କ’ଣ ପୋଷ୍ଟ କରା ଯାଇଥବା ଫୋଟୋ ଭାରତ ନୌସେନାର ଜାହାଜର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

Misleading Social

ଭାରତରେ ନୌସେନା ଦିବସ ପ୍ରତିବର୍ଷ ୪ ଡିସେମ୍ବରରେ ପାଳନ କରା ଯାଏ। ଯାହା ଦେଶରେ ନୌସେନା ସଫଳତା ଏବଂ ଭୂମିକା ସ୍ବୀକୃତି ଦେଇଥାଏ। ୧୯୭୧ ମସିହାରେ ୪ ଡିସେମ୍ବର ଦିନ ଅପରେସନ୍ ଟ୍ରାଇଡେଣ୍ଟ ସମୟରେ ମନୋନୀତ ହୋଇଥିଲା। ଭାରତୀୟ ନୌସେନା ପିଏନଏସ ଖାଇବାର ସମେତ ଚାରିଟି ପାକିସ୍ତାନୀ ଜାହାଜକୁ ବୁଡ଼ାଇଥିଲା। ଫେସବୁକରେ ଗୋଟିଏ ଜାହାଜର ଫୋଟୋ ପୋଷ୍ଟ କରି ଭାରତ ନୌସେନା ଦିବସ  ଅଭିନନ୍ଦନ କରା ଯାଇଛି। 

ଫେକ୍ଟ କୃଦେଣ୍ଡୋ ଏହି ଫୋଟୋର ଅନୁସନ୍ଧାନ କରି ଏହାକୁ ବିଭ୍ରାନ୍ତକାରୀ ପୋଷ୍ଟ ବୋଲି ପାଇଲା। 

screenshot-www.facebook.com-2020.12.08-08_58_19.jpg

Facebook | Archive

ଏହି ଫୋଟୋ ଟୁଇଟରରେ ମଧ୍ୟ ଭାଇରାଲ କରା ଯାଇଅଛି। 

(Twitter Link)

Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ଆମେ ପୋଷ୍ଟ କରା ଯାଇଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୫ ନୋଭେମ୍ବର ୨୦୧୯ ମସିହାରେ ୟୁଟ୍ୟୁବର ଲକହିଡ୍ ମାର୍ଟିନ ନାମକ ଚ୍ୟାନାଲରେ ଗୋଟିଏ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓରେ ପୋଷ୍ଟ କରା ଯାଇଥିବା ଜାହାଜ ବିଷୟରେ କୁହା ଯାଉଅଛି। ଏହି ଭିଡିଓରେ ଆମେରିକା ସୈନ୍ୟ ଜାହାଜ ବିଷୟରେ କହୂଛନ୍ତି ଯେ ଏହା ଗୋଟିଏ ଆଧୁନିକ ଜାହାଜ ଅଟେ। ଯେଉଁ ସ୍ଥାନରେରେ ଅନ୍ୟ ଜାହାଜ ଯାଇନପାରି ଥାଏ ସେହି ସ୍ଥାନ ଗୁଡ଼ିକରେ ଲିଟୋରାଲ ଯୁଧ୍ୟ ଜାହାଜ ପହଞ୍ଚିବାରେ ସକ୍ଷମ ଅଟେ। ଏହାର ତିନୋଟି ନମନୀୟ ଅସ୍ତ୍ର ସ୍ଥାନ ଅଛି। ଏହା ଆମେରିକାର ଆଧୁନିକ ପ୍ରଯୁକ୍ତିବିଦ୍ୟାର ଚିହ୍ନ ଅଟେ। ଏହି ଜାହାଜରେ ବିଭିନ୍ନ ଜନ୍ତ୍ର ରଖିବାର ସ୍ଥାନ ଅଛି ଯାହା ଦ୍ଵାରା ବିଭିନ୍ନ ନେଟୱାର୍କ କୁ ସୂଚନା ପ୍ରଦାନ କରିବାକୁ ପୁରା ନିୟନ୍ତ୍ରଣ ରହିଛି। ଏହାର ଅସ୍ତ୍ରର ମଧ୍ୟ ଶତ୍ରୁର ଅସ୍ତ୍ର ସାମନା କରିବାର ସକ୍ଷମତା ଅଛି।

ship.jpg

ଶେଷକଥା:

ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ପୋଷ୍ଟ କରା ଯାଇଥିବାରେ ଥିବା ଜାହାଜ ଭାରତ ନୌସେନାର ନୁହେଁ। ଏହି ଜାହାଜ ଆମେରିକାର ଲିଟୋରାଲ ଯୁଧ୍ୟ ଜାହାଜ ଅଟେ।

Avatar

Title:କ’ଣ ପୋଷ୍ଟ କରା ଯାଇଥବା ଫୋଟୋ ଭାରତ ନୌସେନାର ଜାହାଜର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *