୍ଫୋରଣ ଏବଂ ଆକ୍ରମଣର ଅନେକ ପୋଷ୍ଟ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଏହା ମଧ୍ୟରୁ ଅନେକ ଭିଡିଓ ପୁରୁଣା ଏବଂ ରୁଷ-ୟୁକ୍ରେନ୍ ଯୁଧ୍ୟ ସହିତ ଜଡିତ ହେଇନଥିବା ପ୍ରମାଣ ମିଳିଛି।  ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଆକାଶରୁ ଅବତରଣ କରୁଥିବା ଦେଖା ଯାଇଛି। ଦାବି ଅନୁଯାୟୀ ରୁଷ ସୈନ୍ୟ ପାରାଟ୍ରୁପର୍ସ […]

Continue Reading

ଜଣେ ୟୁକ୍ରେନ୍ ସୈନିକର ପୁରୁଣା ଫୋଟୋକୁ ୟୁକ୍ରେନ୍ ଉପରାଷ୍ଟ୍ରପତିଙ୍କ ପତ୍ନୀଙ୍କର ଫୋଟୋ ଦାବି ସହିତ ଭାଇରାଲ କରା ଯାଉଛି। 

ଆକ୍ରମଣକାରୀ ରାଇଫଲ୍ ହାତରେ ଧରିଥିବା ଜଣେ ମହିଳାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓ ସହିତ ଦାବି କରା ଯାଇଛି ଯେ ଏହି ମହିଳା ହେଉଛନ୍ତି ୟୁକ୍ରେନ୍ ଉପରାଷ୍ଟ୍ରପତିଙ୍କ ପତ୍ନୀ।  କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ପାଇଲା ଯେ ଏହା ଏକ ପୁରୁଣା ଫୋଟୋ ଅଟେ ଏବଂ ଏହି ମହିଳା ସୈନିକ ୟୁକ୍ରେନ୍ ଉପରାଷ୍ଟ୍ରପତିଙ୍କ ପତ୍ନୀ ହେଇଥିବା ଦାବି ମିଥ୍ୟା ଅଟେ।  କ’ଣ ଦାବି କରା ଯାଇଛି? ୨୭ ଫେବୃଆରିରେ ଓଏନଏଖବର ନାମକ ଫେସବୁକ […]

Continue Reading

୨୦୧୬ ମସିହାର କାନାଡାର ଫୋଟୋକୁ ୟୁକ୍ରେନ୍ ରେ ଯୁଧ୍ୟ ସମୟରେ ଶିଖ୍ ସମୁଦାୟ ଲୋକଙ୍କ ଦ୍ଵାରା ଏକ ଲଙ୍ଗର ଆୟୋଜିତ କରା ଯାଇଥିବା ଦାବି ସହିତ ଭାଇରାଲ କରା ଯାଉଛି। 

ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ଯୁଧ୍ୟ ଲାଗି ରହିଥିବା ସମୟରେ ସୋସିଆଲ ମିଡିଆରେ ଏହା ନେଇ ଅନେକ ପୋଷ୍ଟ ଭାଇରାଲ ହେଉଛି। ପୁରୁଣା ଏବଂ ରୁଷ-ୟୁକ୍ରେନ୍ ଯୁଧ୍ୟ ସହିତ ସମ୍ବନ୍ଧହିନ ଫୋଟୋକୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି। ଫୋଟୋ ଏବଂ ଭିଡିଓ ସେଯାର କରି କୁହା ଯାଉଛି ଯେ ସେଠିକାର ଲୋକ ମାନେ କିପରି ଭୟଭୀତ ଅଛନ୍ତି ଏବଂ କିପରି ଲୋକେ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇଛନ୍ତି।  ଶିଖ୍ ସମୁଦାୟ ଲୋକମାନେ ଲଙ୍ଗର […]

Continue Reading

ରୁଷ ୟୁକ୍ରେନ ଉପରେ ଆକ୍ରମଣ ପରେ ୟୁକ୍ରେନର ରାଷ୍ଟ୍ରପତି ଦେଶକୁ ବଞ୍ଚାଇବା ପାଇଁ ସୈନ୍ୟବାହିନିରେ ସାମିଲ ହୋଇଛନ୍ତି ?

ରୁଷ ୟୁକ୍ରେନ ଉପରେ ଆକ୍ରମଣ କଲା ପରେ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ଅଲଗା ଅଲଗା ଦାବିରେ ଭାଇରାଲ ହେବାରେ ଲାଗିଛି। ଋଷ-ୟୁକ୍ରେନ ବିବାଦ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ଫଟୋ ସେୟାର କରାଯାଉଛି ଯେ ସେ ନିଜ ଦେଶ ପାଇଁ ଲଢିଥିବା ସୈନ୍ୟବାହିନୀରେ ଯୋଗଦେବା ପାଇଁ ସୈନିକ ୟୁନିଫର୍ମ ପିନ୍ଧିଛନ୍ତି। Parwez Alam Khan ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଫଟୋ […]

Continue Reading

109 ବର୍ଷ ବୌଦ୍ଧ ବୃଦ୍ଧଙ୍କୁ 163 ବର୍ଷ ବୌଦ୍ଧ ଭିକ୍ଷୁ ମିଥ୍ୟା ଦାବିରେ  ଭାଇରାଲ୍ କରାଯାଉଛି।

ସୋସିଆଲ ମିଡିଆରେ ଜଣେ ଦୁର୍ବଳ ବୃଦ୍ଧଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଉଛି ଯେ, ଭିଡିଓରେ ଦେଖାଯାଇଥିବା ବ୍ୟକ୍ତି ହେଉଛନ୍ତି ହିମାଳୟ ବୌଦ୍ଧ ଏବଂ ତାଙ୍କ ବୟସ 163 ବର୍ଷ। ଆମର ଅନୁସନ୍ଧାନରେ, ଏହି ଦାବି ମିଥ୍ୟା ପ୍ରମାଣିତ ହେଲା। ଭାଇରାଲ ହେଉଥିବା ଭିଡିଓଟି ଥାଇଲ୍ୟାଣ୍ଡର 109 ବର୍ଷିୟ ଲୁଆଙ୍ଗ ଫୋ ୟାଇଙ୍କର ଏବଂ ତାଙ୍କ ବୟସ 109 ବର୍ଷ ଅଟେ।  24 ଫେବୃଆରିରେ Odisha Bhaskar ଫେସବୁକ ପେଜରେ ଭାଇରାଲ ଭିଡିଓ ପୋଷ୍ଟ […]

Continue Reading

ପୁରୁଣା ଏବଂ ଅଲଗା ଅଲଗା ଭିଡିଓ ଏବଂ ଫଟୋକୁ ବର୍ତ୍ତମାନ ୟୁକ୍ରେନ-ରୁଷ ଯୁଦ୍ଧ ସହ ଜୋଡ଼ି ଭାଇରାଲ କରାଯାଉଛି।

24 ଫେବୃଆରିରେ ରୁଷର ୟପକ୍ରେନ ଉପରେ ଆକ୍ରମଣ କରିଥିଲା। ଏହାର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ମିଥ୍ୟା ଦାବିରେ ଭାଇରାଲ କରାଯାଉଥିବାର ଦେଖାଯାଉଛି। ଏପରି ଏକ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକ ବରଫରେ ପ୍ରାର୍ଥନା କରୁଥିବାର ଦେଖାଯାଉଛନ୍ତି। ଭିଡିଓରେ ଦାବି କରାଯାଉଛି ଯେ, ଋଷ ୟୁକ୍ରେନ ଉପରେ ଆକ୍ରମଣ କଲା ପରେ ଲୋକମାନେ ଏପରି କାକୁତି ମିନତି ହୋଇ ପ୍ରାର୍ଥନା କରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ […]

Continue Reading

ମୁସ୍କାନ ଖାନଙ୍କ ସାହସିକତାକୁ ଅଭିନନ୍ଦନ ଜଣାଇବା ପାଇଁ ବୁର୍ଜ ଖଲିଫାରେ ତାଙ୍କ ଫଟୋ ଆଲୋକିତ କରାଯାଇଥିଲା ?

 ହିଜାବ ବିବାଦ ମଧ୍ୟରେ କର୍ଣ୍ଣାଟକ ଥିବା ଏକ କଲେଜରେ ମୁସ୍କାନ ଖାନ ନାମକ ଜଣେ ବୁର୍ଖା ପିନ୍ଧିଥିବା ଛାତ୍ରଙ୍କର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଥିଲା। ଅନେକେ ତାଙ୍କୁ ‘କର୍ଣ୍ଣାଟକରେ ପ୍ରୋ-ହିଜାବ ବିରୋଧର ଚେହେରା’ ବୋଲି କହିଥିଲେ। ଏହା ମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରାଯାଇ ଦାବି କରାଯାଉଛି ଯେ, ମୁସ୍କାନ ଖାନଙ୍କ ସାହସିକତାକୁ ଅଭିନନ୍ଦନ ଜଣାଇବା ପାଇଁ ବୁର୍ଜ ଖଲିଫାରେ ତାଙ୍କ ଫଟୋ ଲଗାଇଛି।  ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି […]

Continue Reading

ରିଖି ସାୱନ୍ତ ଏବଂ ସାରା ଖାନ ହିଜାବ ବିରୋଧ ମାନଙ୍କୁ ଜବାବ ଦେଲେ ? 

ବଲିଉଡ଼ ନାୟୀକା ରାକ୍ଷୀ ସାୱନ୍ତ ପୁଣିଥରେ ସର୍ଚ୍ଚାରେ। କର୍ଣ୍ଣାଟକରେ ହିଜାବକୁ ନେଇ ଚାଲୁଥିବା ବାବାଦକୁ ନେଇ ଅନେକ ଖବର ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ରାକ୍ଷୀ ସାୱନ୍ତଙ୍କର ହିଜାବ ସମ୍ଭନ୍ଧିତ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ରାକ୍ଷି ସାୱ୍ନନ୍ତ  ଏବଂ ସାରା ଖାନ ହିଜାବର ବିରୋଧ କରୁଥିବାର ଦେଖାଯାଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ପୁରୁଣା ବୋଲି ସ୍ପଷ୍ଟ ହେଲା। Kattar Hindu Jagdish ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ […]

Continue Reading

ହିଜାବ ପାଇଁ ପ୍ରଦର୍ଶନ କରୁଥିବା ମହିଳା ନାଲି ଡ୍ରେସରେ ଏପରି ଫଟୋ କ୍ଲିକ କରିଛନ୍ତି ? ଜାଣନ୍ତୁ ସତ୍ୟତା।

ଗତ କିଛି ଦିନ ହେବ କର୍ଣ୍ଣାଟକର କଲେଜ କ୍ୟାମ୍ପସରେ ହିଜାବକୁ ନେଇ ବିବାଦ ଦେଖାଦେଇଥିବା ବେଳେ ସାରା ରାଜ୍ୟରେ ବିରୋଧ ପ୍ରଦର୍ଶନ କରାଯାଇଛି। ଏଥିମଧ୍ୟରେ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ମିଥ୍ୟା ଦାବିରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ମହିଳାର ଫଟୋ ସେୟାର କରି ଦାବି କରାଯାଉଛି ଯେ, ଏ ସେହି ଯୁବତୀ ଯିଏ କର୍ଣ୍ଣାଟକ କଲେଜରେ ବୁର୍ଖା ପିନ୍ଧିବାପାଇଁ ଆଲ୍ଲା ହୁ ଅକବର ନାରା ଦେଉଥିଲା – UPର ମୌଲାନା ଖୁସିହୋଇ […]

Continue Reading

କ’ଣ ହିଜାବ ପିନ୍ଧିଥିବା ୩ ପୁରୁଷ ଲୋକଙ୍କୁ ଦୁବାଇ ପୋଲିସ ବିମାନବନ୍ଦରରେ ଗିରଫ କରିଛି? ଜାଣନ୍ତୁ ସତ୍ୟ। 

ସାଉଦି ଆରବର ପାରମ୍ପାରିକ ପୋଷାକରେ ମହିଳା ଭାବରେ ଜଣା ପଡୁଥିବା କିଛି ପୁରୁଷ ଲୋକଙ୍କ ଫୋଟୋ ଅନେକ ଅଗ୍ରଣୀ ନ୍ୟୁଜ୍ ୱେବସାଇଟ ଏବଂ ସୋସିଆ ମିଡିଆ ବ୍ୟବହାରକାରୀଙ୍କ ଦ୍ଵାରା ସେୟାର କରା ଯାଉଛି। ଦାବି କରା ଯାଇଛି ଯେ ଦୁବାଇ ବିମାନବନ୍ଦରରେ ତିନି ଜଣ ପୁରୁଷଙ୍କୁ ମହିଳା ଭେଷରେ ଗିରଫ କରା ଯାଇଥିଲା।  ୧୮ ଫେବ୍ରୁଆରିରେ ଜଣେ ଫେସବୁକ ବ୍ୟବହାରକାରୀ କନକ ନ୍ୟୁଜ୍ ର ଏକ ସ୍କ୍ରିନଶଟ୍ ସେୟାର କରି ଦାବି କରିଛନ୍ତି ଯେ ଦୁବାଇ ବିମାନବନ୍ଦରରେ […]

Continue Reading

ହିଜାବ ବିବାଦରେ ମୁସଲମାନ  ଝିଅମାନଙ୍କ ଉପରେ ପାଣି ଫିଙ୍ଗିବାର ଖବର ମିଥ୍ୟା ଅଟେ।

 ସୋସିଆଲ ମିଡିଆ ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ  ହିଜାବ ପିନ୍ଧିଥିବା ମୁସଲମାନ ଝିଅମାନଙ୍କ ଉପରେ ପାଣି ପକାଯାଉଛି। ଏହି ପୋଷ୍ଟର ଭିଡିଓରେ କିଛି ଝିଅ ବୁର୍ଖା ପିନ୍ଧି ରାସ୍ତାରେ ଦଉଡୁଥିବାର ଦେଖାଯାଉଛନ୍ତି ଏବଂ କିଛି ଯୁବକ ରାସ୍ତା କଡ଼ରୁ ପାଣି ଫିଙ୍ଗୁଥିବାର ଦେଖାଯାଉଛନ୍ତି। ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଶ୍ରୀଲଙ୍କାର ପୂର୍ବା ଅଂଚଳ ବିଶ୍ୱବିଦ୍ୟାଳୟର ସିନିୟର ଏବଂ ଜୁନିଅରମାନଙ୍କୁ ପାଣି ଫିଙ୍ଗିବାର କ୍ୟାମ୍ପସର ଭିଡିଓ କୁ ହିଜାବ ବିବାଦ ସହିତ ଜୋଡ଼ି ପୋଷ୍ଟ ଭାଇରାଲ […]

Continue Reading

କ’ଣ ଭାଇରାଲ ଭିଡିଓ ୨୦୧୯ ମସିହାରେ ପୁଲୱାମା ଆତଙ୍କବାଦୀ ଆକ୍ରମଣର ଦୃଶ୍ୟ ଦର୍ଶାଉଛି? ଜାଣନ୍ତୁ ସତ୍ୟ। 

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ସିସିଟିଭି ଫୁଟେଜ୍ ର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ରାସ୍ତାରେ କିଛି ଗାଡି ଚାଲୁଥିବା ସମୟରେ ଏକ ବିସ୍ଫୋରଣ ହେଉଛି। ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ଏହି ଭିଡିଓ ୧୪ ଫେବୃଆରି୨୦୧୯ ମସିହାରେ ପୁଲୱାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ଦୃଶ୍ୟ ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  ShareChat | Archive ଆମ ଅନୁସନ୍ଧାନ:  ଭାଇରାଲ ଭିଡିଓର ସତ୍ୟତା ଜାଣିବା ପାଇଁ […]

Continue Reading

କ’ଣ ସଲମାନ ଖାନ ଏବଂ ଆମିର ଖାନ ହିଜାବ ବିବାଦର ଯୁବତୀକୁ ୩ କୋଟି ଧନରାଶି ଦାନ କରିଛନ୍ତି? ଜାଣନ୍ତୁ ସତ୍ୟ। 

କର୍ଣ୍ଣାଟକରେ ହିଜାବ ପିନ୍ଧିବା ନେଇ ଚାଲିଥିବା ବିବାଦରେ ମିଥ୍ୟା ଏବଂ ବିଭାରାନ୍ତକାରୀ ଖବର ମଧ୍ୟ ବୃଦ୍ଧି ପାଉଛି। ଏକ ଭାଇରାଲ ପୋଷ୍ଟର ଦାବି ଅନୁଯାୟୀ ଅଭିନେତା ସଲମାନ ଖାନ ଏବଂ ଆମିର ଖାନ ହିଜାବ ଯୁବତୀ ନାମରେ ଜଣା ଯାଉଥିବା ମୁସ୍କାନ ଖାନଙ୍କୁ ୩ କୋଟି ଟଙ୍କା ଦାନ କରିଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?  ୧୫ ଫେବୃଆରିରେ ଦୀପକ ମଲ୍ଲିକ ନାମକ ଜଣେ […]

Continue Reading

କ’ଣ ଭାଇରାଲ ଭିଡିଓ ହିଜାବ ବିରୁଦ୍ଧରେ ହିନ୍ଦୁ ଛାତ୍ରଛାତ୍ରୀଙ୍କ ଦ୍ଵାରା କର୍ଣାଟକାର ଆନ୍ଦୋଳନକୁ ଦର୍ଶାଉଛି? ଜାଣନ୍ତୁ ସତ୍ୟ। 

କର୍ଣ୍ଣାଟକାରେ ହିଜାବ ବିବାଦ ଲାଗି ରହିଥିବା ବେଳେ ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ଲୋକଙ୍କ ବିଶାଳ ଭିଡ ପତକା ସହିତ ରାସ୍ତାରେ ରେଲି କରୁଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ଭିଡିଓ କର୍ଣ୍ଣାଟକାର ହିନ୍ଦୁ ଛାତ୍ରମାନଙ୍କ ଦ୍ଵାରା ଏକ ରେଲି ଅଟେ। କର୍ଣ୍ଣାଟକାର ହିଜାବ ବିବାଦ ପ୍ରସଙ୍ଗରେ ଏହି ଭିଡିଓ ସେୟାର କରା ଯାଉଛି।  ଭିଡିଓ ପୋଷ୍ଟ କରି କୁହା ଯାଇଛି, “କର୍ଣ୍ଣାଟକାର ଛାତ୍ର ମାନଙ୍କୁ ଦେଖି ଲାଗୁଛି ଯେ […]

Continue Reading

କ’ଣ ନିର୍ବାଚନ ସମୟରେ ଯୋଗୀ ଆଦିତ୍ୟନାଥ ଲୋକଙ୍କ ମଧ୍ୟରେ ଟଙ୍କା ବଣ୍ଟନ କରୁଛନ୍ତି? ଜାଣନ୍ତୁ ସତ୍ୟ। 

ଉତ୍ତରପ୍ରଦେଶରେ ନିର୍ବାଚନ ଚାଲିଛି। ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଲୋକଙ୍କ ଭିଡ ମଧ୍ୟରେ ଯୋଗୀ ଆଦିତ୍ୟନାଥ ବସିଥିବା ବେଳେ ଲୋକଙ୍କୁ ଟଙ୍କା ବଟନ ଚାଲିଛି। ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ଉତ୍ତରପ୍ରଦେଶରେ ଯୋଗୀ ସରକାର ଭୋଟ୍ ଜିତିବା ପାଇଁ ଲୋକଙ୍କ ମଧ୍ୟରେ ଟଙ୍କା ବଣ୍ଟନ କରୁଛନ୍ତି।  ଫ୍ୟାକ୍ଟ କୃସେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ? ୧୧ […]

Continue Reading

2010 ରେ ଭିଡିଓକୁ ହିଜାବ ବିବାଦ ସହ ଧାଡି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

କର୍ଣ୍ଣାଟକର ହିଜାବ ବିବାଦ ମଧ୍ୟରେ ଦେଶର ଅନେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ, ଜଣେ ମହିଳା ପାଣି ଟାଙ୍କି ଉପରେ ହାଜବକୁ ଜାଳି ଦେଉଥିବା ଏକ ଭିଡିଓ  ଭାଇରାଲ ହେବାରେ ଲାଗିଛି। ଭିଡିଓକୁ ହିଜାବ ବିରୋଧ ସହ ଯୋଡି ସେୟାର କରାଯାଉଛି। ଭିଡିଓଟି କ୍ୟାପସନ୍ ସହିତ ସେୟାର କରାଯାଉଛି ଯେ ‘ମହିଳା ହିଜାବକୁ ଜାଳିଦେବାକୁ ଚେଷ୍ଟା କରିଥିଲେ କିନ୍ତୁ ନିଜକୁ ଜାଳି ଦେଇଥିଲେ’ । ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା […]

Continue Reading

ସମାଜବାଦୀ ପାର୍ଟି ର ପ୍ରାର୍ଥୀ ଆଦିଲ୍ ଚୌଧୁରୀ ହିନ୍ଦୁମାନଙ୍କୁ ଧମକ ଦେଉଥିଲେ ଏବଂ ହିନ୍ଦୁମାନେ ତାଙ୍କୁ ମାଡ଼ ମାରିଥିଲେ ?

ନିର୍ବାଚନ ପ୍ରଚାର ଜୋର ସୋରରେ ଲାଗି ରହିଛି। ଦଶ ଫେବୃଆରୀ  ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ସମାପ୍ତ ହେଲା। ସେଦିନ ଗୋଟିଏ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି, ଯେଉଁଥିରେ ଦାବି ହେଉଛି ଯେ ସାଉଥ ମେରୁଟ ଏସପି ପ୍ରାର୍ଥୀ ମହମ୍ମଦ ଆଦିଲ ଚୌଧୁରୀ ହିନ୍ଦୁମାନଙ୍କୁ ଧମକ ଦେଉଥିଲେ ଏବଂ ହିନ୍ଦୁମାନେ ତାଙ୍କୁ ମାଡ଼ ମାରିଥିଲେ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  11 ଫେବୃଆରିରେ ଡ଼. ଅଚଞ୍ଛା କୀଳା ନାମକ […]

Continue Reading