
ନିକଟରେ ପୂର୍ବତନ ଓଡ଼ିଶା ବିଜେପି ଉପସଭାପତି ଲେଖାଶ୍ରୀ ସାମନ୍ତସିଂହାର ଦଳ ଛାଡ଼ି ବିଜେଡ଼ିରେ ମିସିଛନ୍ତି। ଏହା ପରେ ତାଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ସେ ବିଜେଡ଼ି ଦଳକୁ ନିନ୍ଦା କରୁଥିବା ଦେଖିବାକୁ ମିଳିଛି।
ଏହି ପ୍ରସଙ୍ଗରେ ତାଙ୍କର ଏକ ଭିଡିଓ ବର୍ତ୍ତମାନ ସାମନାକୁ ଆସିଛି ଯେଉଁଥିରେ ସେ କହୁଛନ୍ତି ଯେ କେନ୍ଦ୍ର ସରକାର ର ବିଭିନ୍ନ ଯୋଜନାକୁ ବିଜେଡ଼ି ସରକାର ନିଜ ଯୋଜନା ନାମ ଦେଇ ଲୋକଙ୍କ ସମ୍ମୁଖରେ ରଖିଛି। ଭିଡିଓରେ ସେ କହୁଛନ୍ତି, “ମୋଦୀ ଦେଉଛନ୍ତି ଚାଉଳ, ମୋଦୀ ଦେଉଛନ୍ତି ପାଇଖାନା, ମୋଦୀ ଦେଉଛନ୍ତି ପ୍ରଧାନମନ୍ତ୍ରୀ ଆୱାସରେ ଘର, ଆକୁ ଯେଉଁ ବିଜୁ ଜନତା ଦଳ ଚୋରୀ କରୁଛି.. ପ୍ରଧାନମନ୍ତ୍ରୀ ଆୱାସରେ ଘର ରେ ବିଜୁ ପକ୍କା ଘର ଲଗେଇକି“
ଦାବି କରା ଯାଉଛି ଯେ ବାଲେଶ୍ଵର ଲୋକସଭା ପ୍ରାର୍ଥୀନୀ ହେବା ପରେ ଲେଖାଶ୍ରୀ ସାମନ୍ତସିଂହାର ନବୀନ ସରକାରଙ୍କର ଯୋଜନା ବିଷୟରେ ବିସ୍ତାର ସହିତ କହୁଛନ୍ତି।
ଆମ ଅନୁସନ୍ଧାନ:
ଭାଇରାଲ ଭିଡିଓ ଦେଖିବା ପରେ ସେଥିରେ ଆମକୁ Odisha Television LTD ଲେଖା ହେଇଥିବା ମିଳିଲା। ଏହା ସହିତ ଭିଡିଓର ଡାହାଣ ପାର୍ଶ୍ଵରେ ଓଟିଭି ନ୍ୟୁଜ୍ ଚ୍ୟାନାଲର ଲୋଗୋ ମଧ୍ୟ ଦେଖିବାକୁ ମିଳିଛି।

ଏହା ପରେ ଆମେ ୟୁଟ୍ଯୂବରେ OTV ଚ୍ଚ୍ୟାନାଲରେ ଏହି ଭିଡିଓକୁ ସର୍ଚ୍ଚ କରିଲୁ। ସମାନ ଭିଡିଓ ୧୨ ଫେବ୍ରୁଆରି ୨୦୨୪ ରେ ଆମକୁ ପ୍ରସାରିତ ହେଇଥିବା ମିଳିଲା। ଭିଡିଓରେ ଲେଖାଶ୍ରୀ କହୁଛନ୍ତି, “ମୋଦୀ ଦେଉଛନ୍ତି ଚାଉଳ, ମୋଦୀ ଦେଉଛନ୍ତି ପାଇଖାନା, ମୋଦୀ ଦେଉଛନ୍ତି ପ୍ରଧାନମନ୍ତ୍ରୀ ଆୱାସରେ ଘର, ଆକୁ ଯେଉଁ ବିଜୁ ଜନତା ଦଳ ଚୋରୀ କରୁଛି.. ପ୍ରଧାନମନ୍ତ୍ରୀ ଆୱାସରେ ଘର ରେ ବିଜୁ ପକ୍କା ଘର ଲଗେଇକି, ମୋଦୀଙ୍କର ଚାଉଳକୁ ବିଜୁ ଜନତା ଦଳ ବ୍ୟାଗରେ ପୁରେଇ କି ଦେଉଛି। ଏହାକୁ ଓଡ଼ିଶା ବାସୀ ଗ୍ରହଣ କରିବେ ନାହିଁ, ଏହାର ପ୍ରତିବାଦ ହେଉଛି ଏବଂ ଆସନ୍ତା ସମୟରେ ଆହୁରି ତୀବ୍ରତା ସହିତ ପ୍ରତିବାଦ ହେବ। ପ୍ରତ୍ଯେକ ରାସନ ଦୋକାନ ଏବଂ ଘରେ ଆମେ ପହଞ୍ଚିବୁ“
ଏହି ଭିଡିଓ ଫେବ୍ରୁଆରି ମାସରୁ ଇଣ୍ଟର୍ନେଟରେ ଉପଲବ୍ଧ ଅଛି। କିନ୍ତୁ ଲେଖାଶ୍ରୀ ୭ ଏପ୍ରିଲରେ ବିଜେପି ଛାଡ଼ି ବିଜେଡ଼ି ରେ ଯୋଗ ଦେଇଛନ୍ତି। ତେଣୁ ଏହି ଭିଡିଓ ତାଙ୍କର ବିଜେଡ଼ି ଦଳରେ ଯୋଡି ହେବାପର ସମ୍ଭବ ନୁହେଁ।
୧ ମାର୍ଚ୍ଚ ର ଓଡ଼ିଶା ଟିଭି ରିପୋର୍ଟ ଅନୁଯାୟୀ, ଲେଖାଶ୍ରୀ ସାମନ୍ତସିଂହାର ବିଜେଡ଼ି ଦଳ ଉପରେ ଅଭିଯୋଗ ଆଣିଛନ୍ତି ଯେ କେନ୍ଦ୍ର ସରକାରର ବିଭିନ୍ନ ଯୋଜନାକୁ ନିଜ ନାମ ଦେଇ ଓଡ଼ିଶା ସରକାର ଲୋକଙ୍କୁ ଦେଉଛି। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା କେନ୍ଦ୍ର ସରକାର ଦ୍ଵାରା ଆରମ୍ଭ ହୋଇଥିଲା କିନ୍ତୁ ବିଜେଡ଼ି ଏହାକୁ ବିଜୁ ପକ୍କା ଘର ନାମ ଦେଇ ଅନେକ ସ୍ଥାନରେ ବିଜ୍ଞାପନ ଦେଉଛି।

ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ଭାଇରାଲ ଭିଡିଓ ଫେବ୍ରୁଆରି ମାସର ଘଟଣା ଅଟେ। ଲେଖାଶ୍ରୀ ସାମନ୍ତସିଂହାର ଏପ୍ରିଲ ମାସରେ ବିଜେଡ଼ି ଦଳରେ ଯୋଗ ଦେଇଛନ୍ତି। ତେଣୁ ଲେଖାଶ୍ରୀଙ୍କର ବିଜେଡ଼ି ଉପରେ ଅଭିଯୋଗ ଦେବା ଏହି ଭିଡିଓ, ତାଙ୍କର ବିଜେଡ଼ି ଦଳ ଯୋଗ ଦେବା ପର ଘଟଣା ହୋଇଥିବା ସମ୍ଭବ ନୁହେଁ।

Title:କ’ଣ ଲେଖାଶ୍ରୀ ସାମନ୍ତସିଂହାର ବିଜେଡ଼ି ଦଳରେ ଯୋଗଦେଲା ପରେ ଓଡ଼ିଶା ସରକାର ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି? ଜାଣନ୍ତୁ ସତ୍ୟତା।
Written By: Siddharth SahuResult: Misleading
