କ’ଣ ଏହି ଭିଡିଓରେ ଗୋଟିଏ ଚିତାବାଘ ମଦ୍ୟ ନିଶାରେ ଲୋକଙ୍କ ଭିଡ ସହିତ ଚାଲୁଅଛି? ଜାଣନ୍ତୁ ସତ୍ୟ। 

False Social

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ଚିତାବାଘ ଲୋକଙ୍କ ଭିଡ ସହିତ ଚାଲୁଥିବା ଦେଖିବାକୁ ମିଳିଛି। ଲୋକ ମାନେ ବାଘକୁ ସ୍ପର୍ଶ କରୁଥିବା ସହିତ ସେଲ୍ଫି ମଧ୍ୟ ନେଉଛନ୍ତି। ଆଶ୍ଚର୍ଯ୍ୟ କରୁଥିବା କଟା ଏହା ଯେ ଏତେ ଲୋକଙ୍କ ଭିଡ ଦେଖି ମଧ୍ୟ ଚିତାବାଘଟି କିଛି ପ୍ରତିକ୍ରିୟା ଦେଉନାହିଁ। 

ଦାବି କରା ଯାଉଛି ଯେ ଏହି ଚିତାବାଘ ମଦଭାଟିରେ ପଶି ନିଶା କରି ସାରିଲା ପରେ ଏପରି ଅବସ୍ଥାରେ ଅଛି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଚିତାବାଘ ମଦ ନିଶାରେ ନାହିଁ। ଚିତାବାଘର ସ୍ୱାସ୍ଥ୍ୟ ଅତ୍ୟନ୍ତ ଖରାବ ହେଇଥିବାରୁ ସେ ଏପରି ଅବସ୍ଥାରେ ଥିଲା।

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ “ମହୁଲି ମଦଭାଟିରେ କଲରାପତ୍ରିଆ ବାଘ ପଶି ମହୁଲି ପିଇବା ପରେ ନିଜକୁ ଭୁଲିଯାଇଛି ସେ ବାଘ ଥିଲା ବୋଲି

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଏହି ଘଟଣା ନେଇ ୧ ସେପ୍ଟେମ୍ବର ୨୦୨୩ ରେ ଏବିପି ନ୍ଯୁଜ ୱେବସାଇଟରେ ଗୋଟିଏ ଖବର ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଏହି ଘଟଣା ମଧ୍ୟପ୍ରଦେଶର ଦେୱାସ ଜିଲ୍ଲାରେ ଅବସ୍ଥିତ ଇକାଲେରା ଜଙ୍ଗଲ ନିକଟରେ ଘଟିଥିଲା। ପ୍ରଥମେ ଲୋକମାନେ ଏହି ବାଘକୁ ଦେଖି ଭୟଭୀତ ହୋଇଥିଲେ। କିନ୍ତୁ ବାଘର ଏପରି ମାନ୍ଦା ଅବସ୍ଥା ଦେଖି ସେମାନେ ସେମାନେ ତାକୁ ଘେରିଥିଲେ।

ଖବର ମିଳିବା ପରେ ଜଙ୍ଗଲ ବିଭାଗ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ସେହି ଚିତାବାଘକୁ ଉଦ୍ଧାର କରିଥିଲେ। ସୂଚନା ଅନୁଯାୟୀ ଏହି ବାଘର ସ୍ୱାସ୍ଥ୍ୟ ଖରାବ ଥିଲା। ଏହାକୁ ଇନ୍ଦୋର ଚିଡିଆଖାନା ନିଆ ଯାଇଥିଲା ଯେଉଁଠାରେ ତାହାର ଚିକିତ୍ସା ହେଇଥିଲା। ଡାକ୍ତରଙ୍କ କହିବା ଅନୁଯାୟୀ ସେ ବାଘ ସ୍ନାୟୁଗତ ରୋଗରେ ପୀଡିତ ଥିଲା। ଏହି ରୋଗରେ ପଶୁ ନିଜ ପରିଚୟ ଭୁଲି ଯାଇଥାନ୍ତି। 

ରିପୋର୍ଟରେ ଆମେ କୌଣସି ସ୍ଥ୍ଗାନରେ ଏହା ଉଲ୍ଲେଖ ହୋଇଥିବା ପାଇଲୁଣି ଯେ ଚିତାବାଘ ଟି ନିଶା କରିଥିବା କାରଣରୁ ଏପରି ଅବସ୍ଥାରେ ଅଛି। ଏହି ଘଟଣାର ଅନ୍ୟ ଏକ ରିପୋର୍ଟ ଆମକୁ ଟିଭି9 ଭାରତବର୍ଷ ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା। ନିମ୍ନରେ ଆପଣ ମାନେ ଏହି ଭିଡିଓ ଦେଖି ପାରିବେ। 

ଏହି ବିଷୟରେ ଅଧିକ ସୂଚନା ପାଇଁ ଆମେ ଇନ୍ଦୋର ଚିଡିଆଖାନା ଅଧିକାରୀଙ୍କ ସହିତ ଯୋଗାଯୋଗ କରିଲୁ। ସେ ଆମକୁ କହିଲେ ଯେ, “ଏହି ବାଘ ଏକ ସ୍ନାଯୁଗତ ରୋଗରେ ପୀଡିତ ଅଛି ଯାହାକୁ କେନାଇନ୍ ଦିସ୍ଟେମ୍ପର ବୋଲି କୁହା ଯାଏ। ଏହା ଏକ ଅତ୍ୟନ୍ତ ଗମ୍ଭୀର ରୋଗ ଏବଂ ଏହାରୁ ବଞ୍ଚିବାର ଆଶା ଅତ୍ୟନ୍ତ କମ ଥାଏ। ଆମ ଚିଡିଆଖାନାରେ ସେହିଉ ବାଘର ଚିକିତ୍ସା ଚାଲିଥିଲା। ଦୁଇ ଦିନ ଚିକିତ୍ସା ପରେ ଆମେ ତାହାକୁ ବଣ ବିଭାଗକୁ ଦେଇଥିଲୁ।”

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଭିଡିଓରେ ଥିବା ଚିତା ବାଘ ଗୋଟିଏ ସ୍ନାଯୁଗତ ରୋଗରୁ ପୀଡିତ ଥିଲା। ଏହି ବାଘଟି ନିଶା କରିଥିବା ଦାବି ସଂପୂର୍ଣ୍ଣ ଭାବରେ ମିଥ୍ୟା ଅଟେ।

Avatar

Title:କ’ଣ ଏହି ଭିଡିଓରେ ଗୋଟିଏ ଚିତାବାଘ ମଦ୍ୟ ନିଶାରେ ଲୋକଙ୍କ ଭିଡ ସହିତ ଚାଲୁଅଛି? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *