କ’ଣ କୋରୋନା ଭାଇରସ କୌଣସି ପୃଷ୍ଠ ଉପରେ ମାତ୍ର ୧୨ ଘଣ୍ଟା ବଞ୍ଚି ରହେ? କ’ଣ ୧୪ ଘଣ୍ଟା କର୍ଫ୍ୟୁ ଭାଇରସ ଚକ୍ରରେ ଏକ ବିଛିନ୍ନତା ସୃଷ୍ଟି କରିବ? ଜାଣନ୍ତୁ ସତ୍ୟ।

Coronavirus False Social

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶକୁ ୨୨ ମାର୍ଚ ତାରିଖରେ କର୍ଫ୍ୟୁ ପାଳନ କରିବା ପାଇଁ କହିଛନ୍ତି। ଏହି କର୍ଫ୍ୟୁର ନାମ ଜନତା କର୍ଫ୍ୟୁ ରକ୍ଷା ଯାଇଅଛି। ଏହି କର୍ଫ୍ୟୁ ଅନ୍ତର୍ଗତ ସାରା ଦେଶ ବାସୀଙ୍କୁ ସଖାଳ ୭ତ ସମୟରୁ ନେଇ ରାତି ୯ତ ସମୟ ଯାଏଁ ଘରୁ ଣ ବାହାରିବା ପାଇଁ ନିର୍ଦେଶ ଦିୟା ଯାଇଅଛି। ଏହି କର୍ଫ୍ୟୁର ଆୟୋଜନ କୋରୋନା ସଙ୍କ୍ରାମଣ କୁ ପ୍ରତିବନ୍ଧ ଲଗାଇବା ପାଇଁ କରା ଯାଇଥିଲା। ଏହି ବିଷୟ ନେଇ ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଖବର ଭାଇରାଲ ହେଉଛି ଯେଉଁ ଥିରେ ଏହା ଦାବି କରା ଯାଇଅଛି ଯେ କୋରୋନା ଭାଇରସ କୌଣସି ବସ୍ତୁ ୟପରେ ମାତ୍ର ୧୨ ଘଣ୍ଟା ଜୀବିତ ରହେ, ୧୪ ଘଣ୍ଟା କର୍ଫ୍ୟୁ ପରେ ଏହି ଭାଇରସ ନଷ୍ଟ ହେଇ ଯାଇ ଥାଏ। ଆମ ଅନୁସନ୍ଧାନରୁ ଆମେ ଏହି ଦାବି ମିଥ୍ୟା ବୋଲି ଜାଣିବାକୁ ପାଇଲୁ। 

୨୧ ମାର୍ଚରେ ବଡବିଲ ହାଲଚାଲ ପେଜରେ ଏହା ଦାବି କରା ଯାଇଅଛି ଯେ ବୈଜ୍ଞାନିକ ଦୃଷ୍ଟିକୋଣରୁ ୧୪ ଘଣ୍ଟାର କର୍ଫ୍ୟୁ ଭାଇରସ୍ ଚକ୍ରରେ ଏକ ବିଛିନ୍ନତା ସୃଷ୍ଟି କରିବ । ସୂଚନା ଅନୁସାରେ କୋରୋନା ଭାଇରସ୍ କୌଣସି ବସ୍ତୁ ଉପରେ ସର୍ବାଧିକ ୧୨ ଘଣ୍ଟା ହିଁ ବଞ୍ଚି ପାରିବ। ୧୪ ଘଣ୍ଟାର କର୍ଫ୍ୟୁ ଅର୍ଥାତ୍ ନୂତନ ସଂକ୍ରମଣର ସୁଯୋଗ ନାହିଁ। ନୂତନ ଶରୀର ନ ମିଳିଲେ ଭାଇରସ୍ ସ୍ଵତଃ ନଷ୍ଟ ହୋଇଯିବ। ଆମର ସଡ଼କ, ଅଫିସ୍ , ଅନୁଷ୍ଠାନ ଓ ବ୍ୟାବସାୟିକ ପ୍ରତିଷ୍ଠାନ ର ସରଞ୍ଜାମ, କବାଟ, ଲିଫ୍ଟ୍, ରେଲିଂ ଇତ୍ୟାଦି ସ୍ଵତଃ ଭୁତାଣୁ ଶୂନ୍ୟ ହୋଇଯିବ। ଆସନ୍ତୁ ଆଗାମୀ ରବିବାର ସକାଳ ୭ ଘଣ୍ଟାରୁ ରାତ୍ର ୯ ଘଣ୍ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଳନ କରି କୋରୋନା ଭାଇରସ୍ କୁ ବ୍ୟାପିବା ରୁ ରୋକିବା।

fb 1.jpg

Facebook | Archive

ଆମ ଅନୁସନ୍ଧାନ:

ପ୍ରଥମେ ଆମେ ଜାଣିବାକୁ ପାଇଲୁ ଯେ କୋରୋନା ଭାଇରସର ଜୀବନ ଚକ୍ର ସମୟ କେତେ ଅଟେ। ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ବିଶ୍ଵ ଶ୍ଵାସଥିୟ ସଂଗଠନ (WHO) କହିବା ଅନୁଯାୟୀ, ବର୍ତମାନ ସମୟ ତକ ଏହା ନିଶ୍ଚିତ ଭାବେ କହି ହେବ ନାହିଁ ଯେ କୋରୋନା ଭାଇରସ କୌଣସି ପୃଷ୍ଠ ଉପରେ କେତେ ସମୟ ଜୀବିତ ରହେ। କୋରୋନା ଭାଇରସ କୌଣସି ପୃଷ୍ଠ ଉପରେ କିଛି ଘଣ୍ଟା ସମୟ ନେଇ ଅନେକ ଦିନ ତକ ମଧ୍ୟ ଜୀବିତ ରହି ପାରେ। ଏହା ଭିନ୍ନ ଭିନ୍ନ ଶିତି ଉଆପରେ ନିର୍ଭର କରେ। ଊଡାହରଣ ସ୍ଵରୂପେ ତାପମାତ୍ରା, ଆଦ୍ରତା ଇତ୍ୟାଦି। WHO ଦ୍ଵାରା ଏହା ନିର୍ଦେଶ ମଧ୍ୟ ଡିୟା ଯାଇଅଛି ଯେ ଯଦି କୌଣସି ପୃଷ୍ଟ କୋରୋନା ଭାଇରସ ସଂକ୍ରମିତ ହେଇଥିବାର ସନ୍ଦେହ ହେଉଛି, ତାହାଲେ ସେହି ପୃଷ୍ଠକୁ ନିରାକାରାଣକାରୀ ସାହାଜ୍ଯତାରେ ସଫା କରି ନିଜକୁ ଏବଂ ଅନ୍ୟଙ୍କୁ ସୁରକ୍ଷିତ କରନ୍ତୁ। 

WHO corona surface.jpg

WHO | Archive

ବିଶ୍ଵ ଶ୍ଵାସଥିୟ ସଂଗଠନ (WHO) ନିଜ ୟୁଟ୍ୟୁବ ଛେନାଲରେ ଏହି ବିଷୟ ନେଇ କିଛି ତଥ୍ୟ ସସ୍ପଷ୍ଟ କରିଛି। WHO କହିବା ଅନୁଯାୟୀ COVID-19 ବା କୋରୋନା ଭାଇରସ ଗୋଟିଏ ସଂକ୍ରାମକ ରୋଗ ଯେଉଁଟା ଗୋଟିଏ ନୂତନ କୋରୋନା ଭାଇରସ ଦ୍ଵାରା ହେଉଛି ଓ ଏହା ପ୍ରଥମ ଥର ପାଇଁ ମଣିଷ ମାନଙ୍କ ମାଧ୍ୟମରେ ହେଉ ଥିବା ଦେଖା ଯାଉଅଛି। ଏହା ଗୋଟିଏ ମଣିଷରୁ ଅନ୍ୟ ମଣିଷ କୁ ବ୍ୟାପୁଚି। ଯେତେବେଳେ ଜଣେ ସଂକ୍ରାମିତ ଲୋକ କଥା ଲାଗେ ବା ଚିଙ୍କେ କିଂବା କାଶେ ତ ମୂହରୁ ବାହାରି ଥିବା କନିକା ଆଖ ପାଖ ଲୋକଙ୍କ ଉପରେ ପଡି ତାଙ୍କୁ ସଂକ୍ରାମିତ କରି ଥାଏ। ଏହି କଣିକା ଓଜନ ଥିବା ଯୋଗୁ ବେସୀ ଦୂର ଯାଇ ପରେ ନାହିଁ। ଶେଠୀ ପାଇଁ ୧ ମିଟର ଦୂରତା ରାଖୀ ଲୋକଙ୍କ ସହିତ କଥା ହେବା ପରାମର୍ଶ ଡିୟା ଯାଇଅଛି। ଏହି ଭୂତାଣୁ ଗୋଟିଏ ପୃଷ୍ଠରେ କେତେ ସମୟ ଜୀବିତ ରହେ ତାହା ବର୍ତମାନ ସୁଧା ଜଣା ନାହିଁ। ଶେଠୀ ପାଇଁ ପୃଷ୍ଠକୁ ସଫା ରଖିବାର ଅନୁରୋଧ କରା ଯାଇଅଛି। 

https://www.youtube.com/watch?v=1APwq1df6Mw&feature=youtu.be&t=47

୨୨ ମାର୍ଚରେ ପୋଷ୍ଟରେ କରା ଯାଇଥିବା ଦାବିକୁ ଖଣ୍ଡନ କରି କେନ୍ଦ୍ର ସରକାର ଦ୍ଵାରା ଅନୁଷ୍ଠିତ ଟୁଇଟର ଏକାଉଣ୍ଟ PIB ରେ ଏହା କୁହା ଯାଇଅଛି ଯେ କୋରୋନା ଭାଇରସର ଜୀବନ ଚକ୍ର ସମୟ ୧୨ ଘଣ୍ଟା ବୋଲି କୌଣସି ପ୍ରମାଣ ନାହିଁ। ଶେଠୀ ପାଇଁ ଲୋକଙ୍କୁ ଭିଡ ସ୍ଥାନରୁ ଦୂରେଇ ରହିବା ପାଇଁ ପରାମର୍ଶ ଡିୟା ଯାଉଛି। 

Archive

ଶେଷକଥା: 

ବର୍ତମାନ ସମୟରେ ଏପରି କୌଣସି ପ୍ରମାଣ ମିଳି ନାହିଁ ଯେ କୋରୋନା ଭୂତାଣୁ ଗୋଟିଏ ପୃଷ୍ଠରେ ମାତ୍ର ୧୨ ଘଣ୍ଟା ଜୀବିତ ରହେ। ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ WHO କହିବା ଅନୁଯାୟୀ କୋରୋନା ଭୂତାଣୁ ବିଭିନ୍ନ ପୃଷ୍ଠରେ କିଛି ଘଣ୍ଟାରୁ ନେଇ ଅନେକ ଦିନ ତକ ଜୀବିତ ରହିବାରେ ସକ୍ଷମ। ସେଥି ପାଇଁ ୧୨ ଘଣ୍ଟାର ଜନତା କର୍ଫ୍ୟୁ ପରେ କୋରୋନା ଭୂତାଣୁ ନଷ୍ଟ ହେବ ନାହିଁ। ସେଥି ପାଇଁ WHO ଏବଂ ଶ୍ଵାସଥିୟ ମାନତାଳୟ ପରାମର୍ଶ ମାନିବା ଉଚ୍ଛିତ। 

Avatar

Title:କ’ଣ କୋରୋନା ଭାଇରସ କୌଣସି ପୃଷ୍ଠ ଉପରେ ମାତ୍ର ୧୨ ଘଣ୍ଟା ବଞ୍ଚି ରହେ? କ’ଣ ୧୪ ଘଣ୍ଟା କର୍ଫ୍ୟୁ ଭାଇରସ ଚକ୍ରରେ ଏକ ବିଛିନ୍ନତା ସୃଷ୍ଟି କରିବ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *