
29 ଜାନୁଆରିରେ Arman Kumar Mohanty ନାମକ ଜଣେ ଫେଜବୁକ ୟୁଜର ମାତୃଭୂମି ଓଡ଼ିଶା ପେଜରେ ଭାରତୀୟ ବାୟୁସେନା 2020 ଗଣତନ୍ତ୍ର ଦିବସରେ ତ୍ରିଶୁଳ ବନାଇଥିବାର ଦାବିରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖା ଯାଇଛି ଯେ ଭାରତିୟ ବାୟୁ ସେନାର କମାଲ, ବନାଇଲେ ଶିବଙ୍କର ତ୍ରିଶୁଳ ।ଏହା ପରେ ହର ହର ମହାଦେବ ମଧ୍ୟ ଲେଖା ଯାଇଥିଲା। ପୋଷ୍ଟ ଅନୁସାରେ ଏହି ଫୋଟୋ 2020 ଗଣତନ୍ତ୍ର ଦିବସର ଅଟେ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ଭାଇରାଲ ଫୋଟୋର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ପ୍ରଥମେ ଭାଇରାଲ ଫୋଟୋକୁ ଗୁଗୁଲ ରିଭର୍ସ ଇମେଜରେ ପକାଇଲୁ। ଏହା ସହିତ ଗୁଗୁଲରେ ଗଣତନ୍ତ୍ର ଦିବସ, ତ୍ରିଶୁଳ,ଭାରତିୟ ବାୟୁ ସେନା ଲେଖି ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ 2020ରେ ଭାରତିୟ ବାୟୁସେନା ଦିଲ୍ଲୀରେ ଦେଖାଇଥିବା ପ୍ରଦର୍ଶନର ଏକ ପୋଷ୍ଟ Doordarsan National ଟ୍ୱିଟର ଆକାଉଣ୍ଟରୁ ପାଇଲୁ। ଭିଡିଓରେ କୁହା ଯାଉଛି ଯେ, 26 ଜାନୁଆରି 2020ରେ ଭାରତ ନିଜ 72ତମ ଗଣତନ୍ତ୍ର ଦିବସ ବନାଇଛି। ଭାରତିୟ ବାୟୁସେନା କାର୍ଯ୍ୟକ୍ରମରେ ନିଜ କଳାର ପ୍ରଦର୍ଶନ କରିଥିଲେ। ଭିଡିଓର ଅନୁସାରେ ଭାରତିୟ ବାୟୁସେନା ଆକାଶରେ ତ୍ରିଶୁଳ ବନାଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ତାହା ଭାଇରାଲ ହେଉଥିବା ଫୋଟୋ ସହ ସମାନ ନୁହଁ। ତଳେ ଗମତନ୍ତ୍ର ଦିବସର ଭିଡିଓ ଦେଖନ୍ତୁ।
ଏହା ଛଡ଼ା ଭାରତିୟ ବାୟୁସେନା ଆକାଶରେ ବନାଇଥିବା ତ୍ରିଶୁଳ ଫୋଟୋକୁନିଜ ଟ୍ୱିଟର ଆକାଉଣ୍ଟରେ ମଧ୍ୟ ପୋଷ୍ଟ କରିଛି। ଯେଉଁଥିରେ ଦେଖା ଯାଉଛି ଯେ, ଭାରତିୟ ବାୟୁସେନା ଭାଇରାଲ ଫୋଟୋ ପରି ତ୍ରୁଶୁଳ ଆକାଶରେ ବନାଇ ନାହିଁ।

ଏଠାରେ ଲିଙ୍କ ଦେଖନ୍ତୁ-ANI । Archive
ଆମେ ଭାଇରାଲ ଫୋଟୋ ଏବଂ ଆମକୁ ମିଳିଥିବା ପ୍ରକୃତ ଫୋଟୋକୁ ବିଶ୍ଲେଷଣ କରିଲୁ। ତେଳ ଦୁଇଟି ଫୋଟୋର ବିଶ୍ଲେଷଣ ଦେଖନ୍ତୁ।

ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ,2020 ଗଣତନ୍ତ୍ର ଦିବସରେ ଭାରତିୟ ବାୟୁସେନା ଆକାଶରେ ତ୍ରିଶୁଳ ବନାଇବାର ଦାବି ମିଥ୍ୟା ଅଟେ। ପ୍ରକୃତରେ ଭାରତିୟ ବାୟୁସେନା ତ୍ରିଶୁଳ ବାନାଇବା ପାଇଁ ପ୍ରୟାସ କରିଥିଲୋ ସତ କିନ୍ତୁ ତାହା ଭାଇରାଲ ଫୋଟୋ ପରି ନଥିଲା। ଭାଇରାଲ ଫୋଟୋକୁ କମ୍ପୁଟରରେ ଫୋଟୋସୋପ କରି ଭାଇରାଲ କରାଯାଉଛି।

Title:କ’ଣ ଭାରତୀୟ ବାୟୁସେନା 2020 ଗଣତନ୍ତ୍ର ଦିବସରେ ଭାଇରାଲ ଫୋଟୋ ପରି ତ୍ରିଶୁଳ ବନାଇଥିଲା? ଜାଣନ୍ତୁ ସତ୍ୟ।
Fact Check By: Saritadevi SamalResult: False