ସ୍ଵାମୀ ବିଦ୍ୟାନନ୍ଦ ବିଦେହ ଏକ ସଭାରେ ଜବାହାରଲାଲ ନେହରୂଙ୍କୁ ଚାପୁଡ଼ା ମାରିଥିବା ଦାବି ବିଭ୍ରାନ୍ତକାରୀ ଅଟେ। 

Misleading Political

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଉଛି ଯେ ଏକ କାର୍ଯ୍ୟକ୍ରମରେ ଯେତେବେଳେ ସେ ଆର୍ଯ୍ୟ ହିନ୍ଦୁ ସମାଜକୁ ଭାରତର ଶରଣାର୍ଥୀ ବୋଲି କହିଥିଲେ, ତାଙ୍କୁ ସ୍ୱାମୀ ବିଦ୍ୟାାନନ୍ଦ ଚାପୁଡ଼ା ମାରିଥିଲେ।

ଫଟୋ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଯେତେବେଳେ ସ୍ୱାମୀ ବିଦ୍ୟାାନନ୍ଦ ବିଦେହ ନେହେରୁଙ୍କ ମୁହଁରେ ଏକ ଜୋରଦାର ଚାପୁଡ଼ା ମାରିଥିଲେ….. କାରଣ… ନେହେରୁ ଏକ କାର୍ଯ୍ୟକ୍ରମରେ ତାଙ୍କ ଭାଷଣରେ କହିଥିଲେ ଯେ “ହିନ୍ଦୁ ଆର୍ଯ୍ୟ ସମାଜ”ର ଲୋକମାନେ ଭାରତରେ ଶରଣାର୍ଥୀ। ଏହା ଶୁଣି ସେହି ସମାରୋହର ମୁଖ୍ୟ ଅତିଥି ସ୍ୱାମୀ ବିଦ୍ୟାନନ୍ଦ ବିଦେହ ଠିଆ ହୋଇ ମଞ୍ଚ ଉପରେ ହିଁ ନେହେରୁଙ୍କୁ ଜୋରଦାର ଚାପୁଡ଼ା ମାରିଲେ ଏବଂ ମାଇକ୍ରୋଫୋନ୍ ଛଡ଼ାଇ ନେଇ କହିଲେ…

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଏହି ଫୋଟୋ ୧୯୬୨ ରେ ପାଟଣା ସହରରେ ହେଇଥିବା କଂଗ୍ରେସ ଦଳର ଏକ ସଭାର ଯେଉଁଠାରେ ସୁରକ୍ଷାକର୍ମୀ ମାନେ ନେହରୂଙ୍କୁ ଉତ୍ତେଜିତ ହୋଇଥିବା ସମାବେଶ ଠାରୁ ରକ୍ଷା କରୁଛନ୍ତି।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଭାଇରାଲ ଦାବି ବିଷୟରେ ସର୍ଚ୍ଚ କରିଲୁ, କିନ୍ତୁ ଆମକୁ ଏହା ଜଡ଼ିତ କୌଣସି ସୂଚନା ମିଳିଲା ନାହିଁ।

ଭାଇରାଲ ଫୋଟୋର ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମେ ୮ ଜାନୁଆରୀ ୧୯୬୨ ରେ ଟାଇମ୍ସ ଡେଲିରେ ପ୍ରକାଶିତ ଏକ ରିପୋର୍ଟ ପାଇଲୁ ଯେଉଁଥିରେ ଭାଇରାଲ ଫୋଟୋ ପ୍ରକାଶ ପାଇଥିଲା। ଏଥିରେ କୁହାଯାଇଥିଲା ଯେ ସୁରକ୍ଷା ବାହିନୀ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ପାଟନାରେ ଭିଡ଼ ଭିତରକୁ ପ୍ରବେଶ କରିବାକୁ ବାରଣ କରିଥିଲେ। ନେହେରୁଙ୍କ କଂଗ୍ରେସ ପାର୍ଟି ବୈଠକରେ ଚାଷୀମାନେ ତୀବ୍ର ବିରୋଧ କରିଥିଲେ।

ସମାନ ଫୋଟୋ AP ୱେବସାଇଟରେ ମଧ୍ୟ ପ୍ରକାଶିତ ହେଇଥିଲା। ସୂଚନା ଅନୁଯାୟୀ ଜାନୁଆରୀ 1962 ରେ ଭାରତର ପାଟନାରେ କଂଗ୍ରେସ ଦଳର ଏକ ବୈଠକରେ ଦଙ୍ଗାକାରୀ ଭିଡ଼ରେ ପଶିବାରୁ ରକ୍ଷା ପାଇବା ପାଇଁ ଜଣେ ସୁରକ୍ଷା କର୍ମୀ ଭାରତୀୟ ପ୍ରଧାନମନ୍ତ୍ରୀ ନେହେରୁଙ୍କୁ ଧରିଥିଲେ। ବର୍ଷ ଶେଷ ଭାଗରେ, ଭାରତ ଉପରେ କମ୍ୟୁନିଷ୍ଟ ଚୀନର ଆକ୍ରମଣ ନେହେରୁଙ୍କୁ ନୂତନ ସମସ୍ୟାରେ ପକାଇ ଦେଇଥିଲା।

ଏହା ବ୍ୟତୀତ, ଆମେ ସ୍ୱାମୀ ବିଦ୍ୟାାନନ୍ଦ ବିଦେହଙ୍କ ବିଷୟରେ ସର୍ଚ୍ଚ କରିଲୁ ଏବଂ ବେଦ ସଂସ୍ଥାନ ନାମକ ଏକ ୱେବସାଇଟରେ କିଛି ସୂଚନା ପାଇଲୁ। ବିଦ୍ୟାାନନ୍ଦ ବିଦେହ ଏହି ପ୍ରତିଷ୍ଠାନର ପ୍ରତିଷ୍ଠାତା ଥିଲେ। କିନ୍ତୁ ସେ ଜବାହରଲାଲ ନେହେରୁଙ୍କୁ ଚାପୁଡ଼ା ମାରିଥିବାର କୌଣସି ପ୍ରମାଣ ଆମେ ପାଇଲୁ ନାହିଁ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକରି ଅଟେ। ଏହି ଫୋଟୋ ୧୯୬୨ ରେ ପାଟଣା ସହରରେ ହେଇଥିବା କଂଗ୍ରେସ ଦଳର ଏକ ସଭାର ଯେଉଁଠାରେ ସୁରକ୍ଷାକର୍ମୀ ମାନେ ନେହରୂଙ୍କୁ ଉତ୍ତେଜିତ ହୋଇଥିବା ସମାବେଶ ଠାରୁ ରକ୍ଷା କରୁଛନ୍ତି।

Avatar

Title:ସ୍ଵାମୀ ବିଦ୍ୟାନନ୍ଦ ବିଦେହ ଏକ ସଭାରେ ଜବାହାରଲାଲ ନେହରୂଙ୍କୁ ଚାପୁଡ଼ା ମାରିଥିବା ଦାବି ବିଭ୍ରାନ୍ତକାରୀ ଅଟେ।

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *