
ଅପରାଧୀ ମାନେ ରାଜନୀତି ସହିତ ଜୁଆଡ଼ି ହେବା କଥା ଆମେ ସମସ୍ତେ ଜାଣିଛୁ। କିନ୍ତୁ ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଅଛି ଯେଉଁଥିରେ ଅପରାଧୀ ମାନେ କେଉଁ ଉପାଏରେ ରାଜନୀତି ଦଳରେ ଦାଖଲ ହୁଅନ୍ତି ସେୟା ଏହି ଭିଡିଓରେ ବର୍ଣନା କରା ଯାଇଅଛି। ରାଜନୀତିରେ ଅପରାଧିକ ନେତାଙ୍କୁ ପ୍ରକାଶ କରୁଥିବା ଏହି ଭିଡିଓ ଆଇପିଏସ ଅଧିକାରୀ ଶୈଳଜକାନ୍ତ ମିଶ୍ରଙ୍କ ଭିଡିଓ ବୋଲି ଦାବି କରା ଯାଇଅଛି।
ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ଫାଇଲ।
କ’ଣ ଦାବି ଏହି ପୋଷ୍ଟର?
ଏହି ଭିଡିଓରେ ଥିବା ବ୍ୟକ୍ତି କହୁଛନ୍ତି, “ସଂସଦରେ ବର୍ତ୍ତମାନ ୪୩% ପ୍ରତିଶତ ସାଂସଦ ଅଛନ୍ତି ଯେଉଁମାନେ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏଥିମଧ୍ୟରୁ ୨୯% ପ୍ରତିଶତ ହତ୍ୟା, ବଳାତ୍କାର ଏବଂ ଅପହରଣ ଭଳି ଗୁରୁତର ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।“ ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ଲୋକମାନେ ନିର୍ବାଚନରେ କିପରି ଜିତିବେ ଇତିଯାଡି।
ଆମ ଅନୁସନ୍ଧାନ:
ଶୈଳଜକାନ୍ତ ମିଶ୍ର କିଏ?
ଶାଳଜକାନ୍ତ ମିଶ୍ର ୧୯୭୭ ବ୍ୟାଚ୍ ଆଇପିଏସ ଅଫିସର ଥିଲେ। ସେ ୨୦୧୨ ରେ ଅବସର ନେଇଥିଲେ। ଉତ୍ତରପ୍ରଦେଶରେ ସୁପରକପ୍ ଭାବରେ ତାଙ୍କର ସୁନାମ ରହିଛି। ତାଙ୍କ ଫେସବୁକ ପ୍ରୋଫାଇଲ ଦେଖିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ।
ତାଙ୍କର ପ୍ରେରଣାଦାୟକ ଭାଷଣ ପାଇଁ ଇନ୍ଟରନେଟ୍ ରେ ଶୈଳଜକାନ୍ତ ମିଶ୍ର ଖୁବ ପ୍ରସିଦ୍ଧ। ତଳେ ଆପଣ ତାଙ୍କ ଗୋଟିଏ ଭିଡିଓ ଦେଖି ପାରିବେ।
ଏହି ଦୁଇଟା ପ୍ରମାଣ ଦେଖିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ ହେଉଥିବା ଭିଡିଓରେ ବ୍ୟକ୍ତି ପ୍ରକୃତରେ ଶୈଳଜକାନ୍ତ ମିଶ୍ର ନୁହନ୍ତି।
ଭିଡିଓକୁ ଭଲ ଭାବରେ ଦେଖିଲା ପରେ ନିତେଶ ରାଜପୁଟେ ବୋଲି ଏକ ନାମ ଲେଖା ଯାଇଅଛି। ଏହି ସୂତ୍ର ଖୋଜିବା ପରେ ଆମକୁ ୟୁଟ୍ୟୁବରେ ନିତୀଶ ରାଜପୁତେ ନାମକ ଜଣେ ଯୁବକଙ୍କର ଏକାଉଣ୍ଟ ମିଳିଲା। ଏହି ଭିଡିଓ ୨୬ ଜୁଲାଇ ରେ ପୋଷ୍ଟ କରା ଯାଇଥିଲା। ଭାଇରାଲ ଭିଡିଓ ଏବଂ ଏହି ଭିଡିଓ ସମାନ ଅଟେ। ସେ ଫେସବୁକ, ଇଂଷ୍ଟାଗ୍ରାମ ଏବଂ ଟୁଇଟରରେ ମଧ୍ୟ ସମାନ ଭିଡିଓ ଶେୟାର କରିଛନ୍ତି।
ଭାଇରାଲ ହେଇଥିବା ଭିଡିଓରେ ବ୍ୟକ୍ତି ନିତେଶ ରାଜପୁତେ କିଏ?
ନିତୀଶ ରାଜପୁତେଙ୍କ ସୋସିଆଲ ମିଡିଆ ପ୍ରୋଫାଇଲ ଅନୁଯାୟୀ ସେ ଜଣେ ଆଇ.ଟି ପ୍ରୋଫେସନାଲ୍ ଓ ଇଂଜିନିୟର ଅଟନ୍ତି। ସେ ଜଣେ ଆଇପିଏସ ଅଫିସର ଅଟନ୍ତି ବୋଲି କୌଣସି ସ୍ଥାନରେ କହି ନାହାନ୍ତି।
ହିନ୍ଦୁସ୍ଥାନ ଟାଇମ୍ସରେ ଦ୍ଵାରା ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦ ଅନୁଯାୟୀ ୨୮ ବର୍ଷୀୟ ନିତୀଶ ସୁଲ୍ତାନପୁରର ଏବଂ ବର୍ତ୍ତମାନ ଦିଲ୍ଲୀରେ ରୁହନ୍ତି। ସେ ଏକ ବହୁରାଷ୍ଟ୍ରୀୟ କମ୍ପାନୀର ବ୍ୟବସାୟ ମୁଖ୍ୟ ଏବଂ ଆଇ.ଟି କ୍ଷେତ୍ରରେ ସକ୍ରିୟ ଅଟନ୍ତି। ସୋସିଆଲ ମିଡିଆରେ ବିଭିନ୍ନ ସାମାଜିକ ତଥା ରାଜନୈତିକ ପ୍ରସଙ୍ଗରେ ନିଜର ମତ ବ୍ୟକ୍ତ କରିଛନ୍ତି।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓରେ ଥିବା ବ୍ୟକ୍ତି ଶୈଳଜକାନ୍ତ ମିଶ୍ର ନୁହନ୍ତି। ଭିଡିଓରେ ଥିବା ବ୍ୟକ୍ତିଙ୍କ ନାମ ନିତୀଶ ରାଜପୁତେ ଅଟେ।

Title:କ’ଣ ଭିଡିଓରେ ଥିବା ବ୍ୟକ୍ତି ଆଇପିଏସ ଅଫିସର ଶୈଳଜକାନ୍ତ ମିଶ୍ର ଅଟନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False