ଭଗବାନଙ୍କ ସହ ସିଧାସଳଖ ସମ୍ପର୍କ ବିଷୟରେ ରାହୁଲ ଗାନ୍ଧୀଙ୍କ ଅସମ୍ପୂର୍ଣ୍ଣ ଭାଷଣ ଭ୍ରାମକ ଦାବି ସହିତ ଭାଇରାଲ ହେଉଛି।

Misleading Political

ବିହାର ନିର୍ବାଚନ ସମୟରେ ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ସେ କହୁଛନ୍ତି ଯେ ତାଙ୍କୁ କୌଣସି ରୋଗ ହୁଏ ନାହିଁ କାରଣ ତାଙ୍କର ଭଗବାନଙ୍କ ସହିତ ସିଧାସଳଖ ସମ୍ପର୍କ ଅଛି। 

ଦାବି କରା ଯାଉଛି ଯେ ବିହାର ନିର୍ବାଚନ ପ୍ରଚାର ସମୟରେ ରାହୁଲ ଗାନ୍ଧୀ ନିଜ ଏବଂ ଭଗବାନଙ୍କ ସମ୍ପର୍କ ବିଷୟ କହୁଛନ୍ତି।

ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ବିହାର ନିର୍ବାଚନ ଏପର୍ଯ୍ୟନ୍ତ ବହୁତ ନୀରସ ଦେଖାଯାଉଥିଲା, ଏବେ ମନୋରଞ୍ଜନ ଆରମ୍ଭ ହୋଇଛି

https://archive.org/details/2-facebook_202511

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଏହା ଆମକୁ କଂଗ୍ରେସର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ୨୯ ଅକ୍ଟୋବର ୨୦୨୫ ରେ ଲାଇଭ୍ ଷ୍ଟ୍ରିମିଂ ହୋଇଥିବା ଭିଡିଓର ଏକ ଲମ୍ବା ସଂସ୍କରଣ ଆଡ଼କୁ ନେଇଗଲା। ଭିଡିଓର ବର୍ଣ୍ଣନାରେ ଲେଖାଥିଲା, “ଲାଇଭ୍: ବିରୋଧୀ ଦଳ ଶ୍ରୀ ରାହୁଲ ଗାନ୍ଧୀ ଶ୍ରୀ ତେଜସ୍ୱୀ ଯାଦବଙ୍କ ସହିତ ଏକ ମିଳିତ ସାଧାରଣ ସଭାକୁ ସମ୍ବୋଧିତ କରୁଛନ୍ତି। ଦରଭଙ୍ଗା, ବିହାର।

ଭିଡିଓର ୩୪.୫୦ ମିନିଟ ରୁ ଭାଇରାଲ୍ କ୍ଲିପ୍ ଦେଖାଯାଇପାରିବ। ଏହି ଭିଡିଓରେ, ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରୁଥିବାର ଦେଖିବାକୁ ମିଳୁଛି। ସେ ଛଠ୍ ପୂଜା ସମୟରେ ଯମୁନାରେ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଧାରିତ ‘ପବିତ୍ର ବୁଡ଼’ ବିଷୟରେ କହୁଥିଲେ। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମନ୍ତବ୍ୟ ଦେଇ ସେ କହିଥିଲେ,”ଅନ୍ୟପକ୍ଷରେ, ମୋଦି କୁହନ୍ତି, ‘ମୁଁ ଯମୁନାରେ ସ୍ନାନ କରିବାକୁ ଯିବି, ଛଠ୍ ପୂଜାର ସମୟ ଆସିଛି।’ ସେ ଏହା କହିଥିଲେ କି ନାହିଁ? ଏହା ଆପଣଙ୍କୁ ଦେଖାଇବା ପାଇଁ ଏକ ନାଟକ ଥିଲା… ଏକ ନାଟକ, ଏବଂ ଏହି ନାଟକ ମାଧ୍ୟମରେ ଭାରତର ସତ୍ୟ ପ୍ରକାଶିତ ହୋଇଥିଲା।”

ସେ ତା’ପରେ କହିଥିଲେ, “ସେ କେଉଁ ନାଟକ କରୁଥିଲେ? ଗୋଟିଏ ପଟେ, ଯମୁନାର ପାଣି ମଇଳା। ଯଦି କେହି ଏହାକୁ ପିଇବେ, ତେବେ ସେ ଅସୁସ୍ଥ ହୋଇଯିବେ କିମ୍ବା ମରିଯିବେ। କେହି ଭିତରକୁ ଯାଇପାରିବେ ନାହିଁ; ପାଣି ବହୁତ ମଇଳା। ଯଦି ଆପଣ ଭିତରକୁ ଯାଆନ୍ତି, ତେବେ ଆପଣ ସେଠାରେ ଅସୁସ୍ଥ ଏବଂ ସଂକ୍ରମିତ ହେବେ। କିନ୍ତୁ ମୋଦିଜୀ ଏକ ନାଟକ କରିଥିଲେ। ସେ ସେଠାରେ ଏକ ଛୋଟ ହ୍ରଦ ନିର୍ମାଣ କରିଥିଲେ। ଆପଣ ତାହା ଦେଖିଛନ୍ତି କି? ଏହି ଭାରତ ଆପଣଙ୍କୁ ନିର୍ବାଚନ ପାଇଁ କିଛି ବି ଦେଖାଇବ। ଦେଖନ୍ତୁ ଭାଇ, ମୋର ଛାତି ଛପନ ଇଞ୍ଚ, ଏବଂ ମୁଁ ଯମୁନାରେ ସ୍ନାନ କରିବାକୁ ଯାଉଛି। ମୋର କୌଣସି ରୋଗ ହୁଏ ନାହିଁ; ମୋର ଭଗବାନଙ୍କ ସହିତ ସିଧାସଳଖ ସମ୍ପର୍କ ଅଛି। ମୁଁ ସିଧାସଳଖ ଭଗବାନଙ୍କ ସହିତ କଥା ହୁଏ। ଯମୁନାରେ ମୋର କୌଣସି ରୋଗ ହେବ ନାହିଁ।”

ଆପଣ ମାନେ ଭାଇରାଲ୍ ଭିଡିଓ ଏବଂ ମୂଳ ଭିଡିଓ ମଧ୍ୟରେ ତୁଳନା ତଳେ ଦେଖି ପାରିବେ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ଭାଷଣରେ ରାହୁଲ ଗାନ୍ଧୀ ଭଗବାନଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ କହୁ ନାହାଁନ୍ତି। ସେ ଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଅଭିଯୋଗ ଲଗାଇଛନ୍ତି ଯେ ସେ ଏପରି ଖିଥିଲେ। 

Avatar

Title:ଭଗବାନଙ୍କ ସହ ସିଧାସଳଖ ସମ୍ପର୍କ ବିଷୟରେ ରାହୁଲ ଗାନ୍ଧୀଙ୍କ ଅସମ୍ପୂର୍ଣ୍ଣ ଭାଷଣ ଭ୍ରାମକ ଦାବି ସହିତ ଭାଇରାଲ ହେଉଛି।

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *