ଭାଇରାଲ ଫୋଟୋ ରବିଶ କୁମାରର ନୁହଁ ବରଂ ଶକୀଲା ବେଗମର ଅଟେ।

False Social

CAA ଏବଂ  NRC  ବିରୋଧ ପ୍ରଦର୍ଶନକୁ ନେଇ ଦେଶସାରା ଚର୍ଚ୍ଚାର ବିଷୟ ପାଲଟିଛି। ଏଥିମଧ୍ୟରେ ଶାହୀନ ବଗରେ CAAବିରୋଧ ପ୍ରଦର୍ଶନର ରୂପ କିଛି ଅଲଗା ପ୍ରକାର ପାଲଟିଛି। ସୋସିଆଲ ମିଡିଆରୁ ନେଇ ଟିଭି ଚ୍ୟାନେଲ ପର୍ଯ୍ୟନ୍ତ କେବଳ ଶାହୀନ ବାଗରେ ହେଉଥିବା ବିରୋଧ ପ୍ରଦର୍ଶନ ବିଷୟରେ ଚର୍ଚ୍ଚା ଚାଲିଛି। କିଛି ଜଣାସୁଣା ଲୋକ ଶାହୀନ ବାଗ ବୀରୋଧ ପ୍ରଦର୍ଶନକୁ ସମର୍ଥନ କଲେ ତ କିଛି ଏହାର ବିରୋଧ। ଶାହୀନ ବାଗର ଏହି ବିରୋଧ ପ୍ରଦର୍ଶକୁ NDTV ନ୍ୟୁଜ ଚ୍ୟାନେଲର ଜଣାଶୁଣା ସାମ୍ବାଦିକ ରବିଶ କୁମାର ସମର୍ଥନ ଦେଇଥିଲେ। ତେବେ ସୋସିଆଲ ମିଡିଆରେ ସେ ଶାବୀନ ବାଗ ଧରଣା ପ୍ରଦର୍ଶନରେ ବସିଥିବା ଦାବିରେ ଏକ ଫୋଟୋ ଭାଇରାଲ ହେଉଛି। 20 ଫେବୃଆରିରେ Sameekhya Champati ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଫୋଟୋ ସେୟାର କରିଛନ୍ତି। ଫୋଟୋରେ ଏକ ମହିଳା ବୁର୍ଖା ପିନ୍ଧି ବସିଛି ଏବଂ ମହିଳା ରବିଶ କୁମାର ଭଳି ଦେଖା ଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଭାଇରାଲ ଫୋଟୋରେ ରବିଶ କୁମାର ବୁର୍ଖା ପିନ୍ଧି ଶାହୀନ ବାଗ ବିରୋଧ ପ୍ରଦର୍ଶନରେ ବସିଛନ୍ତି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଶାହୀନ ବାଗରୁ ଆସିଛି ଏହି ଫୋଟୋ….ଭଲକରି ଦେଖ ଏହି ଫୋଟୋକୁ ଫୋଟୋରେଥିବା ବ୍ୟକ୍ତି ରବିଶ କୁମାରତ ନୁହଁ। ରବିଶ କୁମାରଠାରୁ ଏଭଳି ଆଶା ନଥିଲା।  ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-FacebookArchive

ପୋଷ୍ଟର ସତ୍ୟତା ଜାଣିବା ପାଇଁ ଅନୁସନ୍ଧାନ କରିଲୁ। ସତ୍ୟତା ଜାଣିବା ପାଇଁ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ-

ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଫୋଟୋକୁ ଗୁଗୁଲରେ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ କିଛି ଲିଙ୍କ ମିଳିଲା। ଲିଙ୍କରେ ଆମକୁ jansata ପେଜର ଏକ ଲିଙ୍କ ମିଳିଲା। ପେଜର ଅନୁଚ୍ଛେଦରେ ଲେଖା ଯାଇଛି ଯେ, ସୋସିଆଲ ମିଡିଆରେ ଫୋଟୋ ଭାଇରାଲ ହେଲା ପରେ ରବିଶ କୁମାର ନିଜ ମୁହଁ ଖୋଲିଛନ୍ତି ଏବଂ ସ୍ପଷ୍ଟ କରିଛନ୍ତି ଯେ, ଭାଇରାଲ ହେଉଥିବା ଫୋଟୋ ତାଙ୍କର ନୁହେଁ। ପେଜରେ ଲିଖା ଯାଇଛି, ରବିଶ କୁମାର ନିଜ ମତରେ କହିଛନ୍ତି ଯେ, ଭାଇରାଲ ହେଉଥିବା ଫୋଟୋ ଏକ ମହିଳାର ଅଟେ। ରବିଶ କୁମାର ଏପରି ଫେକ ଫୋଟୋ ଭାଇରାଲ କରୁଥିବା ଲୋକଙ୍କୁ କଟାକ୍ଷ୍ୟ କରି କହିଛନ୍ତି ଯେ, ଏପରି ଲୋକଙ୍କ ମାନସିକ ସନ୍ତୁଳନ ଖରାପ ହୋଇଗଲାନି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-jansataArchive

ଏହା ପରେ ଆମକୁ ରବିଶ କୁମାରର ପ୍ରକୃତ ଫୋସବୁକ ପେଜର ଲିଙ୍କ ମିଳିଲା। ଯେଉଁଥିଲେ ସେ ଭାଇରାଲ ହେଉଥିବା ଫୋଟୋରେଥିବା ମହିଳାର ଫୋଟୋ ପେଷ୍ଟ କରିଛନ୍ତି। ଏହା ସହିତ ଲେଖିଛନ୍ତି ଯେ.ଭାଇରାଲ ଫୋଟୋରେ ଶକୀଲା ବେଗମ ଅଛନ୍ତି ,ରବିଶ କୁମାର ନୁହଁ। ରବିଶ କୁମାର ଆଗକୁ ଲେଖୁଛନ୍ତି ଯେ, ଆଇଟି ସେଲର କର୍ମକର୍ତାମାନେ ଏପରି କାମ କରୁଛନ୍ତି। ରବିଶ କୁମାର ଭିଳି ଦେଖା ଯାଉଥିବା ଫୋଟୋକୁ ଶାହୀନ ବାଗରେ ପ୍ରଦର୍ଶନ କରୁଥିବା ଦାବିରେ ଭାଇରାଲ କରୁଛନ୍ତି। ଗତ କିଛି ଦିନରୁ ଏହି ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମତେ ମଧ୍ୟ ଜାଣିବାର ଥିଲା ଫୋଟୋରେଥିବା ମହିଳା କିଏ। ତଦନ୍ତରୁ ଜଣାଗଲା ଯେ, ଫୋଟୋରେଥିବା ମହିଳା ଶକୀଲା ବେଗମ ଅଟନ୍ତି,ଯେକି ସହି ଇଲାକାରେ ରୁହନ୍ତି। ରବିଶ କୁମାର ଶେଷରେ ଲେଖିଛନ୍ତି ଯେ, ଫୋକ ଫୋଟୋ  ଭାଇରାଲ କରୁଥିବା ଏପରି ଲୋକଙ୍କ ମନସିକ ସନ୍ତୁଳନ ଖରାପ ହୋଇଗଲାନି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ-FacebookArchive

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଫୋଟୋ NDTVର ସାମ୍ବାଦିକ ରବିଶ କୁମାରର ନୁହଁ ବରଂ ଶାହୀନ ବାଗ ଇଲାକାରେ ରହୁଥିବା ଶକୀଲା ବେଗମର ଅଟେ।

Avatar

Title:ଭାଇରାଲ ଫୋଟୋ ରବିଶ କୁମାରର ନୁହଁ ବରଂ ଶକୀଲା ବେଗମର ଅଟେ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *