ଆସାମରେ ଦଳିତ ରିକ୍ସାବାଲାର ରିକ୍ସା ଭାଙ୍ଗୀ ଦିଆଯିବା ଦାବିରେ ଭାଇରାଲ ହେଉଥିବା ଫଟୋ ବାଙ୍ଗଲାଦେଶର ଅଟେ ।

False Social

ଦେଶରେ ଦଳିତମାନଙ୍କୁ ନେଇ ଚାଲିଥିବା ବିବାଦ କୁ ସୋସିଆଲ ମିଡିଆରେ ଆଲୋଚନା ଏବଂ ଚର୍ଚ୍ଚା କରାଯାଉଛି। ଏହାକୁ ନେଇ ଅଲଗା ଅଲଗା ଫଟୋ ଏବଂ ଭିଡିଓ ଭିନ୍ନ ଭିନ୍ନ ଦାବିରେ ଭାଇରାଲ କରାଯାଉଛି। ଏହା ପରି କିଛି ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ଏକ ବ୍ୟକ୍ତି କାନ୍ଦୁଥିବାର ଦେଖା ଯାଉଛି। ଏବଂ ଅନ୍ୟ ଏକ ଫଟୋରେ ବ୍ୟକ୍ତିର ଫଛରେ ରିକ୍ସାକୁ ଭାଙ୍ଗି ଟ୍ରକରେ ପକାଯାଉଥିବାର ଦେଖା ଯାଇଛି। ଫଟୋ ସହ ଦାବି କରାଯାଉଛି ଯେ, ଆସାମରେ ଜଣେ ଦଳିତ ରିକ୍ସାବାଲାର ରିକ୍ସା ଭଙ୍ଗା ଯାଉଛି। 

ଆମ ଅନୁସନ୍ଧାନରେ ଆମେ ଭାଇରାଲ ଖବର ଭୁଲ ପାଅଲୁ। 

9 ଅକ୍ଟୋବରରେ Abanikanta Mallick ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ କାନ୍ଦୁଥିବା ବ୍ୟକ୍ତିର ଦୁଇଟି ଫଟୋ ପୋଷ୍ଟ କରାଯାଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଆସାମର ଜଣେ ଦଳିତ ରିକ୍ସାବାଲାର ରିକ୍ସା ଭାଙ୍ଗୀ ଦିଆ ଗଲା। ଦଳିତମାନଙ୍କ ପ୍ରତି ଏତେ ଘୃଣା କାହିଁକି। 

ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଆସାମରେ ଜଣେ ଦଳିତ ରିକ୍ସାବାଲାର ରୀକ୍ସା କିପରି ଭଙ୍ଗା ଯାଉଛି ତାର ଭୂଲ୍ ଏତିକି ଯେ ରଂଗ୍ side ରେ ପାରକିଂ ତା ବୋଲି କଣ୍ ତାର ଜୀବିକା ଛଡେଇ ନେବ ।ଏତେ ଅ ମାନବିକତା କଣ୍ ପାଇଁ ???? ଦଳିତ ଆଦିବାସି ଙ୍କ ପ୍ରତି ଏତେ ଘୃଣା କଣ୍ ପାଇଁ ?????  ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 12 ଥର ସେୟାର କରାଯାଇଛି। ଏହା ସହ ଅନେକ ଲାଇ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ ଆସାମରେ ଏହି ଦଳିତ ରିକ୍ସାବାଲାର ରିକ୍ସା ଭାଙ୍ଗୀ ଦିଆ ଗଲା। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଫଟୋର କିଛି ଲିଙ୍କ ମିଳିଲା। ସର୍ଚ୍ଚରେ ଆମକୁ ଭାଇରାଲ ଫଟୋ bdnews24 ନ୍ୟୁଜ ପେଜରେ ମିଳିଲା। ଯାହାକି 5 ଅକ୍ଟୋବରରେ ପ୍ରକାଶିତ ହୋଇଥିଲା। ଖବର ଅନୁସରାରେ ଭାଇରାଲ ଫଟୋ ବାଙ୍ଗଲାଦେଶ ଢ଼ାକାର  ଅଞ୍ଚଳର ଅଟେ।  ରିକ୍ସା ବାଲାର ନାମ ଫୈଜଲ ରହମାନ ଅଟେ। ଘଟଣାଟି ବାଙ୍ଗଲାଦେଶର ଅଟେ। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- bdnews24Archive

ଏହା ପରେ Timesnownews ପେଜରେ ମଧ୍ୟ ଭାଇରଲା ଖବର ପାଇଲୁ। ଖବର ଅନୁସାରେ ଢ଼ାକା ସାଉଥ ସିଟି କର୍ପୋରେସନ୍ (ଡିଏସସିସି) ସହରରେ ମୋଟର , ମେସିନ୍, ଇଞ୍ଜିନ କିମ୍ବା ବ୍ୟାଟେରୀ ଚାଳିତ ରିକ୍ସା ଏବଂ ଭ୍ୟାନ୍ ଉପରେ ପ୍ରତିବନ୍ଦ ଲଗାଇଛି। ଏଥି ମଧ୍ୟରେ ସହରରେ ଦେଖାଯାଇଥିବା ସମସ୍ତ ବ୍ୟାଟ୍ରି ଚାଳିତ ଗାଡ଼ି ଏବଂ ରିକ୍ସାକୁ ଜବତ କରାଯାଉଥିଲା। ଏଥିରେ ଫଜଲୁ ରହମାନ ନାମକ ରିକ୍ସା ବାଲାର ରିକ୍ସା ମଧ୍ୟ ଜବତ କରାଗଲା। ରିକ୍ସା ଜବତ ହେବାର ଦେଖି ଫୈଜଲ କାନ୍ଦିବାରେ ଲାଗିଲେ। କିଛି ଲୋକ ଏହାର ଭିଡିଓ ବନାଇ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। 

କୋରୋନା ମହାମାରି ଲାଗି ରହମାନଙ୍କ ହଚାକିରି ନିଥିଲା। ସେ 15 ପୂର୍ବରୁ 69 ଟଙ୍କା ଦେଇ ଏକ ବ୍ୟାଟେରି ରିକ୍ସା କିଣିଥିଲେ। କିନ୍ତୁ  ଡିଏସସିସି ନିୟମ ଯୋଗୁଁ ତାଙ୍କ ରିକ୍ସା ଯବତ କରି ନିଆଗଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- TimesnownewsArchive

6 ଅକ୍ଟୋବରରେ Universal Tv ନାମକ ୟ୍ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଫଟୋରେଥିବା ବ୍ୟକ୍ତିର କାନ୍ଦୁଥିବାର ଭିଡିଓ ପାଇଲୁ। ସେ କହୁଥିବା ଭାଷା ଅନୁସାରେ ଆମେ ସ୍ପଷ୍ଟ ହେଲୁ ବ୍ୟକ୍ତି କହୁଥିବା ଭାଷା ଆସାମି ନୁହେଁ। ଏହା ବାଙ୍ଗାଲାଦେଶ ଭାଷା ପରି ଜଣା ପଡ଼ୁଛି। ତଳେ ଭିଡିଓ ଦେଖନ୍ତୁ। 

ଏହା ପରେ ଆମକୁ Ahsan Bhuiyan ନାମକ ଜଣେ ଫେସବୁକ ୟୁଜରର ପେଜ ମିଳିଲା। ଯେଉଁଥିରେ ସେ ଲ୍ଖିଛନ୍ତି ଭାଇରାଲ ଘଟଣା ଜିଗାତୋଳା , ଢ଼ାକା ଅଞ୍ଚଳର ଅଟେ। ସେ ନିଜେ  ଘଟଣା ସ୍ଥଳରେ ପହଁଚି ଘଟଣା ବାଷୟରେ ଜାଞ୍ଚ କରିଥିଲେ। ସେ ରିକ୍ସା ବାଲାର ରିକ୍ସା ଫେରାଇ ଆଣିବା ପାଇଁ କମିଶ୍ନସହାଉସ ମଧ୍ୟ ଯାଇଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

8 ଅକ୍ଟୋବରରେ Ahsan Bhuiyan ରିକ୍ସା ବାଲାଙ୍କୁ ପେଡ଼ଲ ବାଲା ନୁଆ ରିକ୍ସା କିଣି କରି ଦେଲେ। ଭାଇରାଲ ଫଟୋରେଥିବା ବ୍ୟକ୍ତି ସହ ଅନ୍ୟ ରିକ୍ସାବାଲାଙ୍କ ରିକ୍ସା ମଧ୍ୟ ଯବତ କରାଯାଇଛି। ସେମାନଙ୍କ ପାଇଁ ମଧ୍ୟ ପେଡ଼ଲ ବାଲା ରିକ୍ସା ସାହାର୍ଯ୍ୟ କରିଛନ୍ତି। ବ୍ୟକ୍ତିର ଭିଡିଓ ଭାଇରାଲ ହେଲା ପରେ ଦେଶ ବିଦେଶ ଏବଂ ସ୍ଥାନିୟ ଲୋକମାନେ ପଇସା ପଠାଇ ସାହାର୍ଯ୍ୟ କରିଥିଲେ। ଭିଡ଼ିଓରେ ବ୍ୟକ୍ତି ଜଣକ ତାଙ୍କର ସମସ୍ତ କଥା କହୁଛନ୍ତି। ତଳେ ଭିଡିଓ ଦେଖନ୍ତୁ। 

Ahsan Bhuiyan ଅନ୍ୟ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ଭାଇରାଲ ବ୍ୟକ୍ତି ଏବଂ ତାଙ୍କ ବନ୍ଧୁ ନୁଆ ନିକ୍ସା ପାଇଲା ପରେ ଖୁସିଥିବାର ଦେଖା ଯାଉଛନ୍ତି। ପୋଷ୍ଟରେ ସେ ଲେଖିଛନ୍ତି, ଭାଇରାଲ୍  ରିକ୍ସା ଡ୍ରାଇଭର ସହିତ ଆଉ ଦୁଇଜଣ ରିକ୍ସା ଡ୍ରାଇଭର ଥିଲେ ଯାହାର ମୁହଁ କ୍ୟାମେରା ସାମ୍ନାକୁ ଆସି ନଥିଲା ତେଣୁ ସେମାନଙ୍କୁ ସାହାଯ୍ୟ କରିବାକୁ କେହି ଆସି ନଥିଲେ। ଭାଇରାଲ୍ ସହିତ ଦୁଇଟି ଅଣ-ଭାଇରାଲ୍ ଡ୍ରାଇଭର ପାଇଁ ପରଦିନ ରାତିରେ ତିନୋଟି ରିକ୍ସା ଅର୍ଡର କରିଥିଲୁ। ତାଙ୍କର ଗୋଡ ସମସ୍ୟା ପାଇଁ  ସେ ବ୍ୟାଟେରୀ ରିକ୍ସା ଚଲାନ୍ତି। ଆମେ ପ୍ୟାଡଲ୍ ରିକ୍ସା ଦେଇଛୁ। ଯାହାକୁ ସେ ଭଡା ଦେବେ।  ଭିଡିଓ ଭାଇରାଲ ପରେ ଦେଶ ତଥା ଦେଶରେ ରହୁଥିବା ବନ୍ଧୁ ଏବଂ ଅପରିଚିତ ବ୍ୟକ୍ତିଙ୍କ ଦ୍ୱାରା ପଠାଯାଇଥିବା ଟଙ୍କାରେ ଏହି ରିକ୍ସା କିଣା ଯାଇଛି। ମୋର ଏଠାରେ କୌଣସି ବ୍ୟକ୍ତିଗତ ଅବଦାନ ନାହିଁ

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଆସାମରେ ଦଳିତ ରିକ୍ସାବାଲାର ରିକ୍ସା ଭାଙ୍ଗିଦେବା ଦାବିରେ ଭାଇରାଲ ହେଉଥିବା ଫଟୋ ପ୍ରକୃତରେ ବାଙ୍ଗଲାଦେଶ ଢ଼ାକାର ଅଟେ। ସେଠାରେ ସରକାର ମୋଟର , ମେସିନ୍, ଇଞ୍ଜିନ କିମ୍ବା ବ୍ୟାଟେରୀ ଚାଳିତ ରିକ୍ସା ଏବଂ ଭ୍ୟାନ୍ ଉପରେ ପ୍ରତିବନ୍ଦ ଲଗାଇଲା ପରେ ଭାଇରାଲ ଫଟୋରେଥିବା ବ୍ୟକ୍ତିର ବ୍ୟାଟେରି ରିକ୍ସା ଯବତ କରାଯାଇଥିଲା। ପରେ ତାଙ୍କୁ ଲୋକମାନେ ସାହାର୍ଯ୍ୟ କରି ପେଡଲ ରିକ୍ସା ଦେଇଛନ୍ତି। 

Avatar

Title:ଆସାମରେ ଦଳିତ ରିକ୍ସାବାଲାର ରିକ୍ସା ଭାଙ୍ଗୀ ଦିଆଯିବା ଦାବିରେ ଭାଇରାଲ ହେଉଥିବା ଫଟୋ ବାଙ୍ଗଲାଦେଶର ଅଟେ ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *