
୨୦ ଜାନୁଆରୀ ରେ ଓଡ଼ିଆ ଅନ୍ଲାଇନ ସାଇଟରେ ଛପି ଥିବା ଅଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ ଆର୍ଥିକ ଅନଟନ ଓ ଦରିଦ୍ରତା କାରଣରୁ ପାକିସ୍ତାନର କିଛି ଅଂଶ ବିକ୍ରି ହୋଇଯିବ। ସ୍ଥିତି ଏପରି ଅଛି ଯେ ଚୀନ ଆଗରେ ମୁଣ୍ଡ ନୂଆଇବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ। ରଣରେ ବୁଡି ରହିଥିବା ପାକିସ୍ତାନକୁ ଏହି ସଙ୍କଟରୁ ବାହାରିବା ପାଇଁ ଆଉ କୌଣସି ଉପାଏ ନାହିଁ। ସେଥିପାଇଁ ନିଜ ଦେଶର କିଛି ଅଂଶକୁ ବିକ୍ରି କରିବ ପାକିସ୍ତାନ। ପାକିସ୍ତାନର ଅର୍ଥ ବ୍ୟବସ୍ତା ଏତେ ତଳକୁ ଖସି ଯାଇଅଛି ଯେ, ଚୀନର ରୁଣ ସୁଝିବା ପାଇଁ ଅନେକ ବାଟ ଖୋଜିବାରେଲାଗିଛନ୍ତି ଇମରାନ ସରକାର। ଏହି ରୁଣରୁ ମୁକ୍ତ ହେବା ପାଇଁ ପାକିସ୍ତାନ ନିଜ ଦେଶର କିଛି ଅଂଶ ଚୀନକୁ ବିକ୍ରି କରି ଦେବ। ତେବେ ପାକିସ୍ତାନ ଅଧିକୃତ କାଶ୍ମୀରରୁ କିଛି ଅଂଶ ଚୀନକୁ ଦେଇ ପାରେ।
ଏହି ପୋଷ୍ଟ ଫେସବୁକର ଓଡ଼ିଆ ମୋ ଭାଷା ପେଜରେ ମଧ୍ୟ ଭାଇରାଲ କରା ଯାଇଅଛି।
ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ।
ଆମ ଅନୁସନ୍ଧାନ:
ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନରେ ଆମେ ପ୍ରଥମେ ଗୁଗୁଲରେ ଯାଇ “ପାକିସ୍ତାନ ସେଲିଙ୍ଗ ହିଜ ଲେଣ୍ଡ” ଲେଖି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଏହି ପୋଷ୍ଟ ଜଡିତ କିଛି ସତ୍ୟ
ଜଣା ପଡିଲା।
୫ ଡିସେମ୍ବର ୨୦୧୯ ମସିହାରେ ରିପବ୍ଲିକ ୱାର୍ଲ୍ଡ ପତ୍ରିକାରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଲେଖା ଯାଇଅଛି ଯେ ପାକିସ୍ତାନ ନିଜ ଦେଶରେ ବେକାର ଓ ବ୍ୟବହାର ନ ହେଉଥିବା ଜମି ଗୁଡିକ ବିକିବାର ନିର୍ଣୟ ନେଇଛି। ଏହି ନିର୍ଣୟ ଦ୍ଵାରା ପାକିସ୍ତାନ ନିଜ ଦେଶର ଓ ବିଦେଶି ନିବେଶକାରୀ ମାନଙ୍କୁ ଆକର୍ଷିତ କରିବା ପାଇଁ ଚାହୁଁଚି। ତାଙ୍କ ନିବେଶ ମାଧ୍ୟମରୁ ପାକିସ୍ତାନ ନିଜ ଆର୍ଥିକ ସମସ୍ୟାରୁ ବାହାରି ପାରିବ। ଏହି ବ୍ୟବସାୟୀ ମାନଙ୍କ ନିବେଶରୁ ମିଳିଥିବା ଧନରାଶିକୁ ଲୋକଙ୍କ ୱେଲଫେୟର ପାଇଁ ବ୍ୟବହାର କରାଜିବ। ବିକା ହେବା ଜମିର ପ୍ରଦର୍ଶନ ଦୁବଇ ଏକ୍ସପୋରେ କରା ଜୀବ ଯାହାଫଳରେ ଦେଶ ବିଦେଶର ବ୍ୟାପାରୀ ଏହି ଜମି ପ୍ରତି ଆକର୍ଷିତ ହେବେ। ଇମରାନଙ୍କ ପୂର୍ବରୁ ପାକିସ୍ତାନର ସରକାର ଏହି ଜମିର ଭଲ ଭାବେ ବ୍ୟବହାର କରି ନଥିଲେ। କୋଟି କୋଟି ଟଙ୍କା ଜମି ଥିବା ପରେ ମଧ୍ୟ ସରକାର ପ୍ରତ୍ୟେକ ବର୍ଷ ନୁକସାନ ସହୁଛି ବୋଲି ଇମରାନ ଖାନ କହିଛନ୍ତି।
୬ ଡିସେମ୍ବର ୨୦୧୯ ରେ ଆମର ଉଜାଲା ପତ୍ରିକାର ଲେଖା ଯାଇଅଛି ଯେ ପାକିସ୍ତାନକୁ ଆର୍ଥିକ ସଙ୍କଟରୁ ରକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ କାରଜ୍ୟାଳୟରେ ରକ୍ଷା ଯାଇଥିବା ଗାଡି ଓ ଗୋରୁ ମାନଙ୍କୁ ବିକିବା ଆରମ୍ଭ କରି ଏବେ ପାକିସ୍ତାନ ନିଜ ଦେଶର ବହୁମୂଲ୍ୟ କିନ୍ତୁ ବେକାର ପଡ଼ି ଥିବା ଜମିକୁ ବିକିବାର ନିର୍ଣୟ ନିଯା ଯାଇ ସରିଲାଣି। ଦେଶ ବିଦେଶ ନିବେଶକଙ୍କୁ ଆକର୍ଷିତ କରିବା ପାଇଁ ପାକିସ୍ତାନ ସରକାର ଏହି ବେକାର ପଡ଼ି ଥିବା ଜମକୁ ବିକିବାର ନିଷ୍ପତ୍ତି ନେଇ ସାରିଛି। ଇମରାନ ଖାନଙ୍କ କହିବା ଅନୁସାରେ, ଗତ ଆରାକାରର ହେଳା ଯୋଗୁ ଏହି ବହୁମୂଲ୍ୟ ଯାମିର ଠିକ ଭାବରେ ବ୍ୟବହାର କରା ଯାଇ ନାହିଁ। ଇମରାନ ଖାନ ଏହା ମଧ୍ୟ କହିଛନ୍ତି ଯେ କୋଟି କୋଟି ଟଙ୍କା ସମ୍ପତ୍ତି ଥିବାରୁ ମଧ୍ୟ ପାକିସ୍ତାନକୁ ପ୍ରତ୍ୟେକ ବର୍ଷ ଅନେକ କୋଟି ଟଙ୍କାର ଘାଟା ହେଉଛି। ଜମି ବିକିବା କଥା ନେଇ କିଛି ବାଧା ନଆସୁ ସେଥିପାଇଁ ପାକିସ୍ତାନ ସରକାର ଏହା ନିୟମ ବାହାର କରିଅଛି ଯେ ଏହି କାମରେ ବାଧା ଦେବା ଲୋକଙ୍କୁ ସରକାର ଦଣ୍ଡ ଦେବ। ଆଇ.ଏମ.ଏଫ ଏହି ବର୍ଷ ପାକିସ୍ତାନ କୁ ୬ ଆରବ ଦଲ୍ଲାର ରୁଣ ଦେଇଛି। ଏହା ଛଡା ପାକିସ୍ତାନ, ଚୀନ ଓ ସାଉଡି ଠାରୁ ମଧ୍ୟ ରୁଣ ନେଇ ବସିଛି। ଏହି ଜମିକୁ ପାକିସ୍ତାନ ଦୁବଇ ଏକ୍ସପୋ ରେ ବିକିବାର ନିର୍ଣୟ କରିଛି ଓ ଯେଉଁ ଧନରାଶି ମିଳିବ ସେଇଟା ଶିକ୍ଷା, ଶ୍ଵାସଥିୟ ଓ ଅନ୍ୟ ଲୋକ କଲ୍ୟାଣକାରୀ କାର୍ଯ୍ୟରେ ଲଗା ଜିବ।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ପୋଷ୍ଟରେ କରା ଯାଇ ଥିବା ଦାବି ଯେ ପାକିସ୍ତାନ ନିଜ ଦେଶର ଜମି ଚୀନକୁ ବିକିବା କଥା ସମ୍ପୂର୍ଣ ଭାବେ ମିଥ୍ୟା ଅଟେ। ପାକିସ୍ତାନନିଜ ଜମି ଦୁବଇ ଏକ୍ସପୋ ପ୍ରଦର୍ଶନରେ ବିକିବାର ନିର୍ଣୟ ନେଇଛି। ଇମରାନ ଖାନ ନିଜେ କହିଛନ୍ତି ଯେ ବିଦେଶୀ ନିବେଶକଙ୍କୁ ପାକିସ୍ତାନରେ ନିବେଶ କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଛି।

Title:କ’ଣ ପାକିସ୍ତାନର କିଛି ଅଂଶକୁ ଇମରାନ ଖାନ ଚୀନକୁ ବିକିବେ ବୋଲି କହିଛନ୍ତି? ଜାଣନ୍ତୁ ସତ।
Fact Check By: Siddharth SahuResult: False