ଜେଲରେ ଥିବା ଆମ୍ ଆଦମି ପାର୍ଟି ନେତା ଗୋପାଳ ଇଟାଳିଆର ପୁରୁଣା ଫୋଟୋକୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି।

Misleading Political

ଆମ୍ ଆଦମୀ ପାର୍ଟି ଗୁଜୁରାଟ ରାଜ୍ୟ ସଭାପତି ଗୋପାଳ ଇଟାଲୀ ବର୍ତ୍ତମାନ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ମାଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରି ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କୁ ଦିଲ୍ଲୀର ମହିଳା ଆୟୋଗ କାର୍ଯ୍ୟାଳୟରେ ପଚରାଉଚରା ପାଇଁ ଡକାଯାଇଥିଲା।

ଏହା ପରେ ଜେଲରେ ଥିବା ତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଦାବି ହେଉଛି ଯେ ଏହି ଗୋପାଳ ଇଟାଲୀଙ୍କର ଏହି ଫଟୋ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିବା ପରେ ହୋଇଛି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଫୋଟୋ ପୁରୁଣା ଏବଂ ସୁରଟ ସହରର ଅଟେ। 

କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ? 

ଫୋଟୋ ସେୟାର କରି ଦାବି କରା ଯାଉଛି ଯେ “ମାତ୍ର ୩୩ ବର୍ଷର ଯୁବକ ,ଆପ୍ ଗୁଜୁରାଟ ର ସଭାପତି ଗୋପାଳ ଇଟାଲୀୟାଙ୍କୁ ବିଜେପିର ଏତେ ଡର ,ବିନା କୌଣସି ଅପରାଧରେ ଜାତୀୟ ମହିଳା କମିଶନ ଦ୍ୱାରା ଦିଲ୍ଲୀ ଡକାଇ, ଦିଲ୍ଲୀ ପୋଲିସ୍ ଦ୍ଵାରା ଗିରଫ କରାଇଲା।

Facebook | Archive

ଆମ ଅନୁଦାନ୍ଧାନ: 

ଭାଇରାଲ ଫୋଟୋର ଗୁଗୁଲ୍ ରିଭର୍ସ ଇମେଜ୍ ସର୍ଚ୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଫଟୋ ପାଞ୍ଚ ମାସ ପୂର୍ବେ ଅଟେ। ଭାଇବ୍ସ ଅଫ୍ ଇଣ୍ଡିଆ ୱେବସାଇଟ୍ ରେ ୨ ମଇ ୨୦୨୨ ରେ ସମାନ ଫୋଟୋ ଅପଲୋଡ୍ ହୋଇଥିଲା।

ଆମେ ଏହା ମଧ୍ୟ ଜାଣିବାକୁ ପାଇଲୁ ଯେ ଚଳିତ ବର୍ଷ ମଇ ମାସରେ ସୁରଟ ମ୍ୟୁନିସିପାଲ କର୍ପୋରେସନରେ ପୋଲିସ ଏବଂ ଅଧିକାରୀମାନେ ‘ଆପ୍’ର କର୍ପୋରେଟର ଏବଂ କର୍ମଚାରୀଙ୍କୁ ମାଡ ମାରିଥିଲେ। ଏହା ବିରୋଧରେ ଆମ୍ ଆଦମୀ ପାର୍ଟି ସୁରଟରେ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ କରିଥିଲା। ଏଥର ମଧ୍ୟ ବିଜେପି ଏବଂ ଏଏପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା।

https://www.youtube.com/watch?v=gGiMtVgJA9I

ସୁରପ ପୋଲିସ ଗୋପାଳ ଇଟାଲୀ ସମେତ 10 ଜଣ ଆପ୍ କର୍ମଚାରୀଙ୍କୁ ଗିରଫ କରିଥିଲା। ଇଟାଲୀର ଉକ୍ତ ଫଟୋ ସେତେବେଳେ ନିଆଯାଇଥିଲା। 

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଇଟାଲୀ ଏବଂ ତାଙ୍କ ସହକର୍ମୀଙ୍କ ମାଡକୁ ନିନ୍ଦା କରିବା ସହ ବିଜେପିକୁ ଗୁଣ୍ଡା ବୋଲି ଅଭିହିତ କରିଛନ୍ତି।

ଦିଲ୍ଲୀରେ ଇଟାଲୀକୁ କ’ଣ ପାଇଁ ଗିରଫ କରାଯାଇଥିଲା?

ନରେନ୍ଦ୍ର ମୋଦୀ ଏବଂ ତାଙ୍କ ମାଆଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରିବା ପରେ ଜାତୀୟ ମହିଳା ଆୟୋଗ ଗୋପାଳ ଇଟାଲୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଏହି ଅବସରରେ ୧୩ ଅକ୍ଟୋବର ରେ ଆୟୋଗଙ୍କ କାର୍ଯ୍ୟାଳୟରେ ଇଟାଲୀଙ୍କୁ ପଚରାଉଚରା ପାଇଁ ଡାକରା ଦିଆ ଯାଇଥିଲା।

ଏହା ନେଇ ଆପ୍ କର୍ମଚାରୀମାନେ ନାରା ଦେଇ କମିଶନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ଇଟାଲୀକୁ ଗିରଫ କରିଥିଲା। ତେବେ ତିନି ଘଣ୍ଟା ପରେ ତାଙ୍କୁ ମୁକ୍ତ କରାଯାଇଥିଲା।

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋ ପୁରୁଣା ଅଟେ ଯେତେବେଳେ ଗୋପାଳ ଇଟାଲୀଙ୍କୁ ସୁରଟରେ ଗିରଫ କରା ଯାଇଥିଲା। ଏହି ଫୋଟୋର ନିକଟରେ ଦିଲ୍ଲୀରେ ଗୋପାଳ ଇଟାଲୀଆଙ୍କର ଗିରଫ ହେବା ସହିତ କୌଣସି ସମ୍ବନ୍ଧ ନାହିଁ।

Avatar

Title:ଜେଲରେ ଥିବା ଆମ୍ ଆଦମି ପାର୍ଟି ନେତା ଗୋପାଳ ଇଟାଳିଆର ପୁରୁଣା ଫୋଟୋକୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି।

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *