ଆସାମର ପ୍ରସିଦ୍ଧ ଗାୟକ ଜୁବିନ୍ ଗର୍ଗଙ୍କର ଅନ୍ତିମ ଯାତ୍ରା ଭିଡିଓକୁ ବିହାରର ବିଜେପି ବିରୁଦ୍ଧରେ ପ୍ରଦର୍ଶନର ଦାବି ସହିତ ସେୟାର କରା ଯାଉଛି।

False Political

ରାସ୍ତାରେ ଲୋକଙ୍କର ଏକ ବିଶାଳ ସମାବେଶର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କର ଯାଉଛି ଯେ ବିହାରରେ NDA ସରକାର ନିର୍ବାଚନ ଜିତିବା ପରେ ଲୋକେ ଭୋଟ୍ ଚୋରୀ ଅଭିଯୋଗ ଆଣି ସରକାର ବିରୁଦ୍ଧରେ ପ୍ରଦର୍ଶନ କରୁଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଆସାମର ପ୍ରସିଦ୍ଧ ଗାୟକ ଜୁବିନ୍ ଗର୍ଗଙ୍କର ଅନ୍ତିମ ଯାତ୍ରା ଭିଡିଓକୁ ବିହାରର ବିଜେପି ବିରୁଦ୍ଧରେ ପ୍ରଦର୍ଶନର ଦାବି ସହିତ ସେୟାର କରା ଯାଉଛି।

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ବିହାର ରୁ ଆସିଲା ଭୋଟ ଚୋରି ବିଦ୍ରୋହ

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଫୋଟୋ ୨୬ ସେପ୍ଟେମ୍ବର ୨୦୨୫ ରେ ଏକ ଇଂଷ୍ଟାଗ୍ରାମ୍ ଏକାଉଣ୍ଟରେ ପୋଷ୍ଟ ହେଇଥିବା ମିଳିଲା। 

ଫୋଟୋର କ୍ୟାପ୍ସନ୍ ଅନୁଯାୟୀ, ଏହି ଭିଡିଓଟି ଆସାମର ଗୌହାଟୀରେ ପ୍ରସିଦ୍ଧ ଗାୟିକା ଜୁବୀନ ଗର୍ଗଙ୍କ ଶେଷ ଯାତ୍ରାକୁ ଦର୍ଶାଉଛି। ନିମ୍ନରେ ଆପଣ ମାନେ ସେହି ପୋଷ୍ଟ ଦେଖି ପାରିବେ। 

ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ଗୌହାଟୀ ବିମାନବନ୍ଦରରୁ କାହିଲିପାରା ସ୍ଥିତ ତାଙ୍କ ଘର ପର୍ଯ୍ୟନ୍ତ ଜୁବୀନ ଗର୍ଗଙ୍କ ଶେଷ ଯାତ୍ରାର ଅନ୍ୟ ଭିଡିଓଗୁଡ଼ିକ ମିଳିଲା। 

ଭାଇରାଲ୍ ଭିଡିଓରେ, ଆମେ ଜୁବୀନ୍ ଗର୍ଗଙ୍କ ପାର୍ଥିବ ଶରୀରକୁ ନେଇ ଯାଉଥିବା ଗାଡ଼ିଟିକୁ ଦେଖିବାକୁ ପାଇଲୁ। 

ଭାଇରାଲ ଭିଡିଓରେ ଥିବା ସ୍ଥାନଟି କୁ ଆମେ ଗୁଗୁଲ ମ୍ୟାପ୍ସରେ ଚିହ୍ନଟ କରିଲୁ। ଭାଇରାଲ ଭିଡିଓର ସ୍କ୍ରିନସଟ୍ ଏବଂ ଗୁଗୁଲ୍ ମ୍ୟାପ୍ ଇମେଜ୍ ମଧ୍ୟରେ ତୁଳନା ଆପଣ ମାନେ ନିମ୍ନରେ ଦେଖି ପାରିବେ। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରେ ଭାଇରାଲ ଦାବି ମିଥ୍ୟା ପ୍ରମାଣିତ ହେଲା। ଆସାମର ପ୍ରସିଦ୍ଧ ଗାୟକ ଜୁବିନ୍ ଗର୍ଗଙ୍କର ଅନ୍ତିମ ଯାତ୍ରା ଭିଡିଓକୁ ବିହାରର ବିଜେପି ବିରୁଦ୍ଧରେ ପ୍ରଦର୍ଶନର ଦାବି ସହିତ ସେୟାର କରା ଯାଉଛି।

Avatar

Title:ଆସାମର ପ୍ରସିଦ୍ଧ ଗାୟକ ଜୁବିନ୍ ଗର୍ଗଙ୍କର ଅନ୍ତିମ ଯାତ୍ରା ଭିଡିଓକୁ ବିହାରର ବିଜେପି ବିରୁଦ୍ଧରେ ପ୍ରଦର୍ଶନର ଦାବି ସହିତ ସେୟାର କରା ଯାଉଛି।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *