ଆକାଶରେ ରାଫେଲ ଜେଟରେ ଇନ୍ଧନ ଭର୍ତ୍ତି କରାଯାଉଥିବା ଦାବିରେ ଭାଇରାଲ ହେଉଥିବା ଭିଡିଓ ବ୍ରାଜିଲର ଅଟେ ।

False Social

ଫ୍ରାନ୍ସରେ ବନିଥିବା ରାଫେଲ ବିମାନ ଭାରତ ପହଁଚି ସାରିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ଏବଂ ଆଲୋଚନା କରାଯାଉଛି। ଏଥି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ, ଭାରତ ଆସିଥିବା ରାଫେଲ ଜେଟରେ ଇନ୍ଧନ ଭର୍ତ୍ତି କରାଯାଉଥିବାର ଭିଡିଓ ଅଟେ। 30 ଜୁଲାଇରେ OTV English ଓଡ଼ିଆ ନ୍ୟୁଜ ଚ୍ୟାନେଲର ଫେସବୁକ ପେଜରେ ଭାଇରାଲ ଭିଡିଓର ପୋଷ୍ଟ ମିଳିଲା। ପୋଷ୍ଟରେ ଦାବି କରାଯାଇଛି ଯେ, Mid air fuel refillimg of rafale jets.

ଭାଇରାଲ ଭିଡିଓରେ ଆକାଶରେ ଏକ ବିମାନକୁ ଇନ୍ଧନ ଦିଆଯାଉଥିବାର ଦେଖା ଯାଉଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକ ଥର ସେୟାର କରାଯାଇଛି। ପୋଷ୍ଟକୁ 1000ରୁ ଅଧିକଥର ସେୟାର କରାଯାଇଛି। ଏହା ଛଡ଼ା ଅଧିକ ରୁ ଅଧିକ ଲାଇକ ମଧ୍ୟ କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ତେବେ କଣ ଏହି ଭିଡିଓ ଆକାଶରେ ରାଫେଲ ଜେଟରେ ଇନ୍ଧନ ଭର୍ତ୍ତି କରାଯାଉଥିବାର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଇମେଜକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ Forca aerea Brasileria ଟ୍ୱିଟର ଆକାଉଣ୍ଟରେ ପାଇଲୁ। ଏହି ଭିଡିଓ 2018ରେ ପୋଷ୍ଟ କରାଯାଇଥିଲା। ଖବର ଅନୁସାରେ ଭିଡିଓ ଶିର୍ଷକରେ ଲେଖା ଯାଇଛି ଯେ, ବ୍ରାଜିଲ ବାୟୁସେନାର F-5 ଫାଇଟର ଜେଟ ଆକାଶରେ  A-4 ଫାଇଟର ଜେଟ ବିମାନରେ ଇନ୍ଧନ ଭରିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓ 2018ର ଅଟେ। ଯେତେବେଳେ ଭାରତକୁ ରାଫେଲ ଜେଟ ଆସିନଥିଲା। 2019 ଅକ୍ଟୋବରରେ 1st rafale ଜୋଟ ଭାରତକୁ ଅସିଛି।  ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏହା ପରେ ଆମକୁ 28 ଜୁଲାଇରେ Times now ଫେସବୁକ ପେଜରେ ପୋଷ୍ଟ କରାଯାଇଥିବା ଏକ ଭିଡିଓ ମିଳିଲା। ଯେଉଁଥିରେ ଭାରତକୁ ବର୍ତ୍ତମାନ ଆସିଥିବା ରାଫେଲ ଜେଟରେ  ଆକାଶରେ ଇନ୍ଧନ ଭର୍ତ୍ତି କରାଯାଉଥିବାର ଫୋଟୋ ଏବଂ ଭିଡିଓ ପୋଷ୍ଟ କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।   

India in franceର ଟ୍ୱିଟର ଆକାଉଣ୍ଟରେ ଭାରତୀୟ ରାଫେଲ ଜେଟରେ 30,000 ଫିଟରେ ଇନ୍ଧନ ଭର୍ତ୍ତି କରାଯାଉଥଇବାର କିଛି ଫୋଟୋ ସେୟାର କରାଯାଇଛି। ଏହା ହେଉଛି ଭାରତର 5ଟି ରାଫେଲ ଜେଟ। ଏହା ପୂର୍ବରୁ 2019ରେ ପ୍ରଥମ ରାଫେଲ ଭାରତକୁ ଆସିଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ-Twitter Archive

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଆକାଶ ମଝିରେ ରାଫେଲ ବିମାନରେ ଇନ୍ଧନ ଭର୍ତ୍ତି କରାଯାଉଥିବା ଦାବିରେ ଭାଇରାଲ କରାଯାଉଥିବା ଭିଡିଓ ପ୍ରକୃତରେ ଦୁଇ ବର୍ଷ ପୁରୁଣା ଅଟେ। ଏବଂ ଭାଇରାଲ  ଭିଡିଓରେଥିବା ବିମାନ ବ୍ରାଜିଲର ବିମାନ ଅଟେ। 

Avatar

Title:ଆକାଶରେ ରାଫେଲ ଜେଟରେ ଇନ୍ଧନ ଭର୍ତ୍ତି କରାଯାଉଥିବା ଦାବିରେ ଭାଇରାଲ ହେଉଥିବା ଭିଡିଓ ବ୍ରାଜିଲର ଅଟେ ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *