
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି, ଯେଉଁଥିରେ ସେ ଏକ ମଞ୍ଚରୁ ଭାଷଣ ଦେଉଛନ୍ତି। ଭିଡିଓରେ ରେଖା ଗୁପ୍ତା କହୁଛନ୍ତି, “ଯେଉଁ ବ୍ୟକ୍ତି ନିଜ ପରିବାରକୁ ପରିଚାଳନା କରିପାରିବେ ନାହିଁ ସେ କିପରି ବିହାରକୁ ପରିଚାଳନା କରିପାରିବେ? ଯଦି ସେ ନିଜ ପରିବାରକୁ ପରିଚାଳନା କରିପାରିବେ ନାହିଁ, ଯଦି ସେ ଏହାକୁ ପରିଚାଳନା କରିପାରିବେ ନାହିଁ, ତେବେ ବିହାରର ଶାସନ ଶକ୍ତିକୁ ଶକ୍ତିଶାଳୀ ହାତକୁ ହସ୍ତାନ୍ତର କରାଯିବା ଉଚିତ।” ଭିଡିଓଟିକୁ ଏହି ଦାବି ସହିତ ସେୟାର କରାଯାଉଛି ଯେ ରେଖା ଗୁପ୍ତାଙ୍କ ମନ୍ତବ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତିଥିଲା।
ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଯିଏ ନିଜ ପରିବାର ସମ୍ଭାଳି ପାରୁନି ବିହାର କେମିତି ସମ୍ଭାଳିବ… ଯିଏ ନିଜେ ମିଛୁଆ,ମୂର୍ଖ ସିଏ ଦେଶକୁ ଶିକ୍ଷିତ,ବିକାଶ କେମିତି କରିବ? ଦେଶର No-1 ବହୁରୂପୀ ମିଛୁଆ”
https://archive.org/details/17-facebook_202510
ଆମ ଅନୁଅନ୍ଧାନ:
ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ନବଭାରତ ଟାଇମ୍ସର ୟୁଟ୍ୟୁବ ଚ୍ୟାନାଲରେ ଭାଇରାଲ ଭିଡିଓର ଏକ ବିସ୍ତାର ଅଂଶ ୧୫ ଅକ୍ଟୋବର ୨୦୨୫ ରେ ଅପ୍ଲୋଡ ହେଇଥିବା ମିଳିଲା। ଭିଡିଓ ସହିତ ଥିବା କ୍ୟାପସନ ଅନୁସାରେ, ରେଖା ଗୁପ୍ତା ୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ ବିହାର ସରିଫରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରୁଥିଲେ।
ଏହି ସାଢ଼େ ତିନି ଘଣ୍ଟାର ଭିଡିଓରେ, ୧ ଘଣ୍ଟା ୪୦ ମିନିଟର, ରେଖା ଗୁପ୍ତା ବିହାରରେ ଏନଡିଏ ସରକାରଙ୍କ ଦ୍ୱାରା କରାଯାଇଥିବା ବିକାଶମୂଳକ କାର୍ଯ୍ୟ ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରି ରେଖା ଗୁପ୍ତା କହିଛନ୍ତି, “ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରଠାରୁ ବିହାରକୁ ୧୫ ଲକ୍ଷ କୋଟି ଟଙ୍କାର ବଜେଟ୍ ଦିଆଯାଇଛି। ମୋଦୀ ଜୀ ଏତେ ମହାନ କାମ କରିଛନ୍ତି ଯେ ବିହାର, ଯାହା ବର୍ଷ ବର୍ଷ ଧରି ଅନ୍ଧାରରେ ଥିଲା ଏବଂ ଦାରିଦ୍ର୍ୟ, ବେକାରୀ, ଅରାଜକତା ଏବଂ ଅପରାଧର ବ୍ୟବସ୍ଥାରେ ଲୁଚି ରହିଥିଲା, ଭୟଭୀତ ଏବଂ ଦମନ ହୋଇଥିଲା, ତାହାକୁ ମୋଦି ଜୀ ହାତ ଧରି ବାହାରକୁ ଆଣିଲେ, ନୀତିଶ ଜୀ ଏହାକୁ ସମର୍ଥନ କଲେ, ଆଜି ବିହାରର ଯୁବକମାନେ, ବିହାରର ମହିଳାମାନେ, ଆଜି ମୋର ବିହାରର ଭାଇ ଦୃଢ଼ ଭାବରେ ଠିଆ ହୋଇଛନ୍ତି।”
ଏନଡିଏକୁ ସମର୍ଥନ କରି ରେଖା ଆହୁରି କୁହନ୍ତି, “ଏହା ହେଉଛି ଦଳ, ଏମାନେ ସେହି ଲୋକ ଯେଉଁମାନେ ଦୁର୍ନୀତିରେ ଲିପ୍ତ ହୁଅନ୍ତି ନାହିଁ, ନିଜ ଉପରେ ଧ୍ୟାନ ଦିଅନ୍ତି ନାହିଁ, ନିଜ ପରିବାର ବିଷୟରେ ଚିନ୍ତା କରନ୍ତି ନାହିଁ। ସେମାନେ କେବଳ ଜନସାଧାରଣଙ୍କ ବିଷୟରେ ଚିନ୍ତା କରନ୍ତି। ସେମାନେ ଗରିବଙ୍କ ପାଇଁ କାମ କରନ୍ତି। ସେମାନେ ଗରିବଙ୍କ ସହିତ ଠିଆ ହୁଅନ୍ତି।”
ଏହା ପରେ, 1 ଘଣ୍ଟା 42 ମିନିଟରେ, ଭାଇରାଲ ଭିଡିଓ ଅଂଶ ଅଛି, ଯେଉଁଥିରେ ରେଖା ଗୁପ୍ତା କହିଛନ୍ତି, “ଯେଉଁମାନେ ନିଜ ପରିବାରର ଯତ୍ନ ନେଇ ପାରିବେ ନାହିଁ ସେମାନେ ବିହାରର ଯତ୍ନ କିପରି ନେଇପାରିବେ? ସେମାନେ ନିଜ ପରିବାରର ଯତ୍ନ ନେଇ ପାରିବେ ନାହିଁ, ସେମାନେ ଏହାର ଯତ୍ନ ନେଇ ପାରିବେ ନାହିଁ, ତେଣୁ ବିହାରର ଦାୟିତ୍ୱ ଦୃଢ଼ ହାତକୁ ଦେବାକୁ ପଡିବ, ସେହି ଦୃଢ଼ ହାତ ଯେଉଁମାନେ ବର୍ଷ ବର୍ଷ ଧରି ଆପଣଙ୍କର ଯତ୍ନ ନେଉଛନ୍ତି ଏବଂ ଆଗାମୀ ବର୍ଷ ବର୍ଷ ଧରି ଆପଣଙ୍କର ସେବା କରି ଚାଲିବେ।”
ଏହାର ଅର୍ଥ ଏଠାରେ ସହଜରେ ବୁଝାଯାଉଛି ଯେ ରେଖା ଗୁପ୍ତାଙ୍କ ଭାଷଣରେ ପରିବାରର ଯତ୍ନ ନେବାର କଥା ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ନୁହେଁ ବରଂ ଲାଲୁ ଯାଦବଙ୍କ ପରିବାର ଉପରେ ରାଜନୈତିକ ଆକ୍ରମଣ ରୂପରେ ଥିଲା।
ସେହିପରି, ଆମେ ANI ଇଣ୍ଡିଆର ୟୁଟ୍ୟୁବ ଚ୍ୟାନେଲରେ ରେଖା ଗୁପ୍ତାଙ୍କ ଭାଷଣର ସମ୍ପୂର୍ଣ୍ଣ ଭିଡିଓ ପାଇଲୁ, ଯାହା ୧୫ ଅକ୍ଟୋବର ୨୦୨୫ ରେ ଲାଇଭଷ୍ଟ୍ରିମିଂ ହୋଇଥିଲା। ୨୯.୫୯ ରୁ ୩୬.୫୦ ମିନିଟ ପର୍ଯ୍ୟନ୍ତ ଭିଡିଓଟି ଶୁଣିବା ପରେ, ଏହା ସ୍ପଷ୍ଟ ହୋଇଛି ଯେ ରେଖା ଗୁପ୍ତା ତାଙ୍କ ଭାଷଣରେ ଲାଲୁ ପ୍ରସାଦ ଯାଦବଙ୍କ ଦଳ, ଆରଜେଡ଼ି ଉପରେ ରାଜନୈତିକ ଆକ୍ରମଣ କରୁଛନ୍ତି।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ଅସମ୍ପୂର୍ଣ୍ଣ ଅଟେ। ମୂଳ ଭିଡିଓର ଏକ ଛୋଟ ଅଂଶ ସେୟାର କରି ଦାବି କରା ଯାଇଛି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପାରିବାରିକ ଜୀବନ ଉପରେ ମନ୍ତବ୍ୟ ଦେଇଛନ୍ତି। ପ୍ରକୃତରେ ସେ ବିହାର ନିର୍ବାଚନ ପୂର୍ବରୁ ଲାଲୁ ପ୍ରସାଦ ଯାଦବଙ୍କ ପରିବାରରେ ଚାଲିଥିବା ସମସ୍ଯା ବିଷୟରେ କହୁଛନ୍ତି।
Title:ପ୍ରଧାନମନ୍ତ୍ରୀ ମୋଦିଙ୍କ ପାରିବାରିକ ଜୀବନ ଉପରେ ରେଖା ଗୁପ୍ତା ମନ୍ତବ୍ୟ ଦେଉଥିବା ଭିଡିଓ ର ସତ୍ୟତା କ’ଣ?
Fact Check By: Siddharth SahuResult: Altered


