
ଲକଡାଉନ ସମୟରେ ଅନେକ ଫୋଟୋ ଏବଂ ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେଲା । ଯେଉଁଥିରେ କିଛି ସତ ଏବଂ କିଛି ମିଥ୍ୟା ମଧ୍ୟ ଥିଲା। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ପ୍ରବାଶି ଶ୍ରମିକଙ୍କ ଫୋଟୋକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ କରାଯାଇଛି। ତେବେ ଅନ୍ୟ ଏକ ଫୋଟୋ ଆମକୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର ଦେଖା ଯାଉଛି। ଯେଉଁଥିରେ ଦାବି କରାଯାଇଛି ଯେ, ଭାଇରାଲ ଫୋଟୋ ଲକଡାଉନ ସମୟରେ ଅଟେ। ଫୋଟୋରେ ଏକ ମୃତ ମାଁଠାରୁ ତା ଶିଶୁ କ୍ଷୀର ପିଉଥିବାର ଦେଖା ଯାଉଛି। ପୋଷ୍ଟରେ ଦାବି କରାଯାଇଚି ଯେ, ଲକଡାଉନ ସମୟରେ ଖାଦ୍ୟ ଅଭାବରେ ମୃତ୍ୟୁ ହୋଇଥଇବା ମାଁଠାରୁ ଶିଶୁଟି କ୍ଷୀର ପିଉଛି। ଏହା ଛଡ଼ା ପୋଷ୍ଟରେ ଦେଶର ଆଇନ ଏବଂ ନିୟମ ଉପରେ ମଧ୍ୟ ପ୍ରଶ୍ନ ଉଠା ଯାଇଛି। 27 ମେ ରେ Om prakash Biswal ନାମକ ଜଣେ ଫେସବୁକ ୟୁଜର ଏହା ପୋଷଅଟ କରିଛନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ମୃତ ମାଁ ଠାରୁ ଶିଶୁଟି କ୍ଷୀର ପିଉଥୁବା ଫୋଟୋ ଲକଡାଉନ ସମୟର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଫୋଟୋ ଅନେକ ପେଜରେ ମିଳିଲା। ଭାଇରାଲ ଫୋଟୋ ଆମକୁ Tsoknyirinpoche ପେଜରେ ମିଳିଲା। ଯେଉଁଥିରେ ପାଇଲୁ ଯେ, ଭାଇରାଲ ଫୋଟୋ 4 ମେ 2015ରେ ପେଜେର ପୋଷ୍ଟ କରାଯାଇଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫୋଟୋ ଲକଡାଉନ ସମୟର ନୁହେଁ। ଫୋଟୋ 5 ବର୍ଷ ପୁରୁଣା ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Tsoknyirinpoche । Archive
ଏହା ଛଡ଼ା ଭାଇରାଲ ଫୋଟୋ ଆମକୁ ଏକ Twitter ଆକାଉଣ୍ଟରୁ ପାଇଲୁ। ଯେଉଁଥିରେ ଲେଖା ଯାଇଛି ଯେ, ଏକ ମୁସ୍ଲିମ ଶିଶୁ ତା ମୃତ ମାଁ ଠାରୁ କ୍ଷୀର ପିଉଛି। ଏହା ଛଡ଼ା ଆମେ ଦିଖିବାକୁ ପାଇଲୁ ଯେ, ଭାଇରାଲ ଫୋଟୋ 18 ଏପ୍ରିଲ 2013ରେ ପୋଷ୍ଟ କରାଯାଇଛି। ଏହାର ଅର୍ଥ ଭୋଟୋ 2013 ମସିହାରୁ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। କିନ୍ତୁ ପ୍ରକୃତ ଫୋଟୋ କେଉଁ ଜାଗାର ତାହା ସ୍ପଷ୍ଟ ହୋଇ ନାହିଁ। ଅଧିକ ସୂଚନା ପାଇଁ ତଳେ ପୋଷ୍ଟ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Twitter । Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ମୃତ ମାଁ ଠାରୁ ଶିଶୁ କ୍ଷୀର ପିଉଥିବା ଭାଇରାଲ ଫୋଟୋ ଲକଡାଉନ ସମୟର ନୁହେଁ। 2013 ମସିହାର ଫୋଟୋକୁ ଲକଡାଉନରେ ଖାଦ୍ୟ ଅଭାବରେ ମୃତ୍ୟୁ ହୋଇଥିବା ମାଁ ଠାରୁ ଶିଶୁ କ୍ଷୀର ପିଉଥିବା ଦାବିରେ ଭାଇରାଲ କରାଯାଉଛି।
Title:2013 ମସିହାର ଫୋଟୋକୁ ଲକଡାଉନରେ ଖାଦ୍ୟ ଅଭାବରେ ମୃତ୍ୟୁ ହୋଇଥିବା ମାଁ ଠାରୁ ଶିଶୁ କ୍ଷୀର ପିଉଥିବା ଦାବିରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False

