କ’ଣ ୧୯୭୧ ମସିହାରେ ୪୦୦୦ ଆରଏସଏସ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରା ଯାଇଥିଲା? ଜାଣନ୍ତୁ ସତ୍ୟ।

False Political

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଖବରକାଗଜ କ୍ଲିପ୍ ଭାଇରାଲ ହେଉଛି ଯେଉଁଥିରେ ଲେଖା ଯାଇଅଛି ଯେ ୧୯୭୧ ମସିହାରେ ୪୦୦୦ ଆରଏସଏସ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରା ଯାଇଥିଲା। ଏହି ଖବରକାଗଜ କ୍ଲିପ୍ ରେ ଏହା ମଧ୍ୟ ଲେଖା ଯାଇଅଛି ଯେ ଆରଏସଏସ କାର୍ଯ୍ୟକର୍ତ୍ତା ମାନେ ଅପ୍ରାକୃତିକ ଯୌନ କାର୍ଯ୍ୟ କରିଥିଲେ ଏବଂ ଧାରା ୩୭୭ ବିରୁଦ୍ଧରେ ନାରା ମଧ୍ୟ ଲଗାଇଥିଲେ। 

ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା। 

fb.jpg

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ହେଉଥିବା ଖବର କାଗଜ କ୍ଲିପ୍ ଭଲସେ ଦେଖିଲୁ। ଏହି ଖବରକାଗଜରେ ତାରିଖ ରବିବାର, ୩୦ ଅଗଷ୍ଟ ୧୯୭୧ ଲେଖା ଯାଇଅଛି। କ୍ଯାଲେଣ୍ଡର ଦେଖିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ୩୦ ଅଗଷ୍ଟ ୧୯୭୧ ରବିବାର ନୁହେଁ ସୋମବାର ଦିନ ଥିଲା। 

ଏହା ଦ୍ଵାରା ଆମକୁ ସନ୍ଦେହ ହେଲାଯେ ଏହା କୌଣସି ଖବରକାଗଜ କ୍ଲିପ୍ ନୁହେଁ। 

calender.jpg

ଏହି ଖବରକାଗଜ କ୍ଲିପ୍ କେଉଁ ପ୍ରକାର ସୃଷ୍ଟି ହେଲା?

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଏପରି ଅନେକ ୱେବସାଇଟ ଉପଲବ୍ଧ ଅଛି ଯାହା ମାଧ୍ୟମରେ ଏପରି ନକଲି ଖବରକାଗଜ କ୍ଲିପ୍ ସୃଷ୍ଟି କରି ହେବା ସମ୍ଭବ ଅଟେ। ସର୍ଚ କରିଲା ପରେ ଆମକୁ ଫୋଡି ନାମକ ୱେବସାଇଟରେ ନକଲି ଖବରକାଗଜ ସୃଷ୍ଟି କରିବା ପ୍ରଣାଳୀ ମିଳିଲା ଆପଣ ତଳେ ଦେଖି ପାରିବେ କେଉଁ ଉପାୟରେ ନକଲି ଖବରକାଗଜ କ୍ଲିପ୍ ସୃଷ୍ଟି କରା ଯାଏ। 

Archive

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଖବରକାଗଜ କ୍ଲିପ୍ ଇଣ୍ଟର୍ନେଟ ମାଧ୍ୟମରେ ସୃଷ୍ଟି କରା ଯାଇଅଛି। ଏହା ନକଲି ଖବରକାଗଜ ଅଟେ। ନକଲି ଖବରଖାଗଜ ସୃଷ୍ଟି କରିବା ୱେବସାଇଟ ସାହାଜ୍ଯତାରେ ଏହି କ୍ଲିପ୍ ସୃଷ୍ଟି କରା ଯାଇଅଛି।

Avatar

Title:କ’ଣ ୧୯୭୧ ମସିହାରେ ୪୦୦୦ ଆରଏସଏସ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରା ଯାଇଥିଲା? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *