କେରଳରେ ଯୋଗୀଙ୍କୁ ବିଜେପି କର୍ମୀ ବିଜେପି ପତାକା ପ୍ରସ୍ତୁତ କରି ସ୍ୱାଗତ କରିଛନ୍ତି?

False Social

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କେରଳ ଗ୍ରସ୍ତରେ ଯାଇଥିବା ବେଳେ ସୋସିଆଲ ମିଡିଆରେ ଏହାର ଅନେକ ଫଟୋ ଏବଂ ଖବର ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ ଲୋକମାନେ ବିଜେପିର ପଦ୍ମଚିହ୍ନ ବନାଇ ଠିଆ ହୋଇଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, କେରଳରେ ଯୋଗୀଙ୍କୁ ଏହିପରି ଢଙ୍ଗରେ କଲେ ସ୍ୱାଗତ। 

22 ଫେବୃଆରିରେ Srikant Das ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରିଛନ୍ତି ଯେ, କେରଳରେ  ଯୋଗୀଙ୍କୁ ଏହିପରି ଢଙ୍ଗରେ ସ୍ୱାଗତ କଲେ। ଆମ ଅନୁସନ୍ଧାନ ପୁର୍ବରୁ ପୋଷ୍ଟକୁ 10ଥର ସେୟାର କରାଯିବା ସହ ପୋଷ୍ଟକୁ  400ରୁ ଅଧିକ ଲାଇକ ଏବଂ କମେଣ୍ଟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive

ତେବେ କଣ କେରଳ ଗ୍ରସ୍ତରେ ଯାଇଥିବା ଯୋଗୀ ଆଦିତ୍ୟନାଥଙ୍କୁ ଏହିପରି ସ୍ୱାଗତ କରାଯାଇଥିଲା। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ANI ପେଜରେ ଆମକୁ ଭାଇରାଲ ଫଟୋ ମିଳିଲା। ଯାହାକି 6 ଏପ୍ରିଲ 2015ରେ ପୋଷ୍ଟ କରାଯାଇଛି।  ଖବର ଅନୁସାରେ ବିଜେପି ଫାଉଣ୍ଡେସନ ଦିନ ଗୁଜରାତରେ ଏହି ଚିତ୍ର ବିଜେପି କର୍ମି ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

2015ରେ Narendra Modi ତାଙ୍କ ଟ୍ୱିଟର ଆକାଉଣ୍ଟରେ ମଧ୍ୟ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରୁ ଏହା ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫଟୋର ବର୍ତ୍ତମାନ ସହ କୌଣସି ସମ୍ପର୍କ ନାହିଁ। ଫଟୋ 2015 ଗୁଜରାତର ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। indianexpress ଖବର ପେଜରେ ମଧ୍ୟ ଭାଇରାଲ ଫଟୋ ପୋଷ୍ଟ କରାଯାଇ ଖବର ପ୍ରକାଶିତ କରାଯାଇଛି।  ଲିଙ୍କ ଦେଖନ୍ତୁ। 

ନ୍ୟୁଜ 24 ନ୍ୟୁଜYoutube ଚ୍ୟାନେଲରେ  ଭାଇରାଲ ଫଟୋର କ୍ଲିପ ଦେଖିବାକୁ ମିଳୁଛି। ଭିଡିଓରେ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫଟୋ ବର୍ତ୍ତମାନର ନୁହଁ 2015 ମସିହାର ଅଟେ। ତଳେ ପୋଷ୍ଟ ଦେଖନ୍ତୁ। 

ଶେଷକଥା-

ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ବର୍ତ୍ତମାନ ଯୋଗୀଙ୍କ କେରଳ ଗ୍ରସ୍ତରେ ବିଜେପି ପତାକା ବନାଇ ସ୍ୱାଗତ କରିଥିବା ଦାବିରେ ଭାଇରାଲ ହେଉଥିବା  ଫଟୋ ମିଥ୍ୟା ଅଟେ।

Avatar

Title:କେରଳରେ ଯୋଗୀଙ୍କୁ ବିଜେପି କର୍ମୀ ବିଜେପି ପତାକା ପ୍ରସ୍ତୁତ କରି ସ୍ୱାଗତ କରିଛନ୍ତି?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *