
ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ନୁଆଁ ବିବାହିତ ଦମ୍ପତି ମୁସ୍ଲିମ ବ୍ୟକ୍ତି ଏବଂ ମହିଳାଙ୍କୁ ମୁଣିଆ ମାରୁଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, କେରଳର ମୁସ୍ଲିମ ମା ଏବଂ ବାପା ନିଜ ଝିଅର ବାହାଘର ଏକ ସନାତନ ପିଲା ସହ କରିଦେଲେ, ଝିଅ ହିନ୍ଦୁ ଧର୍ମିରେ ସୁରକ୍ଷିତ ରହିବ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ଅଟେ।
4 ଏପ୍ରିଲରେ Rudra Raman Returns ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, କେରଳରେ ମୁସ୍ଲିମ ପିତା ମାତା ତାଙ୍କ ଝିଅକୁ ସନାତନ ପିଲା ସହ ବିବାହ କରାଇଦେଲେ। ଝିଅ ହିନ୍ଦୁ ଧର୍ମିରେ ସୁରକ୍ଷିତ ରହିବ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏୂଂ କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଭାଇରାଲ ଫଟୋରେ କେରଳର ମୁସ୍ଲିମ ମାତା ପିତା ତାଙ୍କ ଝିଅକୁ ସନାତନ ଧର୍ମରେ ବିବାହ କରିଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢନ୍ତୁ।
ଅନୁସନ୍ଧାନ-
ଅନୁ୍ସନ୍ଧାନ ଆରମ୍ଭରେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। 18 ଫେବୃଆରି 2020ରେ Times of india ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ କେରଳର କାସାରାଗୋଡର ମେଲପାରାମ୍ବାରୁ ଅବଦୁଲ୍ଲା ଅବଦୁରାହିମାନ ଦଶ ବର୍ଷ ବୟସରେ ରାଜେଶ୍ୱରୀଙ୍କୁ ଗ୍ରହଣ କରିଥିଲେ। ରାଜେଶ୍ୱରୀ ତାଙ୍କ ପିତାମାତାଙ୍କୁ ହରାଇଥିଲେ, ତାଙ୍କ ପିତା ମାତା ଉଭୟ ତାମିଲନାଡୁର କୃଷି ଶ୍ରମିକଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Times of india । Archive
mathru bhumi ପେଜରେ ମଧ୍ୟ ପ୍ରକିଶିତ କରାଯାଇଛି। ଖବର ଅନୁସାରେ ରାଜେଶ୍ୱରୀଙ୍କ ପିତା ‘ଅବନଦୁଲାଙ୍କ ବାସଭବନରେ ଏବଂ କୁନାରିୟାମର ଏକ ଚାଷ ଜମିରେ ଜଣେ ନିୟମିତ କର୍ମୀ ଥିଲେ । ଏଥିପାଇଁ ରାଜେଶ୍ୱରୀଙ୍କ ପିଲାଦିନରୁ ଅବଦୁଲ୍ଲା ପରିବାରର ଅତି ନିକଟତର ହୋଇଥିଲେ। ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ରାଜେଶ୍ୱରୀଙ୍କ ସ୍ୱାମୀ ବିଷ୍ଣୁଙ୍କ ପରିବାର ଏକ ମନ୍ଦିରରେ ଏହି ବିବାହ କରିବାକୁ ଚାହୁଁଥିଲେ। ଯେଉଁଥିପାଇଁ ଦୁହିଁଙ୍କ ବିବାହ ‘କାନହାଙ୍ଗଡରେ ଥିବା ମ୍ୟାନୋଟ୍ଟୁ ମନ୍ଦିର ଚୟନ କରିଥିଲେ , ଯେଉଁଠାରେ ସମସ୍ତ ଧର୍ମର ଲୋକଙ୍କୁ ଅନୁମତି ଦିଆଯାଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- mathru bhumi । Archive
20 ଫେବୃଆରି 2020ରେ metrosaga ପେଜରେ ମଧ୍ୟ ଭାଇରାଲ ଫଟୋର ଖବର ପ୍ରକାଶିତ କରାଯାଇଛି। ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, କାସାରାଗୋଡ ଜିଲ୍ଲାରେ ଜଣେ ମୁସଲମାନ ଦମ୍ପତି ତାଙ୍କ ପୋଷ୍ୟ ହିନ୍ଦୁ ଝୁଅ ରାଜେଶ୍ୱରୀଙ୍କୁ ବିବାହ କରିଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ, । ମୁସ୍ଲିମ ଦମ୍ପତି ତାଙ୍କ ଝିଅକୁ ହିନ୍ଦୁ ଧର୍ମରେ ବିବାହ କରାଇଥିହା ଦାବି ମିଥ୍ୟା ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-metrosaga । Archive
ଶେଷକଥା–
ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ମୁସ୍ଲିମ ଦମ୍ପତି ତାଙ୍କ ଝିଅକୁ ହିନ୍ଦୁ ଧର୍ମରେ ବିବାହ କରାଇଥିହା ଦାବି ମିଥ୍ୟା ଅଟେ। କେରଳର ମୁସ୍ଲିମ ଦମ୍ପତି ତାଙ୍କ ପୋଷ୍ୟ ହିନ୍ଦୁ ଝୁଅର ବିହାହ କରାଇଥିବାର ଫଟୋ ଅଟେ।

Title:ମୁସ୍ଲିମ ଦମ୍ପତି ତାଙ୍କ ଝିଅକୁ ହିନ୍ଦୁ ଧର୍ମରେ ବିବାହ କରାଇଲେ?
Fact Check By: Saritadevi SamalResult: False
