କ’ଣ ଭାରତ ମହିଳା ଟିମ୍ ଅଷ୍ଟ୍ରେଲିଆକୁ ହକି ବିଶ୍ଵ କପ୍ ରେ ପରାସ୍ତ କରି କ୍ରିକେଟ୍ ବିଶ୍ଵ କପର ପ୍ରତିଶୋଧ ନେଇଛି? ଜାଣନ୍ତୁ ସତ୍ୟ। 

False Sports

ନିକଟରେ ଭାରତ କ୍ରିକେଟ୍ ବିଶ୍ଵ କପ୍ ରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା ଯାହା ନେଇ ସାରା ଦେଶ ଶୋକରେ ଅଛି। ଏହା ମଧ୍ୟରେ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଭାରତ ମହିଳା ହକି ଦଳ ବିଜୟୀ ହେବା ଉତ୍ସବ ପାଳନ କରୁଛନ୍ତି। 

ଦାବି କରା ଯାଉଛି ଯେ ଭାରତ ମହିଳା ହକି ଦଳ ବିଶ୍ଵ କପ୍ ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ବିଶ୍ଵ ବିଜୟୀ ହୋଇଛି ଏବଂ କ୍ରିକେଟ୍ ବିଶ୍ଵ କପରେ ଭାରତର ହାରର ପ୍ରତିଶୋଧ ନେଇଛି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଫୋଟୋ ଭାରତ ଏବଂ ଜାପାନ ମଧ୍ୟରେ ଖେଳା ଯାଇଥିବା ଏସିଆନ୍ ଚ୍ଯାମ୍ପ୍ଯାଂଶିପ ପ୍ରତିଯୋଗୀତାର ଫୋଟୋ ଅଟେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ଅଷ୍ଟ୍ରେଲିଆ ବିପକ୍ଷରେ ହକି ବିଶ୍ଵକପରେ ବିଜୟ ହୋଇ କ୍ରିକେଟ୍ ର ପ୍ରତିଶୋଧ ନେଲେ ଭାରତୀୟ ମହିଳା ହକି ଦଳ ! କ୍ରିକେଟ୍ ପାଇଁ ଚିତ୍କାର କରି କରି  ହାରିଗଲେ ! କିନ୍ତୁ ଭାରତୀୟ ମହିଳା ଦଳ ହକି ବିଶ୍ୱ ଚାମ୍ପିଅନସିପ୍ ଜିତିଛି ଏବଂ ତାହା ପୁଣି ଅଷ୍ଟ୍ରେଲିଆ କୁ ପରାସ୍ତ କରି

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଭାରତ ମହିଳା ହକି ଦଳ ବିଜୟୀ ହେଇଥିବା ସମାନ ଫୋଟୋ ଗୋଟିଏ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ଋଅପୋର୍ଟ ଅନୁଯାୟୀ, ଏହା ଭାରତ ଏବଂ ଜାପାନ ମଧ୍ୟରେ ଖେଳା ଯାଇଥିବା ମହିଳା ଏସିଆନ୍ ହକି ଚ୍ଯାମ୍ପ୍ଯାଂଶିପ ପ୍ରତିଯୋଗୀତାର ଫୋଟୋ ଅଟେ ଯେଉଁଥିରେ ଭରତ ଜାପାନକୁ ଫାଇନାଲ୍ ରେ ୪-୦ ରେ ପରାସ୍ତ କରିଥିଲା। ଏହି ପ୍ରତିଯୋଗୀତା ଝାଡ଼ଖଣ୍ଡର ରାଞ୍ଚି ସହରରେ ଖେଳା ଯାଇଥିଲା। 

Archive

ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ହକି ଇଣ୍ଡିଆ ୱେବସାଇଟରେ ଅନ୍ୟ ଏକ ଫୋଟୋ ମିଳିଲା ଯାହା ଭାଇରାଲ ଫୋଟୋ ସହିତ ପ୍ରାୟ ମେଲ ଖାଉଥିବା ଜଣା ପଡିଛି। ସୂଚନା ଅନୁଯାୟୀ, ରାଞ୍ଚିରେ ଖେଳା ଯାଇଥିବା ମହିଳା ହକି ଏସିଆନ୍ ଚ୍ଯାମ୍ପ୍ଯାଂଶିପ ପ୍ରତିଯୋଗୀତାରେ ଭାରତ ଜାପାନକୁ ପରାସ୍ତ କରି ବିଜୟୀ ହୋଇଛି। 

ସେହି ମ୍ୟାଚ୍ ର ହାଇଲାଇଟ୍ସ ଆପଣ ମାନେ ସୋନି ଲିଭ୍ ଏପ୍ପ୍ କିମ୍ବା ଚ୍ୟାନାଲରେ ଦେଖି ପାରିବେ। 

ଅଧିକ ସର୍ଚ୍ଚ କରିବା ପରେ ଆମେ ଜାଣିଲୁ ଯେ ଭାରତ ମହିଳା ଦଳ କୌଣସି ହକି ବିଶ୍ଵ ଫାଇନାଲ୍ ପ୍ରତିଯୋଗୀତାରେ ବିଜୟୀ ହୋଇ ନାହିଁ। ୧୯୭୪ ରୁ ଭାରତ କେବେବି ମହିଳା ହକି ବିଶ୍ୱକପ ଜିତି ନାହିଁ। ଆମେ ଏହା ମଧ୍ୟ ଜାଣିବାକୁ ପାଇଲୁ ଯେ ଚଳିତ ବର୍ଷ ମହିଳା ହକି ବିଶ୍ଵ କପ୍ ପ୍ରତିଯୋଗୀତା ଆୟୋଜିତ କରା ଯାଇ ନହିଁ। ୨୦୨୨ ମସିହାରେ ହକି ବିଶ୍ଵ କପ୍ ପ୍ରତିଯୋଗୀତା ସ୍ପେନ୍ ଏବଂ ନେଦର୍ଲାଣ୍ଡରେ ଆୟୋଜିତ ହୋଇଥିଲା ଯେଉଁଥିରେ ନେଦର୍ଲାଣ୍ଡ ବିଜୟୀ ହୋଇଥିଲା। 

Website

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାରତ ମହିଳା ହକି ଦଳ ବିଶ୍ଵ କପ୍ ଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଥିବା ଦାବି ମିଥ୍ୟସ୍ସ ଅଟେ। ଭାରତ ମହିଳା ହକି ଦଳ ୧୯୭୪ ରୁ ସମ୍ପ୍ରତ୍ତି ସମୟ ପର୍ଯ୍ୟନ୍ତ ବିଶ୍ଵ କପ୍ ରେ ବିଜୟୀ ହୋଇ ନାହିଁ। ଭାଇରାଲ ଫୋଟୋ ଚଳିତ ବର୍ଷ ରାଞ୍ଚିରେ ଜାପାନ ବିପକ୍ଷରେ ଖେଳା ଯାଇଥିବା ଏସିଆନ୍ ଚ୍ଯାମ୍ପ୍ଯାଂଶିପ ପ୍ରତିଯୋଗୀତାର ଫୋଟୋ ଅଟେ।

Avatar

Title:କ’ଣ ଭାରତ ମହିଳା ଟିମ୍ ଅଷ୍ଟ୍ରେଲିଆକୁ ହକି ବିଶ୍ଵ କପ୍ ରେ ପରାସ୍ତ କରି କ୍ରିକେଟ୍ ବିଶ୍ଵ କପର ପ୍ରତିଶୋଧ ନେଇଛି? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *