
୧୧ ଫେବ୍ରୁଆରିରେ ମଧୁ ନାଗ ନାମକ ଜଣେ ଫେସବୁକ ୟୁଜର ଯୁବ କଂଗ୍ରେସ ସଂଗଠନ ନାମକ ଫେସବୁକ ପେଜରେ ଗୋଟିଏ ଫୋଟୋ ପୋସ୍ତକରି ଏହା ଦାବି କରିଛନ୍ତି ଯେ ମୋଦି ସରକାର ଗୋପନୀୟ ଉପାୟରେ ବିଦେଶରେ ୨୬୮ ଟନ ସୁନା ଗିରବି ରଖିଛନ୍ତି। ଏହି କଥା କୁ ୪ବର୍ଷ ଉପରେ ବିତି ଗଲାଣି ଓ ବର୍ତମାନ ଆର.ଟି.ଆଇ ମାଧ୍ୟମରୁ ଏହି ବିଷୟ ସାମନାକୁ ଆସିଛି। ଜଣେ ସ୍ଵତନ୍ତ୍ର ପତ୍ରକାର ନବନୀତ ଚତୁର୍ବେଦି ଆର.ଟି.ଆଇ. ମାଧ୍ୟମ ଏହି ବିଷୟକୁ ସାମନାକୁ ଆଣି ଏହା ଦାବି କରିଛନ୍ତି ଯେ ମୋଦି ସରକାର ଜୁଲାଇ ୨୦୧୪ ମସିହାରେ ଦେଶର ୨୬୮ ଟନ ସୁନା ବିଦେଶରେ ଗିରବି ରଖୀ ଦେଇଛନ୍ତି ଓ ଏହାକୁ ପ୍ରମାଣ କରିବା ସବୁ ମହତ୍ବପୂର୍ଣ ସରକାରୀ କାଗଜ ତାଙ୍କ ପାଖରେ ଅଛି।
ଏହି ଖବର ବୋଲାଙ୍ଗୀର ରାଜନୀତି ନାମକ ଫେସବୁକ ପେଜରେ ମଧ୍ୟ ଭାଇରାଲ କରା ଯାଇଅଛି।
ଆମ ଅନୁସନ୍ଧାନ:
ଯେତେବେଳେ ଆମେ ଗୁଗୁଲରେ ମୋଦି ସରକାରଙ୍କ ୨୬୮ ଟନ ସୁନା ଗିରବି ରଖିବା ଖବର ବିଷୟରେ ସର୍ଚ କରିଲୁ, ଆମକୁ ଏହି ବିଷୟ ନେଇ ନେସନାଳ ହେରାଲ୍ଡ ଓ ଡେଲି ନ୍ୟୁଜ ଏକ୍ସପ୍ରେସ ୱେସାଇଟରେ ଛପି ଥିବା ଅନୁଛେଦ ମିଳିଲା। ଏହି ବିଷୟ ନେଇ ଅନ୍ୟ କେଉଁ ଖବର କାଗଜରେ କିଛି ଲେଖା ଯାଇ ନାହିଁ।
ନ୍ୟୁଜ ହେରାଲ୍ଡ ଅନୁଯାୟୀ, ନବନୀତ ଚତୁର୍ବେଦି, ଜଣେ ଜର୍ନାଲିଷ୍ଟ ଓ ସାଉଥ ଦିଲ୍ଲୀର ଲୋକସଭା କେନ୍ଦିଡେଟ, ମୋଦି ସରକାରଙ୍କ ଉପରେ ୨୦୧୪ ରେ ଦେଶର ୨୦୦ ଟନ ସୁନା ବିଦେଶରେ ଗିରବି ରଖିବା ଦୋଷ ଲଗାଇଛନ୍ତି। ଏହା କୁ ପ୍ରମାଣ କରିବା ପାଇଁ ସେ ଆର.ଟି.ଆଇ ଓ ଆର.ବି.ଆଇ ର ବାର୍ଷିକ ରିପୋର୍ଟ ମାଧ୍ୟମରୁ କିଛି ଡକୁମେଣ୍ଟ ଦେଖାଇଛନ୍ତି।
ଅଗଷ୍ଟ ୨୦୧୮ ରେ ଚତୁର୍ବେଦିଙ୍କ ଦ୍ଵାରା ଆର.ଟି.ଆଇ ଫାଇଲ ହେବା ପରେ ଆର.ବି.ଆଇ ଏହା କହିଲା ଯେ ଭାରତ ୨୬୮.୦୧ ଟନ ସୁନା ବେଙ୍କ ଅଫ ଇଂଲାଣ୍ଡ ଓ ବେଙ୍କ ଅଫ ଇଣ୍ଟରନେସନାଲ ସେଟେଲ୍ମେଣ୍ଟ (BIS) ରେ ରଖିଛି। ଚତୁର୍ବେଦି ଏହା ପ୍ରଶ୍ନ ପଚାରିଛନ୍ତି ଯେ ଏହି ଖବର ଦେଶର ଜନତା ସାମନାରେ କାହିଁକି ରକ୍ଷା ଯାଇ ନାହିଁ।
ଭାରତ ୨୦୦୯ ରେ ଇଣ୍ଟରନେସନାଲ ମନିଟାରୀ ଫଣ୍ଡରୁ ୨୦୦ ଟନ ସୁନା କିଣି ଥିଲା। ରିଜର୍ବ ବେଙ୍କର ୨୦୧୧-୨୦୧୫ ରିପୋର୍ଟ ଦେଖାଇ ଚତୁର୍ବେଦି କହିଛନ୍ତି ଯେ ୨୦୧୪ ସେଶ ସୁଧା ଭାରତରେ ୨୦୦ ଟନ ସୁନା ଥିଲା। ଯେତେବେଳେ ମୋଦି ସରକାର ଆସିଲା ଏହି ସୁନା ସମସ୍ତଙ୍କ ଠାରୁ ଲୁଚାଇ ବିଦେଶ ପଠା ଯାଇଥିଲା। ଆମେ ଗୋଟେ ଗୋଟେ କରି ଏହି ଦୁଇଟି ଦୋଷର ଅନୁସନ୍ଧାନ କରିବୁ।
୨୬୮ ଟନ ସୁନା କାହିଁକି ବିଦେଶରେ ରଖା ଯାଇଅଛି?
ରିଜର୍ଭ ବେଙ୍କର ଅଫିସିଆଲ ୱେବସାଇଟ ଯାଇ ଦେଖିଲା ପରେ ଆମକୁ ଜଣା ପଡିଲା ଯେ ୨୦୦୪ ରୁ ବେଙ୍କ ପ୍ରତ୍ଯେକ ୬ ମାସରେ ଥରେ ମେନେଜମେଣ୍ଟ ଅଫ ଫରେନ ଏକସଚେଞ୍ଜ ରିସର୍ଭ ରିପୋର୍ଟ ଛପି ଥାଏ। ଏହି ରିପୋର୍ଟରେ ସୁନା ଓ ଅର୍ଥ ବିଷୟରେ ସମସ୍ତ ସୂଚନା ଥାଏ।
ଚତୁର୍ବେଦି ଅଗଷ୍ଟ ୨୦୧୮ ମସିହାରେ ଆର.ଟି.ଆଇ ଫାଇଲ କରି ଥିଲେ। ମାର୍ଚ ୨୦୧୮ ସେଶରେ ରିଜର୍ଭ ବେଙ୍କ ପାଖରେ ୫୬୦.୩୨ ଟନ ସୁନା ଥିଲା, ସେଥିରୁ ୨୬୮.୦୧ ଟନ ସୁନା ବେଙ୍କ ଅଫ ଇଂଲାଣ୍ଡ ଏବଂ ବେଙ୍କ ଅଫ ଇଣ୍ଟରନେସନାଲ ସେଟଲ୍ମେନ୍ତ୍ ରେ ଡିପୋଷିଟ କରା ଯାଇଅଛି। ଏହି ସୁନାକୁ ସୁରକ୍ଷିତ ରଖିବା ପାଇଁ ଡିପୋଷିଟ କରା ଯାଇଥିଲା। ଏହାର ସୁନା ଗିରବି ରଖିବା ସହିତ କୌଣସି ସମ୍ବନ୍ଧ ନାହିଁ।
ଏହାର ମାନେ ସୁନା ବିଷୟରେ ସମସ୍ତ ସୂଚନା ଦେଶର ଜନତାଙ୍କ ସମକ୍ଷ ପ୍ରତ୍ଯେକ ୬ ମାସକୁ ଥରେ ରଖା ଯାଏ। ଶେଠୀ ପାଇଁ ମୋଦି ସରକାରଙ୍କ ବିରୁଦ୍ଧରେ ଲଗା ଯାଇଥିବା ଏହି ଦୋଷ ମିଥ୍ୟା ଅଟେ।
ମୋଦି ସରକାର ଶାସନକୁ ଆସିଲା ପରେ ୨୦୦ ଟନ ସୁନା ବିଦେଶ ପଠା ଯାଇଅଛି:
ଆର.ବି.ଆଇ ୨୦୦୯ ନଭେମ୍ବରରେ ୨୦୦ ଟନ ସୁନା କିଣି ଥିଲା। ଚତୁର୍ବେଦିଙ୍କ କହିବା ଅନୁସାରେ ସୁନା ଭାରତରେ ଜୁନ ୨୦୧୪ ମସିହା ଯାଏଁ ଥିଲା। ଏହା ପରେ ଏହି ସୁନାକୁ ବିଦେଶ ପଠା ଯାଇଥିଲା। କିନ୍ତୁ ଅଗଷ୍ଟ ୨୦୧୦ ରିପୋର୍ଟ ଅନୁସାରେ ଆର.ବି.ଆଇ. ପାଖରେ ୨୦୧୦ ମାର୍ଚ ସେଶ ତକ ୫୫୫.୭୫ ଟନ ସୁନା ଥିଲା। ଏହି ସୁନା ମଧ୍ୟରୁ ୨୬୫.୪୯ ଟନ ସୁନା ବିଦେଶରେ ରଖା ଯାଇଅଛି। ଏହି ୨୬୫.୪୯ ଟନ ସୁନା ମଧ୍ୟରୁ ୬୫.୪୯ ଟନ ସୁନା ୧୯୯୧ ରୁ ବିଦେଶରେ ଅଛି ଏବଂ ବାକି ୨୦୦ ଟନ ନଭେମ୍ବର ୨୦୦୯ ରୁ ବିଦେଶରେ ଅଛି।
ଏହାର ଅର୍ଥ ଏଇଟା ଯେ ଇଣ୍ଟରନେସନାଲ ମଣିତାରି ଫଣ୍ଡ ଦ୍ଵାରା କିଣା ଯାଇଥିବା 200 ଟନ ସୁନା 2009 ମସିହା ଠାରୁ ବିଦେଶରେ ଅଛି। 2009 ମସିହାରେ ଭାରତ ପ୍ରଥମ ଥର 8 ଟନ ସୁନା କିଣି ଥିଲା। ଏଇଥିରୁ ଏହା ଜଣା ପଡିଲା ଯେ ସେହି ସମୟରେ ସୁନାର ସଂଖ୍ୟାରେ କିଛି ବଦଲାବ ହୋଇନାହିଁ। ଶେଠୀ ପାଇଁ ମୋଦି ସରକାର ଉପରେ ଲଗା ଯାଇଥିବା ଏହି ଦୁଇତ୍ୟ ଦୋଷ ମଧ୍ୟ ମିଥ୍ୟା।
କ’ଣ ଆର.ବି.ଆଇ. ସୁନା ରଖି ପାରିବ?
ରିଜର୍ଭ ବେଙ୍କ ଅଫ ଇଣ୍ଡିଆ ଏକ୍ତ (୧୯୩୪) ଅନ୍ତର୍ଗତ ରେ ଆର.ବି.ଆଇ. ବିଦେଶର ଧନ ରାସୀ ଓ ସୁନା ଫରେନ ସେଣ୍ଟ୍ରାଲ ବେଙ୍କ ଏବଂ ବେଙ୍କ ଅଫ ଇଣ୍ଟରନେସନାଲ ସେଟଲ୍ମେନ୍ତ୍ ରେ ରଖି ପାରିବ। ୬୦ ଟି ଦେଶର ସେଣ୍ଟ୍ରାଲ ବେଙ୍କ ଓ ଆର.ବି.ଆଇ. ବେଙ୍କ ଅଫ ଇଣ୍ଟେର୍ନେସନାଲ ସେଟଲ୍ମେଣ୍ଟ ସହିତ ଜୁଡି ହେଇଅଛି।
Reserve Bank of India Act (1934)
ଆର.ବି.ଆଇ. ର ପ୍ରତିକ୍ରିୟା:
ସୋସିଆଲ ମିଡିଆ ରେ ଭାଇରାଲହେଉଥିବା ଏହି ପୋଷ୍ଟକୁ ନେଇ ଆର.ବି.ଆଇ. 3 ମେଇ କୁ ଚିଫ ଗେନେରାଲ ମେନେଜର ୟୋଗେଶ ଡାରଙ୍କ ନାମରେ ଗୋଟିଏ ପେଜ ଋଜେକ୍ଟ କରି ଏହି ଖବରକୁ ମିଥ୍ୟା ବୋଲି କହିଛି। ଦୁନିଆର ଅନେକ ଦେଶର ସେଣ୍ଟ୍ରାଲ ବେଙ୍କ ନିଜ ସୁନା ବେଙ୍କ ଅଫ ଇଂଲାଣ୍ଡ ରେ ରଖନ୍ତି। 2014 ରେ ଆର.ବି.ଆଇ. ର ଗୋଟିଏ ଲେଟର ରେ ଏହା ଲେଖା ଯାଇଅଛି ଯେ ସୁନା ଦେହ ବାହାରକୁ ନିଯା ଯାଇନାହିଁ।
ଶେଷକଥା:
ରିଜର୍ଭ ବେଙ୍କ ଅଫ ଇଣ୍ଡିଆର ସୁନା ୧୯୯୧ରୁ ବିଦେଶରେ ଅଛି, ମୋଦି ସରକାରଙ୍କ ସାଶନରୁ ନୁହେଁ। ୨୦୦୯ ରେ ଯେଉଁ ସୁନା କିଣା ଯାଇଥିଲା ସେଇଟା ମଧ୍ୟ ବିଦେଶରେ ଅଛି। ଏହା ସୁନାକୁ ସୁରକ୍ଷିତ ରଖିବା ପାଇଁ କରା ଯାଏ। ଏହାର ସୁନା ଗିରବି ରଖିବା ସହିତ କିଛି ସମ୍ବନ୍ଧ ନାହିଁ। ଶେଥି ପାଇଁ ଦାବି କରା ଯାଇଥିବା କଥା ଯେ ମୋଦି ସରକାର ପାୱାରରେ ଆସିଲା ପରେ ୨୦୧୪ ମସିହାରେ ସୁନା ଗିରବି କରି ଦେବା କଥା ମିଥ୍ୟା ଅଟେ।

Title:କ’ଣ ମୋଦି ସରକାର ଗୋପନୀୟ ଉପାୟରେ ୨୬୮ ଟନ ସୁନା ବିଦେଶରେ ଗିରବି ରଖିଛନ୍ତି? ଜାଣନ୍ତୁ ସତ।
Fact Check By: Siddharth SahuResult: False