
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିନ୍ଦୀରେ ଏକ ବିବୃତ୍ତି ଦେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ମୋଦି କହୁଛନ୍ତି ‘ଗରିବ ଲୋକଙ୍କୁ ସ୍ୱପ୍ନ ଦେଖାଅ, ସେମାନଙ୍କୁ ମିଛ କୁହ, ପରସ୍ପର ମଧ୍ୟରେ ଲଢ଼ାଅ ଏବଂ ଶାସନ କର। ପୋଷ୍ଟ ସହ ଦାବି କରାଯାଇଛି ଯେ, ନରେନ୍ଦ୍ର ମୋଦି ତାଙ୍କ ସଫଳତାର ରହସ୍ୟ ଲୋକଙ୍କୁ କହୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
22 ମାର୍ଚ୍ଚରେ Haraprasad Behera ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ‘ଗରିବ ଲୋକଙ୍କୁ ସ୍ୱପ୍ନ ଦେଖାଅ, ସେମାନଙ୍କୁ ମିଛ କୁହ, ପରସ୍ପର ମଧ୍ୟରେ ଲଢ଼ାଅ ଏବଂ ଶାସନକରିବା ପାଇଁ ନରେନ୍ଦ୍ର ମୋଦି ତାଙ୍କ ସଫଳତାର ରହସ୍ୟ ଲୋକଙ୍କୁ କହୁଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଜନୈତିକ ସଫଳତାର ରହସ୍ଯ ତାଙ୍କ ମୁଖରୁ ହିଁ ଆପଣମାନେ ଶୁଣନ୍ତୁ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 200 ଥର ସେୟାର କରାଯାଇଛି। ଏହା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଭିଡିଓରେ ନରେନ୍ଦ୍ର ମୋଦି ତାଙ୍କ ସଫଳତାର ରହସ୍ୟ ତାଙ୍କ ମୁହଁରୁ କହୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓ ସମ୍ପର୍କରେ ଗୁଗୁଲରେ ମାରି ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। Bhartiya Janta Party ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓ ମିଳିଲା। ଖବର ଅନୁସାରେ 21 ମାର୍ଚ୍ଚ 2021 ଆସାମର ବୋକାଖଟରେ ନରେନ୍ଦ୍ର ମୋଦୀ ଏହି ଭାଷଣ ଦେଇଥିଲେ। ଭାରତୀୟ ଜନତା ପାର୍ଟି ୟୁଟ୍ୟୁବ୍ ଚ୍ୟାନେଲରେ ସିଧା ପ୍ରସାରଣ କରାଯାଇଥିଲା। ସମ୍ପୃକ୍ତ ଅଂଶ 35.02 ସେକେଣ୍ଡରେ କହିଥିବାର ଶୁଣିପାରିବେ। ଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ‘ଗରିବ ଲୋକଙ୍କୁ ସ୍ୱପ୍ନ ଦେଖ, ସେମାନଙ୍କୁ ମିଛ କୁହ, ସେମାନଙ୍କୁ ପରସ୍ପର ମଧ୍ୟରେ ଲଢେଇ କର ଏବଂ ଶାସନ କର’ ସେ ଆହୁରି ମଧ୍ୟ କହିଛନ୍ତି ଯେ କ୍ଷମତାରେ ରହିବାର ଏହା ସର୍ବଦା କଂଗ୍ରେସର ସୂତ୍ର ଅଟେ। ଭାଇରାଲ ଭିଡିଓକୁ ଏଡିଟ୍ କରାଯାଇ ଅଧା ଭିଡିଓ ପୋଷ୍ଟ କରାଯାଇଛି।
ଭାଇରାଲ ଭିଡିଓ ଏବଂ ଆମକୁ ମିଳିଥିବା ଭିଡିଓର ବିଶ୍ଳେଷଣ ତଳେ ଦେଖନ୍ତୁ।
ଶେଷକଥା–
ଅନୁସନ୍ଧାନରୁ ସ୍ପଷ୍ଟ ହେଉଛି ଯେ, ପ୍ରଧାନମନ୍ତ୍ରୀଙ୍କ ଭିଡିଓକୁ ଏଡିଟ୍ କରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

Title:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏଡିଟ୍ ଭିଡିଓକୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False