
ସୋସିଆଲ ମିଡିଆରେ କୃଷକ ଆନ୍ଦୋଳନ ଜୋଡ଼ି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କିଛି ଲୋକ ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଥିବାର ଦେଖିବାକୁ ମିଳିଛି। ଏହା ସହ ବ୍ୟକ୍ତି କୁ ଜଣେ ପୋଲିସ କର୍ମଚାରୀ ଟାଣି ଟାଣି ନେଉଥିବାର ମଧ୍ୟ ଦେଖାଯାଉଛନ୍ତି। ଭିଡିଓ ସହିତ ଦାବି ହେଉଛି ଯେ ମାଡ଼ ଖାଉଥିବା ବ୍ୟକ୍ତି ଜଣକ ବିଜେପି ନେତା ଯିଏ କୃଷକ ଆନ୍ଦୋଳନରେ ଯୋଗ ଦେଉଥିଲେ ଏବଂ ଜାତୀୟ ବିରୋଧୀ ସ୍ଲୋଗାନ(ପାକିସ୍ତାନ ଜିନ୍ଦାବାଦ)ନାରା ଦେଉଥିଲେ ଏବଂ ସେଥିପାଇଁ କୃଷକମାନେ ତାଙ୍କୁ ମାଡ଼ ମାରିଥିଲେ। 0.42 ସେକେଣ୍ଟର ଏହି ଭିଡିଓକୁ ଅନେକଥର ଭାଇରାଲ କରାଯାଇଛି। ଆମ ଅନୁସନ୍ଧେନରେ ଆମେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
Haraprasad Behera ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଭିଡିଓରେ ମାଡ଼ ଖାଉଥିବା ବ୍ୟକ୍ତି ବିଜେପି ନେତା ଉମେଶ ସିଂହ ଅଟନ୍ତି। ସେ କୃଷକ ଆନ୍ଦୋଳନରେ ଯୋଗ ଦେଇ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଲଗାଉଥିଲେ କୃଷକମାନେ ଜୋତାଧରି ପିଟିଲେ। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, କୃଷକ ଆନ୍ଦୋଳନରେ ଯୋଗ ଦେଇ ପାକିସ୍ତାନ ଜିନ୍ଦାବାଦର ସ୍ଲୋଗାନ ଲଗାଉଥିବା ଦେଶଦ୍ରୋହୀ ବିଜେପି ନେତା ଉମେଶ ସିଂଙ୍କୁ କୃଷକମାନେ ଜୋତା ଧରି ଛେଚିଲେ।
ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 214ଥର ସେୟାର କରାଯିବା ସହ ପୋଷ୍ଟକୁ 157 ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ତେବେ କଣ ବିଜେପି ନେତା ଉମେଶ ସିଂହ କୃଷକ ଆନ୍ଦୋଳନରେ ଯୋଗ ଦେଇ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଲଗାଉଥିଲା ବେଳେ କୃଷକମାନେ ତାଙ୍କୁ ଜୋତାଧରି ପିଟିଲେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଫଭାଙ୍ଗିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ABP LIVE ପେଜରେ ଆମକୁ ଭାଇରାଲ ଭିଡିଓ ମିଳିଲା। ଖବର ଅନୁସାରେ ଦିଲ୍ଲୀ-ୟୁପି ସୀମାରେ ଚାଲିଥିବା କୃଷକ ଆନ୍ଦୋଳନରେ ଜଣେ ବ୍ୟକ୍ତି ଗଣମାଧ୍ୟମ ବ୍ୟକ୍ତିଙ୍କ ସହ ଅସଦାଚରଣ କରୁଥିଲା। ଏହି କାରଣରୁ କୃଷକ ନେତା ରାକେଶ ଟିକାଇଟଙ୍କ ସମେତ କିଛି କୃଷକ ଏହି ବ୍ୟକ୍ତିଙ୍କୁ ପିଟିଥିଲେ ଏବଂ ପରେ ଗାଜିଆବାଦ ପୋଲିସକୁ ହସ୍ତାନ୍ତର କରିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-ABP LIVE। Archive
ଏହା ପରେ ଆମକୁ ଭାଇରାଲ ଖବର currentcrime ପେଜରେ ମିଳିଲା। ଯାହାକି 14 ଡିସେମ୍ବରରେ ପ୍ରକାଶିତ କରାଯାଇଥିଲା। ଖବର ଅନୁସାରେ 14 ଡିସେମ୍ବରରେ ଗାଜିପୁର ସୀମାରେ ଜଣେ ବ୍ୟକ୍ତି ଗଣମାଧ୍ୟମକୁ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ। ଉକ୍ତ ବ୍ୟକ୍ତିଙ୍କୁ କୃଷକମାନେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ, ପରେ ପୋଲିସକୁ ଧରାଇଥିଲା। ବିକ୍ଷୋଭ ସ୍ଥଳରେ ଉପସ୍ଥିତ କୃଷକଙ୍କ କହିବାନୁସାରେ, ଅଭିଯୁକ୍ତ ଜଣକ ଏକ ଘରୋଇ ଚ୍ୟାନେଲର ସାମ୍ବାଦିକଙ୍କ ସହିତ ଦୁର୍ବ୍ୟବହାର କରିଥିଲେ ଏବଂ ତାଙ୍କ ଚ୍ୟାନେଲ ବିଷୟରେ ଅଶ୍ଳୀଳ ଭାଷାର ବ୍ୟବହାର କରିଥିଲେ। ଏହି ଘଟଣାରେ କୃଷକ ନେତା ରାକେଶ ଟିକେତ କହିଛନ୍ତି ଯେ ଉକ୍ତ ବ୍ୟକ୍ତିଙ୍କୁ ପୋଲିସ ହସ୍ତାନ୍ତର କରାଯାଇଛି। ଏହିପରି ଲୋକଙ୍କ ଉପରେ ନଜର ରଖିବାକୁ ଆମେ ଆମର ସହକର୍ମୀମାନଙ୍କୁ ନିରନ୍ତର ନିବେଦନ କରୁଛୁ। ଗାଜିଆବାଦ ପୋଲିସର ସୂଚନାନୁସାରେ ଅଭିଯୁକ୍ତଙ୍କ ନାମ ଅରୁଣ କୁମାର ଏବଂ ସେ ଗାଜିଆବାଦର ବାସିନ୍ଦା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- currentcrime । Archive । News Nation
ଏହା ଛଡ଼ା ଭାଇରାଲ ଭିଡିଓ ସମ୍ପର୍କରେ ଅଧିକ ଜାଣିବା ପାଇଁ ଆମେ ଗାଜିଆବାଦ ପୋଲିସ ସହ ସମ୍ପର୍କ କରିଲୁ। ghaziabad ପୋଲିସ ସହ ସମ୍ପର୍କ କରିଲବାରୁ ଜଣେ ପୋଲିସ କର୍ମି ଆମକୁ ସ୍ପଷ୍ଟ କରାଇଲେ ଯେ, ଭାଇରାଲ ଭିଡିଓରେ ହୋଇଥିବା ଘଟଣା (kondly, Ghaziabad)ର ଅଟେ। ପରେ ଆମେ ପୋଲିସ କର୍ମିଙ୍କଠାରୁ ନମ୍ବର ଆଣି ପୋଲିସ ଥାନାରେ ସମ୍ପର୍କ କରିଲୁ। ସମ୍ପର୍କରେ ପୋଲିସ କର୍ମି ଜଣକ ଘଟଣା ସ୍ଥଳରେ ଉପସ୍ଥିତଥିବା ପୋଲିସ କର୍ମିଙ୍କ ନମ୍ବର ଦେଲେ।
KODA Police station SHO (Mohammad Aslam) ମହମ୍ମଦ ଆସ୍ଲମ ସହ ସମ୍ପର୍କ କରିଲୁ। ସେ ଆମକୁ ସ୍ପଷ୍ଟ କରାଇଲେ ଯେ, ଭାଇରାଲ ଭିଡିଓ ଗାଜିପୁର ଥାନାକ୍ଷେତ୍ର କୋଣ୍ଡଳିର ଅଟେ। ଯେଉଁଠାରେ କୃଷି ଆନେଦୋଳନ ହୋଇଥିଲା ସେଠାରେ ଏହି ଘଟଣା ହୋଇଥିଲା। ଭିଡିଓରେଥିବା ବ୍ୟକ୍ତିକୁ ମୁଁ କୋଡ଼ା ଥାନାକୁ ନେଇ ଆସିଥିଲି। 151CRPCରେ ତାଙ୍କୁ ଅଣାଯାଇଥିଲା। ବ୍ୟକ୍ତି ଜଣକ ଆର ଭାରତ (R bharat) ନ୍ୟୁଜ ଚ୍ୟାନେଲ ରିପୋର୍ଟର ସହ ଦୁର୍ବ୍ୟବହାର ଏବଂ ଅଶ୍ଳିତା କରୁଥିବା ନେଇ ରିପୋର୍ଟର ଆପତ୍ତି ଜତାଇଥିଲେ। ପରେ ପାଖରେଥିବା କୃଷକମାନେ ତାଙ୍କ ଦୁର୍ବ୍ୟବହାର ପାଇଁ ତାଙ୍କୁ ପିଟିଥିଲେ।
ବ୍ୟକ୍ତି ଜଣକ ବିଜେପି ନେତା କି?
ପୋଲିସ କର୍ମି ସ୍ପଷ୍ଟ କରାଇଛନ୍ତି ଯେ, ବ୍ୟକ୍ତିର ନାମ ଅରୁଣ କୁମାର ଅଟେ। ସେ କୌଣସି ଦଳର ନୁହଣନ୍ତି। ତାଙ୍କର କୌଣସି ଦଳ ସହ ସମ୍ପର୍କ ନାହିଁ। ସେ ଏକ ପ୍ରାଇଭେଟ ସଂସ୍ଥା (vaishali security enterprises) ଚଲାଉଛନ୍ତି। ବ୍ୟକ୍ତି ଜଣକ କୁଣ୍ଡଲି ଗାଜିପୁରର ନିବାସି ଅଟନନ୍ତି। ତାଙ୍କର ପ୍ରକୃତଘର ସହାନପୁର, ଉତ୍ତରପ୍ରଦେଶରେ ଅଟେ। ଜାତିରେ ପଞ୍ଜାବି ଅଟନ୍ତି। କୌଣସି ପ୍ରକାର ନେତା କିମ୍ବା ଦଳ ସହ ସମ୍ପର୍କ ନାହିଁ ବ୍ୟକ୍ତିର ।
ପାକିସ୍ତାନ ଜିନ୍ଦାବାଦ ନାରା ଲଗାଇଥିଲେ ?
ପୋଲିସ କର୍ମି ସ୍ପଷ୍ଟ କରିଛନ୍ତି ଯେ, ନା ଏପରି କୌଣସି ନାରା ବ୍ୟକ୍ତି ଜଣକ ଲଗାଇ ନାହାନ୍ତି। ଆମେ ଏପରି କୌଣସି ନାରା କିମ୍ବା ସ୍ଲୋଗାନ ବ୍ୟକ୍ତିଠାରୁ ଶୁଣି ନାହୁଁ।
ଏହା ପରେ ଆମେ କୃଷକ ନେତା ରାକେଶ ଟିକେତ Chaudhary Rakesh Tikait ସହ ସମ୍ପର୍କ କରିବା ପାଇଁ ଚେଷ୍ଟା କରିଲୁ। ସେ ଆମକୁ ସ୍ପଷ୍ଟ କଲେ ଯେ, ଭଡିଓରେଥିବା ବ୍ୟକ୍ତି ମୋଦି ଏବଂ ମିଡିଆ ବୋରେଧରେ ବିବାଦଅ ଟପଣି ଦେଉଥିଲେ। ସେଥିପାଇଁ ଆମେ ବ୍ୟକ୍ତିକୁ ପିଟିଥିଲୁ। ବ୍ୟକ୍ତି ସମ୍ପର୍କରେ ଆମକୁ କୌଣସି ସୂଚନା ନାହିଁ।
ଶେଷକଥା-
ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓରେଥିବା ବ୍ୟକ୍ତି ମିଡିଆ ସହ ଅଶ୍ଲିଳ ବ୍ୟବହାର ଏବଂ ବିବାଦିଅ ଟିପଣି ଦେଇଥିବାରୁ ବ୍ୟକ୍ତିକୁ କୃଷକମାନେ ପିଟିଥିଲେ। ବ୍ୟକ୍ତିର ନାମ ଉମେଶ ସିଂହ ନୁହେଁ ବରଂ ଅନୁଣ କୁମାର ଅଟେ। ବ୍ୟକ୍ତିର କୌଣସି ଦଳ ସହ ସମ୍ପର୍କ ନଥିବା କଥା ପୋଲିସ ସ୍ପଷ୍ଟ କରିଛି।
Title:ପାକିସ୍ତାନ ଜିନ୍ଦାବାଦ ନାରା ଲଗାଇବାରୁ ବିଜେପି ନେତାକୁ କୃଷକମାନେ ପିଟିଲେ? ଜଣନ୍ତୁ ସତ୍ୟତା।
Fact Check By: Saritadevi SamalResult: Misleading

