କ’ଣ ସୁରେଶ ରାଇନା ଟୁଇଟରରୁ ଚେନ୍ନାଇ ସୁପର କିଙ୍ଗକୁ ଅନଫୋଲୋ କରି ଦେଇଛନ୍ତି? ଜାଣନ୍ତୁ ସତ୍ୟ।

False Social Sports

୨୭ ସେପ୍ଟେମ୍ବର ରେ ଧାରିତ୍ରି ପତ୍ରିକା ଫେସବୁକରେ ଗୋଟିଏ ପୋଷ୍ଟ କରି ଦାବି କରିଛି ଯେ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଦଳରୁ ଉହରିଲା ପରେ ଗତ ଶନିବାର ଦିନ ଚେନ୍ନାଇ ସୁପର କିଙ୍ଗସ କୁ ଟୁଇଟରରେ ଅନଫଲୋ କରି ଦେଇଛନ୍ତି। ଆଇପିଏଲ ଆରରମ୍ଭ ହେବା ପୂର୍ବରୁ ବ୍ୟକ୍ତିଗତ କାରଣ ଦର୍ଶାଇ ରାଇନା ଆଇପିଏଲରୁ ଉହାରୀ ଯାଇଥିଲେ। ସିଏସକେ ମାଲିକ ବିଶ୍ଵନାଥ ରାଇନାଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ଥିଲେ। 

fb.jpg

Facebook | Archive             Dharitri | Archive

ଆମ ଅବୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଟୁଇଟରରେ ସୁରେଶ ରାଇନାଙ୍କର ଟୁଇଟର ଏକାଉଣ୍ଟ ଖୋଜିଲୁ। ଏହା ପରେ ଆମେ ତାଙ୍କ ଫଲୋ କରିଥିବା ଲିଷ୍ଟ ଦେଖିଲୁ। ଏହି ଲିଷ୍ଟରେ ଆମେ ଦେଖିବାକୁ ପାଇଲୁ ଯେ ସୁରେଶ ରାଇନା ଏବେ ମଧ୍ୟ ଚେନ୍ନାଇ ସୁପର କକିଙ୍ଗସ କୁ ଫଲୋ କରୁଛନ୍ତି। 

image2.png

Twitter | Archive

ଏହା ପରେ ଆମେ ଚେନ୍ନାଇ ସୁପର କିଙ୍ଗସର ଟୁଇଟର ଏକାଉଣ୍ଟରେ ଯାଇ ତାଙ୍କ ଫଲୋ ଲିଷ୍ଟ ମଧ୍ୟ ଦେଖିଲୁ। ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ସୁରେଶ ରାଇନାକୁ ଫଲୋ କରୁଛନ୍ତି। ଏହାର ଅର୍ଥ ଏହା ଯେ ସୁରେଶ ରାଇନା ଏବେ ମଧ୍ୟ ଚେନ୍ନାଇ ସୁପର କିଙ୍ଗସକୁ ଫଲୋ କରିବା ବନ୍ଦ କରି ନାହାନ୍ତି। 

image1.png

Twitter | Archive

ଚେନ୍ନାଇ ସୁପର କିଙ୍ଗସ ସିଇଓ କାଶୀ ବିଶ୍ଵନାଥ ଗଣମାଧ୍ୟମରେ ସ୍ପଷ୍ଟ ଅକରିଛନ୍ତି ଯେ ଦଳ ଛାଡ଼ିବା ପଛରେ ସୁରେଶ ରାଇନାଙ୍କ ବ୍ୟକ୍ତିଗତ ନିର୍ଣଯ ଥିଲା ଓ ଦଳ ତାଙ୍କ ନିର୍ଣଯର ସମ୍ମାନ ରଖିଛି। ଏହି ବର୍ଷ ହେଉଥିବା ଆଇପିଏଲ ରେ ସୁରେଶ ରାଇନା ଖେଳିବେ ନାହିଁ । ସେ ଏହା ମଧ୍ୟ କହିଛନ୍ତି ଯେ ସୁରେଶ ରାଇନା ନିଜକୁ ଦଳ ପାଇଁ ଅନୁପସ୍ଥିତ କରିଛନ୍ତି ତେଣୁ ଦଳ ମଧ୍ୟ ତାଙ୍କ ପଦରେ ସମ୍ମାନ ରଖିଛି। 

ଶେଷକଥା:

ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ପୋଷ୍ଟରେ କରା ଯାଇଥିବା ଦାବି ସମ୍ପୂର୍ଣ ଭାବେ ମିଥ୍ୟା ଅଟେ। ସୁରେଶ ରାଇନା ଏବଂ ଚେନ୍ନାଇ ସୁପର କିଙ୍ଗ ପରସ୍ପରକୁ ଏବେ ମଧ୍ୟ ଟୁଇଟରରେ ଫଲୋ କରୁଛନ୍ତି। 

Avatar

Title:କ’ଣ ସୁରେଶ ରାଇନା ଟୁଇଟରରୁ ଚେନ୍ନାଇ ସୁପର କିଙ୍ଗକୁ ଅନଫୋଲୋ କରି ଦେଇଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *