
କିଛି ମାସ ତଳେ ପାଳଘରରେ ଦୁଇ ସାଧୁଙ୍କୁ ସେଠିକ୍କାର ଲୋକେ ମିଶି ହତ୍ୟା କରିଥିବା ଘଟଣା ଘଟି ଥିଲା। ମୁମ୍ବାଇରୁ ସୁରତ ଜାଊଥିବା ସମୟରେ ଦୁଇ ସାଧୁ ଏବଂ ତାଙ୍କ ଦ୍ରାଭରଙ୍କୁ ହତ୍ୟା କରିଥିଲେ। ରାତ୍ରିରେ ଗାଁରେ ସୋଇଥିବା ସୋଇଥିବା ସମୟରେ ଲୋକେ ବିଭିନ୍ନହତ୍ୟାର ନେଇ ତାଙ୍କଉପରେ ଆକ୍ରମଣ କରି ହତ୍ୟା କରିଥିଲେ। ଏହି ଘଟଣା ନେଇ ଗୋଟିଏ ପୋଷ୍ଟ ବରତମାନ ଶୋଷସିଆଲ ମିଡିଆରେ ଭାଇରାଲ ହେଉଛି।
ଫେକ୍ଟ କୃସେଣ୍ଡୋ ଭାଇରାଲ ହେଉଥିବା ପୋଷ୍ଟର ଦାବିର ଅନୁସନ୍ଧାନ କରି ଏହାକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
୧୫ ଅକ୍ଟୋବରରେ ଜଣେ ଫେସବୁକ ୟୁଜର ଗୋଟିଏ ଜଳୁ ଥିବା କାରର ଫୋଟୋ ପୋଷ୍ଟ କରି ଡାବୁ କରିଛନ୍ତିଯେ ସେହି ଜଳୁ ଥିବା କାରରେ କଂଗ୍ରେସ ନେତା ସଞ୍ଜୟ ସିନ୍ଧେଙ୍କ ମୃତ୍ୟୁ ହେଇଛି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ପାଲଘର ସାଧୁଙ୍କ ହତ୍ୟା କରିବାରେ କଂଗ୍ରେସ ନେତା ସଞ୍ଜୟ ସିନ୍ଧେଙ୍କ ଯୋଗଦାନ ମଧ୍ୟ ଥିଲା।

ଆମ ଅନୁସନ୍ଧାନ:
ପୋଷ୍ଟରେ ଦୁଇଟି ଦାବି କରା ଯାଇଅଛି। ପ୍ରଥମ ଦାବି ଏହା ଯେ ଜଳୁ ଥିବା କାର ର ଦୃଶ୍ୟ ସଞ୍ଜୟ ସିନ୍ଧେଙ୍କ ଦୁର୍ଘଟଣାରେ ହେଇଥିବାମୃତ୍ୟୁର ଫୋଟୋ ଅଟେ ଏବଂ ଦୁତୀୟ ଦାବି ଏହା ଯେ ପାଳଘର ସାଧୁ ହତ୍ୟା ଘଟଣାରେ ସଞ୍ଜୟ ସିନ୍ଧେଙ୍କ ଯୋଗଦାନ ଥିଲା।
ପ୍ରଥମ ଦାବି ବିଷୟରେ ସତ୍ୟ ଯାଇବା ପାଇଁ ଆମେ ପୋଷ୍ଟ କରା ଯାଇଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୩ ମାର୍ଚ ୨୦୧୮ ମସିହାରେ ପତ୍ରିକାରେ ପ୍ରକାଶିତ ହେଇଥିବା ଅନୁଛେଦରେ କୁହା ଯାଇଅଛି ଯେ ଅଜମେର ଦିଲ୍ଲୀ ରାଜପଥରେ ଅପ୍ପୁ ଘର ନିକଟେ ଗୋଟିଏ ଚାଳନ୍ତା କାରରେ ଶର୍ଟସାରକିଟ ହେଇ ଥିବାରୁ କାରରେ ନିୟା ଲାଗି ଯାଇଥିଲା। ମିୟା ଲାଗି ଥିବାରୁ ଚାଳକ ଗାଡ଼ିରୁ ଡେଇଁ ପଡ଼ିଥିଲେ। ଦଉଲତପୁରା ପୋଲିସ ଥାନା ହେଡ୍ କଂଷ୍ଟେବଲ ରାମଲାଲଙ୍କ କହିବା ଅନୁଯାୟୀ ସେହି ଗାଡ଼ିର ଚାଳକ ଜୟପୁର ରୁ ନିଜ ଗାଁ ଫେରୁଥିବା ସମୟରେ ଏହି ଘଟଣା ଘଟିଥିଲା।

ଏହା ପରେ ଆମେ ଏହି ଘଟଣା ବିଷଯ୍ଯରେ ୟୁଟ୍ୟୁବରେ ଯାଇ ସର୍ଚ କରିଲୁ। ସର୍ଚ କରିଲା ପରେ ୧୪ ଅକ୍ଟୋବରରେ ୟୁଟ୍ୟୁବର ଇଣ୍ଡିଆ ଟିଭି ନ୍ୟୁଜ ଚ୍ୟାନାଲରେ କୁହା ଯାଇଅଛି ଯେ କଂଗ୍ରେସ ଦଳ ନେତା ସଞ୍ଜୟ ସିନ୍ଧେଙ୍କ ଗାଡ଼ିରେ ନିୟା ଲାଗିଥିବାରୁ ତାଙ୍କ ମୃତ୍ୟୁ ହେଇଥିଲା। ପିମ୍ପଲ ଗାଁ ନିକଟରେ ହଟାତ ଗାଡ଼ିରେ ଶର୍ଟସାର୍କିଟ ହେଇଥିବାରୁ ନିୟା ଲାଗି ଥିଲା। ତାଙ୍କ ଗାଡ଼ିରେ ହ୍ୟାଣ୍ଡ ସେନିଟାଇଜର ଥିବାରୁ ନିୟା ତୀବ୍ର ବେଗରେ ମାଟିଥିଲା। ସେ କାରରୁ ବାହାରି ପାରିନଥିଲେ ଓ ସେଠାରେ ତାଙ୍କ ମୃତ୍ୟୁ ହେଇଥିଲା।

ଦୁତୀୟ ଦାବି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ପାଳଘର ପୋଲିସ ଷ୍ଟେସନ ଫୋନ ଲଗେଇ ସେଠିକାର ବରିଷ୍ଠ ପୋଲିସ ଅଧିକାରୀ ପାଟିଲଙ୍କ ସହିତ କଥା ହେଳୁ। ଇନ୍ସପେକ୍ଟରଙ୍କ କହିବା ଅନୁଯାୟୀ ପାଳଘର ମାମଲାରେ ୧୦୦ ଲୋକଙ୍କ ନାମରେ ଅଭିଯୋଗ ଲାଗିଛି। ଗୃହମନ୍ତ୍ରାଳୟ ସମସ୍ତ ଅଭିଯୋଗୀଙ୍କ ନାମର ଲିଷ୍ଟ ମଧ୍ୟ ଗଣମାଧ୍ୟମରେ ପ୍ରକାଶିତ କରିଛନ୍ତି। ସେ କହିଲେ ଯେ ଏହି ଘଟଣାରେ ସମସ୍ତ ଗାଁ ବାସୀଙ୍କ ଯୋଗଦାନ ରହିଛି। ଏଥିରେ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଯୋଗଦାନ ନାହିଁ ଏବଂ ସଞ୍ଜୟ ସିନ୍ଧେଙ୍କ ଏହି ଘଟଣାରେ ସଞ୍ଜୟ ସିନ୍ଧେଙ୍କ ନାମ କୌଣସି ସ୍ଥାନରେ ଆସି ନାହିଁ। ପୋଷ୍ଟରେ କରା ଯାଇଥିବା ଦାବି ମିଥ୍ୟା ବୋଲି ମଧ୍ୟ ଇନ୍ସପେକ୍ଟର ପାଟିଲ କହିଛନ୍ତି।
ଏହା ପରେ ଆମେ ଟୁଇଟରରେ ଯାଇ ଗୃହମନ୍ତ୍ରାଳୟ ଦ୍ଵାରା ଅଭିଯୋଗୀଙ୍କ ଲିଷ୍ଟ ଖୋଜିଲୁ। ସର୍ଚ କରିଲା ପରେ ଆମକୁ ୨୨ ଏପ୍ରିଲ ରେ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଦ୍ଵାରା କରା ଯାଇଥିବା ଟୁଇଟ ମିଳିଲା। ଏହି ଟୁଇଟରେ ସେ ପାଳଘର ମାମଲାର ୧୦୧ ଅଭିଯୋଗୀଙ୍କ ନାମର ଲିଷ୍ଟ ପୋଷ୍ଟ କରି କହିଛନ୍ତି ଯେ ସେ ଏହି ଲିଷ୍ଟ ଲୋକଙ୍କ ପାଇଁ ପୋଷ୍ଟ କରିଛନ୍ତି ଯେଉଁ ମାନେ ପାଳଘର ଘଟଣାକୁ ଗୋଟିଏ ସାମ୍ପ୍ରଦାୟିକ ଘଟଣା କହି ପ୍ରଚାର କରୁଛନ୍ତି।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ପୋଷ୍ଟରେ ଥିବା ଫୋଟୋ ସଞ୍ଜୟ ସିନ୍ଧେଙ୍କ ମୃତ୍ୟୁ ଘଟଣା ଫୋଟୋ ନୁହେଁ ଏବଂ ମାହାରାଷ୍ଟ୍ର ଗୃହମନ୍ତ୍ରୀଙ୍କ କହିବା ଅନୁଯାୟୀ ସଞ୍ଜୟ ସିନ୍ଧେଙ୍କ ପାଳଘର ମାମଲାରେ ଯୋଗଦାନ ଥିବା ଦାବି ମଧ୍ୟ ସମ୍ପୂର୍ଣ ଭାବେ ମିଥ୍ୟା ଅଟେ।
Title:କ’ଣ ଏହି ଫୋଟୋ ସଞ୍ଜୟ ସିନ୍ଧେଙ୍କର କାର ଦୁର୍ଘଟଣାରେ ମୃତ୍ୟୁ ହେଇହିବା ଘଟଣାର ଫୋଟୋ କି? କ’ଣ ପାଳଘର ସାଧୁଙ୍କ ହତ୍ୟା ପଛରେ ସଞ୍ଜୟ ସିନ୍ଧେଙ୍କର ହାତ ଥିଲା? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
