ମୋଦୀ ମୁକେଶ ଅମ୍ବାନୀଙ୍କ ନାତୁଣିକୁ ଦେଖିବା ପାଇଁ ଡାକ୍ତରଖାନା ଯାଇଥିଲେ?

False Social

2020 ରେ ନୂତନ ଭାବେ କାର୍ଯ୍ୟକାରୀ ହୋଇଥିବା କୃଷକ ବିଲ୍ ବିରୋଧରେ ହଜାର ହଜାର କୃଷକ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ଏହା ମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ନାତୁଣିକୁ ଦେଖିବା ପାଇଁ ଡାକ୍ତରଖାନା ଯାଇଛନ୍ତି। କିନ୍ତୁ ଏତେ ଶିତରେ ଦିଲ୍ଲୀର ପ୍ରତିବାଦ କରୁଥିବା କୃଷକଙ୍କ ସହ ଦେଖା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖରେ ସମୟ ନାହିଁ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ପୁରୁଣା ପ୍ରମାଣିତ ହେଲା। 

14 ଡିସେମ୍ବରରେ Debasis Patra ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ହିନ୍ଦିରେ ଲେଖାଯାଇଛି ଯେ, ଶିତରେ ପ୍ରଦର୍ଶନ କରୁଥିବା କୃଷକଙ୍କ ସହ ଭେଟିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖରେ ସମୟ ନାହିଁ, କିନ୍ତୁ ମୁକେଶ ଅମ୍ବାନୀଙ୍କ ନାତୁଣିକୁ ଦେଖିବା ପାଇଁ ଡାକ୍ତରଖାନା ଯାଇଛନ୍ତି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକ ଲୋକ ଦେଖିସାରିଛିନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ-FacebookArchive

ତେବେ କଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁକେଶ ଅମ୍ବାନୀଙ୍କ ନାତୁଣିକୁ ଦେଖିବା ପାଇଁ ଡାକ୍ତରଖାନା ଯାଇଥିଲେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ। 

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା।  ଭାଇରାଲ ଫଟୋ 26 ଅକ୍ଟୋବର 2014 ରେ India todayରେ ପ୍ରକାଶିତ ହୋଇଥିବା ଖବରରେ ମିଳିଲା।  ଖବର ଅନୁସାରେ HN ରିଲାଏନ୍ସ ଫାଉଣ୍ଡେସନର ଉଦଘାଟନୀ ଉତ୍ସବରେ ପିଏମ ନରେନ୍ଦ୍ର ମୋଦୀ ହସ୍ପିଟାଲ ଯାଇଥିଲେ।   ମୁମ୍ବାଇରେ ଏଚ୍.ଏନ୍ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲର ପୁନଃ ନିର୍ମାଣଏବଂ ଉଦଘାଟନ ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ନୀତା ଅମ୍ବାନୀ ଏବଂ ମୁକେଶ ଅମ୍ବାନୀ ମୋଦୀଙ୍କୁ ସ୍ୱାଗତ କରିଥିଲେ। 2014ର ଫଟୋକୁ ବର୍ତ୍ତମାନର କହି  ସୋସିଆଲ ମିଡିଆରେ ଏକ ମିଥ୍ୟା ଏବଂ ବିଭ୍ରାନ୍ତିକର ଦାବି ସହିତ ପ୍ରସାରିତ କରାଯାଉଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- India todayArchive

30 ଅକ୍ଟୋବର 2014 ରେ Reliance Industries Limited ଅଫିସିଆଲ୍ ଫେସବୁକ୍ ପେଜରେ ଭାଇରାଲ ଫଟୋ ଅପଲୋଡ୍ ହୋଇଥିଲା।  ପୋଷ୍ଟର କ୍ୟାପସନରେ ଉଲ୍ଲେଖ କରାଯାଇଛି ଯେ “ସାର୍ ଏଚ୍ ଏନ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ ଅତ୍ୟାଧୁନିକ ନିଓ-ନାଟାଲ୍ ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ। ତେବେ ଭାଇରାଲ ଫଟୋ ପୁରୁଣା ହୋଇଥିବା ବେଳେ ବର୍ତ୍ତମାନର କହି ଭାଇରାଲ କରାଯାଉଛି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Reliance Industries LimitedArchive

ଶେଷକଥା

ଅନୁସନ୍ଧାନରେ ସ୍ପଷ୍ଟ ହେଲୁ ଯେ, 2014ର ଫଟୋକୁ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁକେଶ ଅମ୍ବାନୀଙ୍କ ନାତୁଣିକୁ ଦେଖିବା ପାଇଁ ଡାକ୍ତରଖାନା ଯାଇଥିଲେ।

Avatar

Title:ମୋଦୀ ମୁକେଶ ଅମ୍ବାନୀଙ୍କ ନାତୁଣିକୁ ଦେଖିବା ପାଇଁ ଡାକ୍ତରଖାନା ଯାଇଥିଲେ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *