
ନିକଟରେ ଛତ୍ତିସଗଡରେ ମାଓବାଦୀ ଆକ୍ରମଣର ଖବର ସାମନାକୁ ଆସୁଛି। ଛତ୍ତିସଗଡର ଦାନ୍ତେୱାଡା ଜିଲ୍ଲାରେ ଏକ ମିଶନ୍ ରୁ ଫେରୁଥିବା ବେଳେ ଏକ ମାଓବାଦୀ ଆକ୍ରମଣରେ ୧୦ ଟି ସୁରକ୍ଷା ବଳ ଯବାନ ଏବଂ ଜଣେ ସାଧାରଣ ନାଗରିକ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି।
ଏହା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ଫୋଟୋ ଭାଇରାଲ ହେବାରେ ଲାଗିଛି। ଏପରି ଗୋଟିଏ ପୋଷ୍ଟରେ ଦୁଇଟି ଫୋଟୋ ସେୟାର କରା ଯାଇଛି ଯେଉଁଥିରେ ପ୍ରଥମ ଫୋଟୋରେ ରାସ୍ତା ମାଝିରେ ଏକ ବିସ୍ଫୋରଣ ପରେ ଗୋଟିଏ ଗାଡିର କିଛି ଅଂଶ ପଡିରହିଛି ଏବଂ ଦ୍ଵିତୀୟ ଫୋଟୋରେ କିଛି ଯବାନ ଏବଂ ଅଧିକାରୀ ମାନେ ଏକ ଦୁର୍ଘଟଣା ସ୍ଥଳର ଯାଞ୍ଚ କରୁଛନ୍ତି। ଦାବି କରା ଯାଉଛି ଯେ ଏହି ଦୁଇଟି ଫୋଟୋ ନିକଟରେ ଛତ୍ତିସଗଡରେ ହେଇଥିବା ମାଓବାଦୀ ଆକ୍ରମଣର ଦୃଶ୍ୟ ଅଟେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅନ୍ୟାନ୍ୟ ସ୍ଥାନରେ ଘଟିଥିବା ପୁରୁଣା ନକ୍ସଲ ଆକ୍ରମଣର ଫୋଟୋକୁ ନିକଟରେ ଛତ୍ତିସଗଡର ମାଓବାଦୀ ଆକ୍ରମଣର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।
କ’ଣ ଦାବି କାରା ଯାଉଛି ପୋଷ୍ଟରେ?
ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ପୁଣି ନକ୍ସଲି ହମଲା,ଛତିଶଗଡ଼ – ଦାନ୍ତେଓ୍ବାଡା ଜିଲ୍ଲା ରଅନରପୁରେ ଆଇଇଡି ବିସ୍ପୋରଣ ରେ ୧୧ଜଣ ଜବାନ ସହୀଦ ହୋଇଛନ୍ତି। ସେଥିମଧ୍ୟରେ ୧୦ ଜଣ ଜବାନ ଓ ଜଣେ ଡ୍ରାଇଭର।”

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେଆମେ ଦୁଇଟି ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଏହି ଦୁଇଟି ଫୋଟୋର ବିସ୍ତାରରେ ହୋଇଥିବା ଫ୍ୟାକ୍ଟ ଚେକ୍ ଆପଣ ମାନେ ନିମ୍ନରେ ପଢି ପାରିବେ।
ପ୍ରଥମ ଫୋଟୋ:
ପ୍ରଥମ ଫୋଟୋରେ ରାସ୍ତା ମଝିରେ ଏକ ବିସ୍ଫୋରଣ ପରେ ଗୋଟିଏ ଗାଡିର କିଛି ଅଂଶ ପଡିଥିବା ଦେଖିବାକୁ ମିଳିଛି। ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ ପରେ ଆମକୁ ସମାନ ଫୋଟୋ ୧ ମଇ ୨୦୧୯ ମସିହାରେ ଲାଇଭ୍ ମିଣ୍ଟ୍ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା।
ରିପୋର୍ଟ ଅନୁଯାୟୀ, ଏହି ଘଟଣା ମହାରାଷ୍ଟ୍ରର ଗଡଚିରୋଲି ର ବୋଲି କୁହା ଯାଇଛି। ଏହି ଘଟଣାରେ ଗୋଟିଏ ସୁରକ୍ଷା ବଳ ଗାଡିକୁ ନକ୍ସଲ ମାନେ ବିସ୍ଫୋରଣ କରିଥିଲେ ଯେଉଁଥିରେ ୧୫ ସୁରକ୍ଷା ଯବାନଙ୍କ ମୃତ୍ୟୁ ହୋଇଥିଲା। ମହାରାଷ୍ଟ୍ରର ଗାଡଚିରୋଲି ଅଞ୍ଚଳରେ ଭାରତର ସୁରକ୍ଷା ବାହିନୀ 40 ଜଣ ନକ୍ସଲଙ୍କୁ ଗୁଳି କରି ହତ୍ୟା କରିବାର ଠିକ୍ ଗୋଟିଏ ବର୍ଷ ପରେ ପ୍ରତିଶୋଧ ନେବା ପାଇଁ ନକ୍ସଲ ମାନେ ଏହି ଆକ୍ରମଣ କରିଥିଲେ।

ଏନଡ଼ିଟିଭି ଇଣ୍ଡିଆ ୱେବସାଇଟରେ ୨୦୧୯ ରେ ଏହି ଘଟଣାର ଏକ ଭିଡିଓ ପ୍ରସାରିତ ହେଇଥିଲା। ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ଗାଡଚିରୋଲିରେ ନକ୍ସଲମାନେ IED ବିସ୍ଫୋରଣ କରି ପୋଲିସର ଗାଡି ଉଡ଼ାଇ ଦେଇଥିଲେ। ଏହି ନକ୍ସଲ ଆକ୍ରମଣରେ ୧୦ ଜଣ ଯବାନ ଆହତ ହୋଇଥିବା କୁହାଯାଉଥିଲା। ଗଡଚୀରୋଲିରେ ନକ୍ସଲ ମାନେ କିଛି ଠେକେଦାରଙ୍କ ୩୬ ଗାଡିକୁ ନିଆ ଲଗାଇଥିଲେ। ଏହି ମାମଲାର ଯାଞ୍ଚ କରିବାକୁ ଯାଉଥିବା ବେଳେ ନକ୍ସଲ ମାନେ ପୋଲିସ ଗାଡିକୁ IED ବୋମା ବ୍ୟବହାର କରି ବିସ୍ଫୋରଣ କରିଥିଲେ।
ଦ୍ଵିତୀୟ ଫୋଟୋ:
ଏହି ଫୋଟୋରେ କିଛି ସୁରକ୍ଷାକର୍ମୀ ଏବଂ ଅଧିକାରୀ ମାନେ ଏକ ଘଟଣା ସ୍ଥଳର ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି। ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମକୁ ସମାନ ଫୋଟୋ ଏପି ନ୍ୟୁଜରୁମ୍ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ଫୋଟୋ ସହିତ ଦିଆ ଯାଇଥିବା ସୂଚନାରେ କୁହା ଯାଇଛି ଯେ ଏହି ଘଟଣା ୨୦୧୩ ରେ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଘଟିଥିଲା। ଏହି ଫୋଟୋରେ ଭାରତ ସାମରିକ ସୈନିକ ମାନଙ୍କ ଗାଡିକୁ ମାଓବାଡି ବିଦ୍ରୋହୀ ମାନେ ବୋମା ଫୋପାଡି ଆକ୍ରମଣ କରିବା ପର ଦୃଶ୍ୟ ଅଟେ। ଏହି ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣଆହତ ହୋଇଥିଲେ।

୨୦୧୩ ର ମୁମ୍ବଇ ମିରର ଋଅପୋର୍ଟ ଅନୁଯାୟୀ, ସେନା ଯବାନ ମାନେ ଓଡ଼ିଶାର ମାଲକାଙ୍ଗୀରି ରୁ ଆନ୍ଧରାର ଭିଶାକାପାଟନମ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା। ଏଥିରେ ୪ ଯବାନଙ୍କ ମୃତ୍ୟୁ ଏବଂ ୨ ଜଣ ଆହତ ହୋଇଥିଲେ। ପୋଲିସ କହିବା ଅନୁଯାୟୀ, ଏକ ପୋଲିସ ଏନକାଉଣ୍ଟରରେ ମାଓବାଡି ନେତା ମାଧବଙ୍କ ମୃତ୍ୟୁ ପରେ ପ୍ରତିଶୋଧରେ ମାଓବାଦୀ ମାନେ ଏହି ଆକ୍ରମଣ କରିଥିଲେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଫୋଟୋ ଗୁଡିକର ନିକଟରେ ଛତ୍ତିଶଗଡର ମାଓବାଡି ଆକ୍ରମଣ ସହିତ କୌଣସି ସମ୍ବନ୍ଧ ନାହିଁ। ଅନ୍ୟାନ୍ୟ ସ୍ଥାନରେ ଘଟିଥିବା ପୁରୁଣା ନକ୍ସଲ ଏବଂ ମାଓବାଦୀ ଆକ୍ରମଣର ଫୋଟୋକୁ ନିକଟରେ ଛତ୍ତିସଗଡର ମାଓବାଦୀ ଆକ୍ରମଣର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।

Title:କ’ଣ ଏହି ଫୋଟୋ ଗୁଡିକ ନିକଟରେ ଛତ୍ତିସଗଡରେ ହେଇଥିବା ନକ୍ସଲ ଆକରଣର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: Misleading
