ତାମିଲ ନାଡୁ ପୋଲିସ ଇଣ୍ଡୋନେସିଆ ଦେଶରୁ ଆସିଥିବା ଯେଉଁ ୧୨ ମୁସ୍ଲିମଙ୍କୁ ଗିରଫ କରିଛି ସେମାନେ କ’ଣ ରୋହିଙ୍ଗିୟା? ଜାଣନ୍ତୁ ସତ୍ୟ।

False Social

ସଂଯୁକ୍ତ ରାଷ୍ଟ୍ର ସଚିବ ଏନଟୋନିୟୋ ଗୁଟେରେସଙ୍କ କହିବା ଅନୁଯାୟୀ ରୋହିଙ୍ଗିୟା ଲୋକଙ୍କ ସହିତ ବହୁତ ଭେଦଭାବ ହେଇଛି। ରୋହିଙ୍ଗିୟା ମ୍ୟାନମାର ଦେଶର ସଂଖ୍ୟାଲଘୁ ସଂପ୍ରଦାୟ ଅଟନ୍ତି। ଏହି ସମ୍ପ୍ରଦାୟର ଲୋକେ ମ୍ୟାନମାର ର ରାଖୀନେ ଆଞ୍ଚଲରେ ରୁହନ୍ତି। ମ୍ୟାନମାର ଗୋଟିଏ ବୌଦ୍ଧ ରାଷ୍ଟ୍ର ହେବା କାରଣରୁ ରୋହିଙ୍ଗିୟା ମୁସଲମାନ ମାନଙ୍କୁ ନାଗରିକତା ଦେଉ ନହିଁ। 2014 ମସିହାରେ ମ୍ୟାନମାରରେ ହେଇଥିବା ଜନଗଣନା ସମୟରେରେ ରୋହିଙ୍ଗିୟା ମୁସଲମାନ ମାନଙ୍କୁ ସେଥିରେ ଅନ୍ତର୍ଭୁକ୍ତ କରା ଯାଇ ନଥିଲା। କିଛି ବର୍ଷ ପୂର୍ବରୁ ସମ୍ପ୍ରଦାୟିକ ହିଂସାରୁ ରକ୍ଷା ପାଇବା ପାଇଁ ମ୍ୟାନମାର ରୁ ଖସି ପଳାଉଛନ୍ତି। 

୨୪ ମାର୍ଚରେ ସାଇବର ଆର୍ମୀ ବିଜେପି ଓଡ଼ିଶା (ଅଫିସିଆଲ) ନାମକ ପେଜରେ କରା ଯାଇଥିବା ଗୋଟିଏ ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ତାମିଲନାଡୁ ଆମ୍ବୁର୍ ରେ ୧୨ ଇଣ୍ଡୋନେସିଆ ରୋହିଂଗ୍ୟା ମସଜିଦ ରେ ଲୁଚିବା ବେଳେ ତାମିଲନାଡୁ ପୋଲିସ୍ ଦ୍ଵାରା ଧରାପଡି କୋରୋନା ଯାଞ୍ଚ ପରେ ଜେଲ୍ ରେ ଅଛନ୍ତି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ବିହାର ଓ ଆନ୍ଧ୍ରା ପରେ ଏବେ ତାମିଲନାଡୁରେ ବି ଅନୁପ୍ରବେଶକାରୀ ବାହାରିଲେ। 

fb.jpg

Facebook | Archive

ଆମ ଅନୁସନ୍ଧାନରୁ ଜଣା ପଡିଲା ଯେ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟରେ ଥିବା ଫୋଟୋର ଗୁଗୁଲ ସହଜୟତା ରେ ରିଭର୍ସ ଇମେଜ ସର୍ଚ କରି ଦେଖିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମେ ଏହା ଜାଣିବା କୁ ପାଇଲୁ ଯେ ୨୩ ମାର୍ଚ ୨୦୨୦ ରେ ତାମିଲ ନ୍ୟୁଜ ଛେନାଲ ସନ୍ ନ୍ୟୁଜ ନିଜ ଟୁଇଟର ହେଣ୍ଡେଲରେ ଏହା ଲେଖି ଅଛି ଯେ ତାମିଲ ନାଡୁର ତିରୁପଥୁର ଜିଲାର ଆମ୍ବୁର ଅଞ୍ଚଲରେ ରହିଥିବା ୨୦ ବିଦେଶୀ ଲୋକଙ୍କର କୋରୋନା ସମ୍ବନ୍ଧିତ ସ୍ୱାସ୍ଥ୍ୟ ପରୀକ୍ଷା କରା ଯାଉଅଛି।

twitter.jpg

Twitter | Archive

ଏହି ଖବର ମାଧ୍ୟମରୁ ଆମେ ଜାଣିବାକୁ ପାଇଲୁ ଯେ ତାମିଲ ନାଡୁରେ କିଛି ମୁସଲମାନ ବିଦେଶୀଙ୍କର କୋରୋନା ପରୀକ୍ଷା କରା ଯାଇଅଛି। କିନ୍ତୁ ଏହି ଲୋକ ମାନେ କିଏ ଏବଂ କ’ଣ ଏହି ଲୋକ ମାନେ ରୋହିଙ୍ଗିୟା ବା ନୁହେଁ ଜାଣିବା ପାଇଁ ଆମେ ଗୁଗୁଲରେ ଯାଇ ଏହି ବିଷୟରେ ସର୍ଚ କରିଲୁ। 

୨୫ ମାର୍ଚରେ ସ୍ଵରାଜ୍ୟ ମେଗାଜିନରେ କୁହା ଯାଇଅଛି ଯେ ତାମିଲ ନାଡୁର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ସି. ବିଜୟଭାଷକର କହିଛନ୍ତି ଯେ ବର୍ତମାନ ତାମିଲ ନାଡୁରେ କୋରୋନାର ୫ଟି ସୁନିଶ୍ଚିତ ମାମଲା ସାମନା କୁ ଆସିଛି। ତାଙ୍କ କହିବା ଅନୁଯାୟୀ ୪ ଟି ଇଣ୍ଡୋନେସିୟା ନାଗରିକ ଏବଂ ତାଙ୍କ ଗାଇଡଙ୍କର କୋରୋନା ରିପୋର୍ଟ ପୋଜିତିବ ଆସିଛି। ଏହି ରୋଗୀ ମାନଙ୍କୁ ସାଲେମ ସରକାରୀ ହସ୍ପିଟାଲରେ ରକ୍ଷା ଯାଇଅଛି। ସି.  ବିଜୟଭାସ୍କର କହିଛନ୍ତି ଯେ ବର୍ତମାନ ତାମିଲ ନାଡୁରେ ୨୭ ଟି କୋରୋନା କେସ ସାମନାକୁ ଆସିଛି। ଇନ୍ଦୋନେଶିୟା ରୁ ଆସିଥିବା ୧୧ ଟି ଇସ୍ଳାମ ପ୍ରଚାରକଙ୍କ ସହରରେ ବିଭିନ୍ନ ମସଜିଦର ମଣ୍ଡଳୀ ସହିତ ମିଶିବା ଖବର ମିଳିଲା ପରେ ସାଲେମ ମୁନିସିପାଲିଟି ହେଲ୍ଥ ଡିପାର୍ଟମେନ୍ଟ ଅଫିସର ମାନେ ରବିବାର ରାତି ସନ୍ୟାସିକୁନ୍ଦୁ ଅଞ୍ଚଳର ମସଜିଦ ଯାଇ ଏହି ବିଷୟରେ ପଚାରିଲେ। ସାଲେମ ଅଞ୍ଚଳର କଲେକ୍ଟର ଏ. ରମନ, ଟାଇମସ ଅଫ ଇଣ୍ଡିଆ ପତ୍ରିକା କୁ କହିଛନ୍ତି ଯେ ଏହି ଇସ୍ଳାମ ପ୍ରଚାରକ ମାନେ ତିନଟି ମସଜିଦ ମଣ୍ଡଳୀ ସହିତ ସାକ୍ଷାତ କରି ଥିଲେ। କଲେକ୍ଟରଏହା ମଧ୍ୟ କହିଛନ୍ତି ଯେ ସାଲେମ ଅଞ୍ଚଳର ୫ ଟି ବ୍ୟକ୍ତି ଏହି ପ୍ରଚାରକଙ୍କୁ ମସଜିଦ ପହଞ୍ଚିବାରେ ସାହାଜ୍ଯତା କରି ଥିଲେ। ଏହି ଦଳରୁ ୪ ଜଣଙ୍କର ମଧ୍ୟରେ କୋରୋନା ଲକ୍ଷଣ ଦେଖିବାକୁ ମିଳିଥିଲା ଓ ତାଙ୍କ ନମୁନା ନେସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରାଲୋଜି ପଠା ଯାଇଅଛି। ଯେଉଁ ମାନେ ଏହି ପ୍ରଚାରକଙ୍କ ସମ୍ପର୍କରେ ଆସିଥିଲେ ତାଙ୍କୁ ଖୋଜି ଘରେ ବନ୍ଦ ରକ୍ଷା ଜୀବ। 

swarajya.jpg

Swarajya | Archive

୨୪ ମାର୍ଚ ଅରଗାନାଇଜର ସାଇଟରେ ଏହା କୁହା ଯାଇଅଛି ଯେ ବିଦେଶର ଅନେକ ଇସ୍ଳାମ ପ୍ରଚାରକ ନିଜ ଦଳକୁ ବିଭାଜିତ କରି ତାମିଲ ନାଡୁ ଏବଂ ଉତ୍ତର ଭାରତ ରାଜ୍ୟରେ ଆସିଛନ୍ତି। ଏହି ସମୟରେ ଯେତେବେଳେ ଦୁନିଆ ସାରା କୋରୋନା ବ୍ୟାପୁଚି ସେହି ସମୟରେ ଏହି ପ୍ରଚାରକ ମାନେ ଭାରତ ଆସିଛନ୍ତି ଏବଂ ମସଜିଦରେ ରହୁଛନ୍ତି। ତାଙ୍କ ମସଜିଦରେ ରହିବା କଥା ପୋଲିସ ଏବଂ ଇମିଗ୍ରେସନ ଅଫିସରଙ୍କ ଠାରୁ ଗୋପନୀୟ ରକ୍ଷା ଯାଇଅଛି। ଏହି ପ୍ରଚାରକ ମାନଙ୍କ ମଧ୍ୟରୁ କିଛି ଲୋକ କୋରୋନାରୁ ମଧ୍ୟ ସଂକ୍ରମଣ ହେଇଛନ୍ତି। କୋରୋନା ସଙ୍କ୍ରାନିତ ସୂଚନା ମିଳିଲା ପରେ ଜିଲା ଅଧିକାରୀ ମାନେ ପେରୁନ୍ଦୁରାଇ ସହର ର ୯ ଟି ରାସ୍ତା ବନ୍ଦ କରି ଦେଇଛନ୍ତି। ଇସ୍ଳାମ ପ୍ରଚାରକ ଏହି ରାସ୍ତା ବ୍ୟବହାର କରିଥିଲେ ବୋଲି କୁହା ଯାଉଅଛି। ପୋଲିସ ସେମାନେ ଥାଇଲାଣ୍ଡ ଏବଂ ଅନ୍ୟ ବିଶେହୀ ମୁଲ୍ଲାହ ମାନଙ୍କୁ ସରଣ ଦେଇ ଥିବା ରୁ ଦୋଷୀ ପାଇଛି। ୧୨ ମାର୍ଚରେ ଥାଇଲାଣ୍ଡରୁ ୭ ମୁଲ୍ଲାହ ଇରୋଡ ସହର ଆସି ଥିଲେ। ୧୫ ମାର୍ଚ ଟକ ପେରୁନ୍ଦୁରାଇ ସହରର ୩ ଟି ମସଜିଦ ରେ ରହି ଥିଲେ। ସେମାନଙ୍କ ମଧ୍ୟରୁ କୋଇମ୍ବାଟୁର ହସ୍ପିଟାଲ ରେ ଜଣଙ୍କର ମୃତ୍ୟୁ ଘଟିଛି। ଇରୋଡରେ ୨ ଜଣଙ୍କୁ କୋରୋନା ସଂକ୍ରାମିତ ମଧ୍ୟ ଜଣା ପଡିଛି। ସାଲେମ ସହରରେ ୧୧ ଇନ୍ଦୋନେଶିୟା ଦେଶ ମୁସଲମାନ ପ୍ରଚାରକଙ୍କୁ ନଜରରେ ରକ୍ଷା ଯାଇଅଛି ଏବଂ ଅନ୍ୟ ୫ ଜଣଙ୍କୁ ସରକାରୀ ମେଡିକାଲ କଲେଜରେ ଦାଖଲ କରା ଯାଇଅଛି। ଆମ୍ବୁର ଅଚଳରେ ମଧ୍ୟ ୧୨ଟି ଇନ୍ଦୋନେଶିୟାରୁ ଆସିଥିବା ଇସ୍ଳାମ ପ୍ରଚାରକଙ୍କୁ ଧାରା ଯାଇଅଛି। 

organiser.jpg

Organiser | Archive

ଶେଷକଥା:

ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ଇନ୍ଦୋନେଶିୟା ରୁ ଆସିଥିବା ଯେଉଁ ମୁସଲମାନ ଲୋକେ ତାମିଲ ନାଡୁରେ କୋରୋନା ସଂକ୍ରାମିତ ଥିବା ଧରା ପଡିଲେ, ସେମାନେ ରୋହିଙ୍ଗିୟା ମୁସଲମାନ ନୁହନ୍ତି। ଧରା ପଡିଥିବା ଇନ୍ଦୋନେଶିୟାର ମୁସଲମାନ ମାନେ ଇସ୍ଳାମ ଧର୍ମ ପ୍ରଚାରକ। ସାଲେମ କଲେକ୍ଟର ଏ. ରମନ କହିଛନ୍ତି ଯେ ଏହି ପ୍ରଚାରକ ମାନେ ନିଜ ଆସିବା ଉଦ୍ଦେଶ୍ୟ କୁ ଗୋପନୀୟ ରଖିବା ପାଇଁ ମସଜିଦରେ ଲୁଚି ରହି ଥିଲେ। ସେଥି ପାଇଁ ପୋଷ୍ଟରେ କରା ଯାଇଥିବା ଦାବି ଯେ ଫୋଟୋରେ ଥିବା ଲୋକ ମାନେ ରୋହିଙ୍ଗିୟା ମୁସଲମାନ କଥା ସମ୍ପୂର୍ଣ ଭାବେ ମିଥ୍ୟା। 

Avatar

Title:ତାମିଲ ନାଡୁ ପୋଲିସ ଇଣ୍ଡୋନେସିଆ ଦେଶରୁ ଆସିଥିବା ଯେଉଁ ୧୨ ମୁସ୍ଲିମଙ୍କୁ ଗିରଫ କରିଛି ସେମାନେ କ’ଣ ରୋହିଙ୍ଗିୟା? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *