
କେରଳରେ ଏକ ଗର୍ଭବତୀ ହାତୀକୁ ବୋମା ଖୁଆଇ ହତ୍ୟା ହୋଇଥିବା ଘଟଣାର ଖବର ସୋସିଆଲ ମିଡ଼ିଆରେ ଜୋରଦାର ଆଲୋଚନା କରାଯାଉଛି। ଏହାକୁ ନେଇ କିଛି ଲୋକ ଦୁଃଖ କରୁଥିବା ବେଳେ ଅନ୍ୟ କିଛି ଗର୍ଭବତୀ ହାତୀ ସହ ହୋଇଥିବା ଘଟଣାର ଅପରାଧିକୁ ଦଣ୍ଡ ଦେବା ନେଇ ଦାବି କରୁଛନ୍ତି । ଏଥି ମଧ୍ୟରେ ଗର୍ଭବତୀ ହାତୀର ଅନ୍ତିମ ସଂସ୍କାର କରାଯାଉଥିବାର ଏକ ଫୋଟୋ ଭାଇରାଲ ହେଉଛି। ଯେଉଁଥିରେ ମାଟି ଖୋଳି ଏକ ହାତୀର ଅନ୍ତିମ ସଂସ୍କାର କରାଯାଉଥିବାର ଦେଖା ଯାଉଛି। ଫୋଟୋରେ କିଛି ବ୍ରାହ୍ମଣ ହାତୀର ଶବକୁ ପୂଜା କରୁଥିବାର ଦେଖା ଯାଉଛିନ୍ତି। ଏହା ଛଡ଼ା ଆଖ ପାଖରେ ଅନେକ ଲୋକ ମଧ୍ୟ ଠିଆ ହୋଇଥଇବାର ଦେଖା ଯାଉଛନ୍ତି।
10 ଜୁନରେ Jaga Maharana ନାମକ ଜଣେ ଫେସବୁକ ୟୁଜର ଏହି ଫୋଟୋ ପେଷ୍ଟ କରିଛନ୍ତି। ଏବଂ ଦାବି କରିଛନ୍ତି ଯେ, କେରଳରେ ବାଣ ଖୁଆଇ ହତ୍ୟା କରାଯାଇଥିବା ଗର୍ଭବତୀ ହାତୀ ଶବର ଅନ୍ତିମ ସଂସ୍ଖାର କରାଯାଉଛି। ପୋଷ୍ଟରେ ଲେଖା ଯାଇଛି ଯେ, ଗର୍ଭବତୀ ହସ୍ତିଣୀର ଅନ୍ତିମ ଦର୍ଶନ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 78 କମେଣ୍ଟ ମିଳିସାରିଛି। ଏହା ଛଡ଼ା ପୋଷ୍ଟକୁ ହଜାରରୁ ଉପରେ ଲାଇକ ମିଧ୍ୟ ମିଳିଛି। ପୋଷ୍ଟରେ ଗର୍ଭବତି ହାତୀ ଅନ୍ତିମ ସଂସ୍ଖାରକୁ ନେଇ ଦୁଃଖ ପ୍ରକାଶ କରାଯାଉଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କ’ଣ ଭାଇରାଲ ଫୋଟୋରେ କେରଳରେ ବାଣ ଖୁଆଇ ହତ୍ୟା କରାଯାଇଥିବା ଗର୍ଭବତୀ ହାତୀର ଅନ୍ତିମ ସଂସ୍କାର କରାଯାଉଛି? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଦେଖିଲୁ । ଯେଉଁଥିରୁ ଆମେ ଜାଣିବାକୁ ପାଇଲୁ ଯେ, କୋରୋନା ଭାଇରାସରେ ସମଗ୍ର ଦେଶବାଶୀ ମାସ୍କ ପିନ୍ଧି ବାହାରକୁ ବାହାରୁଥିବା ବାଳେ, ଭାଇରାଲ ଫୋଟୋରେ କୌଣସି ବ୍ୟକ୍ତି ମାସ୍କ ପିନ୍ଧି ନାହାନ୍ତି। ଅତି ସ୍ପଷ୍ଟରେ ଦେଖିବାକୁ ଗଲେ, ଆଖ ପାଖରେ ଠିଆ ହୋଇଥିବା ଲୋକ କେରଳ ପୋଷାକ ପିନ୍ଧିଛନ୍ତି। କିନ୍ତୁ ଭାଇରାଲ ଫୋଟୋ ବର୍ତମାନ ସମୟର ନଥିବାର ଜଣା ପଡୁଛି। କୋରୋନା ମହାମାରି ସମୟରେ ସାମାଜିତ ଦୂରତା ବଜାୟ ରଖିବା ମଧ୍ୟ ଜରୁରି ଅଟେ। କିନ୍ତୁ ଭାଇରାଲ ଫୋଟୋରେ ତାହା ମଧ୍ୟ ଦେଖିବାକୁ ମିଳୁ ନାହିଁ। ଅଧିକ ସଂଖ୍ୟାରେ ଲୋକ ଏକାଠି ହୋଇଛନ୍ତି। ତଳେ ଫୋଟୋ ଦେଖନ୍ତୁ।

ଏହା ପରେ ଆମକୁ ଭାଇରାଲ ଫୋଟୋ Runnisaidpur ଫେସବୁକ ଆକାଉଣ୍ଟରେ ଦେଖାବାକୁ ମିଳିଲା। ଯୋଉଁଥିରେ କି ଭାଇରାଲ ଫୋଟୋ 13 ଜୁନ 2017ରେ ପୋଷ୍ଟ କରାଯାଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫୋଟୋ 2017 ମସିହାରୁ ସୋସିଆଲ ମିଡ଼ିଆରେ ଅଛି। ଭାଇରାଲ ଫୋଟୋ 3 ବର୍ଷ ପୁରୁଣା ଅଟେ। ଫୋଟୋର କୋରଳରେ ବଣ ଖୁଆଇ ହତ୍ୟା କରାଯାଇଥିବା ଗର୍ଭବତି ହାତୀ ସହ କୌଣସି ସମ୍ପର୍କ ନାହିଁ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook। Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଫୋଟୋ 2017 ମସିହାର ଅଟେ। ଫୋଟୋ ବର୍ତ୍ତମାନ କେରଳରେ ବାଣ ଖୁଆଇ ହତ୍ୟା କରାଯାଇଥିବା ଗର୍ଭବତୀ ହାତୀର ଅନ୍ତିମ ସଂସ୍ଖାର ଫୋଟୋ ନୁହେଁ।

Title:3 ବର୍ଷ ପୁରୁଣା ଫୋଟୋକୁ କେରଳରେ ହତ୍ୟା ହୋଇଥିବା ଗର୍ଭବତୀ ହାତୀର ଅନ୍ତିମ ସଂସ୍କାର କରାଯାଉଥିବା ଦାବିର ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False