ଡାକ୍ତର ବନ୍ଦନା ତିବାରିଙ୍କର ମୃତ୍ୟୁ କୋରୋନା ସଂକ୍ରମଣରୁ ନୁହେଁ ବରଂ ବ୍ରେନ ହାମ୍ରେଜ କାରଣରୁ ମୃତ୍ୟୁ ହୋଇଛି।

Coronavirus False Social

କୋରୋନା ପାଇଁ ବିଶ୍ୱରେ ଆତଙ୍କ ଦିନ କୁ ଦିନ ବଢ଼ିବାରେ ଲାଗିଛି। କୋରୋନା ସଂକ୍ରମଣରେ ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁନି। କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ଏହି ରୋଗରେ ପିଡ଼ିତ ହେଉଛନ୍ତି। ଗଚ କିଛି ଦିନ ତଳି ରିୟାଜ ଉସମାନ ନାମକ ଜଣେ ପାକିସ୍ତାନି ଡାକ୍ତରଙ୍କର କୋରୋନା ଭାଇରସରେ ମୃତ୍ୟୁ ହୋଇଥିଲା।ଏବେ ଏପରି ଅନ୍ୟ ଅକ ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଯେ,  ବନ୍ଦନା ତିବାରି ନାମକ ଜଣେ ଡାକ୍ତର କୋରୋନା ରୋଗିଙ୍କ ଚିକାତ୍ସା କରୁ କରୁ କୋରୋନା ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ହୋଇଛି। ଆମ ଓଡ଼ିଶା ନାମକ ପେଜରେ ଏହା ପୋଷ୍ଟ କରାଯାଇଛି। ପୋଷ୍ଟରେ ଜଣେ ମହିଳା ବେଡରେ ପଡ଼ିଥିବାର ଦେଖା ଯାଉଛନ୍ତି। ଏହା ସହ ମହିଳା ଜଣକ ତାଙ୍କ ଛୁଆକୁ ଛରି ଠିଆ ହୋଇଛନ୍ତି। ପୋଷ୍ଟରେ ଲେଖା ଯାଇଛି ଯେ, କୋରୋନା ରୋଗୀଙ୍କୁ ସେବାକରି ଡାକ୍ତର ବନ୍ଦନା ତିବାରିଙ୍କ କୋରୋନା ରୋଗରେ ମୃତ୍ୟୁ ହୋଇଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 96 ଥର ସେୟାର କରାଯିବା ସହ 435 କମେଣ୍ଟ ଏବଂ ହଜାର ଉପରେ ଲାଇକ ଆସିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-FacebookArchive

ତେବେ କଣ ବନ୍ଦନା ନାମକ ଡାକ୍ତରଙ୍କ କୋରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି। ଏହାର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ  ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ କିଛି ଲିଙ୍କ ମିଳିଲା। Bhopal Smachar ରେ 7 ଏପ୍ରିଲରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ଅବସ୍ଥିତ ମେଡିକାଲ କଲେଜରେ ଫାର୍ମାସିଷ୍ଟ ବନ୍ଦନା ତିୱାରୀଙ୍କର ଗ୍ୱାଲିଅରରେ ଏକ ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଛି। ଲଗାତାର କରୋନା ଡ୍ୟୁଟି ହେତୁ ସେ  ବ୍ରେନ ହାମ୍ରେଜରେ ପୀଡିତ ହୋଇଥିଲେ।  ଏହା ଛଡ଼ା ଖବରରେ ପ୍ରକାଶିତ କରାଯାଇଛି ଯେ,  ଲଜ୍ଜାଜନକ କଥା ଏହା ଯେ ହସ୍ପିଟାଲର ଡାକ୍ତରମାନେ ତାଙ୍କ  ଚିକିତ୍ସା କରିନଥିଲେ। 24 ଘଣ୍ଟା ଧରି ବନ୍ଦନାଙ୍କ ସ୍ଥିତି ଗମ୍ଭିର ହେଲା ପରେ ତାଙ୍କ ସ୍ୱାମୀ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ। ମେଡିକାଲ କଲେଜ, ଶିବପୁରୀ କଲେକ୍ଟର, ଗ୍ୱାଲିୟର କମିଶନର, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପର୍ଯ୍ୟନ୍ତ ବନ୍ଦନାଙ୍କୁ କେହି ସାହାଯ୍ୟ କରିନଥିଲେ।

ଏଠାରେ ଲିଙ୍କ ଦେଖନ୍ତୁ-Bhopal Smachar 

ଏହା ଛଡ଼ା MP Breaking news  ଅନୁସାରେ ମଧ୍ୟ ବନ୍ଦନାଙ୍କ ମୃତ୍ୟୁ କୋରୋନା ସଂକ୍ରମଣରେ ନୁହଁ ବରଂ ବ୍ରେନ ହାମ୍ରେଜରେ ମୃତ୍ୟୁ ହୋଇଛି। ତଥ୍ୟ ଅନୁସାରେ ସେ ଦୁଇ ଦିନ ପର୍ଯ୍ୟନ୍ତ କୋମାରେ ଥିଲେ। ଏପ୍ରିଲ 7 ତାରିଖରେ ତାଙ୍କ ମୃତ୍ୟୁ ହୋଇଥିଲା। ଯାହାକୁ କି ସୋସିଆଲ ମିଡ଼ିଆରେ କୋରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ଦାବିରେ ଭାଇରାଲ କରାଯାଉଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ୍ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-MP Breaking newsArchive

ମଧ୍ୟପ୍ରଦେଶ ସରକାରଙ୍କ ଲୋକ ସମ୍ପର୍କ ଅଧିକାରି ଟ୍ୱିଟ କରି ସ୍ପଷ୍ଟ କରିଛନ୍ତି ଯେ, ମଧ୍ୟପ୍ରଦେଶରେ ମୃତ୍ୟୁ ହୋଇଥିବା ଡାକ୍ତର ବନ୍ଦନା ତିୱାରିଙ୍କ ମୃତ୍ୟୁ କୋରୋନା ସଂକ୍ରମଣରେ ନୁହଁ ବରଂ ବ୍ରେନ ହାମ୍ରେଜ କରାଣରୁ ହୋଇଛି। ତାଙ୍କ କୋରୋନା ଟେସ୍ଟ କରାଯାଇଥିଲା ଏବଂ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-TwitterArchive

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଡାକ୍ତର ବନ୍ଦନା ତିୱାରିଙ୍କ ମୃତ୍ୟୁ କୋରୋନା ସଂକ୍ରମଣରେ ନୁହଁ ବରଂ ବ୍ରେନ ହାମରେଜ କାରଣରୁ ମୃତ୍ୟୁ ହୋଇଛି। ତାଙ୍କର କୋରୋନା ସଂକ୍ରମଣ ସହ କୌଣସି ସମ୍ପର୍କ ନାହିଁ।

Avatar

Title:ଡାକ୍ତର ବନ୍ଦନା ତିବାରିଙ୍କର ମୃତ୍ୟୁ କୋରୋନା ସଂକ୍ରମଣରୁ ନୁହେଁ ବରଂ ବ୍ରେନ ହାମ୍ରେଜ କାରଣରୁ ମୃତ୍ୟୁ ହୋଇଛି।

Fact Check By: Saritadevi Samal 

Result: False

1 thought on “ଡାକ୍ତର ବନ୍ଦନା ତିବାରିଙ୍କର ମୃତ୍ୟୁ କୋରୋନା ସଂକ୍ରମଣରୁ ନୁହେଁ ବରଂ ବ୍ରେନ ହାମ୍ରେଜ କାରଣରୁ ମୃତ୍ୟୁ ହୋଇଛି।

Leave a Reply

Your email address will not be published. Required fields are marked *