
ବର୍ତ୍ତମାନ ସୋସିଆଲ ମିଡିଆରେ ଦୁଇଟି ଭିଡିଓ ଭାଇରାଲ ହେଉଛି। ପ୍ରଥମ ଭିଡିଓରେ ହିଜାବ ବିବାଦ ଯୁବତୀ ମୁସକାନଙ୍କୁ ଦେଖିବାକୁ ମିଳିଛି ଏବଂ ଦ୍ଵିତୀୟ ଭିଡିଓରେ ଜଣେ ମହିଳା ବିକିନୀ ପିନ୍ଧିଥିବା ଅବସ୍ଥାରେ ରାଜରାସ୍ତାରେ ନଜର ଆସିଛନ୍ତି। ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ ଦ୍ଵିତୀୟ ଭିଡିଓରେ ବିକିନୀ ପିନ୍ଧିଥିବା ମହିଳା ହେଉଛନ୍ତି କର୍ଣାଟକର ହିଜାବ ଯୁବତୀ ମୁସକାନ।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ବିକିନୀ ପିନ୍ଧିଥିବା ମହିଳା ହେଉଛନ୍ତି ବୋଲିୱୁଡ ଅଭିନେତ୍ରୀ ଉର୍ଫି ଜାଭେଦ।
ଆମ ଅନୁସନ୍ଧାନ:
ଆମେ ଏହା ଜାଣିଛୁ ଯେ ପୋଷ୍ଟ ହେଇଥିବା ପ୍ରଥମ ଭିଡିଓ କର୍ଣାଟକରେ ହେଇଥିବା ହିଜାବ ବିବାଦ ସମୟର ଅଟେ। ପ୍ରଥମ ଭିଡିଓରେ ଥିବା ଯୁବତୀ ମୁସକାନ ଅଟନ୍ତି। ହିଜାବ ପିନ୍ଧି କଲେଜ୍ ଯାଇଥିବା ସମୟରେ କିଛି ହିନ୍ଦୁ ଦଳ ଛାତ୍ର ମାନେ ତାଙ୍କୁ ଘେରି ଜୟ ଶ୍ରୀରାମ ନାରା ଦେଇଥିଲେ ଯାହାର ଉତ୍ତରରେ ମୁସକାନ ଆଲ୍ଲାହ-ହୁ-ଆକବର ନାରା ଦେଇଥିଲେ।
କ’ଣ ଦ୍ଵିତୀୟ ଭିଡିଓ ମଧ୍ୟ ମୁସକାନଙ୍କର ଅଟେ?
ଭିଡିଓକୁ ଗଭୀରତା ସହିତ ଦେଖିବା ପରେ ଆମକୁ ଜଣା ପଡିଲା ଯେ ଭିଡିଓ ନେଉଥିବା କିଛି ବ୍ୟକ୍ତି ବିକିନୀ ପିନ୍ଧିଥିବା ମହିଳାଙ୍କୁ ଉର୍ଫି ନାମରେ ସମ୍ବୋଧିତ କରୁଛନ୍ତି। ଆମେ ଏହା ମଧ୍ୟ ଜାଣିବାକୁ ପାଇଲୁ ଯେ ଏହି ଭିଡିଓ ନବଭାରତ ଟାଇମସ ଦ୍ଵାରା ପ୍ରସାରିତ କରା ଯାଇଥିଲା। ଉପରୋକ୍ତ ତଥ୍ୟକୁ ନଜରରେ ରଖୀ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଗୁଗୁଲରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୭ ଫେବ୍ରୁଆରି ୨୦୨୨ ରେ ନବଭାରତ ଟାଇମସ ୱେବସାଇଟରେ ସମାନ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ ମହିଳା ହେଉଛନ୍ତି ଉର୍ଫି ଜାଭେଦ ଯିଏ ଏକ ସ୍ପୋର୍ଟ୍ସ ବ୍ରା ପିନ୍ଧି ବ୍ୟାୟାମଶାଳ ଯାଇଥିଲେ। ଉର୍ଫି ଜାଭେଦ ବିଗ ବସ୍ ରେ ଭାଗ ନେଇଥିଲେ। ସେଠାରୁ ବାହାରିଲା ପରେ ସେ ଅନେକ ସମୟରେ ବିଭିନ୍ନ ଷ୍ଟାଇଲ୍ ରେ କ୍ୟାମେରା ସାମନାରେ ଆସିଛନ୍ତି।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓରେ ହିଜାବ ଯୁବତୀ ମୁସକାନ ରାସ୍ତାରେ ବିକିନୀ ପିନ୍ଧି ବୁଲିନାହାଁନ୍ତି। ବୋଲିୱୁଦ ଅଭିନେତ୍ରୀ ଉର୍ଫି ଜାଭେଦଙ୍କ ବିକିନୀ ପିନ୍ଧିଥିବା ଭିଡିଓକୁ ହିଜାବ ଯୁବତୀ ମୁସକାନଙ୍କ ଭିଡିଓ ଦାବି ସାଇଟ ଭାଇରାଲ କରା ଯାଉଛି।
Title:କ’ଣ ଭିଡିଓରେ କର୍ଣାଟକର ହିଜାବ ଯୁବତୀ ମୁସକାନ ବିକିନୀ ପିନ୍ଧି ବୁଲୁଥିବା ଅବସ୍ଥାରେ ଦେଖିବାକୁ ମିଲିଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False


