
୨୦ ମେ ୨୦୨୦ ରେ ଅମଫାନ ବାତ୍ୟା ପଶ୍ଚିମ ବଙ୍ଗ ରେ ଭୟଙ୍କର ପ୍ରହାର ପକାଇଛି। ହଜାର ହଜାର ଗଛ ଉପୁଡ଼ି ଯାଇଅଛି, ଫୋନ ଓ ବିଦ୍ୟୁତ ପୋଲ ଭାଙ୍ଗି ଯାଇଅଛି ଏବଂ ଅନେକ ଘର ଭୁଶୁଡ଼ି ପଡିଛି। ବାତ୍ୟା ପରେ ସୋସିଆଲ ମିଡିଆରେ ଏହି ଘଟନା ନେଇ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଛି। ଏହା ମଧ୍ୟରେ ଆମେ ଏଏପରି ଗୋଟିଏ ଭିଡିଓ ସାମନା ସାମନୀ ହେଳୁ, ଯେଉଁଥିରେ ଏହା ଦାବି କରା ଅଛି ଯେ ଏହି ଘଟନା ଟି ଆମ୍ଫାନ ବାତ୍ୟା ପରେ ପଶ୍ଚିମ ବଙ୍ଗର ସିଙ୍ଗପୁର ଅଞ୍ଚଳର ଅଟେ। ୨୧ ମେ ରେ “ନ୍ଯୁଜ ସେଣ୍ଟର ଓଡ଼ିଶା” ନାମକ ଗୋଟିଏ ଫେସବୁକ ଏକାଉଣ୍ଟ “ଆଇ.ଏନ.ସି. ଓଡ଼ିଶା” ନାମକ ପେଜରେ ଏହି ଭିଡିଓ ପୋଷ୍ଟ କରିଅଛି। ଏହି ଭିଡିଓରେ ଆମେ ଦେଖିବାକୁ ପାଇଲେ ଯେ ଅନେକ ବିଶାଳ କାଏ ଟ୍ରକ ରାସ୍ତା ମଝିରେ ଓଲଟି ପଡ଼ିଛନ୍ତି।
ଏହି ଭିଡିଓକୁ ଜେନ ଫେସବୁକ ୟୁଜର ୨୦ ମେରେ “ଓଡ଼ିଶା ନ୍ୟୁଜ ଲାଇଭ ଅପ୍ଡ଼େଟ” ନାମକ ଫେସବୁକ ପେଜରେ ପୋଷ୍ଟ କରି ଏହା ଦାବି କରିଛନ୍ତି ଯେ ଏହି ପୋଷ୍ଟ କକିକତାର ଅମଫାନ ବାତ୍ୟା ପର ଦ୍ରୁଶ୍ଯ।
ଏହି ଭିଡିଓ ୨୦ ମେ ୨୦୨୦ ରେ ଟୁଇଟର ରେ ମଧ୍ୟ ଭାଇରାଲ ହେଇଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ଆମେ ମୁଖ୍ୟ ଶବ୍ଦ ବ୍ୟବହାର କରି ଗୁଗୁଲରେ ଏହି ଘଟଣା ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଏହି ବିଷୟ ଜଡ଼ିତ ୧୧ ଅକ୍ଟୋବର ୨୦୧୮ ମସିହାରେ ଟାଇମ୍ସ ଅଫ ଇଣ୍ଡିଆ ଦ୍ଵାରା ୟୁଟ୍ୟୁବରେ ପ୍ରସାରିତ ହେଇଥିବା ଗୋଟିଏ ଭିଡିଓ ଦେଖିବାକୁ ମିଳିଲା। ଏହି ଭିଡିଓରେ ଏହା କୁହା ଯାଇଅଛି ଯେ ଆନ୍ଧ୍ରପ୍ରଦେଶ ରାଜ୍ୟର ଶ୍ରୀକାକୁଲମ ଜିଲାରେ ତିତଲି ବାତ୍ୟା ଆସିଥିବାରୁ ଅନେକ ଟ୍ରକ୍ ଓଲଟି ଯାଇଅଛି। ଓଡ଼ିଶା ଏବଂ ଆନ୍ଧ୍ରାପ୍ରଦେଶରେ ଉପକୂଳ ଅଞ୍ଚଳରେ ରହୁ ଥିବା ଲୋକେ ତିତଲି ବାତ୍ୟାର ପ୍ରକୋପର ସାମନା କରିଛନ୍ତି। ଏହି ଘଟଣାଟି ଶ୍ରୀକାକୁଲମ ଜିଲାର କାଞ୍ଚିଲି ଜାତୀୟ ରାଜପଥ ରେ ଘଟିଛି।
୧୨ ଅକ୍ଟୋବର ୨୦୧୮ ମସିହାରେ “ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ” ମଧ୍ୟ ଏହି ଭିଡିଓ ଟୁଇଟ କରି କହିଛି ଯେ ତିତଲି ବାତ୍ୟା ଯୋଗୁ ବରହମପୁର ଶ୍ରୀକାକୁଲାମ ଜାତୀୟ ରାଜପଥରେ ଟ୍ରକ୍ ଉଲଟି ଯାଇଥିବାରୁ ଟ୍ରାଫିକ ଅଟକି ରହିଛି।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ପୋଷ୍ଟ କରା ଯାଇଥିବା ଭିଡିଓ ୨୦୧୮ ମସିହାରେ ଆସିଥିବା ତିତଲି ବାତ୍ୟା ସମୟର ଭିଡିଓ ଅଟେ। ଏହି ଘଟଣା ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାର କିଞ୍ଚିଲି ଜାତୀୟ ପଥରେ ଘଟିଛି। ଏହି ଭିଡିଓର ଅମ୍ଫାନ ବାତ୍ୟା ସହିତ କୌଣସି ସମ୍ବନ୍ଧ ନାହିଁ। ୨୦୧୮ ମସିହାର ପୁରୁଣା ଭିଡିଓକୁ ବର୍ତମାନ ସମୟରେ ଆସିଥିବା ଅମ୍ଫାନ ବାତ୍ୟାର ଘଟଣା କହି ଗୁଜବ ସୃଷ୍ଟି କରା ଯାଇଅଛି।

Title:କ’ଣ ବିଗତ ଦିନରେ ଆସିଥିବା ଅମ୍ଫାନ ବାତ୍ୟା ଏପରି ଟ୍ରକ୍ କୁ କ୍ଷତି ପହଞ୍ଚାଇଛି? କ’ଣ ଏହି ଘଟନା ପଶ୍ଚିମ ବଙ୍ଗର ସିଙ୍ଗପୁର ଅଞ୍ଚଳରେ ଘଟିଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False