
କୃଶକ ଆନ୍ଦୋଳନ ନେଇ ଅନେକ ମିଥ୍ୟା ପୋଷ୍ଟ ଏବଂ ଭିଡିଓ ସୋସିଆଲ ମେଡିଆରେ ଭାଇରାଲ ହେଉଛି। ବର୍ତ୍ତମାନ ସମୟରେ ଗୋଟିଏ ପୋଷ୍ଟ ଦେଖିବାକୁ ମିଳିଛି ଯେଉଁଥିରେ ଗୋଟିଏ ଫୋଟୋ ଏବଂ ଗୋଟିଏ ଭିଡିଓ ଅଛି। ଏହି ପୋଷ୍ଟରେ ଦାବି କରା ଯାଇଅଛି ଯେ ବର୍ତ୍ତମାନ ଚାଲୁଥିବା କୃଶକ ଆନ୍ଦୋଳନ ସମୟରେ ଚାଷୀ ମାନଙ୍କୁ କଣ୍ଡମ୍ ବଣ୍ଟା ଯାଉଅଛି।
ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
୨୨ ଡିସେମ୍ବରରେ ଜଣେ ଫେସବୁକ ୟୁଜର ଗୋଟିଏ ପୋଷ୍ଟରେ ଦାବି କରିଛନ୍ତି ଯେ
ଆମ ଅନୁସନ୍ଧାନ:
ଫୋଟୋର ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟରେ ଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୪ ସେପ୍ଟେମ୍ବରରେ ସିବିଏସ ନ୍ୟୁଜ ଦ୍ଵାରା ପ୍ରକାଶିତ ହେଇଥିବା ଗୋଟିଏ ପତ୍ରିକାରେ କୁହା ଯାଇଅଛି ଯେ ଭିଏତନାମପୋଲିସ କହିବା ଅନୁଯାୟୀ ପ୍ରାୟ ୩୨୦,୦୦୦ରେଷାଇକିଲ୍ଦ୍ ବ୍ଯବହର୍ତ କଣ୍ଡମ୍ ପାଇଛନ୍ତି ଯାହାକି ନୂତନ ଭାବରେ ପୁନ ପ୍ୟାକ କରାଯାଉଛି। ବିନ୍ ଡୁଅଙ୍ଗ ପ୍ରଦେଶର ମାରକେଟ ଇନ୍ସପେକ୍ଟର ହୋ ଚି ମିନ୍ ସହର ନିକଟରେ ଥିବା ଏକ କାରଖାନା ଉପରେ ଚଢାଉ କରିଥିଲେ ଯେଉଁଠାରେ ସେମାନେ ବଜାରରେ ବିକ୍ରିୟ ପାଇଁ ବ୍ଯବହ୍ରୁତ କଣ୍ଡମ୍ ପୁନ ପ୍ୟାକ କରା ଯାଉଥିବା ଖୋଜି ବାହାର କରିଥିଲେ। ଜଣେ ଇନ୍ସପେକ୍ଟରଙ୍କ କହିବା ଅନୁଯାୟୀ କାରଖାନାର ୩୪ ବର୍ଷୀୟ ମାଲିକ ଜଣେ ମହିଳା ସ୍ଵୀକାର କରିଛନ୍ତି ଯେ ସେମାନେ ଅନ୍ୟ କାହାଠାରୁ କଣ୍ଡମ୍ କିଣିଛନ୍ତି।
ଏହା ପରେ ଆମେ ଏହି ବିଷୟରେ ୟୁଟ୍ୟୁବରେ ଯାଇ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ନାଓ ଟୋରୋଣ୍ଟୋ ନାମକ ୟୁଟ୍ୟୁବ ଚ୍ୟାନାଲରେ ଏହି ଭିଡିଓ ୨୫ ସେପ୍ଟେମ୍ବରରେ ପୋଷ୍ଟ ହେଇଥିବା ମିଳିଲା। ଏହି ଭିଡିଓରେ କୁହା ଯାଇଅଛି ଯେ ଭିଏତନାମ ପୋଲିସ ଗୋଟିଏ କାରଖାନାରେ ଚାପା ମାରିଲା ପରେ ତାଙ୍କୁ ୩୨୦,୦୦୦ ବ୍ଯବହ୍ରୁତ ହେଇ ସାରିଥିବା କଣ୍ଡମ୍ ମିଳିଲା। ଏହି କଣ୍ଡମ୍ କୁ ରେସାଇକେଲ କରି ପୁନ ବ୍ୟବହାର କରିବା ପାଇଁ ତାକୁ ଧୋଇ ପ୍ୟାକ କରା ଯାଉଥିଲା।
ଭିଡିଓର ଅନୁସନ୍ଧାନ:
ନିମ୍ନୋକ୍ତ ଭିଡିଓରେ କିଛି ଶିଖ ସମୁଦାଯ ଲୋକଙ୍କ ଦଳ ପାକିସ୍ତାନ ଏବଂ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଜୟ ବୋଲି କହୁଥିବାର ଦେଖିବାକୁ ମିଳିଛି। ଏହା ସହିତ ଖାଲିସ୍ତାନ ଜୟ, କାଶ୍ମୀର ବନେଗା ପାକିସ୍ତାନ ଏବଂ ପଞ୍ଜାବ ବନେଗା ଖାଲିସ୍ତାନ ନାରା ମଧ୍ୟ ଶୁଣିବାକୁ ମିଳିଛି।
ଫେକ୍ଟ କୃସେଣ୍ଡୋ ବିଗତ କିଛି ଦିନ ତଳେ ଏହି ଭିଡିଓର ଅନୁସନ୍ଧାନ କରି ଏହାକୁ ମିଥ୍ୟା ବୋଲି ପ୍ରମାଣିତ କରି ସାରିଛି। ଏହି ଭିଡିଓର ସତ୍ୟତା ଜାଣିବା ପାଇଁ ତଳେ ଦିଆ ଯାଇଥିବା ଲିଙ୍କରେ କ୍ଲିକ୍ କରନ୍ତୁ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ପୋଷ୍ଟରେ ଥିବା ଫୋଟୋ ଭିଏତନାମ ଦେଶର ଫୋଟୋ ଅଟେ। ଏହି ଫୋଟୋର କୃଷକ ଆନ୍ଦୋଳନ ସହିତ କୌଣସି ସମ୍ବନ୍ଧ ନାହିଁ। ପୋଷ୍ଟରେ ଥିବା ଭିଡିଓ ପୁରୁଣା ଅଟେ ଯାହାକୁ ବର୍ତମାନ ସମୟର କୃଷକ ଆନ୍ଦୋଳନ ସହିତ ଯୁଡ଼ି ମିଥ୍ୟା ପ୍ରଚାର କରା ଯାଉଅଛି।
Title:କ’ଣ କୃଶକ ଆନ୍ଦୋଳନରେ ଯୋଗଦାନ ଦେଇଥିବା ଚାଷୀଙ୍କୁ କଣ୍ଡମ୍ ବଣ୍ଟା ଯାଉଅଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
