
ସୋସିଆଲ ମିଡିଆରେ କିଛି ଭିଡିଓ ପ୍ରସାରିତ ହୋଇଛି ଯେ ଦିଲ୍ଲୀରେ କୃଷକ ବିଚ୍ଛିନତାବାଦୀ ଅଠା ନାଗରିକ ବିରୋଧୀ ଅଂଶଗ୍ରହଣ କରୁଛନ୍ତି। ଏହି ଭିଡିଓରେ “କାଶ୍ମୀର ବନେଗା ପାକିସ୍ତାନ ଏବଂ ପଞ୍ଜାବ ବନେଗା ଖାଲିସ୍ତାନ” ନାରା ଶୁଣିବାକୁ ମିଳିଛି।
ଫେକ୍ଟ କୃସେଣ୍ଡୋ ଏହି ଭିଡିଓରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
୧୫ ଡିସେମ୍ବରରେ ଜଣେ ଫେସବୁକ ୟୁଜର ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ “**************************”
ଏହି ପୋଷ୍ଟରେ ଦୁଇଟି ଭିଡିଓ ଅଛି।
ଭିଡିଓ ୧: ନିମ୍ନୋକ୍ତ ଭିଡିଓରେ କିଛି ଶିଖ ସମୁଦାଯ ଲୋକଙ୍କ ଦଳ ପାକିସ୍ତାନ ଏବଂ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଜୟ ବୋଲି କହୁଥିବାର ଦେଖିବାକୁ ମିଳିଛି। ଏହା ସହିତ ଖାଲିସ୍ତାନ ଜୟ, କାଶ୍ମୀର ବନେଗା ପାକିସ୍ତାନ ଏବଂ ପଞ୍ଜାବ ବନେଗା ଖାଲିସ୍ତାନ ନାରା ମଧ୍ୟ ଶୁଣିବାକୁ ମିଳିଛି।
ଭିଡିଓ ୨: ନିମ୍ନୋକ୍ତ ଭିଡିଓରେ ଦେଖିବାକୁ ମିଳିଛି ଯେ ଅନେକ ଲୋକଙ୍କ ଗୋଟିଏ ରେଲିରେ ଖାଲିସ୍ତାନ ଜିନ୍ଦାବାଦ ନାରା ସହିତ ରାସ୍ତାରେ ଚାଲୁଥିବା ଦୃଶ୍ୟ ସାମନାକୁ ଆସିଛି। ଏହି ଭିଡିଓରେ ବିରୋଧ କରୁଥିବା ଲୋକେ ହାଥରେ ଖଣ୍ଡା ଏବଂ ଅନ୍ୟ ଅସ୍ତ୍ର ମଧ୍ୟ ଧରିଛନ୍ତି। ଶିଖ ସମୁଦାୟ ଲୋକଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆର ଭାଇରାଲ ହେଉଛି।
ଆମ ଅନୁସନ୍ଧାନ:
ଏହି ଭିଡିଓ ଗୁଡ଼ିକର ତଥ୍ୟ ଜାଣିବା ପାଇଁ ଆମେ ଭିଡିଓ ଗୁଡ଼ିକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ।
ଭିଡିଓ ୧:
ଏହି ଭିଡିଓର ସତ୍ୟତା ଜାଣିବା ପାଇଁ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ୟୁଟ୍ୟୁବରେ ଗୋଟିଏ ଭିଡିଓ ମିଳିଲା ଯେଉଁଥିରେ ଭାଇରାଲ କରା ଯାଇଥିବା ଭିଡିଓରେ ଥିବା ସମାନ ବ୍ୟକ୍ତି ଦେଖାଗଲା। ଏହି ୟୁଟ୍ୟୁବ ଭିଡିଓରେ ଲୋକମାନେ ସମାନ ନରା ଦେଉଛନ୍ତି ଯାହା ଭାଇରାଲ ହେଉଥିବା ଭିଡିଓରେ ଶୁଣାଯାଉଛି। ଭିଡିଓରେ ଖାଲିସ୍ତାନ ଏବଂ କାଶ୍ମୀର ପାଇଁ ନାରା ଗୁଡ଼ିକ ୦.୫୮ ମିନିଟରୁ ୧.୩୫ ମିନିଟ ପର୍ଯ୍ୟନ୍ତ ଶୁଣିବାକୁ ମିଳିଛି। ଏହି ସମୟ ମଧ୍ୟରେ ଆପଣ ତାଙ୍କୁ ଆଲ୍ଲା ହୁ ଅକବର ନାରା ଜପ କରୁଥିବା ମଧ୍ୟ ସୂନୀ ପାରିବେ। ୟୁଟ୍ୟୁବ ଭିଡିଓର ଶୀର୍ଷକରେ ଲେଖା ଯାଇଅଛି “ ଜାତିସଂଘ, ନ୍ୟୁୟର୍କ ସମ୍ମୁଖରେ ଭାରତୀୟ-ଆମେରିକୀୟ ଲୋକମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ କ୍ରୋଧ ପ୍ରକାଶ କରୁଛନ୍ତି।” ଇଏଚଆଇ ଭିଆଇଡ଼ିଇଓ ୨୯ ସେପ୍ଟେମ୍ବର ୨୦୧୯ ମସିହାରେ ପ୍ରସାରିତ ହେଇଥିଲା।
ତଳେ ଦିଆ ଯାଇଥିବା ତୁଳନାତ୍ମକ ଫୋଟୋରେ ଆପଣ ଭାଇରାଲ ହେଇଥିବା ଭିଡିଓ ଏବଂ ଉପରୋକ୍ତ ୟୁଟ୍ୟୁବ ଭିଡିଓ ରେ ଦେଖା ଯାଉଥିବା ଲୋକଙ୍କୁ ଦେଖିପାରିବେ।
ଏହା ପରେ ୟୁଟ୍ୟୁବରେ ସର୍ଚ କରିଲା ପରେ ଆମକୁ ଆମେରିକାର ନ୍ୟୁୟର୍କରେ ମିଳିତ ଜାତିସଂଘ (UN) ସାମନାରେ ଲୋକଙ୍କ ବିରୋଧର ଗୋଟିଏ ଭିଡିଓ ପାଇଲୁ।
ଏହା ପରେ ଆମେ ୟୁଟ୍ୟୁବ ଭିଡିଓରେ ଦିଆ ଯାଇଥିବା ସୂଚନା ଧ୍ୟାନରେ ରଖି ଗୁଗୁଲରେ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୮ ସେପ୍ଟେମ୍ବର ୨୦୧୯ ରେ ଦି ୱାୟାର ନାମକ ସମ୍ବାଦ ୱେବସାଇଟରେ ଏହି ଭିଡିଓ ବିଷୟରେ ପ୍ରକାଶିତ ହେଇଥିବା ଅନୁଛେଦ ମିଳିଲା। ଏହି ଅନୁଛେଦ ଅନୁଯାୟୀ, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କରେ ମିଳିତ ଜାତିସଂଘର ସଭାକୁ ସମ୍ବୋଧିତ କରୁଥିବା ବେଳେ ହଜାର-ହଜାର ସଂଖ୍ୟାରେ ଦକ୍ଷିଣ ଏସିୟା ଏବଂ ଉତ୍ତର ଆମେରିକିୟ ଲୋକ ମାନେ ମିଳିତ ଜାତୀୟସଂଘ ମୁଖ୍ୟାଳୟ ସମ୍ମୁଖରେ ଏକ ରେଲି ଆୟୋଜନ କରିଥିଲେ। ପ୍ରଦର୍ଶନ କରୁଥିବା ଲୋକମାନେ କହିଛନ୍ତି ଯେ କାଶ୍ମୀରର ଏକ ଅଜ୍ଞାନ୍ତ ଜରୁରୀକାଳୀନ ପରିସ୍ଥିତି, ଦଳିତ ଏବଂ ମୁସଲମାନ ମାନଙ୍କୁ ଅତ୍ୟାଚାର କରିବା, ମହିଳାଙ୍କ ପ୍ରତି ହିଂସା, ଶ୍ରମିକ, କୃଷକ ଏବଂ ଆଦିବାସୀଙ୍କ ଅଧିକାରର ଉଲ୍ଲଂଘନ ପାଇଁ ସେମାନେ ବିରୋଧ କରିବା ପାଇଁ ଆସିଛନ୍ତି।”
ଭିଡିଓ ୨:
ଏହି ଭିଡିଓକୁ ମଧ୍ୟ ଆମେ ଇନଭିଡ ୱି ଭେରୀଫାଏ ଟୁଲ୍ ସାହାଜ୍ଯତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଏହି ଭିଡିଓ ୨୦ ଅଗଷ୍ଟ ୨୦୧୯ ମସିହାରେ ୟୁଟ୍ୟୁବରେ ପୋଷ୍ଟ ହେଇଥିବା ମିଳିଲା। ଫିରୋଜ ଖାନ ନାମକ ଜଣେ ୟୁଟ୍ୟୁବର ଏହି ଭିଡିଓ ପୋଷ୍ଟ କରି କହିଛନ୍ତି ଯେ “ଏଥର ଭାରତ ନିୟନ୍ତ୍ରିତ ଶିଖ୍ ଶାସିତ ପଞ୍ଜାବ ସ୍ଵାଧୀନତା ପାଇଁ ଆହ୍ଵାନ ଦେଇଛି।“
ଏହା ପରେ ଟୁଇଟରରେ ବିଭୋନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ପିଆଇବି ଫେକ୍ଟ ଚେକ୍ ଦ୍ଵାରା କରା ଯାଇଥିବା ଗୋଟିଏ ଟୁଇଟ ମିଳିଲା। ଏହି ଟୁଇଟରେ ପିଆଇବି ସ୍ପଷ୍ଟ କରିଛି ଯେ ଏକ ପୁରୁଣା ଭିଡିଓକୁ କୃଷକ ଆନ୍ଦୋଳନ ନାମରେ ଭାଇରାଲ କରା ଯାଉଅଛି କିନ୍ତୁ ଏହି ଭିଡିଓର ବର୍ତ୍ତମାନ ଚାଲୁ ଥିବା କୃଷକ ଆନ୍ଦୋଳନ ଶୀତ କୌଣସି ସମ୍ବନ୍ଧ ନାହିଁ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ପୁରୁଣା ଭିଡିଓକୁ ବର୍ତ୍ତମାନ କୃଷକ ଆନ୍ଦୋଳନ ସମୟର ଭିଡିଓ କହି ଭାଇରାଲ କରା ଯାଉଅଛି। କିନ୍ତୁ ଏହି ଦୁଇଟି ଭିଡିଓ ପୁରୁଣା ଅଟେ ଏବଂ ଏହାର କୃଷକ ଆନ୍ଦୋଳନ ଶୀତ କୌଣସି ସମ୍ବନ୍ଧ ନାହିଁ।

Title:କ’ଣ ପୋଷ୍ଟ କରା ଯାଇଥିବା ଏହି ଦୁଇଟି ଭିଡିଓ ବର୍ତ୍ତମାନ ଚାଲୁ ଥିବା କୃଷକ ଆନ୍ଦୋଳନର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False