
ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଇଛି ଯେ, ମୋଦିଙ୍କ ଗ୍ରସ୍ତକୁ ନେଇ ବାଙ୍ଗଲା ଦେଶର ରାସ୍ତାରେ ମୁସ୍ଲିମମାନେ ଅଧିକ ସଂଖ୍ୟାରେ ପ୍ରଦର୍ଶନ କରୁଛନ୍ତି। ଏହା ପୋଷ୍ଟକୁ ଅଧିକରୁ ଅଧିକ ସେୟାର କରାଯାଇଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
ଟ୍ୱିଟର ଆକାଉଣ୍ଟରେ ବିବେକ କାଫିର ନାମକ ଜଣେ ବ୍ୟକ୍ତି ଭାଇରାଲ ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ,ମୋଦି ବାଙ୍ଗଲାଦେଶ ଗ୍ରସ୍ତପରେ ବାଙ୍ଗଲାଦେଶ ରାସ୍ତାରେ ମୁସ୍ଲିମମାନେ ପ୍ରଦର୍ଶନ କରୁଥିବାର ଫଟୋ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଥିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Twitter । Archive
ତେବେ କଣ ପ୍ରଧାନମନ୍ତ୍ରୀ ମୋଦୀ ବାଙ୍ଗଲାଦେଶ ଗ୍ରସ୍ତ ପରେ ବାଙ୍ଗଲାଦେଶ ମୁସ୍ଲିମଙ୍କ ପ୍ରଦର୍ଶନ ଫଟୋ ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। nst.com ପେଜେର ଭାଇରାଲ ଫଟୋ ମିଳିଲା। ଯାହାକି 8 ଅକ୍ଟୋବର 2020ରେ ପୋଷ୍ଟ କରାଯାଇଥିଲା। ଖବର ଅନୁସାରେ ଫଟୋଟି ବାଂଲାଦେଶର ରାଜଧାନୀ ଢାକାର ଫ୍ରାନ୍ସ ବିରୋଧ ପ୍ରଦର୍ଶନର ଅଟେ। ଯେତେବେଳେ ଇସଲାମିକ୍ ମୁଭମେଣ୍ଟ ବାଂଲାଦେଶ ପାର୍ଟିର ସଦସ୍ୟମାନେ ଢାକାରେ ଥିବା ଫ୍ରାନ୍ସ ଦୂତାବାସ ଅଭିମୁଖେ ଯାତ୍ରା କରିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- nst.com । Archive।
Webgate ପେଜରେ ମଧ୍ୟ ଭାଇରାଲ ଫଟୋ ମିଳିଲା। ଫଟୋରେ ଲେଖା ଅଛି, ‘ଭବିଷ୍ୟଦ୍ବକ୍ତା ମହମ୍ମଦ କାର୍ଟୁନ୍ ଉପରେ ମାକ୍ରୋନ୍ଙ୍କ ମନ୍ତବ୍ୟକୁ ନେଇ ବାଂଲାଦେଶରେ ବିରୋଧ ପ୍ରଦର୍ଶନ କରାଯାଇଛି। 27 ଅକ୍ଟୋବର 2020 ରେ ବାଂଲାଦେଶର ଢାକାରେ ଇସଲାମି ଆନ୍ଦୋଳନ ବାଂଲାଦେଶ ଦଳର ସଦସ୍ୟମାନେ ଫ୍ରାନ୍ସ ଦୂତାବାସ ବିରୋଧ ପ୍ରଦର୍ଶନରେ ଅଂଶଗ୍ରହଣ କରିଥିଲେ। ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ମହମ୍ମଦଙ୍କ କାର୍ଟୁନ୍ ପ୍ରକାଶନ ସପକ୍ଷରେ ଦେଇଥିବା ବିବୃତ୍ତି ବିରୁଦ୍ଧରେ ମାକ୍ରୋନ୍ ଶପଥ ନେଇଥିଲେ ଯେ ତାଙ୍କ ଦେଶ ଏପରି କାର୍ଟୁନ୍ ପ୍ରକାଶନ ଛାଡ଼ିବ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Webgate । Archive
timesnownew, wionews ପେଜରେ ମଧ୍ୟ ଭାଇରାଲ ଫଟୋର ଖବର ପ୍ରକାଶିତ କରାଯାଇଛି। ଖବର ଅନୁସାରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ନାଇସ୍ ସହରରେ ଏକ ଛୁରୀ ଆକ୍ରମଣ ପରେ ଫ୍ରାନ୍ସର ମୂଲ୍ୟବୋଧର ସୁରକ୍ଷା ପାଇଁ ଶପଥ ନେବା ପରେ ବାଂଲାଦେଶରେ ହଜାର ହଜାର ମୁସଲମାନ ଏହାର ପ୍ରତିବାଦ କରିଥିଲେ। ବିକ୍ଷୋଭକାରୀମାନେ ଢାକା ରାସ୍ତାରେ ଯାଇ ଫ୍ରାନ୍ସ ଉତ୍ପାଦ ଗୁଡିକୁ ବଏ କଟ କରିବା ପାଇଁ କହିଥିଲେ। ଜନତା ମାକ୍ରୋନଙ୍କୁ ବିଶ୍ୱର ସବୁଠାରୁ ବଡ ଆତଙ୍କବାଦୀ ବୋଲି କହି ବ୍ୟାନର ଧରିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା-
ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, 2020 ଢାକାରେ ଫ୍ରାନ୍ସ ଏବଂ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବିରୋଧରେ ବିରୋଧର ପ୍ରଦର୍ଶନ ଫଟୋକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାଂଲାଦେଶ ଗସ୍ତ ବିରୋଧରେ ପ୍ରଦର୍ଶନ କରୁଥିବା ଫଟୋ ଦାବିରେ ଭାଇରାଲ ହେଉଛି।

Title:ପ୍ରଧାନମନ୍ତ୍ରୀ ମୋଦୀ ବାଙ୍ଗଲାଦେଶ ଗସ୍ତ ପରେ ବାଙ୍ଗଲାଦେଶ ମୁସ୍ଲିମଙ୍କ ପ୍ରଦର୍ଶନକରୁଥିବାର ଫଟୋ ?
Fact Check By: Saritadevi SamalResult: False
