ଦିଲ୍ଲୀ ପୋଲିସ ଲୁହା କଣ୍ଟା ଲଗାଇଲାପରେ କୃଷି ଟ୍ରାକ୍ଟରରେ ଲୁହା ଚକ ଲଗାଇଛନ୍ତି ?

False Social

ଜାନୁଆରୀ 26 ରେ ଦିଲ୍ଲୀରେ ଟ୍ରାକ୍ଟର ରାଲି  ପରେ ଦିଲ୍ଲୀ  ପୋଲିସ ସତର୍କତା ଅବଲମ୍ବନ କରିଛି ଏବଂ ଟ୍ରାକ୍ଟର ପ୍ରବେଶକୁ ବନ୍ଦ କରିବା ପାଇଁ ଦିଲ୍ଲୀ ସୀମାରେ ଥିବା ରାସ୍ତାରେ ଲୁହା ସ୍ପାଇରାଲ ଏବଂ କଣ୍ଟା ଲଗାଯାଇଛି। ଏହା ମଧ୍ୟରେ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏକ ପୋଷ୍ଟ ଭାଇରାଲ ହେଉଛି, ଯେଉଁଥିରେ ଟ୍ରାକ୍ଟରର ଚକା ନଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, କୃଷକମାନେ ଇସ୍ପାତ ଚକ ସହିତ ଟ୍ରାକ୍ଟର ପ୍ରସ୍ତୁତ କରୁଛନ୍ତି ଏବଂ ବାଧାବିଘ୍ନକୁ ଦୂର କରିବା ପାଇଁ ଟାୟାର କିମ୍ବା ଟ୍ୟୁବ୍ ନାହିଁ। ଟ୍ରାକ୍ଟର ଏବେ ଲୁହା କଣ୍ଟା ଉପରେ ମଧ୍ୟ ଚଢ଼ିଯାଇପାରିବ। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 

4 ଫେବୃଆରିରେ Pradeep Pal ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଟ୍ରାକ୍ଟର ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ସବୁ ସମସ୍ୟାର ସମାଧାନ ଅଛି। କିଷାନ ଏକତା ଜିନ୍ଦାବାଦ। ଅଲୌକିକ ତମେ ଗାତ ଖୋଳି ଗରିବକୁ ଡେଇଁବା ଶିଖାଇଲ ଯେ,… ସଲ୍ୟୁଟ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଥିଲା। ଏହା ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Facebook ।  Archive

ତେବେ କଣ ଦିଲ୍ଲୀ ସିମାରେ ପୋଲିସ ଲୁହା କଣ୍ଟା ଲଗାଇବାରୁ କୃଷକମାନେ ତାଙ୍କ ଟ୍ରାକ୍ଟରରୁ ଟାୟାର କାଡ଼ି ଚଲାଇବା ପାଇଁ ବ୍ୟବସ୍ଥା କରିଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ସର୍ଚ୍ଚରେ ଆମକୁ ଭିଇରାଲ ଫଟୋ dreamstime ପେଜରେ ପାଇଲୁ। ଏହା ଏକ ଟ୍ରାକ୍ଟରର ନମୁନା ଅଟେ। ଯେଉଁଥିରେ ସ୍ପଷ୍ଚ ହେଉଛି ଯେ, ଫଟୋରେଥିବା ଟ୍ରାକ୍ଟର କୃଷି ଆନ୍ଦୋଳନ ସହ କୌଣସି ସମ୍ପର୍କ ନାହିଁ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ-dreamstimeArchive

ଏହା ପରେ ଆମେ ଦ୍ୱିତିୟ ଫଟୋକୁ ଗୁଗୁଲରେ ସର୍ଚ୍ଚ କରିଲୁ। ଷ୍ଟିଲ୍ ଚକ ସହିତ ଏକ ନୀଳ ଟ୍ରାକ୍ଟରର ଭାଇରାଲ ଫୋଟୋ ଆମକୁ Bontrager Entertainment ୟୁଟ୍ୟୁବ ଚ୍ୟାନେଲରୁ ପାଇଲୁ। ଯାହାକି 27 ଜାନୁଆରି 2013ରେ ପୋଷ୍ଟ କରାଯାଇଥିଲା। ଭିଡିଓରେ ଲେଖାଯାଇଛି ଯେ, ଚାଷର ସଂକ୍ଷିପ୍ତ ଇତିହାସ ଏବଂ ଇସ୍ପାତ ବ୍ୟବହାର କରିବାର କାରଣ ଏବଂ  ନ୍ୟୁୟର୍କର ଘୋଡା ଏବଂ ବଗି ମେନୋନାଇଟ୍ସ ଦ୍ୱାରା ଚକ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫଟୋ ବର୍ତ୍ତମାନ କୃଷି ଆନ୍ଦୋଳନ କିମ୍ବା ଦିଲ୍ଲୀ ହିଂସା ସହ କୌଣସି ସମ୍ପର୍କ ନାହିଁ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଶେଷକଥା-

ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ଚକ ନଥିବା ଟ୍ରାକ୍ଟର ଫଟୋର ବର୍ତ୍ତମାନ ଦିଲ୍ଲୀ ଚାଷି ଆନ୍ଦୋଳନ କୌଣସି ସମ୍ପର୍କ ନାହିଁ। ଭାଇରାଲ ଫଟୋକୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

Avatar

Title: ଦିଲ୍ଲୀ ପୋଲିସ ଲୁହା କଣ୍ଟା ଲଗାଇଲାପରେ କୃଷି ଟ୍ରାକ୍ଟରରେ ଲୁହା ଚକ ଲଗାଇଛନ୍ତି ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *