
୨୧ ଜୁନ ୨୦୨୦ ରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ଗ୍ରୁପରେ ସମ୍ବିତ ପାତ୍ରଙ୍କର ଆଣ୍ଠୁଏ ବର୍ଷା ପାଣି ରେ ଚାଲୁ ଥିବା ଫୋଟୋ ପୋସ୍ତ କରି ଦାବି କରିଛନ୍ତି ଯେ ଏହା ଭୁବନେଶ୍ବର ର ଘଟଣା ଅଟେ। ଏହି ଫୋଟୋରେ ଆମେକୁ ଦେଖିବା କୁ ମିଳିଛି ଯେ ସମ୍ବିତ ପାତ୍ର ଜଣେ ବ୍ୟକ୍ତିଙ୍କ ସହିତ ବର୍ଷା ପାଣିରେ ଚାଲୁଛନ୍ତି। ସେ ଗୋଟିଏ ହାତରେ ଛତା ଏବଂ ଆଣି ହାତରେ ନିଜ ଜୋଟା ଧରିଛନ୍ତି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନ’ରେ ଆମେ ପୋଷ୍ଟ କରା ଯାଇଥିବା ଫୋଟୋର ରିଭର୍ସ ଇମେଜ ସର୍ଚ କରିଲୁ। ରିଭାର୍ଡ ଇମେଜ ସର୍ଚ କରିଲା ପରେ ଆମକୁ ଏହି ବିଷୟ ଜଡ଼ିତ କିଛି ତଥ୍ୟ ମିଳିଲା। ୧୧ ଜୁଲାଇ ୨୦୧୮ ମସିହାରେ ଦି ଇଣ୍ଡିଆନ ଏକ୍ସପ୍ରେସ ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦରେ ସମ୍ବିତ ପାତ୍ରଙ୍କର ବର୍ଷା ରେ ଚାଲୁ ଥିବା ଫୋଟୋ ଦେଇ କୁହା ଯାଇଅଛି ଯେ ସେ ମାହାରାଷ୍ଟ୍ର ବିଜେପି ମୁଖପାତ୍ର କେଶବ ଉପାଧ୍ୟାୟ ସହିତ ଛତା ଧରି ଚାଲୁଛନ୍ତି। ସମ୍ବିତ ପାତ୍ର ମୁମ୍ବାଇ ରେ ସାମ୍ବାଦିକ ସମ୍ମିଳନୀ ରେ ଯୋଗ ଦେବା ପାଇଁ ଆସିଥିଲେ କିନ୍ତୁ ଭୀଷଣ ବର୍ଷା ହେବାରୁ ସମ୍ମିଳନୀ ହେଇ ପାରିଲା ନାହିଁ। ଏହି ଫୋଟୋଟି ମୁମ୍ବାଇର ଦାଦର ଅଞ୍ଚଲ ରେ ନିଯା ଯାଇଅଛି।
୧୧ ଜୁଲାଇ ୨୦୧୮ ମସିହାରେ ୱାନ ଇଣ୍ଡିଆ ୟୁଟ୍ୟୁବରେ ଗୋଟିଏ ଭିଡିଓ ପ୍ରସାରିତ କରି କହିଛି ଯେ ମାହାରାତ୍ର, ଗୁଜରାତ ଏବଂ ଛତତିଶଗଡ଼ ରେ ବିଷଣ ବର୍ଷା ଯୋଗୁ ବହୁତ ଖରାବ ଅବସ୍ତା ଅଛି, କିନ୍ତୁ ଅଧିକ ପ୍ରଭାବ ମୁମ୍ବାଇ ରେ ଦେଖିବା କୁ ମିଳିଛି। ଏହି ବର୍ଷା ରେ ସାଧାରଣ ଲୋକଙ୍କ ସହିତ ନେତା ମାନେ ମଧ୍ୟ ସଙ୍କଟର ସାମନା କରିବା ଦେଖା ଯାଇଅଛି। ସମ୍ବିତ ପାତ୍ର ଏବଂ ମାହାରାଷ୍ଟ୍ର ବିଜେପି ମୁଖପାତ୍ର କେଶବ ଉପାଧ୍ୟାୟ ମୁମ୍ବାଇର ଦାଦର ଅଞ୍ଚଳରେ ପାର୍ଟି କାର୍ଜ୍ଯାଲୟ ଯାଉ ଥିବା ସମୟରେ ବର୍ଷା ହେବା କାରଣରୁ ଅଟକି ଯାଇଥିଲେ। ଏହି ସମୟରେ ସମ୍ବିତ ପତ୍ର ଗୋଟିଏ ହାତ ରେ ଛତା ଏବଂ ଅନ୍ୟ ହାତ ରେ ନିଜ ଜୋଟା ଧରିଛନ୍ତି।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବା କୁ ପାଇଲୁ ଯେ ପୋଷ୍ଟ କରା ଯାଇଥିବା ଫୋଟୋ ୨୦୧୮ ମସିହାର ମୁମ୍ବାଇର ଦାଦର ଅଞ୍ଚଳର ଅଟେ। ଏହି ଫୋଟୋଟି ଭୁବନେଶ୍ବର ସ୍ମାର୍ଟ ସିଟି ଘଟଣା କହି ଗୁଜବ ସୃଷ୍ଟି କରା ଯାଉଅଛି।

Title:କ’ଣ ଆଣ୍ଠୁଏ ବର୍ଷା ପାଣିରେ ସମ୍ବିତ ପାତ୍ରଙ୍କ ଚାଲୁ ଥିବା ଏହି ଫୋଟୋ ଭୁବନେଶ୍ବର ସହର ର ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False