
ବର୍ତ୍ତମାନ ସୋସିଆଲ ମିଡିଆରେ ରାସ୍ତା ଉପରେ କିଛି ଯୁବକଙ୍କ ନାଚୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ରାସ୍ତାରେ ଯାଉଥିବା ସମୟରେ ଗୋଟିଏ ଟ୍ରକ୍ ନାଗିନ ଗୀତର ହର୍ଣ୍ଣ ବାଯାଇଥିବାରୁ ଯୁବକ ମାନେ ରାସ୍ତାରେ ନାଚିବା ଆରମ୍ଭ କରିଥିଲେ।
ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ଏହି ଭିଡିଓ ମଧ୍ୟପ୍ରଦେଶର ଇନ୍ଦୋର ସହରର ଘଟଣା ଅଟେ।
ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରା ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଘଟଣା ମଧ୍ୟପ୍ରଦେଶର ଇନ୍ଦୋରର ନୁହେଁ ବରଂ ମହାରାଷ୍ଟ୍ରର ନାସିକ ସହରର ଅଟେ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ନାଗିନ୍ ହର୍ଣ୍ଣର ତାଳେ ତାଳେ ରାସ୍ତାରେ ନାଚିଲେ, ଗଡ଼ିଲେ ଆଉ ଭିଡିଓ କଲେ ପର୍ଯ୍ୟଟକ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏ ଭିଡିଓଟି ମଧ୍ୟପ୍ରଦେଶ ଇନ୍ଦୋରର
ଆମ ଅନୁସନ୍ଧାନ:
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ଡ଼ିଏନଏ ପତ୍ରିକାର ୱେବସାଇଟରେ ସମାନ ଭିଡିଓ ୧୩ ଜୁଲାଇ ୨୦୨୨ ରେ ପ୍ରସାରିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ ବର୍ଷା ହେଉଥିବା ସମୟରେ ରାସ୍ତା ଉପରେ କିଛି ଯୁବକ ମାନେ ଗୋଟିଏ ଟ୍ରକର ନାଗିନ ଗୀତ ହର୍ଣ୍ଣ ତାଳରେ ନାଚୁଥିବା ଭିଡିଓ ମହାରାଷ୍ଟ୍ରର ନାସିକ ସହରର କସାରା-ତ୍ରୟେଂବକେଶ୍ଵର ରୋଡର ଘଟଣା ଅଟେ।

ମହାରାଷ୍ଟ୍ର ଟାଇମ୍ସ ରିପୋର୍ଟ ଅନୁଯାୟୀ ଘଟଣାଟି ହେଉଛି ମହାରାଷ୍ଟ୍ରର ନାସିକ ସହରର ତ୍ରୟେଂବକେଶ୍ଵର ଅଞ୍ଚଳର। ବର୍ଷାରେ କିଛି ଯୁବକ ମାନେ ମଦ ନିଶାରେ ଗୋଟିଏ ଟ୍ରକର ହର୍ଣ୍ଣରେ ତାଳ ଦେଇ ରାସ୍ତାରେ ନାଚିଛନ୍ତି। ସେଠିକାର ବାସିନ୍ଦା ମାନେ ପ୍ରଶାଶନକୁ ଏହି ଯୁବକଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଅନୁରୋଧ କରିଛନ୍ତି।
ମେଟ୍ରୋ ସିଟି ଚ୍ୟାନାଲ ନିଜ ଅଫିସିଆଲ ୟୁଟ୍ୟୁବ ଚ୍ୟାନାଲରେ ସମାନ ଖବର ପ୍ରସାରିତ କରିଛି। ନିମ୍ନରେ ଆପଣ ମାନେ ତାହା ଦେଖି ପାରିବେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ମହାରାଷ୍ଟ୍ରର ନାସିକ ସହରର ଅଟେ। ଏହି ଭିଡିଓଟି ମଧ୍ୟପ୍ରଦେଶର ଇନ୍ଦୋର ସହରର ହେଇଥିବା ଦାବି ମିଥ୍ୟା ଅଟେ।

Title:କ’ଣ ଭାଇରାଲ ଭିଡିଓରେ ଇନ୍ଦୋରରେ ଯୁବକ ମାନେ ଟ୍ରକର ହର୍ନରେ ତାଳ ଦେଇ ନାଗିନ ଦାନ୍ସ କରୁଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
