ସମୁଦ୍ରରେ ଫସି ରହିଥିବା ଡଙ୍ଗାର ଏକ ପୁରୁଣା ଭିଡିଓକୁ ବିପର୍ଯ୍ୟୟ ବାତ୍ୟା ସମୟର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।

False Social

ଦେଶର ପଶ୍ଚିମ ଉପକୂଳରେ ଆସିଥିବା ବିପର୍ଯ୍ୟୟ ବାତ୍ୟା ଗୁଜୁରାଟ ସହିତ ଅନ୍ୟ କିଛି ରାଜ୍ୟକୁ ମଧ୍ୟ ପ୍ରଭାବୁତ କରିଛି। ଲୋକଙ୍କ ସୁରକ୍ଷା ପାଇଁ ତାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରା ଯାଇଥିଲା। ଏହି ବାତ୍ୟା ଜଡିତ ଅନେକ ପୋଷ୍ଟ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 

ଏପରି ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ବାତ୍ୟା ସମୟରେ ସମୁଦ୍ରରେ ଏକ ଡଙ୍ଗା ଫସି ରହିଥିବା ସମୟରେ ଗୋଟିଏ ହେଲିକପ୍ଟରରୁ ଏହି ଦୃଶ୍ୟର ଭିଡିଓ ନିଆଯାଇଛି। ଦାବି କରା ଯାଉଛି ଯେ ଏହା ବିପର୍ଯ୍ୟୟ ବାତ୍ୟା ସମୟର ଏକ ବିରଳ ଦୃଶ୍ୟ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ପୁରୁଣା ଭିଡିଓ ଅଟେ ଏବଂ ଏହାର ବିପର୍ଯ୍ୟୟ ବାତ୍ୟା ସହିତ କୌଣସି ସମ୍ବନ୍ଧ ନାହିଁ। 

ShareChat | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ର୍ଚ କରିଲୁ। ଫଳାଫଳରେ ଆମକୁ ୪ ଫେବ୍ରୁଆରି ୨୦୨୩ ରେ yahoo ୱେବସାଇଟରେ ସମାନ ଭିଡିଓ ପ୍ରସାରିତ ହେଇଥିବା ଦେଖିବାକୁ ମିଳିଲା। ରିପୋର୍ଟ ଅନୁଯାୟୀ, ଏହି ଘଟଣା ଆମେରିକାରେ ଘଟିଥିଲା। ୱାଶିଂଟନ୍ ଏବଂ ଓରେଗନ ଆଞ୍ଚଲରେ ଥିବା ସମୁଦ୍ରରେ ଏକ ବିଶାଳ ଢେଉ ଗୋଟିଏ ଡଙ୍ଗାକୁ ଭସେଇ ନେଇଥିଲା। ସେଠିକାର ତଟରକ୍ଷୀ ବାହିନୀ ଡଙ୍ଗାରେ ଥିବା ଲୋକକୁ ଉଦ୍ଧାର କରିଥିଲେ। 

ଆମକୁ ଦି ଟେଲିଗ୍ରାଫର ୟୁଟ୍ୟୁବ ଚ୍ୟାନାଲରେ ସମାନ ଭିଡିଓ ୫ ଫେବ୍ରୁଆରିରେ ପ୍ରସାରିତ ହେଇଥିବା ମିଳିଲା। ଏହା ସହିତ ସୂଚନା ଦିଆ ଯାଇଛି ଯେ ୱାଶିଂଟନ୍ ଏବଂ ଓରେଗନ୍ ରେ ବିଶାଳ ଢେଉ ସମୟରେ କୋଷ୍ଟଗାର୍ଡର ରେସକ୍ୟୁ ସନ୍ତରଣ କାର୍ଯ୍ୟକ୍ରମ ମାଧ୍ୟମରେ ଡଙ୍ଗାରେ ଥିବା ଲୋକଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧାର କରାଯାଇଥିଲା।

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଭାଇରାଲ ଭିଡିଓ ଆମେରିକାର ଏକ ପୁରୁଣା ଘଟଣା ଅଟେ ଯାହାକୁ ଗୁଜରାଟରେ ଆସିଥିବା ବିପର୍ଯ୍ୟୟ ବାତ୍ୟାର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।

Avatar

Title:ସମୁଦ୍ରରେ ଫସି ରହିଥିବା ଡଙ୍ଗାର ଏକ ପୁରୁଣା ଭିଡିଓକୁ ବିପର୍ଯ୍ୟୟ ବାତ୍ୟା ସମୟର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *