
ନିକଟରେ ରାଜସ୍ଥାନରେ ଜଣେ ଦଳିତ ଶିଶୁ ବିଦ୍ୟାଳୟରେ ନିଜ ଉଚ୍ଚ ଜାତି ଶିକ୍ଷକଙ୍କ ମାଠିଆରୁ ପାଣି ପିବା କାରଣରୁ ତାକୁ ମାରି ହତ୍ୟା କରା ଯାଇଥିଲା। ୯ ବର୍ଷୀୟ ଶିଶୁ ଇନ୍ଦ୍ର କୁମାର ମେଘୱାଲ ନିଜ ଶିକ୍ଷକଙ୍କ ଠାରୁ ନିର୍ଯାତନା ସାହି ନପାରି ହସ୍ପିଟାଲରେ ଚିକିତ୍ସା ସମୟରେ ପ୍ରାଣ ହରାଇ ଥିଲେ।
ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଜଣେ ଶିଶୁ ଆଘାତ ଅବସ୍ଥାରେ ଦେଖିବାକୁ ମିଲିଛନ୍ତି। ତାଙ୍କ ଶରୀରରେ ଶୋଷଣର ଅନେକ ଚିହ୍ନ ଦେଖିବାକୁ ମିଳିଛି। ଦାବି ଅନୁଯାୟୀ, ଏହି ଶିଶୁ ଶୂଦ୍ର ହେଇଥିବାରୁ ମନ୍ଦିରରେ ପ୍ରବେଶ କରିବା ହେତୁ ବ୍ରାହ୍ମଣ ମାନେ ତାଙ୍କର ଏପରି ଅବସ୍ଥା କରିଛନ୍ତି।
କିନ୍ତୁ ଫ୍ୟାକ୍ଟ କୃସେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଫୋଟୋ ଭାରତର ନୁହେଁ ବରଂ ୟେମେନ୍ ଦେଶର ଅଟେ ଏବଂ ଏହି ଫୋଟୋ ଜଣେ ପିତାର ନିଜ ସନ୍ତାନ ଉପରେ ନିର୍ଯାତନାକୁ ଦର୍ଶାଉଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରିଛନ୍ତି ଯେ “ମନ୍ଦିରରେ ପଶି ଦିଅଁ ଛୁଇଁବା ହେଲା ଜଣେ ଶୁଧର ଶିଶୁଙ୍କ ପାଇଁ କାଳ। ଜାତିବାଦ ବ୍ରାହ୍ମଣ ମାନେ ଏହି ଶିଶୁକୁ ପିତିଛନ୍ତି।“ ଏହା ସହିତ ପୋଷ୍ଟରେ ଲେଖା ଯାଇଛି ଯେ ଏହି ଫୋଟୋ ଆମର ଅତି ବିଶ୍ଵସନୀୟ ତଥା ହିନ୍ଦୁ ଧର୍ମର ଜାତିବାଦ କଳୁକ୍ଷିତପ୍ରଥା ଏବଂ ନିର୍ଯାତନାକୁ ଦର୍ଶାଉଛି।
ସମାନ ପୋଷ୍ଟ ଆପଣ ମାନେ ଏଠାରେ ଏବଂ ଏଠାରେ ମଧ୍ୟ ଭାଇରାଲ ହେଉଥିବା ଦେଖି ପାରିବେ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରି ଦେଖିଲୁ। ଫଳାଫଳରେ ଆମକୁ ୨୪ ପୋଷ୍ଟ ନାମକ ଏକ ୱେବସାଇଟରେ ଗୋଟିଏ ରିପୋର୍ଟ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ ଏହି ଫୋଟୋ ୟେମେନ ଦେଶର ଅଲ-ମାହବିତ ସହରର ଜଣେ ୧୨ ବର୍ଷର ବାଳକର ଅଟେ, ଯିଏ ତାଙ୍କ ପିତାଙ୍କ ସହ ଅଲ ଷ୍ଟୋନିଂ ଜିଲ୍ଲାରେ ରୁହନ୍ତି। ଏହି ଶିଶୁ ଶମକ ରସିଦ ଅଲ-କୁହିଲି କୁ, ତାଙ୍କ ପିତାଙ୍କ ଦ୍ୱାରା ଅତି ନିର୍ମମ ଭାବରେ ନିର୍ଯାତନା ସହିବାକୁ ପଡିଥିଲା। ସେଠିକାର ସ୍ଥାନୀୟ ଲୋକମାନେ ଏହି ଘଟଣା ନେଇ ଜିଲ୍ଲା ଅଧିକାରୀଙ୍କୁ ସୂଚିତ ମଧ୍ୟ କରିଥିଲେ।

ସମାନ ଖବର ଅନ୍ୟ ୱେବସାଇଟରେ ମଧ୍ୟ ପ୍ରକାଶିତ ହୋଇଛି ଯେଉଁଥିରେ ଭାଇରାଲ ହେଉଥିବା ଫୋଟୋ ମଧ୍ୟ ଅଛି।
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ୟେମେନର ସରକାରୀ ୱେବସାଇଟ ମାଧ୍ୟମରୁ ସୂଚନା ମିଳିଲା ଯେ ସ୍ଥାନୀୟ ପୋଲିସ ଜଣେ ୪୦ ବର୍ଷୀୟ ବ୍ୟକ୍ତି ରଶିଦ ମୂହମ୍ମଦ ଅଲ୍-କାହିଲିଙ୍କୁ ନିଜ ୧୪ ବର୍ଷୀୟ ସନ୍ତାନ ଶମେଖ ରଶିଦ ଅଲ୍-କାହିଲି ଉପରେ ନିର୍ଯାତନା ଅଭିଯୋଗରେ ଗିରଫ କରିଛି।
ପୋଲିସ ଅନୁଯାୟୀ ଅଭିଯୁକ୍ତ ନିଜ ଶିଶୁକୁ ରସିରେ ବାନ୍ଧି ଚାବୁକରେ ମାଡ ମାରିଥିଲେ ଯାହା ଫଳରେ ଶିଶୁ ଗୁରୁତର ଭାବରେ ଆଘାତ ହୋଇଥିଲେ। ସମାନ ଦିନ ପୋଲିସ ଅଭିଯୁକ୍ତକୁ ଗିରଫ କରି ପୀଡିତ ଶିଶୁକୁ ଉଦ୍ଧାର କରିଥିଲା।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋର ଭାରତ ସହିତ କୌଣସି ସମ୍ବନ୍ଧ ନାହିଁ। ୟେମେନ୍ ଦେଶରେ ଜଣେ ପିତା ନିଜ ସନ୍ତାନକୁ ମାଡ ମାରି ଏପରି ଅବସ୍ଥା କରିଥିବାର ଫୋଟୋକୁ ଭାରତରେ ବ୍ରାହ୍ମଣଙ୍କ ଦ୍ଵାରା ଶୂଦ୍ର ମାନଙ୍କ ଉପରେ ନିର୍ଯାତନା ଦାବି ସହିତ ଭାଇରାଲ କରା ଯାଉଛି।

Title:କ’ଣ ମନ୍ଦିରରେ ପଶି ଥିବା ହେତୁ ବ୍ରାହ୍ମଣ ମାନେ ଏହି ଶୂଦ୍ର ଶିଶୁ ଉପରେ ନିର୍ଯାତନା କରିଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
