ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କର ଫୋଟୋକୁ ମିଥ୍ୟା ଦାବି ସହିତ ସୋସିଆଲ ମିଡିଆରେ ସେୟାର କରା ଯାଉଛି।

False Political

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସୋନିଆ ଗାନ୍ଧୀଙ୍କ ସହ ଜଣେ ଯୁବକ ଛିଡ଼ା ହୋଇଥିବା ନଜର ଆସୁଛନ୍ତି। ଦାବି କରା ଯାଉଛି ଯେ ସୋନିଆ ଗାନ୍ଧୀଙ୍କ ସହ ଛିଡ଼ା ହୋଇଥିବା ବ୍ୟକ୍ତି ରାହୁଲ ଗାନ୍ଧୀଙ୍କ ପରି ଦେଖା ଯାଉଛନ୍ତି କିନ୍ତୁ ସେ ରାହୁଲ ଗାନ୍ଧୀ ନୁହଁନ୍ତି। ସେ ହେଉଛନ୍ତି ସୋନିଆ ଗାନ୍ଧୀଙ୍କ ସାଙ୍ଗ। ରାଜୀବ ଗାନ୍ଧୀଙ୍କୁ ମୃତ୍ୟୁ ପରେ ଯେତେବେଳେ ରାହୁଲ ଗାନ୍ଧୀଙ୍କ DNA ମଗା ଯାଇଥିଲା ସେତେବେଳେ ସୋନିଆ ଗାନ୍ଧୀ ତାହା ଯୋଗାଇବାକୁ ଅସ୍ଵୀକାର କରିଥିଲେ।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଫୋଟୋରେ ସୋନିଆ ଗାନ୍ଧୀଙ୍କ ସହ ଥିବା ବ୍ୟକ୍ତି ରାହୁଲ ଗାନ୍ଧୀ ଅଟନ୍ତି। 

Facebook | Archive

ଆମ ଅନୁସନ୍ଧାନ: 

ଯେତେବେଳେ ଆମେ ଏହି ଫଟୋର ରିଭର୍ସ ଇମେଜ୍ ସର୍ଚ୍ଚ କଲୁ, ଆମେ ୧୯୯୬ ମସିହାରେ ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ସମାନ ଫୋଟୋ ଏକ ସମ୍ବାଦ ଲେଖାରେ ପାଇଲୁ। ଫୋଟୋର କ୍ୟାପସନରେ ଲେଖାଯାଇଛି, “ସ୍ପେଶାଲ୍ ପ୍ରୋଟେକ୍ସନ୍ ଗ୍ରୁପ୍ ର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ପୁଅ ରାହୁଲ ଗାନ୍ଧୀ।” ଫଟୋର ଉପର ବାମ ପାର୍ଶ୍ୱରେ ଥିବା ତାରିଖ ଷ୍ଟାମ୍ପରେ ଲେଖା ଅଛି – ୮ ଏପ୍ରିଲ୍ ୧୯୯୬, ଏବଂ ସ୍ଥାନଟି ନୂଆଦିଲ୍ଲୀ।

ଏହି ଫଟୋଟି ରାହୁଲ ଗାନ୍ଧୀଙ୍କର। ୧୯୯୬ ମସିହାର ଏକ କାର୍ଯ୍ୟକ୍ରମ ସମୟରେ ଏହି ଫଟୋ ନିଆ ଯାଇଥିଲା। ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ଫଟୋକୁ ଭ୍ରାମକ ଦାବି ସହିତ ସେୟାର କରାଯାଉଛି।

ସିଦ୍ଧାନ୍ତ:

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହି ଫଟୋଟି ରାହୁଲ ଗାନ୍ଧୀଙ୍କର। ୧୯୯୬ ମସିହାର ଏକ କାର୍ଯ୍ୟକ୍ରମ ସମୟରେ ଏହି ଫଟୋ ନିଆ ଯାଇଥିଲା। ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ଫଟୋକୁ ଭ୍ରାମକ ଦାବି ସହିତ ସେୟାର କରାଯାଉଛି।

Avatar

Title:ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କର ଫୋଟୋକୁ ମିଥ୍ୟା ଦାବି ସହିତ ସୋସିଆଲ ମିଡିଆରେ ସେୟାର କରା ଯାଉଛି।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *