ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଯୁବତୀଙ୍କ ମୃତ୍ୟୁ ହୋଇନାହିଁ। ଭାଇରାଲ ଫୋଟୋ ତାଙ୍କର ନୁହେଁ।

False Social

ଗତ ମାସ ରାଜସ୍ଥାନର ଗଙ୍ଗନଗରରେ ଜଣେ ନାବାଳିକାଙ୍କ ସହିତ ଗଣଦୁଷ୍କର୍ମ ଘଟିଥିଲା ଯେଉଁଥିରେ ତାଙ୍କୁ ଆଘାତ ମଧ୍ୟ ହୋଇଥିଲା। ଏହା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଝିଅର ଫୋଟୋରେ ମାଲା ପିନ୍ଧାହୌଥିବା ଫୋଟୋ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହି ଝିଅଟି ଗଙ୍ଗନଗର ଦୁଷ୍କର୍ମ ପୀଡ଼ିତା ଯିଏ ଘଟଣା ପରେ ନିଜ ପ୍ରାଣ ହରାଇଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଫୋଟୋରେ ଥିବା ଝିଅ ଗଙ୍ଗନଗର ଦୁଷ୍କର୍ମ ପୀଡ଼ିତା ନୁହଁନ୍ତି। ଗଙ୍ଗନଗର ଦୁଷ୍କର୍ମ ପୀଡ଼ିତା ଜୀବିତ ଅଛନ୍ତି ଏବଂ ନିଜ ପରିବାର ସହ ଅଛନ୍ତି।

Facebook

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ଆମେ ପ୍ରଥମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ଏକ ଇଂଷ୍ଟାଗ୍ରାମ୍ ଏକାଉଣ୍ଟରେ ପୋଷ୍ଟ ହେଇଥିବା ମିଳିଲା। ପୋଷ୍ଟର କ୍ୟାପ୍ସନରେ ଲେଖା ଯାଇଛି, “ସ୍ୱର୍ଗୀୟ କୁମାରୀ ଅଂଶୁ ବାଘେଲ, ମୃତ୍ୟୁ ବାର୍ଷିକୀ: ୨୪.୦୫.୨୦୨୬” 

କିନ୍ତୁ, ଶ୍ରୀଗଙ୍ଗନଗର ଘଟଣା ଜୁନ୍ ୧୮ ତାରିଖ ଏବଂ ୨୩ ଜୁନ୍ ମଧ୍ୟରେ ଘଟିଥିଲା। ତେଣୁ ଆମେ ନିଶ୍ଚିତ ହୋଇଛୁ ଯେ ଫଟୋରେ ଥିବା ମୃତ ଝିଅଟି ଶ୍ରୀଗଙ୍ଗାନଗର ଗଣଦୁଷ୍କର୍ମର ପୀଡିତା ନାବାଳିକା ନୁହଁନ୍ତି।

ଅଧିକ ସର୍ଚ୍ଚ କରିବା ପରେ ଆମକୁ ଗଙ୍ଗାନଗର ପୋଲିସର ଅଫିସିଆଲ୍ X ହ୍ୟାଣ୍ଡେଲରେ କରାଯାଇଥିବା ଏକ ଟ୍ୱିଟ୍ ମିଳିଲା। ପୋଲିସ ସ୍ପଷ୍ଟ କରିଛି ଯେ ରାଜସ୍ଥାନର ଶ୍ରୀ ଗଙ୍ଗନଗରରେ ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡିତା ତାଙ୍କ ପରିବାର ସହିତ ସୁରକ୍ଷିତ ଅଛନ୍ତି। ଗଙ୍ଗନଗର ପୋଲିସ ତାଙ୍କ ମୃତ୍ୟୁର ଗୁଜବ ପ୍ରଚାର ନକରିବାକୁ ଲୋକଙ୍କୁ ଅନୁରୋଧ କରିଛି।

ଗଙ୍ଗନଗର ପୋଲିସର ଅଫିସିଆଲ୍ ଏକ୍ସ-ହ୍ୟାଣ୍ଡେଲରେ ଆଉ ଏକ ଟ୍ୱିଟ୍ ତଳେ ଦେଖିପାରିବେ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରେ ଭାଇରାଲ ଦାବି ମିଥ୍ୟା ପ୍ରମାଣିତ ହେଲା। ଫୋଟୋରେ ଥିବା ଝିଅ ଗଙ୍ଗନଗର ଦୁଷ୍କର୍ମ ପୀଡ଼ିତା ନୁହଁନ୍ତି। ଗଙ୍ଗନଗର ଦୁଷ୍କର୍ମ ପୀଡ଼ିତା ଜୀବିତ ଅଛନ୍ତି ଏବଂ ନିଜ ପରିବାର ସହ ଅଛନ୍ତି।

Result Stamp

Title: ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଯୁବତୀଙ୍କ ମୃତ୍ୟୁ ହୋଇନାହିଁ। ଭାଇରାଲ ଫୋଟୋ ତାଙ୍କର ନୁହେଁ।

Fact Check By: Siddharth Sahu

Result: False

Leave a Reply

Your email address will not be published. Required fields are marked *