
କର୍ଣ୍ଣାଟକ ଧାରାୱାଡରେ ହୋଇଥିବା ଦୁର୍ଘଟଣା ସମ୍ପର୍କରେ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବାରେ ଲାଗିଛି। କେତେକ ନ୍ୟୁଜ ପେଜରେ ଦାବି କରାଯାଇଛି ଯେ, ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ 17 ମହିଳା ଡାକ୍ତରଙ୍କର ମୃତ୍ୟୁ ହୋଇଛି। ଆମ ଅନୁସନ୍ଧାନରେ ଭାଇରାଲ ଖବରରେ 17 ମହିଳା ଡାକ୍ତର ମୃତ୍ୟୁ ହୋଇଥିବା ଖବର ମିଥ୍ୟା ପ୍ରମାଣିତ ହୋଇଛି।
16 ଜାନୁଆରିରେ Otv ନ୍ୟୁଜ ପେଜରେ ଭାଇରାଲ ଖବର ପ୍ରକାଶିତ କରାଯାଇଛି। ଖବର ଅନୁସାରେ କର୍ଣ୍ଣାଟକର ଧାରୱାଡ଼ରେ ଭୟଙ୍କର ଦୁର୍ଘଟଣା । ମିନି ବସକୁ ପ୍ରବଳ ଜୋରରେ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ୧୭ ମହିଳା ମହିଳା ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Otv । Archive
ତେବେ କଣ କର୍ଣ୍ଣାଟକ ଧାରାୱାଡରେ ହୋଇଥିବା ଦୁର୍ଘଟଣାରେ 17 ମହିଳା ଡାକ୍ତରଙ୍କର ମୃତ୍ୟୁ ହୋଇଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଖବର ସମ୍ପର୍କରେ ଗୁଗୁଲରେ ସର୍ଚ୍ଚ କରିଲୁ। 15 ଜାନୁଆରିରେ India Tv News ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ପୁଣେ-ବାଙ୍ଗାଲୋର ଜାତୀୟ ରାଜପଥରେ ଧରୱାଡ ନିକଟରେ ଏକ ମିନି ବସ୍ ଏବଂ ଏକ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। 11 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ 6 ଜଣ ଗୁରୁତର ଆହତ ହୋଇଛନ୍ତି। ଡାଭାଙ୍ଗିରିର ସେଣ୍ଟ୍ ପାଲ୍ କନଭେଣ୍ଟ ସ୍କୁଲର ପୂର୍ବତନ ଛାତ୍ର ମିଶି ଗୋଆ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- India Tv News । Archive
ଏହା ପରେ ଆମେ New Indian express ପେଜରେ ଭାଇରାଲ ଖବରର ପାଇଲୁ। ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, ଦୁର୍ଘଟଣା ହୋଇଥିବା ବସରେ ଡଃ ବିଣା ପ୍ରକାଶ ନାମକ ଜଣେ ମହିଳାଥିଲେ। ଯାହାଙ୍କର ମୃତ୍ୟୁ ହୋଇଛି। ଖବର ଅନୁସାରେ ବସରେ ଅନ୍ୟ ମହିଳାମାନେ ଡାକ୍ତର ନଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- New Indian express । Archive
ଗୁଜରାତ ଫ୍ୟାକ୍ଟକ୍ରିସେଣ୍ଡୋ ଧରୱାଡ ପୋଲିସ ଅଧୀକ୍ଷକ ପି କୃଷ୍ଣକାନ୍ତଙ୍କ ସହ ଯୋଗାଯୋଗ କରିଥିଲେ। ସୋସିଆଲ ମିଡିଆରେ ସେ ଏହି ଦାବିକୁ ଖାରଜ କରିଦେଇଛନ୍ତି। ସେ କହିଛନ୍ତି, “ଏହି ଦୁର୍ଘଟଣାରେ କେବଳ ଜଣେ ମହିଳା ଡାକ୍ତରଙ୍କ ମୃତ୍ୟୁ ଘଟିଛି। ସୋସିଆଲ ମିଡିଆରେ 17 ଜଣ ଡାକ୍ତରଙ୍କ ମୃତ୍ୟୁ ଦାବି ଅସତ୍ୟ ଅଟେ।”
ଡାଭଙ୍ଗିରିରେ ଥିବା ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନର ସାଧାରଣ ସମ୍ପାଦକ ଡକ୍ଟର ଇଣ୍ଡିଆ ଟୁଡେ ସହ କଥାବାର୍ତ୍ତା କରି ପ୍ରସନ୍ନ ଆନାବରୁ କହିଛନ୍ତି, “ଏକ ଭୁଲ ତଥ୍ୟ ଯେ ଦୁର୍ଘଟଣାରେ 17 ଜଣ ମହିଳା ଡାକ୍ତରଙ୍କ ମୃତ୍ୟୁ ଘଟିଛି। ସେହି ବସ୍ରେ କେବଳ ଡ। ଭେନା ଡାକ୍ତର ଥିଲେ। ”
ଶେଷକଥା–
ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, ଦୁର୍ଘଟଣାରେ 17 ଜଣ ମହିଳା ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ଖବର ମିଥ୍ୟା ଅଟେ। କର୍ଣ୍ଣାଟକ ଧାରାୱାଡ ଦୁର୍ଘଟଣାରେ କେବଳ ଜଣେ ଡାକ୍ତର ମହିଳାର ମୃତ୍ୟୁ ହୋଇଛି।

Title:କର୍ଣ୍ଣାଟକ ଧାରାୱାଡରେ ଦୁର୍ଘଟଣାରେ 17 ଜଣ ମହିଳା ଡାକ୍ତରଙ୍କ ମୃତ୍ୟୁ ଘଟଣା ମିଥ୍ୟା ଅଟେ।
Fact Check By: Saritadevi SamalResult: False