2014 ମସିହାର ଜର୍ମାନୀ ଫୋଟୋକୁ ଇଟାଲୀରେ କୋରୋନା ଭାଇରସରେ ଲୋକଙ୍କ ମୃତ୍ୟୁ ହୋଇଥିବାର କହୀ ଭାଇରାଲ କରାଯାଉଛି।

Coronavirus False Social

ବିଶ୍ୱରେ କୋରୋନା ଭରସାକୁ ନେଇ ଆତଙ୍କ ଲାଗୀ ରହୀଛୀ. ସୋସିଆଲ ମିଡିଆରେ କୋରୋନା କୁ ନେଇ ଅନେକ ତର୍କ ବିତର୍କ ଏବଂ ଚର୍ଚା ଲାଗିଛି। କୋରୋନା ଭାଇରସ ରେ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନ କୁ ଦିନ ବଢ଼ୀବାରେ ଲାଗିଛୀ. ଚାଇନା ପରେ ଅନ୍ୟ ଦେଶ ଏହି କୋରୋନା ଭାଇରସ ସମ୍ପର୍କରେ ଆସି ଗଲେନୀ। ଏବେ ପର୍ଯ୍ୟନ୍ତ କୋରୋନା ଭାଇରସର କୌଣସି ସଠିକ ଔଷଧ ଆସି ନାହିଁ। ସୋସିଆଲ ମିଡ଼ିଆରେ ଏହି ସମୟରେ କିଛି ଗୁଜବ ମଧ୍ୟ ଭାଇରାଲ ହେଉଛି। 24 ମାର୍ଚରେ  ଆମ ଓଡ଼ିଆ-My odisha ନାମକ ଏକ ପେଜରେ ଇଟାଲିରେ କୋରୋନା ଭାଇରସରେ  ମୃତ୍ୟୁ ହୋଇ କିଛି ଲେକଙ୍କ ଶବ ରାସ୍ତାରେ ପଡ଼ିଥିବାର ଫୋଟୋ ପୋଷ୍ଟ କରାଯାଇଛି। ପୋଷ୍ଟରେ ଦାବୀ କରାଯାଇଛି ଯେ, ଇଟାଲୀ ରେ ବିକଟ ରୂପ ନେଇଛି କୋରୋନା, ଭାଇରାଲ ଫୋଟୋରେ କୋରୋନା ଭାଇରସରେ ଇଟାଲୀ ଲୋକଙ୍କ ମୃତ୍ୟୁ ହୋଇ ତାଙ୍କ ଶବ ରାସ୍ତାରେ ପଡ଼ିଛି. ଶବ ଗୁଡ଼ିକୁ ରାସ୍ତାରୁ ଉଠାଇବା ପାଇଁ ମଧ୍ୟ କେହୀ ଆସୁ ନାହାନ୍ତି। ପୋଷ୍ଟର ଶୀର୍ଷକରେ ଲେଖା ଯାଇଛି ଯେ, ଭାରତୀୟ ମାନେ ବୁଝିବା ଦରକାର, ଏ ରୋଗର ଔଷଧ ବାହାରି ନାହିଁ। ପ୍ରାଥମିକ ରୁ ଚିକିତ୍ସା ସମ୍ଭବ କିନ୍ତୁ ଗ୍ୟାରେଣ୍ଟି ନାହିଁ। ସରକାରଙ୍କ ଆଦେଶ ପାଳନ କରନ୍ତୁ, ଏବଂ ଅଧିକରୁ ଅଧିକ ସେୟାର କରନ୍ତୁ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 99ଥର ସେୟାର କରାଯାଇଛି। ପେଷେଟକୁ 11 କମେଣ୍ଟ ମିଳିବା ସହ 82 ଲାଇକ ମିଳିଛି। ତେଳେ ପୋଷ୍ଟ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ-FacebookArchive

ତେବେ ଭାଇରାଲ ଫୋଟୋ କଣ ଇଟାଲୀର ଅଟେ। ଭାଇରାଲ ଫୋଟୋରେ କଣ କୋରୋନାରେ ମୃତ ହୋଇଥିବା ଲୋକଙ୍କ ଶବ ରାସ୍ତାରେ ପଡ଼ିଛି। ସତ୍ୟତା ଜାଣିବା ପାଇଁ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ। 

ଆମ ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲ ରିଭର୍ସ ଇମେଜରେ ପାଇ ସର୍ଚ କରିଲୁ। ସର୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ୍ ମିଳିଲା। Reuters ନାମକ ଏକ ପେଜରେ ଏହୀ ଫୋଟୋକୁ ପାଇଲୁ। ଫୋଟୋକୁ 24 ମାର୍ଚ 2014 ରେ ପୋଷ୍ଟ କରାଯାଇଥିଲା। ପୋଷ୍ଟ ମୁତାବକ ଏହୀ ଫୋଟୋ ଜାର୍ମାନୀର ଅଟେ। ଭାଇରାଲ ଫୋଟୋରେ ରାସ୍ତାରେ ପଡ଼ୀଥିବା ଲୋକ ମୃତ ନୁହଁନ୍ତି। 24 ମାର୍ଚ୍ଚ 2014 ରେ, ଫ୍ରାଙ୍କଫୋର୍ଟ୍ ସହରରେ କାଟଜବାକ୍ ନାଜି ଏକାଗ୍ରତା ଶିବିରରେ 528 ଜଣଙ୍କୁ ହତ୍ୟା କରିଥିବା ଲୋକଙ୍କ ସ୍ମୃତି ରେ ସହରବାସୀ ରାସ୍ତାରେ ପଡ଼ିଥିଲେ। ଏହି ଏକାଗ୍ରତା ଶିବିରରେ, 24 ମାର୍ଚ୍ଚ 1945 ରେ ମୃତ ହୋଇଥିବା 528 ଜଣଙ୍କୁ ଫ୍ରାଙ୍କଫର୍ଟର କେନ୍ଦ୍ରୀୟ ଶ୍ମଶାନରେ ସମାଧି ଦିଆଯାଇଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫୋଟୋ ଇଟାଲୀର ନୁହଁ। ଏହା ଜର୍ମାନୀର ଅଟେ। ଭାଇରାଲ ଫୋଟୋ 2014 ମସିହାର ଅଟେ। ଅଧିକ ସୁଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-ReutersArchive

ଏହା ଛଡ଼ା ଆମକୁ ଭାଇରାଲ ଫୋଟୋ In picturesରେ ମଧ୍ୟ ମିଳିଲା। ଯେଉଁଥିରେ ଲେଖା ଯାଇଛି people playing dead ଅର୍ଥାତ୍ ଲୋକମାନେ ମୃତ ହେବାର ଅଭିନୟ କରୁଛନ୍ତି। ପୋଷ୍ଟରେ ଲିଖା ଯାଇଛି ଯେ,କାଟଜବାକ୍ ନାଜି ଏକାଗ୍ରତା ଶିବିରର 528 ପୀଡିତଙ୍କ ସ୍ମୃତିରେ ଫ୍ରାଙ୍କଫର୍ଟରେ ଏକ ଆର୍ଟ ପ୍ରସ୍ତୁତ କରାଯାଇଥିଲା। ଯେଉଁଥିରେ ଲୋକମାନେ ରାସ୍ତାରେ ପଡ଼ୀ ମୃତ ହେବାର ଅଭିନୟ କରିଛନ୍ତି। ଅଧିକ ସୂଚନା ପାଇଁ ତଳେ ପୋଷ୍ଟ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-In picturesArchive

ଏଥିରୁ ସ୍ପଷ୍ଟ ହେଉଛି ଯେ ,ଭାଇରାଲ ଫୋଟୋ 2014ର ଅଟେ। ଫୋଟୋର କୋରୋନା ଭାଇରସ ସହ କୈଣସି ସମ୍ପର୍କ ନାହିଁ। ଏହି ଫୋଟୋକୁ ଆମେ Adobe stock , International business timeରେ ମଧ୍ୟ ଏହୀ ଫୋଟୋ ମିଳିଲା। ଯାହାକି 2014 ମସିହାର ଅଟେ। ଲିଙ୍କରେ ଦେଖନ୍ତୁ।

ଶେଷକଥା-

ଆମେ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଫୋଟୋରେ  ଇଟାଲୀରେ କୋରୋନା ଭାଇରସରେ ମୃତ ହୋଇଥିବା ଲୋକଙ୍କ ଶବ ରାସ୍ତାରେ ପଡ଼ିଥିବା ଦାବୀ ମିଥ୍ୟା ଅଟେ। ଭାଇରାଲ ଫୋଟୋ 2014ର ଅଟେ। ଏହି ଫୋଟୋରେ ଲୋକଙ୍କ ମୃତ ହୋଇ ନାହିଁ ବରଂ ଏକ ଆର୍ଟ ଅଟେ। ଏଥିରେ ଲୋକମାନେ 24 ମାର୍ଚ୍ଚ 1945 ରେ ମୃତ ହୋଇଥିବା 528 ଜଣଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ।

Avatar

Title:2014 ମସିହାର ଜର୍ମାନୀ ଫୋଟୋକୁ ଇଟାଲୀରେ କୋରୋନା ଭାଇରସରେ ଲୋକଙ୍କ ମୃତ୍ୟୁ ହୋଇଥିବାର କହୀ ଭାଇରାଲ କରାଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *