
କୋରୋନା ପାଇଁ ବିଶ୍ଵ ସାରା ଅନେକ ଦେଶ ତାଲାବନ୍ଦ ଅବସ୍ତାରେ ଅଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଛି। ଏହା ମଧ୍ୟରୁ ପଶୁ ପକ୍ଷୀଙ୍କୁ ନେଇକି ଭିଡିଓ ମଧ୍ୟ ଭାଇରାଲ ହେଉଛି। କେଉଁ ପୋସ୍ତରେ ମୟୂର ରାସ୍ତା ରେ ଚିଡ଼ା ହେବା ଦେଖିବା କୁ ମିଳିଛି ତ କେଉଁ ଭିଡିଓରେ ହରିଣ ସମୁଦ୍ର କୁଳରେ ଦଉଡ଼ିବା ଦେଖିବାକୁ ମିଳିଛି।
ବର୍ତମାନ ସୋସିଆଲ ମିଡିଆରେ ଏପରି ଗୋଟିଏ ଭିଡିଓ ଘୂରୁଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ କିଛି ସିଂହ ରାସ୍ତା ମାଜିରେ ବସିଛନ୍ତି ଏବଂ ଏହି କାରଣରୁ ରାସ୍ତା ବ୍ଲକ ହେଇ ଯାଇଛି। ଏହା ଫଳରେ ବାହନ ଚଳାଚଳରେ ବାଧା ସୃଷ୍ଟି ହେଇଛି। ୧ ମେ ୨୦୨୦ ରେ ଜଣେ ଫେସବୁକ ୟୁଜର ନିଜ ଫେସବୁକ ଏକାଉଣ୍ଟରେ ଏହି ଭିଡିଓ ଦାବି କରି ଏହା କହିଛନ୍ତି ଯେ ଭିଡିଓଟି ତାଲାବନ୍ଦ ହେଲା ପର ଦ୍ରୁଶ୍ଯ ଅଟେ। ଏହି ଭିଡିଓରେ ଆମେ ଦେଖିବାକୁ ପାଇଲୁ ଯେ ଏହି ସିଂହ ମାନଙ୍କ ପାଇଁ କେତୋଟି ଗାଡ଼ି ଆଗକୁ ଯାଇ ଣ ପାରି ପଛକୁ ଫେରି ଯାଉଛି। ଵହି ଭିଡିଓ କୁ ଗତ କିଛି ଦିନ ମଧ୍ୟରେ
ଏହି ଖବର ଟୁଇଟର ରେ ମଧ୍ୟ ଭାଇରାଲ ହେଉଛି। ୧୮ ଏପ୍ରିଲରେ ଏହି ପୋଷ୍ଟରେ ଏହା ଲେଖା ଯାଇଅଛି ଯେ ଦକ୍ଷିଣ ଆଫ୍ରିକାରେ ତାଲାବନ୍ଦ ସୁନିଶ୍ଚିତ କରିବା ପାଇଁ ସରକାର ରାସ୍ତାରେ ସିଂହ ମାନଙ୍କୁ ଛାଡ଼ିଛନ୍ତି। ଏହି ଭିଡିଓରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ସରକାର ଏପରି ଅନେକ ସିଂହଙ୍କୁ ରାସ୍ତାରେ ଛାଡିଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ୟୁଟ୍ୟୁବରେ ଯାଇ ମୁଖ୍ୟ ଶବ୍ଦ ବ୍ୟବହାର କରି ଏହି ଭିଡିଓଟି କୁ ଖୋଜିଲୁ। ସର୍ଚ କରିଲା ପରେ ଆମକୁ ଏହି ଭିଡିଓ ମିଳିଲା। ଆମେ ଏହା ଜାଣିବାକୁ ପାଇଲୁ ଯେ ଏହି ଭିଡିଓ ୨୭ ନଭେନବର ୨୦୧୬ ମସିହାରେ ୟୁଟ୍ୟୁବ ରେ ପୋଷ୍ଟ କରା ଯାଇଅଛି। ୟୁଟ୍ୟୁବ ୟୁଜର ଏହା ଦାବି କରିହାନ୍ତି ଯେ ସେ ୧୭ ଟି ସିଂହ ଗଣି ଥିଲେ। ପ୍ରାୟ ଦେଢ ଘଣ୍ଟା ଏପରି ରାସତାରେ ବସି ରହିଲା ପରେ ସିଂହ ଜଙ୍ଗଲ ବୁଦା ଭିତରକୁ ଚାଲି ଗଲେ। ଏହି ଘଟଣା ଦକ୍ଷିଣ ଆଫ୍ରିକାର କୃଗର ନେସନାଲ ପାର୍କର ଦ୍ରୁଶ୍ଯ ଅଟେ।
କୋରୋନା ଡିସେମ୍ବର ୨୦୧୯ ରେ ପ୍ରଥମ ଥର ପାଇଁ ଚୀନରେ ଛିନ୍ନହଟ ହେଇ ଥିଲା। ଶେଠୀ ପାଇଁ ଏହି ଭିଡିଓଟିର ଲକ୍ ଡାଉନ ବା ତାଲାବନ୍ଦ ସହିତ କୌଣସି ସମ୍ବନ୍ଧ ନାହିଁ।
ଏହା ପରେ ଆମେ ଖୋଜିଲୁ ଯେ କଣ ସତରେ ଦକ୍ଷିଣ ଆଫ୍ରିକା ସରକାର ତାଲାବନ୍ଦ ସୁନିଶ୍ଚିତ କରିବା ପାଇଁ ଏପରି ସିଂହ ମାନଙ୍କୁ ରାସ୍ତାରେ ଛାଡ଼ି ଥିଲା? ଏହା ପାଇଁ ଆମେ ଟୁଇଟର ରେ ଯାଇ କୃଗର ନେସଲ ପାର୍କର ଟୁଇଟର ଏକାଉଣ୍ଟରେ ଏହି ଘଟଣା ବିଷୟରେ ଖୋଜିଲୁ। ୧୫ ଏପ୍ରିଲ ରେ କୃଗର ନେସନାଲ ପାର୍କ ଟୁଇଟ କରି ଏହା କହିଛି ଯେ ଏପରି ଦୃଶ୍ୟ ସାଧାରଣତ ଦେଖିବାକୁ ମିଳେ ନାହିଁ। ଏହି ଅପରାହ୍ନ ସମୟରେ କୃଗର ନେସନାଲ ପାର୍କ ପାଖରେ ଥିବା ଅର୍ପେନ ରେସ୍ଟ କ୍ୟାମ୍ପ ରେ ସିଂହ ମାନେ ରାସ୍ତା ରେ ସୋୟୀ ଥିବା ଦେଖିବାକୁ ମିଳିଛି।
ଶେଷକଥା:
ଆମ ଅନୁସନ୍ଧାନରେ ଆମେ ଏହା ଜାଣିବାକୁ ପାଇଲୁ ଯେ ଫେସବୁକରେ ପୋଷ୍ଟ କରା ଯାଇଥିବା ଭିଡିଓର ତାଲାବନ୍ଦ ସମୟ ସହିତ କୌଣସି ସମ୍ବନ୍ଧ ନାହିଁ। ଏହି ଭିଡିଓ ନଭେମ୍ବର ୨୦୧୭ ମସିହାର ଅଟେ। କୃଗର ନେସନାଲ ପାର୍କ ମଧ୍ୟ ଏହି କଥା ସ୍ପଷ୍ଟ କରିଛି ଯେ ସିଂହ ମାନେ ଅର୍ପେନ ରେସ୍ଟ କ୍ୟାମ୍ପ ବାହାରେ ବିଶ୍ରାମ କରୁଛନ୍ତି। ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ଯେ କୌଣସି ଘଟଣା ସୋସିଆଲ ମିଡିଆରେ ପୋଷ୍ଟ କରିବା ପୂର୍ବରୁ ତାହାର ତଥ୍ୟ ଯାଞ୍ଚ କରନ୍ତୁ।

Title:କ’ଣ ତାଲାବନ୍ଦ ହେଇଥିବା ସମୟରେ ସିଂହ ମାନେ ରାସ୍ତା ମଝିରେ ବିଶ୍ରାମ କରୁଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False