
ବିଗତ କିଛି ଦିନ ତଳେ ବିଜେପି ସାଂସଦ ଅପରାଜିତା ସଡ଼ଙ୍ଗିଙ୍କ ଜନ୍ମଦିନ ଅବସରରେ ପାର୍ଟି କାର୍ଜ୍ଯାଲୟରେ ଉତ୍ସବ ପାଳନ କରା ଯାଇଥିଲା। କିନ୍ତୁ ଏହା ପରେ ଚର୍ଚା ଉଠିଥିଲା ଯେ ଏହି ଉତ୍ସବରେ କୋଭିଡ୍ ନିୟମ ପାଳନ କରା ଯାଇନଥିଲା। ଏହା ନେଇ ବିଏମସି ଅପରାଜିତା ସଡ଼ଙ୍ଗିଙ୍କର କାର୍ଜ୍ଯାଲୟ ସିଲ୍ କରି ଦେଇଛି। ଏହି ଘଟଣା ନେଇ ଅପରାଜିତା ସଡ଼ଙ୍ଗି ଗଣମାଧ୍ୟମ ସାମନା’କୁ ଆସି ନିଜ ପ୍ରତିରକ୍ଷାରେ କହିଥିଲେ। ପୋଷ୍ଟ କରା ଯାଇଥିବା’ରେ ଅପରାଜିତା ସଡ଼ଙ୍ଗି ଗାନ୍ଧୀଜିଙ୍କ ଅପମାନଜନକ ନାମର ଗୋଟିଏ ପୋଷ୍ଟର ଦେଖି ଥିବା ସାମନା କୁ ଆସିଛି।
ଫେକ୍ଟ କୃସେଣ୍ଡୋ ଏହା ବିଷୟରେ ଅନୁସନ୍ଧାନ କରି ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
ପୋଷ୍ଟରେ ଦେଖିବା’କୁ ମିଳିଛି ଯେ ଅପରାଜିତା ସଡ଼ଙ୍ଗି ଗଣମାଧ୍ୟମ ସାମନାରେ ଗୋଟିଏ ପୋଷ୍ଟର ଧରିଛନ୍ତି ଯେଉଁଥିରେ ଗାନ୍ଧୀଜିଙ୍କର ଅପମାନଜନକ ନାମ ବ୍ୟବହାର କରା ଯାଇଅଛି। ଏହି ପୋଷ୍ଟରରେ ତାରିଖ ମଧ୍ୟ ଗାନ୍ଧୀ ଜୟନ୍ତୀ ଦିବସ ଅବସର ଲେଖା ଯାଇଅଛି।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଫୋଟୋର ରିଭର୍ସ ଇମେଜ ସର୍ଚ ଏବଂ ବିଭିନ୍ନ ମୁଖ୍ୟଶବ୍ଦ ବ୍ଯବହହର କରି ଏହି ବିଷୟରେ ସର୍ଚ କରିଲୁ। କିନ୍ତୁ ଏହି ଉପାୟରେ ଆମକୁ କୌଣସି ପରିଣାମ ମିଳିଲା ନାହିଁ। ଏହା ପରେ ଆମେ ବର୍ତମାନ ସମୟରେ ଆରାଜିତା ସଡ଼ଙ୍ଗିଙ୍କ ଗଣମାଧ୍ୟମର ଭିଡିଓ ଦେଖିଲୁ। ଏହି ଭିଡିଓ ମଧ୍ୟରୁ ଆମକୁ କିଛି ଦିନ ପୂର୍ବରୁ ତାଙ୍କ ଦ୍ଵାରା ଗଣମାଧ୍ୟମ ସାକ୍ଷାତର ଗୋଟିଏ ବିଉଦେୟ ଦେକିବାକୁ ମିଳିଲା। 10 ଅକ୍ଟୋବରରେ ଓଟିଭି ଦ୍ଵାରା ୟୁଟ୍ୟୁବରେ ପ୍ରସାରିତ କରା ଯାଇଥିବା ଭିଡିଓରେ ଅପରାଜିତା ସଡ଼ଙ୍ଗି ତାଙ୍କ କାର୍ଜ୍ଯାଲୟ ସିଲ୍ ହେବା ନେଇ ଗଣମାଧ୍ୟମରେ ନିରାଶା ଦେଖାଉଛନ୍ତି।
ଏହି ଭିଡିଓରେ ଆମେ ଦେଖିବାକୁ ପାଇଲୁ ଯେ ଅପରାଜିତା ସଡ଼ଙ୍ଗି ଗାନ୍ଧୀଜିଙ୍କ ନାମର କୌଣସି ପୋଷ୍ଟର ହାତରେ ଧରି ନାହାନ୍ତି। ପୋଷ୍ଟ କରା ଯାଇଥିବା ଫୋଟୋରେ ଏବଂ ୟୁଟ୍ୟୁବରେ ଥିବା ଭିଡିଓରେ ସେ ସମାନ ଶାଢୀ ପିନ୍ଧିଛନ୍ତି, ତାଙ୍କ ମାସ୍କ ଏବଂ ତାଙ୍କ ପଛରେ ଥିବା ତାଙ୍କ କାର୍ଜ୍ଯାଲୟର ଦ୍ଵାର ମଧ୍ୟ ସମାନ ଅଟେ। ଭିଡିଓରେ ଅପରାଜିତା ସଡ଼ଙ୍ଗି ବିଜେଡି ଦଳ କୋଭିଡ୍ ନିଯନ ଭାଙ୍ଗି ଥିବାର ପ୍ରମାଣ ପୋଷ୍ଟରରେ ଥିବା ଫୋଟୋ ଦ୍ଵାରା ଦେଉଛନ୍ତି। ପ୍ରକୃତର ଭିଡିଓରେ ଥିବା ଫୋଟୋରେ ଗାନ୍ଧୀଜୀଙ୍କ ନାମ କେଉଁଠି ମଧ୍ୟ ଦେଖିବାକୁ ମିଳି ନାହିଁ।

ଶେଷକଥା:
ଆମ ଅନୁସସନ୍ଧାନରୁ ପ୍ରମାଣ ହେଲା ଯେ ଅପରାଜିତା ସଡ଼ଙ୍ଗି ଗାନ୍ଧୀଜୀଙ୍କ ଅପମାନଜନକ ନାମ ଲେଖା ଯାଇଥିବା କୌଣସି ପୋଷ୍ଟର ଧରି ନାହାନ୍ତି। ପ୍ରକୃତର ଫୋଟୋରେ ସେ ଗଣମାଧ୍ୟମକୁ ବିଜେଡି ସରକାରର କୋଭିଡ୍ ନିଯନ ଉଲଂଘନ କରୁଥିବା ଫୋଟୋ ଦେଖାଉଛନ୍ତି।

Title:କ’ଣ ବିଜେପି ପ୍ରବକ୍ତା ଏବଂ ସାଂସଦ ଅପରାଜିତା ସଡ଼ଙ୍ଗି ଗାନ୍ଧୀଜିଙ୍କ ଅପମାନଜଣକ ନାମ ବ୍ଯବହ୍ରୁତ କରିଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False