କ’ଣ ନୋଟ୍ ଭରା ଆଲମାରି ବାରିପଦା ଆଇଟିଡିଏ ସହକାରୀ ସନ୍ତୋଷ ଦାସଙ୍କ ଘରୁ ମିଳିଥିବା ସମ୍ପତ୍ତି ଅଟେ? ଜାଣନ୍ତୁ ସତ୍ୟ।

False Social

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଆଲମାରି ଭରି ରହି ଥିବା ନୋଟର ଫୋଟୋ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରା ଯାଇଛି ଯେ ପଇସାରେ ଭରି ରହିଥିବା ଏହି ଆଲମାରି ବାରିପଦାର ଆଇଟିଡି ସହକାରୀ ସନ୍ତୋଷ ଦାସଙ୍କ ସମ୍ପତ୍ତି ଅଟେ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଫୋଟୋ ହାଇଦେରାବାଦର ହେଟେରା ଫାର୍ମା ନାମକ କମ୍ପାନୀରେ ଆୟକର ବିଭାଗ ରେଡ କରିବା ସମୟର ଅଟେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି, “ଏଇଟା ଯନ୍ତ୍ରୀ ଙ୍କ ଘର ର ଆଲମାରୀ ନା ବ୍ୟାଙ୍କ। ବାରିପଦା ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ୍ ଙ୍କ ଅମାପ ସମ୍ପତ୍ତି। ନେତା,ମନ୍ତ୍ରୀ , ଯନ୍ତ୍ରୀ ମିଶି ଓଡିଶା କୁ ଖୋଳ କରିଦେଲେ! ଯଦି ଜଣେ ଯନ୍ତ୍ରୀ ଙ୍କ ଘରେ ଏତେ ତାହାଲେ ବିଡ଼ିଓ, ତହସିଲଦାର, ଜିଲ୍ଲାପାଳ, ମାଫିଆ, ଏମ୍ପି, ଏମେଲେ ଙ୍କ ଘରେ କେତେ ନଥିବ? ଏଇଥିପାଇଁ ଓଡିଶା ଗରିବ ବୋଧେ।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଜାଣିବାକୁ ଚେଷ୍ଟା କରିଲୁ ଯେ କ’ଣ ପ୍ରକୃତରେ ଆଇଟିଦିଏ ସହକାରୀ ସନ୍ତୋଷ ଦାସଙ୍କ ଘରେ ରେଡ୍ ପଡିଥିଲା? ଏହା ଜାଣିବା ପାଇଁ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। 

ଆମକୁ ୨୬ ନଭେମ୍ବରରେ ୨୦୨୧ ମସିହାରେ ଓଡ଼ିଶା ଟିଭି ୱେବସାଇଟରେ ସମାନ ଘଟଣା ବିଷୟରେ ଏକ ରିପୋର୍ଟ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର ବାରିପଦା ଠାରେ ନିଯୁକ୍ତି ହୋଇଥିବା ଇଣ୍ଟିଗ୍ରେଟେଡ୍ ଆଦିବାସୀ ବିକାଶ ସଂସ୍ଥା (ଆଇଟିଡିଏ) ର ସହକାରୀ ଯନ୍ତ୍ରି ସନ୍ତୋଷ ଦାସଙ୍କ ସମ୍ପତ୍ତିରେ କୋଟି କୋଟି ଟଙ୍କାର ସମ୍ପତ୍ତିଖନନ କରା ଯାଇଥିବା ଦାବି କରିଛି ଓଡ଼ିଶା ଭିଜିଲାନ୍ସ। ସନ୍ତୋଷ ଦାସଙ୍କ ଘରୁ ପ୍ରାୟ ୪୨ ଲକ୍ଷ ଟଙ୍କା ଜବତ କରା ଯାଇଥିବା ସୂଚନା ଦିଆ ଯାଇଛି। ଦାବି କରା ଯାଉଛି ଯେ ଏହା ଦୁର୍ନୀତି ନିବାରଣ ସଂସ୍ଥା ଦ୍ଵାରା ଓଡ଼ିଶାର କର୍ମଚାରୀଙ୍କ ଠାରୁ ସର୍ବାଧିକ ନଗଦ ପୁନରୁଦ୍ଧାର କରା ଯାଇଛି। 

ତେଣୁ ଏହା ସତ୍ୟ ଯେ ସନ୍ତୋଷ ଦାସଙ୍କ ପାଖରୁ ଅନେକ ମୂଲ୍ୟର ଟଙ୍କା ଭିଜିଲାନ୍ସ ଦ୍ଵାରା ଜବତ କରା ଯାଇଛି। କିନ୍ତୁ ଏହା ୧ ବର୍ଷ ପୁରୁଣା ଖବର। ଏହାକୁ ସମ୍ପ୍ରତ୍ତି ସମୟରେ ଘଟିଥିବା ଘଟଣା କହି ଭାଇରାଲ କରା ଯାଉଛି। 

ତେବେ କ’ଣ ସନ୍ତୋଷ ଦାସଙ୍କ ସହିତ ଭାଇରାଲ ଫୋଟୋର ସମ୍ବନ୍ଧ ଅଛି?

ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ କରିଲା ପରେ, ଫଳାଫଳରେ ଆମକୁ ୧୦ ଅକ୍ଟୋବରରେ ଦି ନ୍ୟୁଜ ମିନିଟ୍ ୱେବସାଇଟରେ ସମାନ ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। 

ରିପୋର୍ଟ ଅନୁଯାୟୀ, ହାଇଦେରାବାଦର ହେଟେରୋ ଫାର୍ମା ନାମକ କମ୍ପାନୀରେ ଆୟକର ବିଭାଗର ଏକ ରେଡ୍ ରେ ୧୪୨ ଟଙ୍କା ନଗଦ ଏବଂ ୫୫୦ କୋଟି ଟଙ୍କାର ସମ୍ପତ୍ତି ଜବତ କରା ଯାଇଛି। କୋଭିଡ ମାହାମାରୀ ସମୟରେ ଏହି କମ୍ପାନୀ ରେମଡେସିଭିର ଏବଂ ଫେଭିଫିରାଭିର ପରି ଔଷଧର ବିକାଶ କାର୍ଯ୍ୟ କରିଥିଲା। ଏହା ସହିତ କୋଭିଡ-୧୯ ଟୀକା ସ୍ପୁଟନିକ-ଭି ଉତ୍ପାଦନ ପାଇଁ ରୁଷର ପ୍ରତ୍ୟକ୍ଷ ବିନିଯୋଗ ପାଣିଥି ସହିତ ବନ୍ଧା ହୋଇଥିଲା। 

Archive

ଗତ ବର୍ଷ ନବଭାରତ ଟାଇମ୍ସର ୟୁଟ୍ୟୁବ ଚ୍ୟାନାଲରେ ମଧ୍ୟ ଏହି ଘଟଣା ନେଇ ଏକ ରିପୋର୍ଟ ପ୍ରସାରିତ ହୋଇଥିଲା। ରିପୋର୍ଟ ଅନୁଯାୟୀ, ଯେତେବେଳେ ହାଇଦେରାବାଦର ଆୟକର ବିଭାଗ ହେଟେରୋ ଫାରମାରେ ଚାପା ମାରିଥିଲା ସେତେବେଳେ ସେଠାରେ ତାଙ୍କ ଆଲମାରି, କାନ୍ଥ ଏବଂ ଅନ୍ୟାନ୍ୟ ସ୍ଥାନରେ ଅନେକ କୋଟି ଟଙ୍କା ରଖା ହେଇଥିବା ମିଳିଥିଲା। ଜବତ କରା ଯାଇଥିବା ନୋଟରେ ୫୦୦ ଟଙ୍କା, ୨୦୦୦ ଟଙ୍କା, ୨୦୦ ଟଙ୍କା ଏବଂ ୧୦୦ ଟଙ୍କା ଥିଲା। 

ଏହି କମ୍ପାନୀ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଜିନିଷ ଉତ୍ପାଦନ କରେ। ଏହି ଚାପାରେ ଆୟକର ବିଭାଗକୁ ୫୫୦ କୋଟି ଟଙ୍କାର ସମ୍ପତ୍ତି ଥିବା ମିଳିଥିଲା। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଯଦିଓ ପ୍ରକୃତରେ ଆଇଟିଡିଏ ସହକାରୀ ସନ୍ତୋଷ ଦାସଙ୍କ ଘରେ ରେଡ୍ ପଡିଥିଲା, କିନ୍ତୁ ଏହା ଏକ ପୁରୁଣା କହବର। ଭାଇରାଲ ଫୋଟୋର ମଧ୍ୟ ତାଙ୍କ ସହିତ କୌଣସି ସମ୍ବନ୍ଧ ନାହିଁ। ଭାଇରାଲ ଫୋଟୋ ହାଇଦେରାବାଦର ହଟେରୋ ଫାର୍ମା ନାମକ କମ୍ପାନୀରେ ଆୟକର ବିଭାଗର ରେଡ୍ ସମୟର ଫୋଟୋ ଅଟେ।

Avatar

Title:କ’ଣ ନୋଟ୍ ଭରା ଆଲମାରି ବାରିପଦା ଆଇଟିଡିଏ ସହକାରୀ ସନ୍ତୋଷ ଦାସଙ୍କ ଘରୁ ମିଳିଥିବା ସମ୍ପତ୍ତି ଅଟେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *